୨୦୧୭ରେ ଗୋଆରେ ଆଗରେ ଥାଇ ବି ସରକାର ଗଠନ କରିପାରିନଥିଲା କଂଗ୍ରେସ। ୨୦୧୭ରେ ୪୦ଟି ଆସନରୁ କଂଗ୍ରେସକୁ ଏକାକୀ ମିଳିଥିଲା ୧୭ଟି ଆସନ।
ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ନିର୍ବାଚନରେ ହାରିଛନ୍ତି। ଆମ୍ ଆଦମୀ ପାର୍ଟି(ଆପ୍) ପ୍ରାର୍ଥୀ ଅଜିତ୍ ପାଲ୍ ସିଂ କୋହଲିଙ୍କ ଠାରୁ ପାରମ୍ପରିକ ପଟିଆଲା ଅର୍ବାନ ନିର୍ବାଚନମଣ୍ଡଳୀରୁ ସେ ନିର୍ବାଚନ ହାରିଛନ୍ତି।
ଗୋଟିଏ ପଟେ ଆଜି ୫ ରାଜ୍ୟରେ ନିର୍ବାଚନର ଭୋଟ୍ ଗଣତି ଚାଲିଥିବା ବେଳେ ଅନ୍ୟ ପଟେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶରେ ଭୋଟ୍ ଗଣତି ଚାଲି ଥିବାବେଳେ ଜଣେ କାର୍ଯ୍ୟକର୍ତ୍ତାଙ୍କ ହୃଦ୍ଘାତରେ ପରଲୋକ ହୋଇଛି।
ଉତ୍ତରପ୍ରଦେଶରେ ବିଜେପିକୁ ବହୁମତ ମିଳିଥିବା ବେଳେ ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ମଧ୍ୟ ବିଜେପି ଅନ୍ୟ ପାର୍ଟିଠୁ ବହୁ ଆଗରେ ରହିଛି। ତେଣୁ ଏହିସବୁ ରାଜ୍ୟରେ ବିଜେପି ସରକାର ଗଠନ କରିପାରେ ବୋଲି ଜଣାପଡ଼ିଛି।
ଚଳିତ ଥର ମଧ୍ୟ ବହୁମତ ହାସଲ କରି ବିଜେପି ୟୁପିରେ ପୁଣିଥରେ ସରକାର ଗଠନ କରିବ ବୋଲି ଚର୍ଚ୍ଚା ହେଉଛି। ଚଳିତ ଥର ୟୁପି ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ସବୁ ଦଳକୁ ପଛରେ ପକାଇ ୨୫୦ରୁ ଅଧିକ ସିଟ୍ ହାତେଇଛି।
୨୦୧୭ ଉତ୍ତରପ୍ରଦେଶ ନିର୍ବାଚନରେ ବିଜେପି ବହୁମତ ହାସଲ କରି ସରକାର ଗଠନ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାଦୁ ଆଗରେ ଫେଲ୍ ମାରିଥିଲା କଂଗ୍ରେସ-ସମାଜବାଦୀ ପାର୍ଟି ଗଠବନ୍ଧନ।
ଟ୍ରେଣ୍ଡ୍ ଅନୁସାରେ,ଉତ୍ତରପ୍ରଦେଶରେ ବିଜେପି ଆଗୁଆ ଥିବାବେଳେ ପଞ୍ଜାବ ଓ ଉତ୍ତରାଖଣ୍ଡରେ କଂଗ୍ରେସ ଆଗୁଆ ରହିଛି। ଯାହାକି ପ୍ରାରମ୍ଭିକ ଟ୍ରେଣ୍ଡ୍ରେ ଦେଖିବାକୁ ମିଳିଛି।
ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନରେ ଆଜି ଭୋଟ୍ ଗଣତି। ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁରରେ ସକାଳ ୮ଟାରୁ ଭୋଟ୍ ଗଣତି ହେବ। ଏକଜିଟ୍ ପୋଲ୍ ଅନୁସାରେ, ଉତ୍ତରପ୍ରଦେଶରେ ଏଥର ପୁଣି ବିଜେପି ସରକାର ଗଢ଼ିବ।
ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ ପାକିସ୍ତାନରେ ମଧ୍ୟ ଚର୍ଚ୍ଚା ଚାଲିଛି। ଏକ୍ଜିଟ୍ ପୋଲ୍ ଫଳାଫଳ ଉପରେ ପାକିସ୍ତାନୀ ମିଡିଆର ନଜର ରହିଛି। ପାକିସ୍ତାନର ଅନେକ ଖବରକାଗଜରେ ଏକ୍ଜିଟ୍ ପୋଲ୍ ଫଳାଫଳ ରିପୋର୍ଟ ପ୍ରକାଶ ପାଇଛି।
ଦୁର୍ଘଟଣାରେ ଚାଲିଗଲା ବାପା ଓ ପୁଅଙ୍କ ଜୀବନ। ବାହାଘରରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାପା ଓ ପୁଅଙ୍କ ମୃତ୍ୟୁ ଘଟିଛି।
ଖୁବ୍ଶୀଘ୍ର ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇପାରେ। ଅଶୌଧିତ ତୈଳ ଦରରେ ବୃଦ୍ଧି ଘଟିଥିବା ଯୋଗୁ ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି ଦେଶ ଛାଡ଼ି ପଳାଇ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ଭିଡିଓ ଜାରି କରି ଜେଲେନ୍ସ୍କି ସବୁ ଗୁଜବ ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।
କୋଲକାତାରୁ ଧରାପଡ଼ିଲା ଚିଟ୍ଫଣ୍ଡ ଠକ। ୧୫ କୋଟି ଟଙ୍କା ଚିଟ୍ଫଣ୍ଡ ଠକେଇ ଅଭିଯୋଗରେ ମାସ୍ ଇନଫ୍ରା ରିଆଲିଟି ଲିମିଟେଡ୍ର ନିର୍ଦ୍ଦେଶକ ତପନ କୁମାର ସାମନ୍ତ ଗିରଫ ହୋଇଛନ୍ତି।
UN ସ୍ଥିତ ଭାରତୀୟ ରାଷ୍ଟ୍ରଦୂତ ଟିଏସ୍. ତିରୁମୂର୍ତ୍ତି ଜାତିସଂଘରେ ଉଦ୍ବେଗ ପ୍ରକାଶ କରିଛନ୍ତି। ସାଧାରଣ ନାଗରିକଙ୍କୁ ଉଦ୍ଧାର ପାଇଁ ପ୍ରସ୍ତାବ ବାସ୍ତବରେ କାର୍ଯ୍ୟକାରୀ ହେଉନଥିବା ସେ ଜଣାଇଛନ୍ତି।
ଚଳିତ ବର୍ଷ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଓଡ଼ିଶାର ଶ୍ରୁତି ମହାପାତ୍ରଙ୍କୁ ‘ନାରୀ ଶକ୍ତି’ ପୁରସ୍କାରରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୁତିଙ୍କ ସମେତ ୨୯ ଜଣ ମହିଳାଙ୍କୁ ସମ୍ମାନିତ କରିଛନ୍ତି।
ଭିତର କାଠ ନିକଟରେ ଜଣେ ଶ୍ରଦ୍ଧାଳୁ ବାନ୍ତି କରି ଦେବାରୁ ଦର୍ଶନ ବନ୍ଦ ରଖାଯାଇଛି। ମହାସ୍ନାନ ନୀତି ପରେ ପୁଣି ଦର୍ଶନ ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି।
ପାଦେ ପାଦେ ବିପଦ। ଟିକିଏ ଏପଟ ସେପଟ ହେଲେ ଚାଲି ଯାଇପାରେ ଜୀବନ। ଜଳାଶୟ ଉପରୁ ଯିବାକୁ ଏକମାତ୍ର ସାହାରା ବାଉଁଶ ପୋଲ। ନଦୀ ନାଳ ପାର ହେବାକୁ ଏକମାତ୍ର ସାହାରା ବାଉଁଶ ପୋଲ।
ପୌର ନିର୍ବାଚନ ପ୍ରଚାରରେ ରହିବ ନାହିଁ କୌଣସି କୋଭିଡ୍ କଟକଣା। ଯଦି କରୋନା ସଂକ୍ରମଣ ବୃଦ୍ଧି ପାଏ ତେବେ କଟକଣା ନେଇ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି।
ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହୋଇଛନ୍ତି। ପ୍ରାୟ ୩୫ ମିନିଟ୍ ଧରି ଫୋନ୍ରେ ଆଲୋଚନା ହୋଇଥିଲା।
ଓଡ଼ିଶାର ଚାହିଦା ଅନୁସାରେ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ତେଲ ଅଛି। ତେଣୁ କୌଣସି ଖାଉଟି ଗୁଜବ ସୃଷ୍ଟି କରନ୍ତୁ ନାହିଁ ବୋଲି ଓଡ଼ିଶା ବ୍ୟବସାୟୀ ମହାସଂଘର ସମ୍ପାଦକ କହିଛନ୍ତି।