Rs 100 Crore Fraud Accused Nabbed
୧୦୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ ଲିମିଟେଡର ଏମ୍ଡି ଦୀପକ କିଣ୍ଡୋଙ୍କୁ କ୍ରାଇମବ୍ରାଞ୍ଚ EOW ଗିରଫ କରିଛି।ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ଲୁଲୁଡିହା ଅଞ୍ଚଳରୁ କ୍ରାଇମବ୍ରାଞ୍ଚ EOW ଦୀପକଙ୍କୁ ଗିରଫ କରିଛି।
Advertisment
ଠକେଇ ଅଭିଯୋଗ ଆସିବା ପରେ ଦୀପକ ଦୀର୍ଘଦିନ ଧରି ଫେରାର ଥିଲେ। ଦୀପକଙ୍କ ନାଁରେ କ୍ରାଇମବ୍ରାଞ୍ଚ ଲୁକ୍ଆଉଟ୍ ସର୍କୁଲାର ଜାରି କରିଥିଲା। ଗିରଫ ଦୀପକ ସ୍ୱର୍ଗତଃ ଆଇଏଏସ୍ ଅଧିକାରୀ ଲିଭିନସ୍ କିଣ୍ଡୋଙ୍କ ପୁଅ। ଲିଭିନ୍ସ୍ କିଣ୍ଡୋ ଏବଂ ତାଙ୍କ ପତ୍ନୀ ମଧ୍ୟ ଏହି ଠକେଇ ମାମଲାରେ ସମ୍ପୃକ୍ତ ଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)