Advertisment

ଅନ୍ୟ ପାର୍ଟିକୁ ଭୋଟ୍‌ ଦେବାରୁ ଯୁବକଙ୍କୁ କିଡ୍‌ନାପ୍‌ କରି ପ୍ରବଳ ପିଟିଲେ ବିଜେଡି ନେତାଙ୍କ ସ୍ୱାମୀ

ବିଜେଡି ନେତାଙ୍କ ସ୍ୱାମୀଙ୍କ ଦବଙ୍ଗଗିରି। ଭୋଟ୍‌ ଦେଲେ ନାହିଁ ବୋଲି ଅପହରଣ କଲେ ଆଉ ମାଡ଼ ମାରିଲେ। ନିର୍ବାଚନ ସମୟରେ କାହିଁକି ତାଙ୍କ ପାର୍ଟିକୁ ଭୋଟ୍‌ ନଦେଇ ଅନ୍ୟ ପାର୍ଟି ସପକ୍ଷରେ ମତଦାନ କରିଥିବା ଅଭିଯୋଗ ଆଣି ଉଭୟଙ୍କୁ ପ୍ରବଳ ମାଡ଼ ମାରିଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
BJD Leader's Husband kKdnapped Two Youth

BJD Leader's Husband kKdnapped Two Youth

ବିଜେଡି ନେତାଙ୍କ ସ୍ୱାମୀଙ୍କ ଦବଙ୍ଗଗିରି। ଭୋଟ୍‌ ଦେଲେ ନାହିଁ ବୋଲି ଅପହରଣ କଲେ ଆଉ ମାଡ଼ ମାରିଲେ। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡା ଅଞ୍ଚଳରୁ ଏଭଳି ଅଭିଯୋଗ ଆସିଛି। ବିଜେଡିର ଜିଲ୍ଲା ପରିଷଦ ଜୋନ୍‌ ୪ର ପ୍ରାର୍ଥୀ ହୋଇଥିବା ବୟନ୍ତୀ ପ୍ରଧାନଙ୍କ ସ୍ୱାମୀ ବିପିନ ପ୍ରଧାନଙ୍କ ନାଁରେ ୨ଜଣ ଯୁବକ ଏହି ଅଭିଯୋଗ ଆଣିଛନ୍ତି। 

Advertisment

ଅଭିଯୋଗ ଅନୁସାରେ, ଶଗଡା ପଞ୍ଚାୟତର ଯୋରସିଂ ଗାଁର ନାରାୟଣ କହଁର ଏବଂ ତାଙ୍କ ସମ୍ପର୍କୀୟ ଭାଇ ତୁମ୍ବେଶ୍ୱର କହଁର କୌଣସି କାମରେ ମନମୁଣ୍ଡା ଯାଇଥିଲେ। ସେଠାରେ କାମ ସାରି ଘରକୁ ଫେରୁଥିବା ସମୟରେ ଶଗଡା ପଞ୍ଚାୟତର ଖଣ୍ଡିକନପା ଗାଁ ମୁଣ୍ଡରୁ ତାଙ୍କୁ ଅପହରଣ କରି ନିଆଯାଇଥିଲା। ବୟନ୍ତୀଙ୍କ ସ୍ୱାମୀ ବିପିନ ଓ ତାଙ୍କର ଅନ୍ୟ ୭ ସହଯୋଗୀ ନାରାୟଣ କହଁର ଏବଂ ତୁମ୍ବେଶ୍ୱରଙ୍କୁ ଅପହରଣ କରି ପାହାଡ ଉପରେ ଥିବା ଏକ ଜଙ୍ଗଲକୁ ନେଇ ଯାଇଥିଲେ। ନିର୍ବାଚନ ସମୟରେ କାହିଁକି ତାଙ୍କ ପାର୍ଟିକୁ ଭୋଟ୍‌ ନଦେଇ ଅନ୍ୟ ପାର୍ଟି ସପକ୍ଷରେ ମତଦାନ କରିଥିବା ଅଭିଯୋଗ ଆଣି ଉଭୟଙ୍କୁ ପ୍ରବଳ ମାଡ଼ ମାରିଥିଲେ। 

ଘଟଣାକୁ ନେଇ ନାରାୟଣ ଓ ତୁମ୍ବେଶ୍ୱର ମନମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଚଳିତ ନିର୍ବାଚନରେ ବୌଦ୍ଧ ଜିଲ୍ଲା ପରିଷଦ ଜୋନ୍‌ ୪ରେ ବିଜେପି ପ୍ରାର୍ଥୀ ବିଜୟ ଲାଭ କରିଥିବାରୁ ବିଜେଡି ପ୍ରାର୍ଥୀଙ୍କ ସ୍ୱାମୀ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି। ଖବର ଲେଖାଯିବା ସୁଦ୍ଧା ଘଟଣାକୁ ନେଇ ମନମୁଣ୍ଡା ପୋଲିସର ପ୍ରତିକ୍ରୀୟା ମିଳିପାରିନାହିଁ। 

Advertisment
BJD Odisha Panchayat Polls Odisha Panchayat Elections BJD Leader
Advertisment
Advertisment