ପ୍ରଶାନ୍ତ ଜଗଦ୍ଦେବ ଯେଉଁଭଳି ଭାବରେ ଆଜି ବାଣପୁରରେ ବର୍ବର କାଣ୍ଡ ଘଟାଇଲେ, ଏହାକୁ ବିଜେଡି ଦୃଢ଼ ନିନ୍ଦା କରୁଛି। ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।
ଡ୍ରାଇଭର ସିଟ୍ରେ ବସି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଭିଡ଼ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ୨୨ ଜଣ ଆହତ ହୋଇଛନ୍ତି।
ଲୋକଙ୍କ ଉପରେ ବିଧାୟକ ଗାଡ଼ି ମଡ଼ାଇ ଦେବା ବେଳର LIVE ଦୃଶ୍ୟ ଏବେ ସାମ୍ନାକୁ ଆସିଛି। କେହି କିଛି ବୁଝିବା ପୂର୍ବରୁ ହଠାତ୍ ବିଧାୟକ ନିରୀହ ଜନତାଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଦେଖିବାକୁ ମିଳିଛି।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଭିଡ଼ ଉପରେ ଗାଡ଼ି ମଡ଼ାଇ ଦେଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ବିଧାୟକ ମଦ ପିଇ ଗାଡ଼ି ମଡ଼ାଇ ଦେଇଛନ୍ତି।
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ପ୍ରବଳ ମାଡ଼। ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆକ୍ରମଣ ହୋଇଛି।
ୟୁକ୍ରେନ୍ ଯୁଦ୍ଧରେ ନାଟୋ ରାଷ୍ଟ୍ର ଋଷିଆ ବିରୋଧରେ ଲଢ଼ିବେନି। ଏନେଇ ଖୋଲାଖୋଲି ଭାବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସ୍ପଷ୍ଟ କରିଛନ୍ତି। ଯଦି, ଏପରି ହୁଏ ତେବେ ନିଶ୍ଚିତ ଭାବେ ତୃତୀୟ ବିଶ୍ୱଯୁଦ୍ଧ ହେବ।
ଭୁବନେଶ୍ୱର ମହାନଗରରେ ପ୍ରାକ୍ ନିର୍ବାଚନୀ ହିଂସା। ଥାନା ସାମ୍ନାରେ ୫ ଭାଇଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଲୁହା ରଡ୍, ଠେଙ୍ଗା, ଢେଲାରେ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି।
ଆଇନଜୀବୀଙ୍କ ଉପରେ ମାଡ଼ିଗଲା ଟ୍ରକ୍। ମର୍ଣ୍ଣିଂୱାକ୍ କରିବାକୁ ଯାଉ ଥିବାବେଳେ ଜଣେ ବରିଷ୍ଠ ଆଇନଜୀବୀଙ୍କ ଉପରେ ଟ୍ରକ୍ ମାଡ଼ି ଯାଇଛି। ସମ୍ବଲପୁର ଜିଲ୍ଲା ଏନ୍ଏଚ୍-୫୩ର ସର୍ଲାପାଲି ଛକ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି।
ଥାନାରେ ରାତି କାଟିଲେ ନବ ନିର୍ବାଚିତ ସମିତି ସଭ୍ୟ। ବୁତିଙ୍ଗ ପଞ୍ଚାୟତର ନବ ନିର୍ବାଚିତ ସମିତି ସଭ୍ୟ ଆପାରାଓ ପାତିକା ଥାନାରେ ରାତି କାଟିଥିବା ସୂଚନା ମିଳିଛି।
ବିଶ୍ୱରେ କରୋନା ମହାମାରୀର ଆସିବ କି ଆଉ ଏକ ଲହର। କାରଣ କରୋନା ମହାମାରୀର ଉତ୍ପତ୍ତି ସ୍ଥଳ ଚୀନରେ ଯେବେ ଯେବେ କରୋନା ଲହର ଫେରିଛି ବିଶ୍ୱର ଅନ୍ୟ ଦେଶକୁ ବି ଏହା ଧୀରେ ଧୀରେ ମାଡ଼ିଛି।
ଆଜି ରାଜ୍ୟରେ ବ୍ଲକ୍ ଚେୟାରମ୍ୟାନ୍ ଅଧ୍ୟକ୍ଷ ନିର୍ବାଚନ। ନୂତନ ଭାବେ ନିର୍ବାଚିତ ହୋଇଥିବା ସମିତି ସଦସ୍ୟମାନେ ନିଜ ବ୍ଲକ୍ ଚେୟାରମ୍ୟାନ୍ଙ୍କୁ ବାଛିବେ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ନିର୍ମାଣକୁ ନେଇ ବିବାଦ ଓ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ NMA ଓ ASI ଡିଜିଙ୍କ ଚିଠି ଦ୍ୱନ୍ଦ୍ୱକୁ ଆହୁରି ବଢ଼ାଇ ଦେଇଛି।
ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଜମ୍ମୁ-କାଶ୍ମୀର ଗୁରେଜ୍ ସେକ୍ଟର ବରାଉମ୍ ଅଞ୍ଚଳରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି।
ଟ୍ରେନ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଏଣିକି ପୂର୍ବଭଳି ଯାତ୍ରୀଙ୍କୁ ଏସି କୋଚ୍ରେ କମ୍ବଳ ଏବଂ ଚଦର ମିଳିବ। ଭାରତୀୟ ରେଲ୍ୱେ ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି।
ମାଟ୍ରିକ ପରୀକ୍ଷାକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ଏପ୍ରିଲ ୨୯ରୁ ପରୀକ୍ଷା ଆରମ୍ଭ ହୋଇ ମେ’ ୬ ପର୍ଯ୍ୟନ୍ତ ଚାଲିବ।
ମାଟ୍ରିକ ପରୀକ୍ଷାକୁ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସମ୍ମେଟିଭ୍ ଆସେସ୍ମେଣ୍ଟ୍ ପରୀକ୍ଷା-୨ କରାଯିବ ଓ ସବୁ ଛାତ୍ରଛାତ୍ରୀଙ୍କ ପାଇଁ ଏହା ବାଧ୍ୟତାମୂଳକ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ପଞ୍ଜାବରେ ଆମ୍ ଆଦମୀ ପାର୍ଟି(ଆପ୍)ର ସୁପର ଶୋ’ ଝାଡ଼ୁର ଝଡ଼ରେ ଧ୍ୱସ୍ତବିଧ୍ୱସ୍ତ ସବୁ ବିରୋଧୀଙ୍କ ଗଡ଼। ପଞ୍ଜାବ ରାଜନୈତିକ ଇତିହାସରେ ପ୍ରଥମ ଥର ପାଇଁ କଂଗ୍ରେସ-ଅକାଳୀ ପାଳି ରାଜ୍କୁ ଖତମ୍ କରି ବିପୁଳ ବିଜୟ ସହ କ୍ଷମତାକୁ ଆସିଛି ଆପ୍।
କାଳ ସାଜିଛି ଡାଇଭରସନ୍ ରୋଡ୍। ଦିନକୁ ଦିନ ବଢ଼ୁଛି ଦୁର୍ଘଟଣା। ଫଳରେ ଲୋକମାନେ ଏହି ରାସ୍ତା ଦେଇ ଯା’ଆସ କରିବାକୁ ଡରୁଛନ୍ତି। କାରଣ ଅକାଳରେ ଚାଲି ଯାଉଛି ଜୀବନ।
ଟିମ୍ ଇଣ୍ଡିଆ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ୨ ଟେଷ୍ଟ୍ ସିରିଜ୍ର ଶେଷ ମୁକାବିଲା ମାର୍ଚ୍ଚ ୧୨ରେ ବେଙ୍ଗାଲୁରୁରେ ଖେଳା ଯିବ। ଶତପ୍ରତିଶତ ଦର୍ଶକଙ୍କୁ ନେଇ ଏହି ମ୍ୟାଚ୍ ଖେଳାଯିବ। ଅର୍ଥାତ୍ ଶତପ୍ରତିଶତ ଦର୍ଶକ ଷ୍ଟାଡିୟମରେ ଉପସ୍ଥିତ ରହି ଏହି ମ୍ୟାଚ୍ ଦେଖି ପାରିବେ।
ସରକାର ବିରୋଧୀ ହାଓ୍ୱାକୁ ସଫଳତାର ସହ ମୁକାବିଲା କରିବା ସହ ଦେଶର ସବୁଠୁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଉତ୍ତରପ୍ରଦେଶରେ ବିଜେପିର ବିଜୟ ବାନା ଉଡାଇଛନ୍ତି ମୋଦି-ଯୋଗୀ ଯୋଡ଼ି।