/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647753317.jpg)
CRPF may not be needed in Kashmir in few years, says Union Home Minister
ଆଉ କିଛି ବର୍ଷ ମଧ୍ୟରେ ଜାମ୍ମୁ-କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଓ ମାଓପ୍ରବଣ ଅଞ୍ଚଳରେ ଫେରିବ ଚିରଶାନ୍ତି। ଏଭଳି ଶାନ୍ତି ଆସିବ ଯେ, ସେଠାରେ ଆଉ CRPFଙ୍କୁ ମୁତୟନ କରିବାକୁ ପଡ଼ିବ ନାହିଁ। ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଶ୍ରୀନଗରରେ ଅନୁଷ୍ଠିତ CRPFର ୮୩ ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇ ଶାହ ଏହା କହିଛନ୍ତି।
ଅମିତ ଶାହ କହିଛନ୍ତି, ମୁଁ ବିଶ୍ୱାସର ସହ କହିପାରିବି ଯେ, ମୋଦିଜୀ ପ୍ରଧାନମନ୍ତ୍ରୀ ହେବା ପରେ ଜାମ୍ମୁ-କାଶ୍ମୀର, ଉତ୍ତର ପୂର୍ବାଞ୍ଚଳ ଓ ମାଓପ୍ରବଣ ଅଞ୍ଚଳରେ ଏହି ୩ଟି କ୍ଷେତ୍ରରେ CRPF ଯେଉଁ ଦୃଢ଼ତାର ସହ କାର୍ଯ୍ୟ କରିଛି, ଆଉ କିଛି ବର୍ଷ ପରେ ସେଠାରେ CRPFର ଆବଶ୍ୟକତା ଆଉ ପଡ଼ିବ ନାହିଁ।
ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ ଓ କାଶ୍ମୀରରେ କେନ୍ଦ୍ରୀୟ ଫୋର୍ସ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ନିର୍ଣ୍ଣାୟକ ନିୟନ୍ତ୍ରଣ ନେଇପାରିଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି। ଚଳିତବର୍ଷ ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରେ CRPFର ପ୍ରତିଷ୍ଠା ଦିବସ ପରେଡ୍ ଅନୁଷ୍ଠିତ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)