ଋଷିଆ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରିଥିବା ଲୁହାଂସ୍କରେ ବଡ ଧରଣର ବିସ୍ଫୋରଣ ହୋଇଛି। ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ ସହରରେ କଳା ଧୂଆଁ ଆଚ୍ଛାଦିତ ହୋଇଯାଇଥିଲା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କିଙ୍କ ସହ କଥା ହେବେ। ଫୋନ୍ରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବ। ସାମ୍ପ୍ରତିକ ଯୁଦ୍ଧ ସ୍ଥିତି ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।
ମହାପ୍ରଭୁଙ୍କ ବେଶ ସମୟରେ ଦେଖିବାକୁ ମିଳିଲା ରକ୍ତଛିଟା। ରକ୍ତଛିଟା ଦେଖାଯିବା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା।
ପ୍ରିନ୍ସପାଲଙ୍କ ଘରେ ଭିଜିଲାନ୍ସ ରେଡ୍। ହୀରାନୀଳା ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ଆଜି ସକାଳୁ ସକାଳୁ ଚଢ଼ଉ ହୋଇଛି।
ବିନା ଶିକ୍ଷକରେ ଚାଲିଛି ବିଦ୍ୟାଳୟ। ଅନ୍ୟ ସ୍କୁଲ୍ର ଶିକ୍ଷକ ସପ୍ତାହକୁ ୩ ଦିନ ଡେପୁଟେସନରେ ଆସି ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି। ଫଳରେ ବର୍ଷକର କୋର୍ସ ଶେଷ ହୋଇପାରୁନାହିଁ।
୮ଟି ମିଜାଇଲ୍ ମାଡ଼ କରି ସେଣ୍ଟ୍ରାଲ ୟୁକ୍ରେନର ଭିନିତ୍ସିଆ ଏୟାରପୋର୍ଟକୁ ଉଡ଼ାଇଛି ଋଷିଆ। କିନ୍ତୁ ଏପର୍ଯ୍ୟନ୍ତ ୟୁକ୍ରେନ ରାଜଧାନୀ କିଭ୍ ଭିତରେ ପଶିପାରିନି ଋଷୀୟ ସେନା।
ଗଛରେ ପିଟି ହେଲା ବରଯାତ୍ରୀ ଗାଡ଼ି। ବାହାଘରରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ଆହତ ହୋଇଛନ୍ତି।
ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ିଛି। ମହଙ୍ଗାକୁ ନେଇ ଚିନ୍ତା ବଢ଼ିଛି। ସୁନା ଓ ରୂପା ଦର ମଧ୍ୟ ବୃଦ୍ଧି ଘଟିଛି।
ତିନି ମହାନଗର ନିଗମ ପାଇଁ ବିଜେଡି ମେୟର ପ୍ରାର୍ଥୀ ଘୋଷଣା କରିଛି। ଭୁବନେଶ୍ୱର, କଟକ, ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇଛି।
ୟୁରୋପରେ ‘ସାଇବର ଆଟାକ୍’ ନେଇ ଆଶଙ୍କା କରାଯାଉଛି। ଏହାଦ୍ୱାରା ଅନେକ ଦେଶର ହଜାର ହଜାର ସଂଖ୍ୟକ ଇଣ୍ଟରନେଟ୍ ୟୁଜର୍ସ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।
ଋଷିଆ-ୟୁକ୍ରେନ ଯୁଦ୍ଧ ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୟୁକ୍ରେନର ଖାରକିଭ୍ ଏବଂ ଅନ୍ୟ ଏକ ସହରରେ ସାମୟିକ ଅସ୍ତ୍ରବିରତି ନେଇ ଋଷିଆ ଘୋଷଣା କରିଛି।
ସାନ ଭାଇକୁ ତଣ୍ଟି ଚିପି ହତ୍ୟା କଲା ବଡ଼ ଭାଇ। ଗତକାଲି ଯୋଶେଫ ମଦ ପିଇ ଆସି ବଡ଼ ଭାଇ ରାଜୀନଙ୍କୁ ଗାଳିଗୁଲଜ କରିଥିଲେ। ଏନେଇ ଦୁଇ ଭାଇ ମଧ୍ୟରେ ବଚସା ଓ ମାରପିଟ୍ ହୋଇଥିଲା।
ଜଣାଶୁଣା ଫ୍ୟାଶନ ଡିଜାଇନର ତଥା କୋରିଓଗ୍ରାଫର ପ୍ରସାଦ ବିଡପ୍ପାଙ୍କ ପୁଅ ଏଡମ୍ ବିଡପ୍ପା(୨୮)ଙ୍କୁ ପୋଲିସ୍ ଗିରଫ କରିଛି। ରାତି ଅଧରେ ହ୍ୱାଟ୍ସଆପ୍ରେ ଅଭିନେତ୍ରୀଙ୍କୁ ପଠାଉଥିଲେ ଅଶ୍ଲୀଳ ମେସେଜ୍
ଇଟା ତଳୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ। ବୀଭତ୍ସ ହତ୍ୟା ପରେ ଲୁଚା ଯାଇଥିଲା ମୃତଦେହ। ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକଙ୍କ ମୃତଦେହ ଇଟା ତଳୁ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ୟୁକ୍ରେନର ସହର ଗୁଡ଼ିକରେ ବୋମା ବର୍ଷଣ ଅଭିଯୋଗକୁ ପୁଟିନ ଖଣ୍ଡନ କରିଛନ୍ତି। ୟୁକ୍ରେନର ସହର ଗୁଡ଼ିକରେ ବୋମା ବର୍ଷଣ ଖବର ମିଥ୍ୟା। ଏନେଇ ଋଷିଆ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଯୁଦ୍ଧଭୂମିରୁ ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇ ଆଣିବା ପାଇଁ ଭାରତ କୂଟନୈତିକ ଚାପ ପକାଉଛି। ଯୁଦ୍ଧ ବିରତି ପାଇଁ ୟୁକ୍ରେନ ଏବଂ ଋଷିଆ ନିକଟରେ ଭାରତ ଦାବି ଉପସ୍ଥାପନ କରିଛି।
ୟୁକ୍ରେନ ରାଜଧାନୀ କିଭ୍ରେ ଜଣେ ଭାରତୀୟ ଛାତ୍ରଙ୍କୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ପୋଲାଣ୍ଡ ଯାଇଥିବା କେନ୍ଦ୍ରମନ୍ତ୍ରୀ ଜେନେରାଲ ଭିକେ ସିଂ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି।
ନିର୍ବାଚନରେ ପରାଜୟ ନେଇ ସିପିଆଇ ନେତା ନାରୟଣ ରେଡ୍ଡୀ କହିଛନ୍ତି, ‘ବିଜେଡି ୭୦୦ରୁ ଅଧିକ ସିଟ୍ ଅକ୍ତିଆର କରିଛି। ଏହା କିଭଳି ସମ୍ଭବ ହେଉଛି, ଏହା ଆମେ ସମସ୍ତେ ଜାଣୁ।’
ରସଗୋଲା ଓଡ଼ିଶାର। ଓଟିଭି ଫୋର୍ସାଇଟ୍ ୨୦୨୨ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ବଲିଉଡ଼ ଅଭିନେତ୍ରୀ ହୁମା କ୍ୟୁରେସୀ ଏହା କହିଛନ୍ତି।
ପଞ୍ଚାୟତ ନିର୍ବାଚନରେ ବିପର୍ଯ୍ୟୟ ପାଇଁ ସ୍ୱୟଂ କଂଗ୍ରେସ ଦାୟୀ। ଓଟିଭି ଫୋର୍ସାଇଟ୍ ୨୦୨୨ କାର୍ଯ୍ୟକ୍ରମରେ ଯୋଗ ଦେଇ କଂଗ୍ରେସ ନେତା ଗଣେଶ୍ୱର ବେହେରା ଏହା କହିଛନ୍ତି।