। ପାଶ୍ଚାତ୍ୟ ଦେଶ ଗୁଡିକର ଚାପ ପରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦେଶର ନ୍ୟୁକ୍ଲିଆର୍ ଫୋର୍ସକୁ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଋଷିଆ ସାରା ବିଶ୍ୱରେ ରାଜ୍ କରିବ । ବଞ୍ଜର ଭୂମିରେ ପରିଣତ ହୋଇଯିବ ୟୁରୋପ୍ । ଋଷିଆକୁ ଚାହିଁଲେ ବି କେହି ଅଟକାଇ ପାରିବେ ନାହିଁ । ସବୁକିଛି ବରଫ ପରି ତରଳି ଯିବ ।
ପାକିସ୍ତାନ ସେନାରେ ପ୍ରଥମ ଥର ପାଇଁ ଦୁଇଜଣ ହିନ୍ଦୁ ଅଧିକାରୀ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦବୀକୁ ପଦୋନ୍ନତି ହୋଇଛି ।
ୟୁକ୍ରେନରୁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆଣିବା ପ୍ରୟାସ ଜାରି ରହିଛି। ବିମାନ ଭଡା ଦେଇ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଆଣୁଛନ୍ତି ଭାରତ ସରକାର। ଏବେ ଜାଣନ୍ତୁ, ୟୁକ୍ରେନରୁ ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ଥରକରେ ସରକାରଙ୍କୁ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି?
ଋଷିଆକୁ ଆର୍ଥିକ କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାନାଡାର ଅନେକ ରାଜ୍ୟ ଋଷିଆ ନିର୍ମିତ ଭୋଡକା(ପ୍ରଖ୍ୟାତ ରୁଷୀୟ ମଦ)କୁ ବୟକଟ୍ କରିବା ଆରମ୍ଭ କରିଛନ୍ତି ।
ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ ବଡ଼ ଯୋଜନା କରିଛନ୍ତି ଭାରତ ସରକାର । ୟୁକ୍ରେନରୁ ଭାରତୀୟଙ୍କ ଉଦ୍ଧାର ପ୍ରକ୍ରିୟା ହେବ ଆହୁରି ତ୍ୱରାନିତ କରାଯିବ । ୟୁକ୍ରେନର ପଡ଼ୋଶୀ ରାଷ୍ଟ୍ରକୁ ୪ କେନ୍ଦ୍ର ମନ୍ତ୍ରୀ ଯିବାର ଯୋଜନା ରହିଛି । ପ୍ରଧାନମନ୍ତ୍ରୀ ମୋଦି ଏଥିପାଇଁ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି...
ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅଧ୍ୟକ୍ଷା ତପସ୍ୱିନୀ ମାଝି । କାମରୁ ଟିକିଏ ଫୁରସତ୍ ମିଳିଲେ, କୋଡିକୋଦାଳ ଧରି ନିଜ ଚାଷ ଜମିକୁ ଚାଲି ଯାଆନ୍ତି । ତାଙ୍କର ଉଦ୍ୟମ ଯୋଗୁଁ ଏବେ ହସୁଛି ସବୁଜିମା । ଦିନେ ଚିନ୍ତା କଲେ ନିଜ ଗାଁ ପେଣ୍ଡରେନରେ ତାଙ୍କର ଅନେକ...
କ୍ଷତିପୂରଣକୁ ଆଠ ଗୁଣ ବୃଦ୍ଧି କରାଯାଇ ୨ ଲକ୍ଷ ଟଙ୍କା କରାଯାଇଛି । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (MoRTH) ର ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି ।
ପୋଲାଣ୍ଡ ପଳାୟନ କରୁଥିବା ବେଳେ ଭାରତୀୟ ଛାତ୍ରଙ୍କ ଉପରେ ଆକ୍ରମଣ ହୋଇଥିବା ଖବର ଆସିଛି । ଆକ୍ରମଣର ଶିକାର ହୋଇଥିବା ଛାତ୍ର ଫତେହାବାଦର ବାସିନ୍ଦା । ମାଡ଼ପିଟରେ ଜଣେ ଛାତ୍ରଙ୍କ ହାତ ଭାଙ୍ଗି ଯାଇଛି ।
ଋଷିଆର ଭୟଙ୍କର ଆକ୍ରମଣରୁ ସୌଭାଗ୍ୟ ବଶତଃ ବଞ୍ଚି ଯାଇଥିଲେ ବି, ମୁହଁରେ ଆଘାତ ଲାଗିଛି । ଆଉ ଏଥିପାଇଁ ନିଜ ଭାଷାରେ ସେ ଭିଡିଓଟିଏ ତିଆରି କରି ସୋସିଆଲ୍ ମିଡିଆରେ ଛାଡ଼ିଛି ।
କଟକ ଜିଲ୍ଲା ନିଆଳୀ ବ୍ଲକ ସଡାଂଷ ପଞ୍ଚାୟତ ସୁନିନ୍ଦା ଦଣ୍ଡା ସାହିର ସଂଗ୍ରାମ ଜିତ ହାତୀ । ନିଜସ୍ୱ ଉଦ୍ୟମରେ କୁକୁଡା, ମାଛ ଓ କଦଳୀ ଚାଷ କରି ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି । ୧ ଏକର ଜମିରେ ସେ କୁକୁଡା, ମାଛ ଓ କଦଳୀ ଚାଷ କରି ମାସକୁ...
ଯୁଦ୍ଧ ଏକ ବିନାଶକାରୀ ପ୍ରକ୍ରିୟା। ଯେଉଁଠି କେବଳ ଲୋକଙ୍କର ଜୀବନ ଯାଏ । ଏଥିରେ କାହାର ବି ଭଲ ହୁଏନି । ତେବେ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜର ଓ ପରିବାର ସଦସ୍ୟଙ୍କ ଜୀବନ ବଞ୍ଚାଇବା ମୁସ୍କିଲ କାମ ମଧ୍ୟରୁ ଗୋଟିଏ
ୟୁକ୍ରେନରେ ଡାକ୍ତରୀ ପାଠ ପଢ଼ୁଛନ୍ତି ହରିୟାଣା ଚରଖି ଦାଦରି ଜିଲ୍ଲାର ୧୭ ବର୍ଷୀୟ ନେହା ସାଙ୍ଗୱାନ୍ । ନେହା ଗତ ବର୍ଷ ୟୁକ୍ରେନର ଏକ ମେଡିକାଲ କଲେଜରେ ନାମ ଲେଖାଇଥିଲେ । ବର୍ତ୍ତମାନ ୟୁକ୍ରେନ୍ ଓ ଋଷିଆ ମଧ୍ୟରେ ଘମାଘୋଟ୍ ଲଢ଼େଇ ଚାଲିଛି । ଲୋକେ ପ୍ରାଣ ବିକଳରେ...
ଝାରସୁଗୁଡା ଜିଲ୍ଲା କୋଲାବିରା ବ୍ଲକ ମାଲିଡିହି ତପନ ସାହୁ । ୨ ଏକର ଜମିରେ ମଧ୍ୟପ୍ରଦେଶରୁ ସଜନା, କାଜୁ, ଆମ୍ବ ଓ ଡାଲିମ୍ବ ଚାରା ଆଣି ଲଗାଇଛନ୍ତି । ଏବେ ୪ ବର୍ଷ ହେବ ସଜନା ଛୁଇଁ ବାହାରୁଥିବା ବେଲେ ବର୍ଷକୁ ଅନ୍ୟାନ୍ୟ ପରିବା ବିକ୍ରି କରି ପାଖାପାଖି...
କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଘଡିଆମାଳ ଗାଁର ଗୋବର୍ଦ୍ଧନ ପ୍ରଧାନ । ରେଭେନ୍ସା କଲେଜରେ ପିଜି କରି ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟକ୍ଷ ପଦରେ କାର୍ଯ୍ୟ କରିଆସୁଥିଲେ। ହେଲେ ଚାଷ ପ୍ରତି ଥିବା ଅହେତୁକ ଦୁର୍ବଳତା ତାଙ୍କୁ ଚାକିରି ପ୍ରତି ଆକୃଷ୍ଟ କରିପାରି ନଥିଲା। କିଛି ଦିନ କାମ କରିବା...
କେନ୍ଦୁଝର ଜିଲ୍ଲା ଏକ କୃଷି ବହୁଳ ଜିଲ୍ଲା । ଏହି ଜିଲ୍ଲାରେ ଆଗ ଅପେକ୍ଷା ଚାଷପ୍ରତି ଲୋକଙ୍କର ଅଧିକ ଆଗ୍ରହ ପରିଲକ୍ଷିତ ହେଉଛି । କରୋନା ମହାମାରୀ ଯୋଗୁଁ ଲୋକେ ବାହାରକୁ ନଯାଇ ନିଜ ଅଞ୍ଚଳରେ ଚାଷବାଷ କରି ପରିବାର ପ୍ରତିପୋଷଣ କରିବାକୁ ମନସ୍ଥିର କରୁଥିବା ଦେଖାଯାଉଛି
ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦ୍ୱାରା ଗୁରୁବାର ଘୋଷଣା କରାଯାଇଥିବା ଯୁଦ୍ଧକୁ ବିରୋଧ କରିବା ପାଇଁ ରୁଷର ସହର ଗୁଡ଼ିକରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଆମେରିକାର ହ୍ୱାଇଟ୍ ହାଉସ ବାହାରେ ମଧ୍ୟ କିଛି ଲୋକ ରାଲି କରିଥିଲେ ଏବଂ ଦିନସାରା ଋଷିଆ ଦୂତାବାସ ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ।
ଧର୍ମେନ୍ଦ୍ର ଓ କୋମଲଙ୍କ ଦେଢ଼ ବର୍ଷର ଝିଅ ଲତିକା । ବୟସ ମାତ୍ର ଦେଢ଼ ବର୍ଷ । ଉଜ୍ଜୟନୀର ଜୁନା ସହରର ବାଲାଜୀ ମନ୍ଦିର ନିକଟରେ ସେମାନେ ରୁହନ୍ତି । ତେବେ ସ୍ୱାମୀ ନଥିବା ସମୟରେ ସେ ଝିଅକୁ ନିର୍ମମ ମାଡ଼ ମାରୁଥିଲେ ଲତିକା
ଗୁଗୁଲ ପୂର୍ବରୁ, ୟୁଟ୍ୟୁବ୍ ଋଷିଆର ମିଡିଆ ସଂଗଠନ ଆରଟି ସମେତ ଅନେକ ଋଷିଆ ଚ୍ୟାନେଲକୁ ବିଜ୍ଞାପନରୁ କରୁଥିବା ଟଙ୍କା ରୋଜଗାର ଉପରେ ରୋକ୍ ଲଗାଇ ଦେଇଥିଲା
ଋଷିଆ- ୟୁକ୍ରେନ୍ ଘମାଘୋଟ୍ ଲଢ଼େଇ ମଧ୍ୟରେ ପ୍ରାୟ ୧୬,୦୦୦ ଭାରତୀୟ( ସେମାନଙ୍କ ମଧ୍ୟରୁ ଅଧିକାଂଶ ଛାତ୍ର ) ୟୁକ୍ରେନରେ ଫସି ରହିଛନ୍ତି । ସେଠାରେ ଫସି ରହିଥିବା ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଭାରତ ଶନିବାର ସ୍ୱତନ୍ତ୍ର ଅପରେସନ୍ ଆରମ୍ଭ କରିଛି ।