/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645946511.jpg)
viral video
କୁନି ଶିଶୁ ଉପରେ ରାକ୍ଷସୀ ମା’ର ଅକଥନୀୟ ଅତ୍ୟାଚାର । ମାଡ଼ ମାରିବା ପରେ ମନ ବୁଝିଲାନି ଯେ ପିଲାଟିକୁ ବାହାରକୁ ଫୋପାଡ଼ିଦେଲା ପିଶାଚିନୀ । ମଧ୍ୟପ୍ରଦେଶର ଉଜ୍ଜୟନୀର ଏପରି ଏକ ଭିଡିଓ ଭାଇରାଲ ହେଉଛି । ଭାଇରାଲ ଭିଡିଓରେ ଜଣେ ମା ନିଜର ଦେଢ଼ ବର୍ଷର ଶିଶୁକୁ ନିର୍ମମ ଭାବେରେ ମାଡ ମାରୁଥିବା ଦେଖିବାକୁ ମିଳୁଛି । ଉଜ୍ଜୟନୀର ବଦନାଗର ତହସିଲରୁ ଏହି ଖବର ଆସିଛି । ଭିଡିଓ ଭାଇରାଲ ହେବା ପରେ ଚାଇଲ୍ଡ ଲାଇନ୍ ଘଟଣା ସମ୍ପର୍କରେ ପଚରାଉଚରା କରୁଛି ।
मध्य प्रदेश के उज्जैन में एक वीडियो वायरल हो रहा है। वायरल वीडियो में एक मां अपने डेढ़ साल के बच्चे की पिटाई कर रही है। इसके बाद वह अपने बच्चे को बाहर भी फेंक रही है। मामला उज्जैन की बड़नगर तहसील का बताया गया है। वीडियो वायरल होने के बाद चाइल्ड लाइन ने मामले की संज्ञान लिया है। pic.twitter.com/VEClTM5NJl
— Hindustan (@Live_Hindustan) February 27, 2022
ଟୋଲ୍ ଫ୍ରି ନମ୍ବରରେ ଆସିଥିଲା ଅଭିଯୋଗ
ଧର୍ମେନ୍ଦ୍ର ଓ କୋମଲଙ୍କ ଦେଢ଼ ବର୍ଷର ଝିଅ ଲତିକା । ବୟସ ମାତ୍ର ଦେଢ଼ ବର୍ଷ । ଉଜ୍ଜୟନୀର ଜୁନା ସହରର ବାଲାଜୀ ମନ୍ଦିର ନିକଟରେ ସେମାନେ ରୁହନ୍ତି । ତେବେ ସ୍ୱାମୀ ନଥିବା ସମୟରେ ସେ ଝିଅକୁ ନିର୍ମମ ମାଡ଼ ମାରୁଥିଲେ ଲତିକା । ଧର୍ମେନ୍ଦ୍ର ବାହାରକୁ ବାହାରିଯିବା ମାତ୍ରେ ଆରମ୍ଭ ହୋଇଯାଏ ଅତ୍ୟାଚାର । ତେବେ ଏହା ପଛର କାରଣ କ’ଣ କିଛି ଜଣାପଡ଼ି ନାହିଁ । ତେବେ କୁନି ଝିଅକୁ ମାଡ଼ ମାରିବା ପରେ କେହି ଜଣେ ଏହାର ଭିଡିଓ ରେକର୍ଡ କରିଥିଲା ଓ ନ୍ୟାସନାଲ ଚାଇଲ୍ଡ ଲାଇନର ଟୋଲ ଫ୍ରି ନମ୍ବର ୧୦୯୮କୁ ଯୋଗାଯୋଗ କରିଥିଲେ ।
ଅନୁସନ୍ଧାନ କରାଯାଉଛି . . .
ଅଭିଯୋଗ ପରେ ଚାଇଲ୍ଡ ଲାଇନ୍ ଟିମ୍ ଅଭିଯୁକ୍ତ ଘରେ ପହଞ୍ଚିଥିଲେ । ପଡୋଶୀ ଲୋକଙ୍କୁ ପଚରାଉଚରା କରି ଘଟଣା ସମ୍ପର୍କରେ ବୁଝାବୁଝି କରିଥିଲେ । ପରେ ମାମଲାଟି ସମ୍ପୂର୍ଣ୍ଣ ସତ ବୋଲି ଜଣାପଡ଼ିଥିଲା । ଝିଅଟିକୁ ମାଡ ଦିଆଯାଉଥିବା ଏକ ଭିଡିଓ ମଧ୍ୟ ତାଙ୍କ ହାତରେ ଲାଗିଛି । ଏହି ପରିପ୍ରେକ୍ଷୀରେ ବାଡନଗର ପୋଲିସ ଷ୍ଟେସନରେ ଝିଅର ମାଆଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଚାଇଲ୍ଡ ଲାଇନ ଦଳ ଆବେଦନ କରିଛି ।
ପିଲାଟିଏ ଭୁଲ କଲେ ବାପାମା’ ତାଗିଦା କରିବା ପାଇଁ ଟିକିଏ କଠୋର ଆଚରଣ କରିଥାଆନ୍ତି । ତଥାପି ପିଲାଙ୍କୁ ମାଡ଼ ମାରିବା ଆଦୌ ଠିକ୍ ନୁହେଁ । ହେଲେ ଆଜିକାଲି ଅନେକ ସମୟରେ କୁନି ପିଲାଙ୍କ ଉପରେ ଅତ୍ୟାଚାର ହେଉଥିବା ଦେଖିବାକୁ ମିଳୁଛି । ମା’ବାପା ପିଲାଙ୍କୁ ନିର୍ମମ ମାଡ଼ ମାରୁଥିବା ଘଟଣା ସାମ୍ନାକୁ ଆସୁଛି । ଏହାକୁ ରୋକିବା ପାଇଁ କଠୋର ଆଇନ୍ ହେବା ଉଚିତ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)