Advertisment

ସଫଳ ଜୈବିକ ଚାଷୀ : ଚାକିରି ମୋହ ଛାଡ଼ିଦେଲେ, ଚାଷ କରୁଛନ୍ତି ଗୋବର୍ଦ୍ଧନ

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଘଡିଆମାଳ ଗାଁର ଗୋବର୍ଦ୍ଧନ ପ୍ରଧାନ ।  ରେଭେନ୍‌ସା କଲେଜରେ ପିଜି କରି ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟକ୍ଷ ପଦରେ କାର୍ଯ୍ୟ କରିଆସୁଥିଲେ। ହେଲେ ଚାଷ ପ୍ରତି ଥିବା ଅହେତୁକ ଦୁର୍ବଳତା ତାଙ୍କୁ ଚାକିରି ପ୍ରତି ଆକୃଷ୍ଟ କରିପାରି ନଥିଲା। କିଛି ଦିନ କାମ କରିବା ପରେ ତାଙ୍କୁ ସେଥିରେ ସନ୍ତୋଷ ମିଳିନଥିଲା

author-image
Prangyan Parimita
ଅଦ୍ୟତନ ହୋଇଛି
farming

farming

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ): କଥାରେ ଅଛି ଚାଷ କାମ ଯାହାର, କି ଆନନ୍ଦ ତାହାର। ଚାକିରି ଛାଡ଼ି ଚାଷ କରୁଛନ୍ତି କେନ୍ଦ୍ରାପଡ଼ାର ଗୋବର୍ଦ୍ଧନ ପ୍ରଧାନ। ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଥିବା ଆଜିର  ଯୁବପିଢୀ ଚାଷ ଉପରୁ ମୁହଁ ଫେରାଇ ବିଦେଶକୁ ଦାଦନ ଖଟିବାକୁ ଯାଉଥିବା ବେଳେ ଜଣେ ମୋଟା ଅଙ୍କର ଦରମାକୁ ଲୋଭ ନକରି ନିଜ ବାଡିରେ ଜୈବିକ ପଦ୍ଧତିରେ ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

Advertisment

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଘଡିଆମାଳ ଗାଁର ଗୋବର୍ଦ୍ଧନ ପ୍ରଧାନ ।  ରେଭେନ୍‌ସା କଲେଜରେ ପିଜି କରି ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟକ୍ଷ ପଦରେ କାର୍ଯ୍ୟ କରିଆସୁଥିଲେ। ହେଲେ ଚାଷ ପ୍ରତି ଥିବା ଅହେତୁକ ଦୁର୍ବଳତା ତାଙ୍କୁ ଚାକିରି ପ୍ରତି ଆକୃଷ୍ଟ କରିପାରି ନଥିଲା। କିଛି ଦିନ କାମ କରିବା ପରେ ତାଙ୍କୁ ସେଥିରେ ସନ୍ତୋଷ ମିଳିନଥିଲା। ଆଉ ତା’ପରେ ଚାକିରି ଛାଡ଼ି ଚାଷ କରିବାକୁ ମନ ବଳାଇଲେ।  ସରକାରଙ୍କ ମୋ ବଗିଚା ଯୋଜନାରେ ଚାଷ କରି ନିଜକୁ ଜଣେ ସଫଳ ଚାଷୀ ହିସାବରେ ଏବେ ସେ ସମଗ୍ର ଅଂଚଳରେ ପ୍ରମାଣିତ କରିପାରିଛନ୍ତି । ତାଙ୍କର ଏଭଳି ନିଆରା ଚାଷ ପଦ୍ଧତି ଦେଖି ଆଜିର ଏ ଯୁବ ସମାଜ ମଧ୍ୟ ଅନୁକରଣ କରିବାକୁ ଲାଗିଛନ୍ତି ।

ଗୋବର୍ଦ୍ଧନଙ୍କ ବାଡ଼ି ଦେଖିଲେ ମନ ପୂରି ଉଠୁଛି। କେଉଁଠି କଲରା, ଟମାଟୋ, ବିମ , କାକୁଡି ,ଲାଉ ଭଳି ବିଭିନ୍ନ ପନି ପରିବା ତ ଆଉ କେଉଁଠି ଗେଣ୍ଡୁ, ନଡିଆ , ଆଖୁ , କଦଳି , ଆମ୍ବ ସଫେଦା ଭଳି ଫୁଲ ଓ ଫଳର ଗଛ । ଛୋଟ ବାଡିକୁ ଦେଖର ଯେ କେହି ଘଟାଂଇ ନବୁଲିଲେ ମନ ଶାନ୍ତ ପଡିବନି । ଆଉ ଏସବୁ ଗଛକୁ ଦେଖି କେବଳ ଯେ ଚାଷି ମନ ରେ ହଷ ତାହା ନୁହେଁ ବରଂ ଆଖ ପାଖ ର ଲୋକ ମାନେ ମଧ୍ୟ ଏଭଳି ଗୋଟେ ଛୋଟ ଯାଗାରେ ଏତେ ଗୁଡାଏ ଗଛ କୁ ଦେଖି ବେଶ ଖୁଶି ନେଇଥାନ୍ତି ସ୍ଥାନୀୟ ବାସିନ୍ଦା । ସବୁଠାରୁ ବଡ କଥା ହେଲା ଏ ସବୁ ପନିପରିବା ବା ଫୁଲ ଫଳ ଗଛ କୌନସି ରାସାୟନିକ ପଦ୍ଧତି ରେ ବା ସା କିଟନାଶକ ସାର ରେ କରାଯାଇନାହିଁ ବରଂ ଜୈବିକ ପଦ୍ଧତି ରେ ଏଭଳି ଚାଷ କରାଯାଇଛି । ଆଉ ଯାହାର ଚାହିଦା ବଜାରେ ଢେର ବେଶି । ଜୈବିକ ଚାଷ କରି ସେ ବାର୍ଷିକ ଲକ୍ଷାଧିକ ଟଙ୍କା  ରୋଜଗାର କରିପାରୁଛନ୍ତି ।

Advertisment

ଆଉ ନିଜ ପୁଅର ଏଭଳି ଏକ ଗୁଣକୁ ବେଶ ପ୍ରଶଂସା କରିଛନ୍ତି ତାଙ୍କ ବାପା । ବିନା ସାରରେ ପନିପରିବା ଚାଷ କରୁଛି ପୁଅ । ସକାଳୁ ଉଠି ଚାରିପାଖ ଘେରାଏ ବୁଲି ଆସିଲେ ଭଲ ଲାଗେ । ଚାଷ କରି ନିଜର ପନିପରିବା କିଣିବାର ଅଭାବ ମେଣ୍ଟାଉଛନ୍ତି, ତାହା ନୁହେଁ ବରଂ ନିଜର ପରିବାରକୁ ବେଶ ସୁରୁଖୁରରେ ଚଳାଇ ପାରୁଛି ବୋଲି ତାଙ୍କ ବାପା କହନ୍ତି। 

Farming
Advertisment
Advertisment