Advertisment

ହିଟ୍‌ ଆଣ୍ଡ୍‌ ରନ୍‌ରେ ମୃତ୍ୟୁ : ପରିବାର ଲୋକଙ୍କୁ ମିଳିବ ୮ ଗୁଣା ଅଧିକ କ୍ଷତିପୂରଣ

କ୍ଷତିପୂରଣକୁ ଆଠ ଗୁଣ ବୃଦ୍ଧି କରାଯାଇ ୨ ଲକ୍ଷ ଟଙ୍କା କରାଯାଇଛି । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (MoRTH) ର ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି ।

author-image
Prangyan Parimita
hit and run

hit and run

ନୂଆଦିଲ୍ଲୀ: ହିଟ୍‌ ଆଣ୍ଡ୍‌ ରନ୍‌(Hit & Run) ମାମଲାରେ ମିଳିବ ଅଧିକ କ୍ଷତିପୂରଣ । ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ଆଶ୍ୱସ୍ତି ଦେବା ପାଇଁ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । 'ହିଟ୍ ଆଣ୍ଡ୍ ରନ୍' ମାମଲାରେ ପୀଡିତାଙ୍କ ସମ୍ପର୍କୀୟଙ୍କୁ ଦିଆଯାଉଥିବା କ୍ଷତିପୂରଣ ଏପ୍ରିଲ୍ ୧ରୁ ବୃଦ୍ଧି କରାଯିବ । କ୍ଷତିପୂରଣକୁ ଆଠ ଗୁଣ ବୃଦ୍ଧି କରାଯାଇ ୨ ଲକ୍ଷ ଟଙ୍କା କରାଯାଇଛି । ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (MoRTH) ର ଏକ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି । ନୂତନ ବିଜ୍ଞପ୍ତି ଅନୁସାରେ ଗୁରୁତର ଆହତ ବ୍ୟକ୍ତିଙ୍କ କ୍ଷତିପୂରଣ ରାଶି ମଧ୍ୟ ୧୨,୫୦୦ ରୁ ୫୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

Advertisment

ବୃଦ୍ଧି ହେଲା କ୍ଷତିପୂରଣ ରାଶି

ମନ୍ତ୍ରଣାଳୟ ଅନୁସାରେ ଏହି ଯୋଜନାର ନାମ ରଖାଯାଇଛି 'ହିଟ୍ ଆଣ୍ଡ ରନ୍ ମୋଟର ଦୁର୍ଘଟଣା ଯୋଜନା । ପୂର୍ବରୁ ଯୋଜନାର ଭିନ୍ନ ଏକ ନାମ ଥିଲା । ତେବେ ଏହି ଯୋଜନା ଏପ୍ରିଲ୍ ୨୦୨୨ରୁ ଏହା କାର୍ଯ୍ୟକାରୀ ହେବ । ଏକ ପ୍ରେସ ବିଜ୍ଞପ୍ତି ଅନୁସାରେ ରବିବାର ଦିନ ମନ୍ତ୍ରଣାଳୟ କହିଛି, (Hit And Run) ପୀଡ଼ିତାଙ୍କୁ କ୍ଷତିପୂରଣ ପ୍ରଦାନ ଦେବା ସମ୍ମନ୍ଧୀୟ ଅଧିସୂଚନା ୨୫, ଫେବୃଆରୀ ୨୦୨୨ରେ ଜାରି କରାଯାଇଛି ।

କ୍ଷତିପୂରଣ ୮ଗୁଣ ବୃଦ୍ଧି ପାଇଲା

କ୍ଷତିପୂରଣ ରାଶିକୁ ୮ଗୁଣ ବୃଦ୍ଧି କରାଯାଇଛି । ଗୁରୁତର ଆହତଙ୍କ ପାଇଁ କ୍ଷତିପୂରଣ ରାଶି ବୃଦ୍ଧି ପାଇ ୫୦,୦୦୦ଟଙ୍କା ହୋଇଛି । ସେହିପରି ବର୍ତ୍ତମାନ ହିଟ୍ ଆଣ୍ଡ୍ ରନ୍ ମାମଲାରେ ଜୀବନ ହାରିଲେ ପରିବାରକୁ ୨୫୦୦୦ ଟଙ୍କା ମିଳୁଥିଲା । ଏହାକୁ ବୃଦ୍ଧି କରି ୨ ଲକ୍ଷ କରାଯାଇଛି । ୧୯୮୯ କ୍ଷତିପୂର୍ତ୍ତି ଯୋଜନାର ସ୍ଥାନ ନେବ ଏହି ଯୋଜନା । ସେହିପରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି, କ୍ଷତିପୂରଣ ପାଇଁ ଆବେଦନ କରିବା ଏବଂ ପୀଡିତଙ୍କୁ ଦେୟ ପ୍ରଦାନ ପ୍ରକ୍ରିୟା ପାଇଁ ମଧ୍ୟ ସମୟସୀମା ସ୍ଥିର କରାଯାଇଛି ।

Advertisment

ହିଟ୍ ଆଣ୍ଡ୍‌ ରନ୍ କ’ଣ ?

ରାସ୍ତାରେ ଯାଉଥିବା ବ୍ୟକ୍ତିଙ୍କୁ ଧକ୍କା ଦେବା ପରେ ଗାଡିର ଡ୍ରାଇଭର ପଳାୟନ ଘଟଣାକୁ ହିଟ୍ ଏବଂ ରନ୍ କୁହାଯାଏ । ଭାରତରେ ଏପରି ଅନେକ ଘଟଣା ଦେଖିବାକୁ ମିଳେ । ବଲିଉଡ଼ର ଜଣେ ବଡ଼ ତାରକା ଏହି ମାମଲାରେ କାଠଗଡ଼ାକୁ ଟଣା ମଧ୍ୟ ହୋଇସାରିଛନ୍ତି ।

Hit & Run
Advertisment
Advertisment