ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀରେ ସାମ୍ବାଦିକଙ୍କ ସମୁଖରେ ସ୍ପଷ୍ଟ କଲେ ଯେ ତାଙ୍କ ଦଳ 'ଇଣ୍ଡିଆ' ମେଣ୍ଟରେ ନାହିଁ। କେନ୍ଦ୍ରରେ ଥିବା ମୋଦି ସରକାର ଓଡ଼ିଶା ବିକାଶ ପାଇଁ ଯେଉଁଭଳି ସବୁ ପ୍ରକାର ସହାୟତା ଦେଇ ଆସୁଛନ୍ତି ସେ 'ସମ୍ପର୍କ' ରହିବ ବୋଲି ତାଙ୍କ...
'ମେଣ୍ଟ'କୁ ନେଇ ଗତ କିଛିଦିନ ହେଲା ଯେଭଳି କମ୍ପନ ଦେଖାଦେଇଛି ଚିଟଫଣ୍ଡ ପ୍ରସଙ୍ଗରେ ସେଭଳି ଚର୍ଚ୍ଚା, ଆଲୋଚନା, ବିତର୍କ ଦେଖାଯାଇ ନାହିଁ। କିନ୍ତୁ ୧୦ ବର୍ଷ ତଳେ ୨୦୧୪ ନିର୍ବାଚନରେ ଏହି ଚିଟଫଣ୍ଡ ପ୍ରସଙ୍ଗ ଶାସକ ଦଳ ବିଜେଡିର ନିଦ ହଜାଇଦେଇଥିଲା।
ନିର୍ବାଚନ ପୂର୍ବରୁ ବିଜେଡି ସରକାରଙ୍କ ପ୍ରତିଶ୍ରୁତିର ମହାପର୍ବ ଆରମ୍ଭ ହୋଇଛି। ପିଲାଠୁ ବୟସ୍କ ଓ ମହିଳା, ଗାଁରୁ ସହର, ଚାଷୀ ଶ୍ରମିକଙ୍କଠାରୁ ଆରମ୍ଭ କରି ବିଭିନ୍ନ କର୍ମଚାରୀ, ସବୁ ଶ୍ରେଣୀ ଓ ବର୍ଗଙ୍କ ପାଇଁ ସରକାର ଯେମିତି ଭଣ୍ଡାର ଘର ଖୋଲିଦେଇଛନ୍ତି। ଯାହାକୁ ନେଇ ଅନେକ ତାଜୁବ!
ଯେଉଁଠି ପୁଲିସର ବର୍ବରତା ଲାଠିମାଡ ଖାଇ ପିଲାରୁ ବୁଢ଼ା ଶହ ଶହ ଲୋକ ଲହୁଲୁହାଣ ହୋଇଥିଲେ ଇଏ କ’ଣ ସେହି ଢିଙ୍କିଆ? ଜୀବନ ଜୀବୀକା ପାଇଁ ପ୍ରକୃତି ପ୍ରଦତ୍ତ ଜଳ, ଜମି, ଜଙ୍ଗଲର ସୁରକ୍ଷା ଲାଗି ଦୀର୍ଘ ଦୁଇ ଦଶନ୍ଧି ଧରି ଶିଳ୍ପ ବିରୋଧରେ ସଂଗ୍ରାମ ଚଳାଇଥିବା ଏ...
କୁହାଯାଏ ବିଜେଡି ପ୍ରଥମ କରି ଯେତେବେଳେ ଶାସନ କ୍ଷମତାକୁ ଆସିଲା ଏହା ଏକ ଧର୍ମନିରପେକ୍ଷ ଦଳ ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲା। ଏବେ କିନ୍ତୁ ବିଜେଡି-ବିଜେପି ଗୋଟିଏ ରାସ୍ତାରେ, ଗୋଟିଏ ମୁଦ୍ରାର ଦୁଇପାର୍ଶ୍ଵ; ଉଭୟଙ୍କ ମଧ୍ୟରେ କୌଣସି ଅନ୍ତର ନାହିଁ ବୋଲି ବିଭିନ୍ନ ସମୟରେ ଅଭିଯୋଗ ଆଣିଛି...
‘ଓଡ଼ିଶା ବଞ୍ଚାଅ ସମାବେଶ’ ମାଧ୍ୟମରେ ମୁଣ୍ଡ ଟେକିଲା କଂଗ୍ରେସ। ଏକ ଦଶନ୍ଧି ପରେ ଦମ ଦେଖାଇଛି ଦଳ। ଚର୍ଚ୍ଚାରେ ‘ଭୋଟ୍ ଫର୍ ପଟନାୟକ’ ଟି-ସର୍ଟ, କ୍ରେନ୍ରେ ନେତାଙ୍କ ଫଟୋ, ରାଜଧାନୀରେ ବ୍ରହ୍ମପୁର ନେତାଙ୍କ ପୋଷ୍ଟର୍ ଏବଂ ମହମ୍ମଦ ମୋକିମ୍ଙ୍କ ବିଜ୍ଞାପନ।
ଯେଉଁଦିନ ପୁରୀରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହେଉଥିଲା, ଆଉ ଏଥିପାଇଁ ସମଗ୍ର ଓଡ଼ିଶାରେ ଏକ ଅଦିନିଆ ଆଧ୍ୟାତ୍ମିକ ମହାମହୋତ୍ସବର ମାହୋଲ ସୃଷ୍ଟି ହୋଇଥିଲା, ଠିକ ସେହିଦିନ ଏହି ରାଜ୍ୟର ଭୌଗୋଳିକ ସ୍ଥିତିରେ ଅବସ୍ଥିତ ବାଣୁଆଗୁଡା ଗାଁ କାନ୍ଦ ବୋବାଳିରେ ଫାଟିପଡୁଥିଲା! କ’ଣ ପୂରା ଘଟଣା ଆସନ୍ତୁ ଜାଣିବା…
ଦଶହରା, ଦିପାବଳୀ ଆଦି ପୂଜା ପାର୍ବଣ ରାଜନୀତି କ୍ଷେତ୍ର ପାଇଁ ବିଶେଷ ଅବସର ବୋଲି ଧରାଯାଏ। ଏ ସବୁ ଉତ୍ସବ ଭିତରେ ନୂଆବର୍ଷ ସବୁଠାରୁ ନିଆରା; ପୁଣି ଯେତେବେଳେ ଆଗକୁ ନିର୍ବାଚନର ହେବାକୁ ଥିବ। ୨୦୨୪ ସାଧାରଣ ନିର୍ବାଚନ ଆସି ଦୁଆର ମୁହଁରେ ହେଲାବେଳେ ତା’ପୂର୍ବରୁ ଆସିଛି ନୂଆବର୍ଷ,...
ଖୋଦ୍ ରାଜ୍ୟପାଳ ରାଜଭବନରୁ ବାହାରି ସିଧାସଳଖ ଲୋକଙ୍କ ପାଖକୁ ଯାଇ ଭଲମନ୍ଦ ଶୁଣୁଛନ୍ତି ଯାହା ଆଗରୁ କେବେ କେଉଁଠି ଦେଖାଯାଇଛି ନାହିଁ। ଲୋକେ ତାଙ୍କୁ ବିଭିନ୍ନ ସମସ୍ୟା ବିଷୟରେ କହୁଛନ୍ତି। ତେବେ ବିଜେଡି ସରକାର ନୂଆ ଓଡ଼ିଶାର ନାରା ଲଗାଇବାବେଳେ ନୂଆ ରାଜ୍ୟପାଳ ରଘୁବରଙ୍କ ଏହି 'ନିଆରା' ଘଟଣା...
ନିର୍ବାଚନ ଆସିଲେ ଯେକୌଣସି ସତ୍ତାଧାରୀ ଦଳ ଭୋଟର୍ଙ୍କୁ ଆକୃଷ୍ଟ କରିବା ପାଇଁ ସରକାରୀ କଳର ସହାୟତା ନିଅନ୍ତି। ଯୁବକମାନଙ୍କୁ ହାତ ମୁଠାରେ ରଖିବା ନେଇ ବିଭିନ୍ନ ଯୋଜନାରେ ଲାଗି ପଡନ୍ତି। ‘ବିଜୁ ଯୁବ ବାହିନୀ’ ଏହାର ଉଦାହରଣ। ତେବେ ଯୁବକମାନଙ୍କର ବାସ୍ତବିକ ସ୍ଥିତି କ’ଣ ?
ଓଡ଼ିଶା ସୀମାନ୍ତ ଆରପଟ ଛତିଶଗଡରେ କଂଗ୍ରେସର ପରାଜୟ ପରେ ବଘେଲ ସରକାରକୁ ହଟାଇ ବିଜେପି କ୍ଷମତାକୁ ଫେରିଛି। ଏହା ସହିତ ରାଜସ୍ଥାନକୁ ମଧ୍ୟ ଦଳ ଦଖଲକୁ ନେଇଥିବାବେଳେ ମଧ୍ୟପ୍ରଦେଶରେ ପୂର୍ବାପେକ୍ଷା ଢେର ଅଧିକ ଜନମତ ପାଇଛି। ଆଉ ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡିବ ବୋଲି ରାଜ୍ୟ ନେତୃତ୍ୱଙ୍କ...
ସରକାର ଆଦିବାସୀଙ୍କ ଜମି ପାଇଁ ଡହଳ ବିକଳ। ହେଲେ ଆଦିବାସୀଙ୍କ ବିକାଶକୁ ଅଣଦେଖା। ୫ ମାସରେ ୯ ଜୁଆଙ୍ଗ ଆଦିବାସୀଙ୍କର ମୃତ୍ୟୁକୁ ନେଇ ଜାତୀୟ ମାନବାଧିକାର କମିସନ ରିପୋର୍ଟ ମାଗିଛି।
ଓଡିଶାର ଅନ୍ନଦାତା ଜଣକ ପରେ ଜଣେ ଆଖିବୁଜୁଛନ୍ତି। ଏହା ଆମ ଦେଶ ତଥା ରାଜ୍ୟ ପାଇଁ ଚିନ୍ତା ଓ ଉଦବେଗର ବିଷୟ ନୁହେଁ କି? ରାଜ୍ୟ ସରକାର ଚାଷ ଓ ଚାଷୀମାନଙ୍କ ଉନ୍ନତି ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥିବା ଦାବି କରୁଥିବାବେଳେ ଏଭଳି ସ୍ଥିତି ଘଟୁଛି କାହିଁକି?
ରାଜ୍ୟବାସୀ ସରକାରଙ୍କ ଏହି ‘ନିରନ୍ତର ବିକାଶ’ର ବିଜ୍ଞାପନ ଗତ କେଇମାସ ଧରି ନିଇତି ଦେଖୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହିତ ସବୁ ପ୍ରକଳ୍ପ ଓ ଯୋଜନା ବିଷୟରେ ଲେଖାଥିବା ବଡ ବଡ ହୋର୍ଡିଂ, ପୋଷ୍ଟର, ବ୍ୟାନର ଆଦି ସହର-ବଜାର, ଗାଁ-ଗଳି ଆଦି ବିଭିନ୍ନ ସ୍ଥାନରେ ଶୋଭାପାଉଥିବା ପରିଲକ୍ଷିତ ହୁଏ। ଏହାର...
ବିନା ଲାଞ୍ଚରେ ଲୋକଙ୍କ ସେବା କରିବାର ଶପଥ ପ୍ରତିବର୍ଷ ନିଆଯାଉଛି, ହେଲେ ଏହା କେବଳ ଧର୍ମକୁ ଆଖିଠାର ସଦୃଶ! କାରଣ ଗତ ୫ ବର୍ଷ ଭିତରେ ପ୍ରାୟ ଅଢେଇ ହଜାର ଦୁର୍ନୀତିଖୋର ବାବୁମାନଙ୍କ ବିରୋଧରେ ୧ ହଜାରରୁ ଅଧିକ ଅପରାଧିକ ମାମଲା ରୁଜୁ ହେଲାଣି ଆଉ ୯୦୦ରୁ ଅଧିକ...
ପୂର୍ବରୁ ରାଜା ମହାରାଜାମାନେ ନଗର ପରିକ୍ରମାକୁ ଯିବା ଆଗରୁ ଡେଙ୍ଗୁରା ପିଟି ନଗରବାସୀଙ୍କୁ ଜଣାଇଦିଆଯାଉଥିଲା, ହୁସିଆର୍! ସାବଧାନ! ମହାରାଜା ଆସୁଛନ୍ତି! ରାଜାଙ୍କ ଆଗମନର ସତର୍କବାଣୀ ପାଇବା ପରେ ପ୍ରଜା ଯେ ଯେଉଁଠିଥିବେ ଘର ଭିତରକୁ ଯଥାଶୀଘ୍ର ଯିବାକୁ ଚେଷ୍ଟା କରୁଥିଲେ। ଆଉ ଏବେ...
କୁହାଯାଏ ଏବେକାର ସ୍ଥିତି ବିପକ୍ଷ ଦଳ ପାଇଁ ଅନୂକୁଳ। ଏବେ ଦକ୍ଷିଣ ଦଖଲ ପାଇଁ କଂଗ୍ରେସ ଯେଉଁ ରଣହୁଙ୍କାର ଦେଇଛି, ତାଙ୍କ ପାଇଁ ଗଞ୍ଜାମ ଏକ ବଡ ଆହ୍ୱାନ ହେବ। ଅବଶ୍ୟ ଏଠାରେ କଂଗ୍ରେସର ଗୋଟିଏ ଆସନ (ସାନଖେମୁଣ୍ଡି) ରହିଛି, କିନ୍ତୁ ସମଗ୍ର ଜିଲ୍ଲାର ନେତୃତ୍ୱ ନେବା ଭଳି...
ବାହାରେ ଶିକ୍ଷା, ସ୍ୱାସ୍ଥ୍ୟ ଠାରୁ ଆରମ୍ଭ କରି ସବୁ କ୍ଷେତ୍ରର ସଂସ୍ଥା-ସଂଗଠନଗୁଡିକର ଆନ୍ଦୋଳନ, ପ୍ରତିବାଦ ଓ ବିକ୍ଷୋଭ ଦେଖାଦେଇଛି। ଏହା ଦ୍ୱାରା ସମଗ୍ର ରାଜ୍ୟର ମୌଳିକ ସୁବିଧା ଓ ବ୍ୟବସ୍ଥା ଗଭୀର ଭାବରେ ପ୍ରଭାବିତ ହେବା ସହିତ ଏକ ସଂକଟଜନକ ସ୍ଥିତି ସୃଷ୍ଟି ହୋଇଛି। ଏହାରି ଭିତରେ କିନ୍ତୁ...
ସରକାରୀ ସ୍କୁଲରେ ପାଠ ପଢା ଠପ୍! ଲକ୍ଷ ଲକ୍ଷ ପିଲା ରାସ୍ତାରେ.. ଶିକ୍ଷକ ଆନ୍ଦୋଳନରେ..। ଡାକ୍ତର ଅଭାବ ଓ ଅନେକ ଅବ୍ୟବସ୍ଥାରେ ରୁଗ୍ଣ ସ୍ୱାସ୍ଥ୍ୟ କ୍ଷେତ୍ରକୁ ସମ୍ଭାଳିବାକୁ ସରକାର ଫାର୍ମାସିଷ୍ଟ୍ମାନଙ୍କ ଉପରେ ଦାୟିତ୍ୱ ଲଦିଲେ; ହେଲେ ସେମାନଙ୍କର ମଧ୍ୟ ଅନେକ ସମସ୍ୟା। ଏବେ ସେମାନେ ବି ଆନ୍ଦୋଳନରେ।
ସବୁ ଯୋଜନା ଲୋକଙ୍କ ପାଇଁ ଖଂଜା ହୋଇଛି ତାହେଲେ ୨୩ ବର୍ଷର ନିରବଛିନ୍ନ ଶାସନ କ୍ଷମତାରେ ଥିବା ଦଳ କେଉଁ ‘ବ୍ଲାକମେଲ୍’କୁ ଭୟ ? ୫ ବର୍ଷ ତଳେ ଦଳରେ ଯୋଗଦେଇ ବିଧାୟକ ହୋଇଥିବା ସୌମ୍ୟ ପଟ୍ଟନାୟକ ଏମିତି କି ଦୋଷ, ଦୁର୍ବଳତାର ଅସ୍ତ୍ର ପାଇଗଲେ ଯେ ବ୍ଲାକମେଲ...