ସଂସଦରେ ଜଙ୍ଗଲ ସଂରକ୍ଷଣ ଆଇନ, ୨୦୨୩ ସଂଶୋଧିତ ଅଧିନିୟମ ପାରିତ ହୋଇ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବାର ସପ୍ତାହେ ନପୁରୁଣୁ ଓଡିଶା ଜଙ୍ଗଲ ବିଭାଗ ‘ଡିମ୍ଡ ଫରେଷ୍ଟ’କୁ ଅଣଜଙ୍ଗଲ ଜମି କାର୍ଯ୍ୟରେ ଲଗାଇବା ପାଇଁ ଯେଉଁ ନିଷ୍ପତ୍ତି ନେଇଥିଲା ଏଥିରେ ଶିଳ୍ପ ପାଇଁ ବିଭାଗୀୟ ‘ବ୍ୟାକୁଳତା’ ସାମ୍ନାକୁ ଆସିଛି...
ସମଦୂରତ୍ୱର ସୀମା ଲଂଘି ଶାସକ ଦଳ ସମ୍ପର୍କର ଯେଉଁ ସେତୁ ଗଢିଛି ଏଥିରେ ରାଜ୍ୟବାସୀ କେତେ ଲାଭାନ୍ୱିତ ହେବେ ? ଓଡ଼ିଶାର ମୁଖ୍ୟ ବିରୋଧୀଦଳ ଭୂମିକା ନିର୍ବାହ କରୁଥିବା ବିଜେପି କିଭଳି ବିଜେଡି ଓ କଂଗ୍ରେସ ବିରୋଧୀ ଭୋଟକୁ ବିଶ୍ୱାସ ଜିତାଇବ ? ଆଗକୁ ଅଘୋଷିତ ମେଣ୍ଟ ହେବ...
ମହିଳାମାନଙ୍କୁ ବିଶେଷ ଗୁରୁତ୍ୱ ଦେଉଥିବା ତଥା ମହିଳା ସଶକ୍ତିକରଣର ନାରା ଗାଆଁ ରୁ ସହର ପର୍ଯ୍ୟନ୍ତ ପ୍ରସାରିତ କରୁଥିବା ରାଜ୍ୟ ପାଇଁ ଏହା ଅତ୍ୟନ୍ତ ଚିନ୍ତା ଓ ଆଶ୍ଚର୍ଯ୍ୟ କଲାଭଳି ଖବର। ତେବେ ଏତେ ସଂଖ୍ୟକ ନିଖୋଜ ମହିଳା ଓ ଝିଅ ଗଲେ କୁଆଡେ?
ପରୀକ୍ଷାରେ ବାରମ୍ବାର ବିଭ୍ରାଟ, ତ୍ରୁଟି ଆଉ ପ୍ରଶ୍ନପତ୍ର ଲିକ୍, ନିଯୁକ୍ତିରେ ଦୁର୍ନୀତି ଆଦି ଘଟଣା ଗତ କିଛିବର୍ଷ ମଧ୍ୟରେ କ୍ରମାଗତ ଭାବରେ ଦେଖାଦେଉଛି। ଏହାକୁ ନେଇ ବିଭିନ୍ନ ସ୍ତରରେ ଉଦ୍ବେଗ ଏବଂ ଅସନ୍ତୋଷ ବୃଦ୍ଧିପାଉଥିବା ବେଳେ ଗରିବ ଓ ମେଧାବୀ ଯୁବବର୍ଗ ହତୋତ୍ସାହିତ ହେଉଛନ୍ତି।
ଗତ ବର୍ଷକ ମଧ୍ୟରେ ରାଜ୍ୟରେ ପ୍ରାୟ ଅଧ ଡଜନରୁ ଅଧିକ ପୁଲିସ କର୍ମଚାରୀଙ୍କ ରହସ୍ୟଜନକ ମୃତ୍ୟୁ ଅତ୍ୟନ୍ତ ଉଦ୍ବେଗ ଓ ଚିନ୍ତାଜନକ ହୋଇପଡିଛି। ଏହା ପଛରେ ଅନେକ କାରଣ ଥିବା କୁହାଯାଏ।
‘୫-ଜି’ ଯୁଗରେ ଓଡ଼ିଶାରେ ‘୫-ଟି’ର ଯେଉଁ ବିକାଶ ଘଟୁଛି ତାହା ରାଉରକେଲା ବିଶ୍ୱସ୍ତରୀୟ ହକି ଷ୍ଟାଡିୟମର ଏକ ସାମାନ୍ୟ ଉଦାହରଣ ହୋଇପାରେ; ଯେଉଁଠି ସାମାନ୍ୟ ବୈଶାଖି ପବନରେ ପ୍ରତିମୂର୍ତ୍ତି ଟଳିପଡିବା ସୋସିଆଲ ମିଡିଆରେ ସମାଲୋଚନାର ଶୀକାର ହୋଇଛି।
ବାହାନଗାର ଭୟାବହ ଦୁର୍ଘଟଣା ଘଟିବାର ତୁରନ୍ତ ପରେ ଏହାର ତଦନ୍ତ ଦାୟିତ୍ୱ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବା ସିବିଆଇକୁ ଦିଆଯାଇଛି। ଓଡିଶାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାକୁ ନେଇ ବିଭିନ୍ନ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଘେରିଥିବା ସାମ୍ନାକୁ ଆସିଛି। ତେବେ ରାଜ୍ୟ ଶାସନାଧୀନ ବିଜେଡି କେନ୍ଦ୍ରର ରେଳ...
ନିକଟରେ ଓଡିଶା ସରକାର ଗଞ୍ଜେଇ ବିରୋଧରେ ଏକ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି l ରାଜ୍ୟରେ ଥିବା ସମସ୍ତ ଶୈବପୀଠଗୁଡିକରେ ଗଞ୍ଜେଇକୁ ନେଇ ନିଷେଧାଦେଶ ଜାରି କରିଛନ୍ତି l ମଦ ଏବଂ ଡ୍ରଗ୍ସ ଭଳି ଘାତକ ନିଶାଦ୍ରବ୍ୟ ଗାଁରୁ ସହର ସର୍ବତ୍ର ଦଖଲ କରିଥିବା ବେଳେ ଗଞ୍ଜେଇ ଉପରେ...
ଓଡିଶାରେ ୨୦୦୦ରୁ ଏକ ଦଶନ୍ଧି ଧରି ବିଜେଡି-ବିଜେପି ମିଳିତ ସରକାର କରିଥିଲେ। ତା’ପରେ ଉଭୟେ ଅଲଗା ହୋଇ ନିର୍ବାଚନ ଲଢିଲେ। ଏବେ ପୁଣି ସେହି ‘ସମ୍ପର୍କ’ ଗଢିଉଠୁଥିବା ସ୍ଥିତି ସାମ୍ନାକୁ ଆସିଛି ।
ତୃତୀୟ ସାମୁଖ୍ୟର ରାଜନୈତିକ ତୀର୍ଥରେ ଥିବା ନୀତୀଶଙ୍କୁ ସାକ୍ଷାତର ୪୮ଘଣ୍ଟା ପରେ ନବୀନ-ମୋଦୀ ଭେଟ କଂଗ୍ରେସ ପାଇଁ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଦଳ ଏହାର ଫାଏଦା ନେବା ସ୍ଥିତିରେ ନଥିବା ଜଣାଯାଏ।
ରାଜନୀତିରେ ‘ସମ୍ବେଦନଶୀଳ’ ଶବ୍ଦର ବ୍ୟବହାର ବଢିବାରେ ଲାଗିଛି। ଏହି ଶବ୍ଦ ବ୍ୟବହାର କରି ସମ୍ପୃକ୍ତ ଘଟଣାକୁ ବାଟବଣା କରାଯାଉନି ତ? ନା ଏହି ଶବ୍ଦର ପ୍ରୟୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ?
କେନ୍ଦ୍ରରେ କଂଗ୍ରେସ ଶାସନାଧୀନ ମନମୋହନ ସିଂହଙ୍କ ସରକାର ଥିବାବେଳେ ୬ଟି କେନ୍ଦ୍ରୀୟ ପ୍ରତିଷ୍ଠାନ ଓଡ଼ିଶାରେ ପ୍ରତିଷ୍ଠା ପାଇଁ ଜୋରଦାର ଦାବି, ଆନ୍ଦୋଳନ ଓ ପ୍ରତିବାଦ ଦେଖାଦେଇଥିଲା। ସବୁ ସ୍ତରରେ ଓଡ଼ିଶା ପ୍ରତି ବୈମାତୃକ ମନୋଭାବକୁ ବିରୋଧ କରାଯାଇଥିଲା। ହେଲେ ବେଦାନ୍ତ ବେଳକୁ…
ସରକାର ରାଜ୍ୟବାସୀଙ୍କ ପ୍ରମୁଖ ମୌଳିକ ଆବଶ୍ୟକତାଗୁଡିକୁ ସୁଦୃଢ କରିବାର ଗୁରୁତ୍ୱଦେଇ କରିଛନ୍ତି। ଆଉ ଏସବୁକୁ ୩ଟି ‘କରଣ’କୁ ନେଇ ଫୋକସ କରାଯାଇଛି- ‘ରୂପାନ୍ତରୀକରଣ’, ‘ଉନ୍ନତିକରଣ’ ଓ ‘ସୌନ୍ଦର୍ଯ୍ୟକରଣ’। ଏ ସବୁ ସଫଳ ହେଉଛି ତ?
ଆଜି ବି ଲୋକେ ପିଇବା ପାଣି ପାଇଁ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି। ପାଣି ପାଇଁ ପାଣି ପରି ଟଙ୍କା ଖର୍ଚ୍ଚ ହେଉଛି ସତ କିନ୍ତୁ ମେଣ୍ଟୁନି ଶୋଷ। ନିର୍ବାଚନ ବେଳ ଆସିଲେ ଏନେଇ ନେତାମାନଙ୍କ ଠାରୁ ଗଦା ଗଦା ପ୍ରତିଶ୍ରୁତି ମିଳୁଛି କିନ୍ତୁ ସମସ୍ୟା ସମାଧାନ ହେଉନି।
ବିଭିନ୍ନ ପ୍ରସଙ୍ଗକୁ ନେଇ ଆସୁଥିବା ‘ଝଡ’ ଦୀର୍ଘ ଦିନ ଧରି ଚର୍ଚ୍ଚା ଓ ଚହଳ ସୃଷ୍ଟି କରୁଛି ସତ କିନ୍ତୁ ଥମିବା ପୂର୍ବରୁ ଆଉ ଏକ ପ୍ରସଙ୍ଗ ଝଡର ରୂପ ଧାରଣ କରୁଛି। ତଦନ୍ତୁ ହେଉଛି, ହେଲେ ଫଳ ଶୂନ। ଅପରାଧୀକ ଘଟଣା ଘଟିଲେ ଏହାର ନିଃସ୍ପକ୍ଷ ସତ୍ୟ...
ନଦୀପଠାରୁ ବାଲି ଚୋରାଚାଲାଣ ଦ୍ୱାରା ପରିବେଶ ସନ୍ତୁଳନକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ମୁହାଣରୁ ବାଲି ଖନନ ଫଳରେ ନଦୀ ତା’ର ଗତିପଥ ବଦଳାଇ ଗାଆଁ ଓ ଜମିବାଡି ମୁହାଁ ହେବାର ସମ୍ଭାବନା ରହିଛି। ଆଇନ କାନୁନ ଉପରେ ଡୋଜର୍ ଚଳାଇ କୋଟି କୋଟି ଟଙ୍କାର ବାଲି କାରବାର...
ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡିଶାର ପ୍ରମୁଖ ଦଳଗୁଡିକ ନିଜ ରଣନୀତି ଆରମ୍ଭ କରିସାରିଦେଇଥିବା ବେଳେ ବିଆର୍ଏସ୍କୁ ନେଇ ରାଜନୈତିକ ଉଷ୍ମତା ସୃଷ୍ଟି ହୋଇଛି। ବିଜେଡିକୁ ଟକ୍କର ଦେବା ପାଇଁ ବିଜେପି ‘କେନ୍ଦ୍ର ଶକ୍ତି’କୁ ଧରି ଓଡିଶାର ବିଭିନ୍ନ ପ୍ରସଙ୍ଗରେ ଲୋକବଳ ମଜଭୁତ କରିବାରେ ଲାଗିଛି।
ନିଶାର ଅନ୍ଧକାରରୁ ଆଣି ଯୁବଗୋଷ୍ଠୀଙ୍କୁ ଆଲୋକର ଦିଶା ଦେଖାଉଥିବା ସଂସ୍ଥା ‘ନିୟୁ-ଲାଇଫ୍’ ନେଇଥିବା ନିଆରା ପ୍ରୟାସ ଏବେ ଚର୍ଚ୍ଚାରେ। ନିଶାର ନାଗଫାସରୁ ମୁକୁଳି ପୁନଃ ସାଧାରଣ ଜୀବନକୁ ଫେରିଥିବା କିଛି ଯୁବଗୋଷ୍ଠୀଙ୍କୁ ଆତ୍ମନିର୍ଭରଶୀଳର ମହାନ ଉଦ୍ଦେଶ୍ୟରେ ସଂସ୍ଥା ଆରମ୍ଭ କରିଛି ‘ହର୍ ଘର୍ ହକିଷ୍ଟିକ୍’ ଅଭିଯାନ।
ଅମଳ ଋତୁ ଆରମ୍ଭରୁ ଚାଷୀ ପିଠିରେ ପଡିଛି ଅଭାବୀ ବିକ୍ରିର ପ୍ରହାର। ବନ୍ୟା, ବାତ୍ୟା, ବିପର୍ଯ୍ୟୟରୁ ବଞ୍ଚାଇ ଚାଷୀ ନିଜ ଅସାଧ୍ୟ କଷ୍ଟ ଓ କୌଶଳ ବଳରେ ଯେଉଁ ସୁନା ଫଳେଇଛି ତା’ର ମୂଲ୍ୟ ବୁଝିବାକୁ କେହି ନାହିଁ।
ଗୋଟିଏ ପଟେ ହକି ବିଶ୍ୱକପ୍ ପାଇଁ ରାଜଧାନୀ ସଜ ହେଉଥିବା ବେଳେ ସେପଟେ ଉଜୁଡି ଯାଉଛି କେତେକଙ୍କ ସଂସାର। ରାସ୍ତାକଡ ଦୋକାନ ଉପରେ ମାଡିଯାଉଛି ସରକାରୀ ବୁଲ୍ଡୋଜର୍। ପ୍ରଶ୍ନ ହେଉଛି ସରକାର ସେମାନଙ୍କ ରୋଜଗାର, ଜିବୀକା ଛଡାଇନେଇ ସେମାନଙ୍କ ପ୍ରତି ଅନ୍ୟାୟ କରୁ ନାହାଁନ୍ତି ତ… ଏଠାରେ ମାନବିକତାର...