କହିବା ବାହୁଲ୍ୟ ଯେ, ପାଠ ପଢ଼ି ଜୀବନରେ ସଫଳ ମଣିଷଟିଏ ହେବାକୁ ଲକ୍ଷ୍ୟ ରଖିଥିବା, ଭବିଷ୍ୟତକୁ ନେଇ ସ୍ୱପ୍ନ ଦେଖୁଥିବା ଛାତ୍ରଛାତ୍ରୀ ଆଜି ବାଟବଣା ହୋଇଯାଉଛି । ପ୍ରେମ ପ୍ରତାରଣା, ଆର୍ଥିକ ସମସ୍ୟା, ପାଠପଢ଼ାରେ ବିଫଳତା ଓ ଚାପ, ପାଠ ପ୍ରତିଯୋଗିତାରେ ଅଭିଭାବମାନଙ୍କ ମାତ୍ରାଧିକ ଚାପ ପିଲାଙ୍କୁ ଆତ୍ମହତ୍ୟା...
ଯେଉଁଭଳି ଘଟଣା ସୌମ୍ୟାଶ୍ରୀଙ୍କ କ୍ଷେତ୍ରରେ ଘଟିଲା, ସେଭଳି ଅସନ୍ତୋଷ ଓ ଅସହାୟତାର କାରଣଗୁଡ଼ିକ ଶକ୍ତିଶ୍ରୀ ଭଳି ସଶକ୍ତିକରଣ କେନ୍ଦ୍ର ସୁଧାରି ପାରିବ କି? ସେହିଭଳି ରାଜ୍ୟର ଅଧିକାଂଶ ଉଚ୍ଚଶିକ୍ଷାନୁଷ୍ଠାନଗୁଡିକରେ ସ୍ଥାୟୀ ଅଧ୍ୟକ୍ଷ ନଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ଏପରି ଅବସ୍ଥାରେ ‘ଶକ୍ତିଶ୍ରୀ’ କେତେ ସଫଳ ହେବ ତାକୁ...
ପୂର୍ବରୁ ବିଜେଡି ସରକାର ସମୟରେ ସୋସିଆଲ ମିଡିଆ ‘ଟ୍ୱିଟ’ ବିଷୟରେ ରାଜ୍ୟବାସୀ ବିଶେଷ ଅବଗତ ହେଲେ ଯେତେବେଳେ କରୋନା ସମ୍ପର୍କିତ ଅପଡେଟ୍ ପ୍ରକାଶ ପାଉଥିଲା । କ୍ୱାରେନଟାଇନ, କଂଟେନମେଂଟ, ନିର୍ଦ୍ଦେଶାବଳୀ, ଆକ୍ରାନ୍ତଙ୍କ ତଥ୍ୟ ସୂଚନା ଆଦି ସରକାର ‘ଟ୍ୱିଟ’ ମାଧ୍ୟମରେ ପ୍ରକାଶ କରୁଥିଲେ । ପରବର୍ତ୍ତୀ ସମୟରେ ‘ଟ୍ୱିଟ’...
ରାଜ୍ୟର ଓଏଏସ୍ ଅଫିସର୍ ସଂଘ ସମୂହ ଛୁଟି ନେଇ ରାଜ୍ୟ ଶାସନରେ ଏକ ଅଚଳ ଅବସ୍ଥା ସୃଷ୍ଟି କରିଥିଲେ । ଓଏଏସ୍ ସଂଘକୁ ସମର୍ଥନ କରି ରାଜସ୍ୱ ଅଫିସର୍ ସଂଘ ଏପରିକି ଇଂଜିନିୟରିଂ ସଂଘମାନେ ମଧ୍ୟ ସମର୍ଥନ ଜ୍ଞାପନ କରିଥିଲେ । ୩ ଦିନ ପରେ ଶେଷରେ ଦଳ...
ଜୁନ ମାସର ଅନ୍ତିମ ଦିନ ୩୦ ତାରିଖରେ ମଧ୍ୟ ରାଜ୍ୟ ସରକାରଙ୍କ ପିଛା ଛାଡିନଥିଲା ଅଡୁଆ ପରିସ୍ଥିତି ! ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଜନଅଭିଯୋଗ ଶୁଣାଣି ସମୟରେ ଆକ୍ରମଣ ଘଟଣା ସମଗ୍ର ରାଜ୍ୟ ତଥା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି ।
ବିଜେପି ସରକାର ପ୍ରଥମ ବର୍ଷ ପୂର୍ତ୍ତି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାକୁ ଭୁବନେଶ୍ୱର ଆସିଥିଲେ । ଏହାର କିଛି ସମୟ ପୂର୍ବରୁ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ବାଇ ଯାତ୍ରା କଲେ । ସେହି ସମୟରେ ବିମାନ ବନ୍ଦରରେ ସମର୍ଥକଙ୍କ ଭିଡ, ହୁଳହୁଳି,...
ଯେତେବେଳେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ମୋହନ ଚରଣ ମାଝୀଙ୍କର ଶପଥ ଗ୍ରହଣ ସମାରୋହ ଚାଲିଥିଲା, ସେତେବେଳେ କୋରାପୁଟ ଜିଲ୍ଲା ସେମିଳିଗୁଡା ସୁବାଇ ଅଂଚଳରେ ଝାଡାବାନ୍ତି ବ୍ୟାପିଥିଲା। ପ୍ରାୟ ୩୫ରୁ ଉର୍ଦ୍ଧ୍ୱ ଶିଶୁ, ମହିଳା, ବୃଦ୍ଧ ଆକ୍ରାନ୍ତ ହୋଇଥିଲେ। ଆଜି ଯେତେବେଳେ ସରକାର ବାର୍ଷିକ ପୂର୍ତ୍ତି ସମାରୋହ ପାଳନ...
"ସମ୍ବିଧାନ ବଞ୍ଚାଅ" ସମାବେଶରେ ଉଭୟ ବିଜେଡି ଓ ବିଜେପିକୁ ଶାଣିତ ଆକ୍ରମଣ କରି କଂଗ୍ରେସ କହିଛି, "ବିଜେଡି ଓ ବିଜେପି ମେଣ୍ଟ ସରକାରରେ ଉଭୟେ ମିଳିମିଶି ରାଜ୍ୟକୁ ଲୁଟିଲେ l ମେଣ୍ଟ ଭାଙ୍ଗିବା ପରେ ମଧ୍ୟ ଭିତିରିଆ ସମର୍ଥନ ରହିଲା l ଆଗାମୀ ଦିନରେ ଓଡିଶାରୁ ବିଜେଡି ନିଖୋଜ...
ନିକଟରେ ଗଜପତି ଜିଲ୍ଲାରେ ହୋମଗାର୍ଡ ଚାକିରି ପାଇଁ ୨ଜଣ ଯୁବକଙ୍କ ଶାରୀରିକ ପରୀକ୍ଷା ସମୟରେ ମୃତ୍ୟୁ ଘଟଣାରେ ଦୁଇ ଜଣ ପୂର୍ବତନ ଡିଜିପି ସଞ୍ଜୀବ ମାରିକ ଓ ଗୋପାଳ ନନ୍ଦ ମତ ଦେଲେ । ଯେକୌଣସି ଶାରୀରିକ ପରୀକ୍ଷା ଦେବା ପୂର୍ବରୁ ପ୍ରତ୍ୟେକ ପ୍ରାର୍ଥୀଙ୍କ ପାଇଁ ୱାର୍ମିଂ ଅପ...
ଏହି ପ୍ରସଙ୍ଗରେ ପୂର୍ବରୁ ବିଜେଡି ସରକାରକୁ ବ୍ୟାପକ ବିରୋଧର ସାମ୍ନା କରିବାକୁ ପଡିଥିଲା । ଶେଷରେ ବ୍ୟାକଫୁଟକୁ ଯିବାକୁ ବାଧ୍ୟ ହୋଇଥିଲା ନବୀନ ସରକାର । ବର୍ତ୍ତମାନର ବିଜେପି ସରକାର ସେହି ‘ଆଦିବାସୀଙ୍କ ଜମି ବିକ୍ରି’ ପ୍ରସଙ୍ଗ ଉଠାଇ ବିତର୍କର ସାମ୍ନା କରୁଛନ୍ତି। ତେବେ ଅଚାନକ ସରକାର ଏହି...
ବିଜେପି ନେତୃତ୍ୱାଧୀନ ଓଡିଶା ସରକାର ଅଦିନିଆ ବର୍ଷାକୁ ରାଜ୍ୟ ବିପର୍ଯ୍ୟୟ ଭାବରେ ଗ୍ରହଣ କରିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି । ଯାହାକୁ ରାଜ୍ୟର ବିଭିନ୍ନ ମହଲ ପ୍ରଶଂସା କରିବା ଦେଖାଗଲା । କାରଣ ଅଦିନିଆ ଚାଷ ଓ ଫସଲ କ୍ଷୟକ୍ଷତି ପାଇଁ ଚାଷୀ...
ଏବେ ଦଳର ନୂଆ ସାଂଗଠନିକ ତାଲିକାରେ ପାଣ୍ଡିଆନଙ୍କ ଛାପ ଥିବା ନେଇ ଚର୍ଚ୍ଚା ଜୋର ଧରିଛି । ବିଜେଡି ପ୍ରତିଷ୍ଠାରୁ ଯେଉଁ ବରିଷ୍ଠ ନେତାମାନେ ଦଳରେ ରହିଛନ୍ତି, ଦଳର କ୍ରାଇସିସ ବେଳେ ଠିଆ ହୋଇଛନ୍ତି, ଦଳୀୟ ବ୍ୟାପାରରେ ସେମାନେ ମୁଣ୍ଡ ପୁରାଇ ପାରିବେ ନାହିଁ ।
ମେ' ୬ ମଧ୍ୟରାତ୍ରି ଠାରୁ ଭାରତ ଆରମ୍ଭ କରିଥିବା ‘ଅପରେସନ ସିନ୍ଦୂର’ ରେ ପାକିସ୍ତାନ ଧ୍ୱସ୍ତ ବିଧ୍ୱସ୍ତ ହେବାରେ ଲାଗିଛି l ଆତଙ୍କବାଦର ଫାକ୍ଟ୍ରି ଚଳାଇଥିବା ପାକିସ୍ତାନକୁ ପରିଣାମ ଭୋଗିବାକୁ ପଡିଛି l ତେବେ ଏହି ଉତ୍ତେଜନାମୂଳକ ପରିସ୍ଥିତିରେ ଭାରତ ଏକ ଅଦ୍ଭୁତପୂର୍ବ ରାଜନୈତିକ ଏକତା ଦେଖିଛି...
ରାଜ୍ୟରେ ଘଟିଚାଲିଥିବା ଦୁଷ୍କର୍ମ ତଥା ନାବାଳିକାମାନଙ୍କ ପ୍ରତି ପାଶବିକ ଅତ୍ୟାଚାର ବଢିଚାଲିଥିବାବେଳେ ସ୍ଥାନୀୟ ଗ୍ରାମ ଓ ଜିଲ୍ଲାବାସୀଙ୍କୁ ମର୍ମାହତ କରୁଛି । ଅନ୍ୟପକ୍ଷେ ସରକାରଙ୍କ ବିରୋଧରେ ବିରୋଧୀଦଳମାନଙ୍କ ମନ୍ତବ୍ୟ ଲୋକଙ୍କୁ ସୁହାଉଛି । ଯଦ୍ୱାରା ସରକାରଙ୍କ ଭାବମୂର୍ତ୍ତି ପ୍ରତି ବିପଦ ସୃଷ୍ଟି କରୁଛି ।
ଶିକ୍ଷାର ଲକ୍ଷ୍ୟ କେବଳ ଜ୍ଞାନ ପ୍ରଦାନ କରିବା ନୁହେଁ ବରଂ ପିଲାମାନଙ୍କୁ ଏକ ସୁସ୍ଥ ଏବଂ ସନ୍ତୁଳିତ ଜୀବନ ଆଡ଼କୁ ନେଇଯିବା । ଯଦି ଆମେ ପିଲାମାନଙ୍କ ପିଠିରେ ଏତେ ବୋଝ ଲଦିଦେବା, ସେମାନଙ୍କ ଆତ୍ମବିଶ୍ୱାସ, ଶାରୀରିକ ବିକାଶ ଏବଂ ମାନସିକ ବିକାଶରେ ବାଧା ସୃଷ୍ଟି ହେବ l ଯାହା...
ଅଟା, ଡାଲି, ତେଲ ଦର ବଢୁଛି ହେଲେ ଲୋକଙ୍କ ରୋଜଗାର ବଢୁନି। କିଛିଦିନ ତଳେ ଆଳୁ, ଟମାଟୋର ଅଭାବ ଦେଖାଦେଇଥିଲା । ଏବେ ଚାଷୀ ଭୋଗୁଛନ୍ତି ଅଭାବୀ ବିକ୍ରି । ଅଭାବ ଅନଟନରୁ ବଲାଙ୍ଗୀର ମାଳପଡାର ଜଣେ ମହିଳା ନିଜ ନବଜାତ ଶିଶୁ ପୁତ୍ରକୁ ବିକ୍ରି କରିବା ଘଟଣା...
ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ଓଡିଶା ଗସ୍ତକୁ ନେଇ ରାଜନୀତି ସରଗରମ ରହିଛି । ଯେତେବେଳେ ନ୍ୟାସନାଲ ହେରାଲ୍ଡ ମାମଲାରେ ଚାର୍ଜସିଟ କରିବା ପ୍ରସଙ୍ଗରେ କଂଗ୍ରେସ ଦେଶବ୍ୟାପୀ ପ୍ରତିବାଦ ଜାରି ରଖିଛି ଏବଂ ଦେଶର ବିଭିନ୍ନ ଇଡି ଅଫିସ ଆଗରେ ଦଳର ନେତା, କର୍ମୀ ପ୍ରତିବାଦ କରୁଛନ୍ତି...
ଏହାକୁ କେନ୍ଦ୍ରକରି ନେତାମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ, ଅସନ୍ତୋଷ ଓ ବିଦ୍ରୋହ ଦଳ ବିଭାଜନ ସ୍ଥିତି ସୃଷ୍ଟି ହେଲା । ତେବେ ଅନ୍ତିମ ସମୟରେ ଏଭଲି ନିଷ୍ପତ୍ତି ନେଲା କିଏ ଓ କାହିଁକି? ତାକୁ ନେଇ ଉଠିଥିବା ଝଡ ଥମିବାର ନା ଧରୁନି ।
ବିଜେଡିର ବରିଷ୍ଠନେତା ପ୍ରଫୁଲ୍ଲ ସାମଲ, ବଦ୍ରି ପାତ୍ର, ପ୍ରତାପ ଜେନା, ପ୍ରଭାତ ତ୍ରିପାଠୀ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଷଡଯନ୍ତ୍ର ହୋଇଥିବା ଦର୍ଶାଇ ଶ୍ରୀ ଜେନା ଓ ଶ୍ରୀ ସାମଲ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ସସ୍ମିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।...
ଉତ୍କଳ ହେଉ କି ଓଡ଼ିଶା ଦିବସ ଯିଏ ଯାହା ପାଳନ କରୁଥିଲେ ବି ଏହି ଭୂଖଣ୍ଡ ପ୍ରତି ଅନୁରାଗ, ଆନୁଗତ୍ୟ ଓ ଅଙ୍ଗୀକାର ରହିବା ଉଚିତ । ବିଗତ କିଛିବର୍ଷ ଧରି ଏଭଳି ମିଶ୍ରିତ ଦିବସ ପାଳନ ହୋଇ ଆସୁଥିଲେ ମଧ୍ୟ ଏହାକୁ ନେଇ ବିତର୍କ କି ଦ୍ୱନ୍ଦ୍ୱ...