ଲୋଭ ହେଲା କାଳ । ରାତାରାତି କୋଟିପତି ହେବାର ନିଶା ଲୋକଙ୍କୁ ସର୍ବସ୍ୱାନ୍ତ କରିଦେଇଛି । ସମ୍ବଲପୁର ଜିଲ୍ଲାରେ ଅଧିକ ସୁଧ ଲୋଭରେ ଠକେଇର ଶିକାର ହୋଇଛନ୍ତି ଶତାଧିକ ଲୋକେ ।
ବିଜେପି ଏହି ମାମଲାରେ କଂଗ୍ରେସ ଏବଂ ଆମେରିକୀୟ ବିଲିୟନେୟାର ଭାରତ ବିରୋଧୀ ଜର୍ଜ ସୋରସ୍ଙ୍କୁ ଦାୟୀ କରିଛି । ଆମେରିକା ଏବେ ନେଇଥିବା ନିଷ୍ପତ୍ତି ପାଇଁ ଭାରତର ନିର୍ବାଚନ ପ୍ରକ୍ରିୟାରେ ବାହ୍ୟ ହସ୍ତକ୍ଷେପ ବନ୍ଦ ହେବ ବୋଲି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି ।
ପାଠ ପଢ଼ିବା ପାଇଁ ବିଦେଶରୁ ଆସିଥିବା ପିଲାଙ୍କୁ ଧମକଚମକ ଏବଂ ସିକ୍ୟୁରିଟି ଗାର୍ଡଙ୍କ ନିସ୍ତୁକ ମାଡ଼ର ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ନେପାଳ ପ୍ରଧାନମନ୍ତ୍ରୀଙ୍କ ଉଦ୍ବେଗ ପରେ ଛେପ ଢୋକିଛନ୍ତି କିଟ୍ କର୍ତ୍ତୃପକ୍ଷ । ପିଲାଙ୍କୁ ଜୋର୍ କରି ବିଦା କରିସାରିବା ପରେ ସେମାନଙ୍କୁ...
ରାଜଧାନୀ ଉପକଣ୍ଠରେ ମଝିରାତିରେ ଏନକାଉଣ୍ଟର। ପ୍ରଥମଥର ପାଇଁ କମିଶନରେଟ୍ ପୋଲିସ୍ ଗୁଳିରେ ଘାଇଲା ଆନ୍ତଃରାଜ୍ୟ ଆପାର୍ଟମେଣ୍ଟ ଲୁଟେରା । ଏହି ଆନ୍ତଃରାଜ୍ୟ ଗ୍ୟାଙ୍ଗର ରାଜ୍ୟ ଭିତରେ କାହା ସହ ଲିଙ୍କ୍ ଅଛି, ସେ ନେଇ ଖୋଳତାଡ଼ ଚାଲିଛି ।
ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତରରେ କହିଛନ୍ତି ରାଜ୍ୟରେ ୨୦୨୩ ମସିହାରେ ୧,୯୯,୯୫୪ ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଥିଲା । ୨୦୨୪ ମସିହାରେ ୨,୧୪,୧୧୩ ଗୋଟି ଧାର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଛି ।
ସମର୍ଥ ପରୀକ୍ଷା ଦିନ ନିଜର ବ୍ୟକ୍ତିଗତ କାମ ପାଇଁ ପଞ୍ଚଗନି ଯାଇଥିଲେ । ୱାଇ-ପଞ୍ଚଗନି ରାସ୍ତାରେ ପ୍ରବଳ ଟ୍ରାଫିକ୍ ଜାମ୍ କାରଣରୁ ପରୀକ୍ଷା କେନ୍ଦ୍ରରେ ଠିକ୍ ସମୟରେ ପହଞ୍ଚିବା ଅସମ୍ଭବ ଥିଲା । ତେଣୁ ସେ ଏଭଳି ସାହସିକ ପଦକ୍ଷେପ ନେବା ପାଇଁ ଚିନ୍ତା କରିଥିଲେ ।
ରାଜ୍ୟରେ ନିଜର ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ପାଇଁ ଭାରତୀୟ ଜନତା ପାର୍ଟିର ଓଡ଼ିଶା ଶାଖା ବିଭିନ୍ନ ଜିଲ୍ଲାରେ ସଭାପତିଙ୍କ ନାମ ଘୋଷଣା କରିଛି । ବିଜେପି ଆଜି ୧୩ଟି ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଛି ।
ଚାଷୀଙ୍କୁ ଅତିଷ୍ଠ କଲାଣି ମିଲରଙ୍କ ମନମାନି । କେଉଁଠି ଧାନ ପଡିରହିଥିଲେ ମଧ୍ୟ ମିଲର ଆସୁନାହାନ୍ତି ତ କେଉଁଠି ବିନା କଟନୀ ଛଟନୀରେ ଉଠୁନି ଧାନ ।
ଡବଲ୍ ଇଞ୍ଜିନର ଫାଇଦା ଲୋକଙ୍କ ପାଖରେ ପହଞ୍ଚାଇ ସଙ୍ଗଠନ ବଢାଇବାକୁ ବିଜେପିର ବଡ଼ ପ୍ଲାନ୍ । କେନ୍ଦ୍ର ଓ ରାଜ୍ୟ ବଜେଟକୁ ନେଇ ଲୋକଙ୍କ ପାଖକୁ ଯିବେ ମନ୍ତ୍ରୀ, ବିଧାୟକ। ଜିଲ୍ଲାସ୍ତରରେ କରିବେ ସାମ୍ବାଦିକ ସମ୍ମିଳନୀ ।
ନୂଆଦିଲ୍ଲୀ ରେଳ ଷ୍ଟେସନ୍ ଷ୍ଟାମ୍ପେଡ୍ ଟ୍ରାଜେଡି। କେଉଁ କାରଣରୁ ହେଲା ଏତେବଡ ଅଘଟଣ? କାହିଁକି ବେକାବୁ ହେଲା ଭିଡ଼? ଦଳାଚକଟା ପରଠୁ ଘଟଣାକୁ ନେଇ ଚାଲିଛି ତନାଘନା ।
ଦୂରହେବ ବ୍ରହ୍ମପୁର ଗେଟବଜାର ଛକ ଟ୍ରାଫିକ୍ ସମସ୍ୟା । ଟ୍ରାଫିକ୍ ଯନ୍ତ୍ରଣାରୁ ମୁକ୍ତ ହେବେ ବ୍ରହ୍ମପୁର ବାସିନ୍ଦା । ଖୁବ୍ଶୀଘ୍ର ଆରମ୍ଭହେବ ଓଭରବ୍ରିଜ୍ କାର୍ଯ୍ୟ ।
ଦୁର୍ଘଟଣାରେ ଡିଏସପି ବଳରାମ ନାୟକଙ୍କର ମୃତ୍ୟୁ ଘଟିଛି । ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତାଙ୍କର ଜଣେ ସଂପର୍କୀୟଙ୍କର ମଧ୍ୟ ମୃତ୍ୟୁ ଘଟିଛି ।
ବୁଡ଼ିଯାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରିବାର ୬ ଦିନ ପରେ 'ବାଇଲଙ୍ଗ' ହଠାତ୍ ଖିଆପିଆ ବନ୍ଦ କରିଦେଇଥିଲା ଏବଂ ସେ ଜ୍ବରରେ ପୀଡିତ ହୋଇଥିଲା । ଏହାପରେ ସ୍ଥାନୀୟ କର୍ତ୍ତୃପକ୍ଷ ପଶୁ ଡାକ୍ତରଙ୍କୁ ଘୋଡାର ଚିକିତ୍ସା ପାଇଁ ପଠାଇଥିଲେ । କିନ୍ତୁ ସମସ୍ତ ଚେଷ୍ଟା ସତ୍ତ୍ୱେ ସାହସୀ ଘୋଡାଟି ଫେବ୍ରୁଆରୀ...
ମୋ ବସ୍ ବାରମ୍ବାର ମୃତ୍ୟୁର ଦୂତ ସାଜିବା ପରେ ଟ୍ୱିନ୍ସିଟିର ପ୍ରକାଶ ପାଇଛି ଉଦ୍ବେଗ । କିଛି ଦିନ ତଳେ ରାଜଧାନୀ ଭୁବନେଶ୍ୱର ରଘୁନାଥପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟାଇ ଜୀବନ ନେଇଥିଲା ମୋ ବସ୍ ।
ବିଧାନସଭାରୁ ଆସିଲା ସାଙ୍ଘାତିକ ତଥ୍ୟ । ଅଷ୍ଟମ ଶ୍ରେଣୀ ପିଲା କରି ପାରୁନାହାନ୍ତି ଫେଡ଼ାଣ ହରଣ । କାହିଁକି ଏମିତି ସ୍ଥିତି ତାକୁ ନେଇ ତେଜିଛି ରାଜନୀତି ।
ସମୁଦ୍ର ଭିତରେ ଦେଖିବାକୁ ମିଳିଛି ଅତ୍ୟନ୍ତ ଭୟଙ୍କର ଦୃଶ୍ୟ । ଜଣେ ୨୪ ବର୍ଷୀୟ ଯୁବକ ତାଙ୍କ ବାପାଙ୍କ ସହିତ ସମୁଦ୍ରରେ କାୟାକିଂର ମଜା ନେବା ସମୟରେ ଏକ ହମ୍ପବ୍ୟାକ ତିମି ଯୁବକଙ୍କୁ ଜୀଅନ୍ତା ଗିଳିବାର ଦୃଶ୍ୟ ଦେଖିବାକୁ ମିଳିଛି । କିନ୍ତୁ ଏହାପରେ ଘଟିଛି କିଛି ଚମତ୍କାର...
ଅନଲାଇନ୍ରେ ଲାପଟପ୍ ଅର୍ଡର କରିଥିବା ସମ୍ବଲପୁରର ଜଣେ ଗ୍ରାହକଙ୍କ ପାଖରେ ପହଁଚିଛି ମାର୍ବଲ ପଥର ଖଣ୍ଡ । ଅନଲାଇନ୍ ସଂସ୍ଥାଠାରୁ କୌଣସି ସନ୍ତୋଷଜନକ ଉତ୍ତର ନପାଇବାରୁ ସେ ଥାନାରେ ଅଭିଯୋଗ କରିଛନ୍ତି ।
ରାଜ୍ୟସ୍ତରୀୟ ପ୍ରାଣୀ ସମାବେଶରେ ଧମାଲ୍ ମଚାଉଛି ୩୫ କୋଟିର ମଇଁଷି । କଳା ଚିକ୍ ଚିକ୍ ଦିଶୁଥିବା ଏହି ମଇଁଷିର ନାଁ ରହିଛି ଭୀମ ।
କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ହୋଇଥିବା ଚୋରି ଠାରୁ ଅଧିକ ଚର୍ଚ୍ଚାରେ ଚୋର । କମିଶନରେଟ୍ ପୋଲିସ ହାତରେ ଧରାପଡ଼ିଥିବା ଚୋର ସ୍ପାଇଡର୍ ସତୀଶର ଥାଟବାଟ ଓ ଜୀବନ ଶୈଳୀ ଲାଗୁଛି ବେଶ୍ ସମ୍ଭ୍ରାନ୍ତ ।
ଚଳିତ ମାସ ୧୯ ତାରିଖରୁ ରାଜ୍ୟରେ ତିନି ଦିନ ବର୍ଷା ହୋଇପାରେ । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।