ରାଉରକେଲା ନିଟ୍ରେ ଚାଲିଥିବା ଅଭିନବ ଜ୍ଞାନକୌଶଳର ବଡ଼ ଗବେଷଣା, ନୌସେନାର ଶକ୍ତିବୃଦ୍ଧି କରି ଆତ୍ମନିର୍ଭର ଭାରତକୁ ବଳ ଦେବା ସହ ସମୁଦ୍ର ଭିତରେ ତୈଳ ସନ୍ଧାନ ଭଳି ଗବେଷଣାକୁ ବି ସହଜ କରିବ ।
ରାସନ କାର୍ଡ ଚାଲୁ ରଖିବାକୁ ଇ-କେୱାଇସି ଅପଡେଟ୍ ଟେନସନ୍ ଦେଉଛି । ଗୋଟିଏ ପଟେ ଦୁର୍ବଳ ମୋବାଇଲ୍ ନେଟୱର୍କ ଧୋକା ଦେଉଛି । ଅନ୍ୟପଟେ ଅଣଦେଖା କରୁଛି ପ୍ରଶାସନ ।
ଶ୍ବେତଗଙ୍ଗା ପୁଷ୍କରିଣୀର ସଫେଇ ପାଇଁ ମାତ୍ର ୨ ଜଣ କର୍ମଚାରୀଙ୍କୁ ନିଯୁକ୍ତି ମିଳିଥିବା ବେଳେ ତାହା ବି ଅନିୟମିତ ଥିବା ଅଭିଯୋଗ ହୋଇଛି । ଏଭଳି ଚରମ ଅବହେଳା କାରଣରୁ ପବିତ୍ର ପୁଷ୍କରିଣୀର ପରିମଳ ବ୍ୟବସ୍ଥା ବିଗୁଡ଼ୁଥିବା ଅଭିଯୋଗ ହୋଇଛି ।
ଜଳନିଧି ଯୋଜନାରେ ସବସିଡି କରାଇ ଦେବା ପାଇଁ ସିଂସାରୀ ପଞ୍ଚାୟତର ଯାମପଦର ଗ୍ରାମର ଜଣେ ଚାଷୀଙ୍କ ଠାରୁ ସମ୍ପୃକ୍ତ ଦୁଇ ଅଧିକାରୀ ୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ପୂର୍ବରୁ ହିତାଧିକାରୀ ଜଣଙ୍କ ଭିଜିଲାନ୍ସ ଟିମ୍କୁ ଏନେଇ ଅବଗତ କରାଇଥିଲେ । ଅଭିଯୋଗ ପରେ ଉକ୍ତ ଦୁଇ...
ପ୍ରବୀଣଙ୍କ ମୃତ୍ୟୁ ଘଟିବାର ୬ ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଅନୁକମ୍ପା ଅର୍ଥ ରାଶି ପାଇଁ ପ୍ରବୀଣଙ୍କ ପରିବାର ବାରଦୁଆର ଶୁଣ୍ଢୀ ପିଣ୍ଡା ହେଉଛନ୍ତି । ମୃତ ପ୍ରବୀଣଙ୍କ ଘର ଗଞ୍ଜାମ ଜିଲ୍ଲାରେ । କିନ୍ତୁ ତାଙ୍କୁ ସାପ କାମୁଡିଥିଲା ଖୋର୍ଦ୍ଧା ଜିଲ୍ଲାରେ । ପ୍ରଶାସନ...
ଜଗତପୁର ଥାନା ଅଧୀନସ୍ଥ ବିରୂପା ବ୍ୟାରେଜ ନିକଟରେ 'ମୋ ବସ୍ରେ' ଅଚାନକ ନିଆଁ ଲାଗିଯାଇଥିଲା । ସେହି ସମୟରେ ବସ୍ରେ ସେନ୍ସର ଗେଟ୍ରେ ଲକ୍ ପଡିଯାଇ ଆଉ ଖୋଲିନଥିଲା । ଫଳରେ ବସ୍ ଭିତରେ ଥିବା ସମସ୍ତ ଯାତ୍ରୀ ଅଣ ନିଃଶ୍ୱାସୀ ହୋଇପଡ଼ିଥିଲେ ।
ଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରକ୍ରିୟାରେ ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ, କୌଣସି ପଦକ୍ଷେପ ନନେବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ ।
ସରକାରୀ ବାବୁ ମଧୁବାବୁ ପେନସନ୍ ସ୍କିମ୍ ଓ ଜାତୀୟ ସାମାଜିକ ସହାୟତା ଯୋଜନାରେ ଅଯୋଗ୍ୟ ହିତାଧିକାରୀ ନାଁ ସାମିଲ କରୁଥିଲେ । ଯାଜପୁର ଜିଲ୍ଲାରେ ସର୍ବାଧିକ ୮୯୪ ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ଆଶ୍ଚର୍ଯ୍ୟର କଥା ଜିଲ୍ଲାର ସରକାରୀ ବାବୁମାନେ ଅଯୋଗ୍ୟଙ୍କୁ ଯୋଗ୍ୟ କରିବାରେ ମୁଖ୍ୟ...
ଯେଉଁ ଦେଶରେ ଅତିଥିଙ୍କୁ ଭଗବାନର ମାନ୍ୟତା ଦିଆଯାଏ । ଅତିଥିଙ୍କୁ ସତ୍କାର ଯେଉଁ ରାଜ୍ୟର ମୂଳ ମନ୍ତ୍ର, ସେଇ ରାଜ୍ୟର ରାଜଧାନୀର ଛାତି ଉପରେ ଗଢ଼ି ଉଠିଥିବା ଶିକ୍ଷାନୁଷ୍ଠାନରେ ବିଦେଶୀ ଛାତ୍ରଛାତ୍ରୀଙ୍କ ପ୍ରତି ଏ ଦୁର୍ବ୍ୟବହାର, ମାଡ଼, ତିରସ୍କାର ପ୍ରସଙ୍ଗକୁ ନେଇ ଆଜି କଡ଼ା ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ...
ଯାତ୍ରୀବାହୀ ଟ୍ରେନ୍ଟି ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି । ଯାତ୍ରୀମାନେ ସୁରକ୍ଷିତ ରହିଥିବା ଜଣାପଡିଛି । ଦୀର୍ଘ ସମୟ ଧରି ଟ୍ରେନ୍ଟି ଅଟକି ରହିଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶନିବାର ଦିନ ଏୟାର ଇଣ୍ଡିଆର ବିମାନ ମାଧ୍ୟମରେ ଭୋପାଳରୁ ଦିଲ୍ଲୀ ବିମାନରେ ଯାତ୍ରା କରିଥିଲେ । ଏହାପରେ ସେ ଯାତ୍ରା ସମୟର ତିକ୍ତ ଅନୁଭୂତିକୁ ବର୍ଣ୍ଣନାକରି ସୋସିଆଲ ମିଡ଼ିଆ 'ଏକ୍ସ'ରେ ପୋଷ୍ଟ କରିଛନ୍ତି । ତେବେ ଏହି ପୋଷ୍ଟକୁ ନେଇ ହଇଚଇ ସୃଷ୍ଟି ହୋଇଛି ।
ବର୍ତ୍ତମାନ ଚାଲିଛି ଏଆଇ ଆଉ ଡିଜିଟାଲ ଜମାନା । ଏହାକୁ ବ୍ୟବହାର କରି ବିକଳ୍ପ ସମାଧାନର ଉପାୟ ଆଣିଛନ୍ତି ଏହି ଯୁବକ । ଏହି ଯୁବକ ଆଣିଛନ୍ତି ଅଜବ ସେବା । ସେ ଏହାର ନାମ ଡିଜିଟାଲ୍ ଫଟୋ ସ୍ନାନ (ଫଟୋ ପାଇଁ ପବିତ୍ର ବୁଡ଼) ରଖିଛନ୍ତି ।
ବଲାଙ୍ଗିର ପୁଇଁନ୍ତଳା ବାନ୍ଧନବାହାଲ ଗାଁର ସହକାରୀ ଶିକ୍ଷକ ପ୍ରଭୁଦତ୍ତ ସାହୁ ୩ ମାସ ହେଲା ଦରମା ନମିଳିବା ଅଭିଯୋଗରେ ଛୁଟି ମାଗିଥିଲେ । ସୂଚନାଯୋଗ୍ୟ ଶିକ୍ଷକ ଜଣକ ଛୁଟି ପାଇଁ ଅଜବ ଦରଖାସ୍ତ ଦେବାପରେ ମୂଲ ଲାଗିଥିଲେ ।
ପ୍ରୟାଗରାଜର ମହାକୁମ୍ଭ ବଦଳାଇ ଦେଇଛି ମାଳା ବିକ୍ରି କରୁଥିବା ଝିଅ ମୋନାଲିସାଙ୍କ ଭାଗ୍ୟ । ତାଙ୍କ ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି । ଏମିତିକି ତାଙ୍କୁ ସିଧା ସଳଖ ବଲିଉଡ୍ରେ କାମ ମଧ୍ୟ ମିଳିଯାଇଛି ।
ସମସ୍ୟା ଘେରରେ ପାରାଦୀପ ନୂଆବଜାର ମାର୍କେଟ ବିଭନ୍ନ ଅବ୍ୟବସ୍ଥା କାରଣରୁ ଏହି ମାର୍କେଟକୁ ଗ୍ରାହକ ଆସୁନଥିବା ଦେଖିବାକୁ ମିଳୁଛି । ଜରାଜୀର୍ଣ୍ଣ ଏବଂ ବିପଦସଙ୍କୁଳ ମାର୍କେଟ କମ୍ପ୍ଲେକ୍ସରେ ବେପାର ନହେବାରୁ ଦୋକାନ ଗୁଡିକରେ ତାଲା ଝୁଲୁଛି ।
ପରୀକ୍ଷା କେନ୍ଦ୍ରରୁ ଫେରିବା ପରେ, ପ୍ରାୟ ଅଧିକାଂଶ ଛାତ୍ରଙ୍କ ମୁହଁରେ ଡର ବଦଳରେ ଖୁସି ଦେଖିବାକୁ ମିଳିଥିଲା । ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନର ମାତୃଭାଷା ଓଡ଼ିଆ ପରୀକ୍ଷା ଦେବା ପରେ ପରୀକ୍ଷାର୍ଥୀ ବେଶ୍ ଖୁସି ଥିବା ଦେଖିବାକୁ ମିଳିଥିଲା । ଏଭଳି ଅନୁଭବ ସହ ରାଜ୍ୟର ୩...
ପଥୁରିଆ ଭୂଇଁରେ ଆଜି ପଣତ ମେଲାଇଛି ପ୍ରକୃତି । ଚାରିଆଡ଼େ ମୁଣ୍ଡ ଟେକିଛି ମାଳ ମାଳ ଶାଳ ଶାଗୁଆନ୍ ଗଛ । ଆଖି ପାଇବା ଯାଏଁ ଅଗନା ଅଗନି ବନସ୍ତ । କାନ ପାଇବା ଯାଏଁ ଶୁଭୁଛି କିଚିରିମିଚିରି ଶବ୍ଦ । ଦିନେ ଯାହା ଲୋକଙ୍କୁ ଅସମ୍ଭବ ଲାଗୁଥିଲା...
ଓଡ଼ିଶାର ପୁରାତନ ଓ ସ୍ବର୍ଣ୍ଣିମ ନୌବାଣିଜ୍ୟର ଐତିହ୍ୟ ବହନ କରୁଥିବା କଟକ ବାଲିଯାତ୍ରା ମହୋତ୍ସବକୁ ଖୁବଶୀଘ୍ର ଜାତୀୟ ମାନ୍ୟତା ଦେବା ଲାଗି ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ବିଧାନସଭାରେ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତର ରଖି, ସଂସ୍କୃତି ମନ୍ତ୍ରୀ...
ଅଭିଳାଷା କୋଟଓ୍ବାଲ ଓ ବିନାଲ ୱିଲିୟମଙ୍କ ବିବାହ ନିମନ୍ତ୍ରଣ ପତ୍ରରେ ଥିବା ଏକତାର ବାର୍ତ୍ତା ପାଇଁ ଏହାକୁ ସୋସିଆଲ ମିଡ଼ିଆ ୟୁଜର ବେଶ୍ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଯୁବତୀ ଜଣକ 'ଭାରତ ଯୋଡ ଯାତ୍ରା' ଦ୍ୱାରା ଅନୁପ୍ରାଣିତ ହୋଇ ନିଜ ବିବାହକୁ ଏମିତି ନାମକରଣ କରିଛନ୍ତି ।
ବାନ୍ଧନବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି ପ୍ରଭୂଦତ୍ତ ସାହୁ । ପିଲାଙ୍କୁ ପଢ଼ାଉଥିଲେ ମଧ୍ୟ ତାଙ୍କୁ ତିନି ମାସ ଧରି ଟଙ୍କାଟିଏ ବି ଦରମା ମିଳିନି । ଏଥିପାଇଁ ସେ ଛୁଟି ନେଇ ଜମିରେ ମଜୁରୀ ଲାଗିଛନ୍ତି ।