Advertisment

Odisha BJP New Strategy : ବିଜେପିର ମେଗା ପ୍ଲାନ୍ ; କେନ୍ଦ୍ର ଏବଂ ରାଜ୍ୟ ବଜେଟକୁ ନେଇ ଲୋକଙ୍କ ପାଖକୁ ଯିବେ ମନ୍ତ୍ରୀ ଏବଂ ବିଧାୟକ

ଡବଲ୍ ଇଞ୍ଜିନର ଫାଇଦା ଲୋକଙ୍କ ପାଖରେ ପହଞ୍ଚାଇ ସଙ୍ଗଠନ ବଢାଇବାକୁ ବିଜେପିର ବଡ଼ ପ୍ଲାନ୍‌ । କେନ୍ଦ୍ର ଓ ରାଜ୍ୟ ବଜେଟକୁ ନେଇ ଲୋକଙ୍କ ପାଖକୁ ଯିବେ ମନ୍ତ୍ରୀ, ବିଧାୟକ। ଜିଲ୍ଲାସ୍ତରରେ କରିବେ ସାମ୍ବାଦିକ ସମ୍ମିଳନୀ ।

author-image
Deviprasad Jena
ଅଦ୍ୟତନ ହୋଇଛି
Odisha BJP New Strategy

BJP New Strategy

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିର ବଡ଼ ମାଷ୍ଟର ପ୍ଲାନ୍ । ଡବଲ୍ ଇଞ୍ଜିନ ସରକାରର ଫାଇଦା ଲୋକଙ୍କ ପାଖରେ ପହଞ୍ଚାଇବା ସହ ସଂଗଠନ ବୃଦ୍ଧି କରିବା ପାଇଁ ବଡ଼ ପ୍ଲାନ୍ କରିଛି ଶାସକ ଦଳ । ମନ୍ତ୍ରୀ ଏବଂ ବିଧାୟକମାନେ କେନ୍ଦ୍ର ଏବଂ ରାଜ୍ୟ ବଜେଟକୁ ନେଇ ଲୋକଙ୍କ ପାଖକୁ ଯିବେ । ଜିଲ୍ଲାସ୍ତରରେ ସାମ୍ବାଦିକ ସମ୍ମିଳନୀ କରାଯିବ । ଘରେ ଘରେ ପହଞ୍ଚିବେ କର୍ମୀ । ଅପରପକ୍ଷେ ଚଳିତ ମାସ ସୁଦ୍ଧା ସମସ୍ତ ବୋର୍ଡ ଓ ନିଗମରେ ଅଧ୍ୟକ୍ଷ ନିଯୁକ୍ତକରି ସରକାରୀ କଳକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିପାଇଁ ଶୁକ୍ରବାର ଅନୁଷ୍ଠିତ ଦଳର କୋର୍ କମିଟି ବୈଠକରେ ଗୁରୁତ୍ୱ ଦିଆଯାଇଛି ।

Advertisment

ବିଜେପି ଡବଲ୍ ଇଞ୍ଜିନ ସରକାରଙ୍କ ଉପଲବ୍‌ଧି ଲୋକଙ୍କ ପାଖରେ ପହଞ୍ଚାଇ ସଂଗଠନ ବଢାଇବାକୁ ଆକ୍ସନ୍ ପ୍ଲାନ୍ କରିଛି । ଉଭୟ ମୋଦି ସରକାରମୋହନ ସରକାରଙ୍କ ବଜେଟକୁ ନେଇ ଲୋକଙ୍କ ପାଖକୁ ଯିବେ ମନ୍ତ୍ରୀ ଏବଂ ବିଧାୟକ । ଶୁକ୍ରବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ବୈଠକରେ ଏମିତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ମନ୍ତ୍ରୀ ଜିଲ୍ଲା ଗସ୍ତରେ ଯାଇ ସାମ୍ବାଦିକ ସମ୍ମିଳନୀ କରିବେ । ବିଧାୟକମାନଙ୍କ ନେତୃତ୍ୱରେ କର୍ମୀମାନେ ଘରେ ଘରେ ପହଞ୍ଚିବେ । କେନ୍ଦ୍ର ବଜେଟରେ ଓଡ଼ିଶାକୁ ଦିଆଯାଇଥିବା ଗୁରୁତ୍ୱ ଏବଂ ରାଜ୍ୟ ବଜେଟରେ ଯେଉଁ ସବୁ ଯୋଜନା ଏବଂ କାର୍ଯ୍ୟକ୍ରମ ଆସିବ ସେସବୁକୁ ଲୋକଙ୍କ ପାଖରେ ପହଞ୍ଚାଇବେ ।

ଏଥିପାଇଁ ଲିଫଲେଟ୍ ଏବଂ ପୋଷ୍ଟର କରି ଗାଁ ଗାଁରେ ବାଣ୍ଟିବେ । ବିଜେପି ଜାତୀୟ ସାଧାରଣ ସଂପାଦକ ତରୁଣ ଚୁଗ୍ ସରକାରୀ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ସଂଗଠନର ସଂପୃକ୍ତି ଉପରେ ଗୁରୁତ୍ୱ ଦେଇଛନ୍ତି । ଏପଟେ ଖୁବ୍ ଶୀଘ୍ର ଖାଲି ପଡ଼ିଥିବା ନିଗମ ଓ ବୋର୍ଡଗୁଡିକରେ ଅଧ୍ୟକ୍ଷ ନିଯୁକ୍ତି କରିବାକୁ ବି ପ୍ରକ୍ରିୟା ଆରମ୍ଭ ହୋଇଛି । ସରକାରକୁ ୮ ମାସ ପୂରିଥିଲେ ବି ଏହି ପ୍ରକ୍ରିୟା ସରିନାହିଁ । ଯାହା ଫଳରେ ସରକାରୀ କାର୍ଯ୍ୟକ୍ରମଗୁଡ଼ିକ ତ୍ବରାନ୍ବିତ ହୋଇପାରୁ ନାହିଁ ।

Advertisment

ଅଧିକ ପଢ଼ନ୍ତୁ: ଭକ୍ତ ଦାସଙ୍କ ବଡ଼ ନିଷ୍ପତ୍ତି, ସବୁ ନେତାଙ୍କ ଉପରୁ ବହିଷ୍କାର ଓ ନିଲମ୍ବନ ପ୍ରତ୍ୟାହାର

ଅନ୍ୟପକ୍ଷରେ ଲବିରେ ଥିବା ନେତାମାନଙ୍କ ଭିତରେ ମଧ୍ୟ ଆଶା ଆଶଙ୍କା ବଢୁଛି । ତାକୁ ଦୂର କରିବାକୁ ଚଳିତ ମାସ ଶେଷ ସୁଦ୍ଧା ଏ ସବୁ ନିଯୁକ୍ତି ପାଇଁ କସରତ ଆରମ୍ଭ ହୋଇଛି । ଯଦିଓ ରାଜ୍ୟ ସଭାପତି, ତାଲିକା ପ୍ରସ୍ତୁତ କରିବା ଆରମ୍ଭ କଲେଣି କିନ୍ତୁ ଏହାର ଆଧାର କଣ ହେବ? କେଉଁ ନେତାଙ୍କୁ ଦଳ ଗୁରୁତ୍ୱ ଦେବ? ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିବା ବେଳେ ଖୁବ୍ ଶୀଘ୍ର ପୁଣିଥରେ ଓଡ଼ିଶା ଗସ୍ତରେ ଆସିବେ ବିଜେପି ଜାତୀୟ ସାଧାରଣ ସଂପାଦକ ତରୁଣ ଚୁଗ୍ ।

କୁହାଯାଉଛି ୨୪ ନିର୍ବାଚନରେ ଟିକେଟ ନପାଇ ଦଳ ପାଇଁ କାମ କରିଥିବା ନେତାଙ୍କୁ ପ୍ରାଥମିକତା ଦିଆଯିବ । ଏସବୁ ଭିତରେ ଉପସଭାପତି ଗୋଲକ ମହାପାତ୍ର, ବିରଞ୍ଚି ତ୍ରିପାଠୀଙ୍କ ସହ ସାଧାରଣ ସଂପାଦକ ସୀମାଞ୍ଚଳ ଖଟେଇ, ଯତୀନ ମହାନ୍ତି, ଶାରଦା ଶତପଥୀ ପ୍ରମୁଖ ଅଛନ୍ତି । ସେହିପରି ଜୟନ୍ତ ଜେନା, ସମୀର ରଞ୍ଜନ ଦାଶ, ସୁରଥ ବିଶ୍ୱାଳ, ସୁଦୀପ୍ତ ରାୟ, ସଜ୍ଜନ ଶର୍ମା, ରାଜେନ୍ଦ୍ର ପଣ୍ଡା, ଅନୀଲ ବିଶ୍ୱାଳଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିପାରେ ।

ଅନ୍ୟପଟେ ନିର୍ବାଚନ ଲଢି ହାରିଥିଲେ ବି ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଜଗନ୍ନାଥ ପ୍ରଧାନ, କୁସୁମ ଟେଟେ, ଗୌତମ ରାୟ ଓ ପ୍ରିୟଦର୍ଶୀ ମିଶ୍ରଙ୍କୁ ମଧ୍ୟ ଦଳ ବିଭିନ୍ନ ପଦପଦବିରେ ନିଯୁକ୍ତି ଦେଇପାରେ । ଚଳିତ ମାସ ସୁଦ୍ଧା ରାଜ୍ୟ ସଭାପତି ସହ ୧୪ ଜିଲ୍ଲା ସଭାପତି ଏବଂ ବିଭିନ୍ନ ବୋର୍ଡ ଏବଂ ନିଗମ ନିଯୁକ୍ତ କରି ଫୁଲ୍ ଫେଜ୍ ରେ ଦଳ ଆଗକୁ ଆସିବ ବୋଲି କୁହାଯାଉଛି ।

ଅଧିକ ପଢ଼ନ୍ତୁ : ବିଜେଡି ପାଇଁ କାଳ ଭକ୍ତ, ପ୍ରଫୁଲ୍ଲଙ୍କୁ ଧରାଇଦେଲେ ଲଲିପପ୍‌ 

Odisha BJP Manmohan Samal Mohan Charan Majhi BJP Strategy
Advertisment
Advertisment