/odishatv-khabar/media/post_attachments/uploadimage/library/16_9/16_9_0/IMAGE_1739795114.jpg)
Crime Rate Increase In Odisha
ରାଜ୍ୟରେ ପୂର୍ବ ବର୍ଷ ତୁଳନାରେ ବଢିଛି ଧର୍ତ୍ତବ୍ୟ ଅପରାଧ ସଂଖ୍ୟା । ୨୦୨୩ ତୁଳନାରେ ୨୦୨୪ରେ ରାଜ୍ୟରେ ଅପରାଧିକ କାର୍ଯ୍ୟକଳାପ ବଢ଼ିଛି । ଏନେଇ ଗୃହରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବର୍ଷେ ମଧ୍ୟରେ ୧୪୧୫୯ ଅପରାଧ ବୃଦ୍ଧି ହୋଇଥିବା ନେଇ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ରାଜ୍ୟରେ ୨୦୨୩ ମସିହାରେ ୧,୯୯,୯୫୪ ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଥିଲା । ୨୦୨୪ ମସିହାରେ ୨,୧୪,୧୧୩ ଗୋଟି ଧାର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଛି । ଏଥୁରୁ ପରିଲକ୍ଷିତ ହେଉଛି ଯେ ୨୦୨୩ ମସିହା ତୁଳନାରେ ୨୦୨୪ ମସିହାରେ ପଞ୍ଜିକୃତ ଅପରାଧରେ ସାମାନ୍ୟ ବୃଦ୍ଧି ଘଟିଛି ।
ଅପରପକ୍ଷେ ମୁଖ୍ୟମନ୍ତ୍ରୀ ଜନସଂଖ୍ୟା ବୃଦ୍ଧି, ମାମଲା ରିପୋର୍ଟିଂ ବୃଦ୍ଧି ଏବଂ ଦ୍ରୁତ ଆର୍ଥିକ ବିକାଶ ଭଳି କାରଣଗୁଡ଼ିକୁ ମାମଲା ପଞ୍ଜିକରଣ ବୃଦ୍ଧି ପାଇଁ ଦାୟୀ କରିଛନ୍ତି । ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତର ରଖି କହିଛନ୍ତି ୨୦୨୪ରେ ୬୪୩୭ ଟି ମହିଳା ଓ ଶିଶୁ ଅପହରଣ, ବାଲ୍ୟ ବିବାହ ଅଭିଯୋଗ ମାମଲା ରୁଜୁ କରାଯାଇଛି ।
ଏଥିରୁ ୬୦୯୭ ମାମଲାରେ ତଦନ୍ତ ଚାଲୁଥିବାବେଳେ ୪୪ ଟି ମାମଲାରେ ଚାର୍ଜସିଟ୍ ଦାଖଲ ହୋଇଛି । ସେହିପରି ୧୧ଟି ମାମଲାର ଫାଇନାଲ୍ ରିପୋର୍ଟ ଦିଆଯାଇଛି ଏବଂ ୨୮୫ ଟି ମାମଲାର ଫଇସଲା ସରିଛି । ଏଥିରେ ୩୯୯ ଜଣ ଓ ୧୪ ଜଣ ମହିଳା ଗିରଫ ହୋଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)