କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ହୋଇଥିବା ଚୋରି ଠାରୁ ଅଧିକ ଚର୍ଚ୍ଚାରେ ଚୋର । କମିଶନରେଟ୍ ପୋଲିସ ହାତରେ ଧରାପଡ଼ିଥିବା ଚୋର ସ୍ପାଇଡର୍ ସତୀଶର ଥାଟବାଟ ଓ ଜୀବନ ଶୈଳୀ ଲାଗୁଛି ବେଶ୍ ସମ୍ଭ୍ରାନ୍ତ । ଲକ୍ଷାଧିକ ଟଙ୍କାର ବିଦେଶୀ କୁକୁର ପାଳିବା ହେଉ ଅବା ମାଳ ମାଳ କୋଠାବାଡ଼ି,ରୋମାଣ୍ଟିକ ଲାଇଫଷ୍ଟାଇଲ୍ ହେଉ କିମ୍ବା ତା’ର ଫିଟନେସ୍ ମନ୍ତ୍ର ।
କୋଟିପତିଙ୍କ ଘରେ କଳାକନା ବୁଲାଇ ସେହି ଧନ ସମ୍ପତ୍ତିରେ ଅୟସ ଜୀବନ ବିତାଉଥିବା ସ୍ପାଇଡର୍ ସତୀଶର ଆଜି ଖୁଲାସା କରିଛି ପୋଲିସ । ତା’ସହ ଦକ୍ଷିଣ ଭାରତର ଏହି ଚର୍ଚ୍ଚିତ ଚୋର ଚୋରି କରି କେମିତି ଖସିଯାଉଥିଲା, ପୋଲିସ ତା’ର ଭିଡ଼ିଓ ବି ଜାରି କରିଛି । ଚିହ୍ନି ରଖନ୍ତୁ ଚୋରର ବଦନକୁ । ଯିଏ ଚୋରିବେଳେ ଦେଖାଏ ଷ୍ଟଣ୍ଟ । ସଉକ ତାର ଆଭିଜାତ୍ୟ,ରୋମାଣ୍ଟିକ ଲାଇଫ୍ ଷ୍ଟାଇଲ୍ । ପୋଲିସ ଡାଏରୀରେ ଯାହାର ନାଁ ‘ସ୍ପାଇଡର୍ ସତୀଶ’।
Also Read
ଦକ୍ଷିଣ ଭାରତର ଏହି କୁଖ୍ୟାତ ଚୋରର ଥାଟବାଟ ଓ ଚୋରିବିଦ୍ୟା ଦେଖି କମିଶନରେଟ୍ ପୋଲିସ ତାଜୁବ୍ ହୋଇଛି । ତା’ର ଲାଇଫଷ୍ଟାଇଲ ସଂପର୍କରେ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ସିସିଟିଭି ଫୁଟେଜରେ ତାର ଚୋରିବେଳର ଅପରେସନ୍ କଏଦ ହୋଇଛି । ୨୦୨୩ରେ ଭୁବନେଶ୍ବରର ଜଣେ କୋଟିପତିଙ୍କ ଘରେ ଚୋରି ପାଇଁ ପଶିଥିଲା ଏହି ଚୋର । କିନ୍ତୁ ସିକ୍ୟୁରିଟି ଗାର୍ଡ ହାତରେ ଧରାପଡ଼ିବା ଆଗରୁ ସ୍ପାଇଡର୍ ମ୍ୟାନ୍ ଭଳି ଫିଲ୍ମି ଷ୍ଟାଇଲରେ ପାଚେରୀ ଡେଇଁ ଚମ୍ପଟ ମାରିଥିଲା । ଜାନୁୟାରୀ ୨୫ରେ ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଚୋରି ପୂର୍ବରୁ ବାଟ ଖୋଜି ଖୋଜି ପହଞ୍ଚିଥିଲା ଏହି ଚୋର । ନା ଡର ନା ଭୟ । ବିଲକୁଲ୍ କନଫିଡେଣ୍ଟ । ଶାରିରୀକ ଭାବେ ଫିଟ ରହିବା ପାଇଁ ଜିମ୍ ଯାଉଥିଲା ସ୍ପାଇଡର୍ ସତୀଶ । ସ୍ବତନ୍ତ୍ର ଟ୍ରେନରଙ୍କ ଜରିଆରେ କାନ୍ଥ ଚଢ଼ିବାର ଅଭ୍ୟାସ ବି କରୁଥିଲା । ସେହି ବିଦ୍ୟା ବଳରେ ଚଢ଼ିଯାଉଥିଲା ଉଚ୍ଚ କାନ୍ଥବାଡ଼ । ଆଉ ସହରିଆ କୋଟିପତିଙ୍କ ଘରେ ପଶି ବୁଲାଉଥିଲା କଳାକନା ।
ଅଧିକ ପଢ଼ନ୍ତୁ: ସ୍ପାଇଡର୍ ସଉକ୍ ଏମିତି ... କୁକୁର ଖେଳିବାକୁ କିଣିଥିଲା ଲକ୍ଷେ ଟଙ୍କାର ବଲ୍।
ଚୋରି ବିଦ୍ୟାରେ ଧୂରନ୍ଧର ଆନ୍ଧ୍ରର ସ୍ପାଇଡର୍ ସତୀଶ୍ ଦକ୍ଷିଣ ଭାରତରେ ପୋଲିସକୁ କରିଛି ନାକେଦମ୍ । ୭୦ ମାମଲାରୁ ୩୦ି ମାମଲା କେବଳ କୋଟିପତିଙ୍କ ଘରୁ ଚୋରି । ଟଙ୍କା ହେଉ ଅବା ଗହଣାଗାଣ୍ଠି ଯାହା ପାଉଥିଲା ଲୁଟି ନେଉଥିଲା । ସେହି ଧନ ସମ୍ପତ୍ତିରେ ସଉକ ମେଣ୍ଟାଇବ । ଏଇ ଯେମିତି ବିଦେଶୀ କୁକୁର । ତାଇୱାନ ଓ ଇଣ୍ଡୋନେସିଆର ଏହି ଫରେନ୍ ବ୍ରିଡ୍ ପାଇଁ ପ୍ରତ୍ୟେକ ମାସରେ ଖର୍ଚ୍ଚ କରେ ଲକ୍ଷାଧିକ ଟଙ୍କା । ସେ କୁକୁର ଖେଳିବା ପାଇଁ ଲକ୍ଷେ ଟଙ୍କାର ବଲ୍ ବି କିଣିଛି ସେ । କୁକୁର କଥା ଛାଡ଼ନ୍ତୁ, ତା’ର ରୋମାନ୍ସ ଲାଇଫ୍ ଜାଣିଲେ ମୁଣ୍ଡରେ ହାତ ଦେଇଦେବେ । ଗୋଟିଏ ଯୋଡ଼ିଏ ନୁହେଁ, ରହିଛନ୍ତି ଏକାଧିକ ଗାର୍ଲଫ୍ରେଣ୍ଡ । ଯାହାଙ୍କ ସହ କେବେ କେରଳର ଜିପ୍ ଲାଇନରେ ମଜା ଉଠାଇଛି ତ ଆଉ କେବେ ବିଭିନ୍ନ ସ୍ଥାନକୁ ଭ୍ରମଣରେ ଯାଇଛି ।
କୁହାଯାଉଛି, ଯୁବତୀଙ୍କୁ ଇଂପ୍ରେସ୍ ପାଇଁ ଡାଇମଣ୍ଡ ଗିଫ୍ଟ ଦେଉଥିଲା । ୨ଟି ପତ୍ନୀ ଥିବା ସ୍ପାଇଡର ସତୀଶ ପୁଷ୍ପା ଲୁକ୍ସରେ ରୋମାଣ୍ଟିକ୍ ସମୟ ବିତାଉଥିଲା । କେବଳ ଏତିକି ନୁହେଁ, ଚୋରି ଧନସମ୍ପତ୍ତିରେ ବାଙ୍ଗାଲୋର, ହାଇଦ୍ରାବାଦ, ବିଜୟନଗରମରେ ଦାମୀ ଫର୍ଣ୍ଣିଚର ଲାଗିଥିବା ୪ଟି ଫ୍ଲାଟ୍ ରଖିଛି ନିଜ ନାଁରେ । ଯାହାକୁ ଗିରଫ ପରେ ଅଧିକ ତଥ୍ୟ ପାଇଁ ୫ଦିନିଆ ରିମାଣ୍ଡ ଆବେଦନ କରିଛି ପୋଲିସ ।
ଇଏ ତ ଆନ୍ଧ୍ର ଚୋର । ବାଲେଶ୍ବର ସୋର ଅଞ୍ଚଳର ଧୂର୍ତ୍ତ ଚୋର ପର୍ଶୁରାମ ଗିରି କଥା ମନେପକାନ୍ତୁ । ଚୋରି ସୁନା ଟଙ୍କାରେ ଭୁବନେଶ୍ବରରେ କୋଠାବାଡ଼ି ସହ ବିଭିନ୍ନ ସହରରେ ଷ୍ଟାର ହୋଟେଲରେ ମଉଜ କରୁଥିଲା ପର୍ଶୁରାମ । ଯିଏ ଗତ ମାର୍ଚ୍ଚରେ ଗିରଫ ହୋଇଥିଲା । ପର ଧନରେ ମଙ୍ଗଳବାର କରୁଥିବା ଏଭଳି ଚୋରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା ।
ଅଧିକ ପଢନ୍ତୁ: ଚୋରି କରିବାକୁ ଓଜନ କମାଉଥିଲା ସ୍ପାଇଡର; ରଖିଥିଲା ଟ୍ରେନର
- Reported by:
- CHANDAN PAIKRAY