/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744014327.jpg)
Gold rate slips
ସୁନା କିଣିବାକୁ ଚାହୁଁଛନ୍ତି କି ? ସପ୍ତାହ ଆରମ୍ଭରୁ ସୁନା ଦରରେ ହେଲା ପରିବର୍ତ୍ତନ । ଆକାଶ ଛୁଆଁ ସୁନା ଦର । ଗହଣା ଦୋକାନ ଯିବାକୁ ଡରୁଛନ୍ତି ଗ୍ରାହକ । ଯଦିଓ କିଛି ଦିନ ହେଲା ସୁନା ଦରରେ ହ୍ରାସ ହୋଇଛି ତଥାପି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପିଛା ମୂଲ୍ୟ ୯୫ ହଜାରରୁ ଊର୍ଦ୍ଧ୍ୱ ରହିଛି । ଆଜି ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୯୫,୭୩୦ ଟଙ୍କା ଏବଂ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୮୭,୭୫୦ ଟଙ୍କାରେ ବିକ୍ରୟ ହେଉଛି ।
ସେହିପରି ଗତକାଲି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ୯୫,୫୧୦ ଟଙ୍କା ରହିଥିଲା । ଆଜି କଟକରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୨୨୦ ଟଙ୍କା ବୃଦ୍ଧି ପାଇ ୯୫,୭୩୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୨୦୦ ଟଙ୍କା ବୃଦ୍ଧି ପାଇ ୮୭,୫୫୦ ଟଙ୍କାରୁ ୮୭,୭୫୦ ଟଙ୍କା ହୋଇଛି ।
ଅଧିକ ପଢ଼ନ୍ତୁ: ମଧ୍ୟବିତ୍ତଙ୍କ ପାଇଁ ଆସିଲା Alto 800ର ନୂଆ ମଡେଲ: ମାଇଲେଜ୍ ଜାଣିଲେ ଆଉ କିଣିବେନି ଦୁଇ ଚକିଆ
ଏବେ ଚାଲିଛି ବିବାହ ଋତୁ । ଏହି ସମୟରେ ୨୨ କ୍ୟାରେଟ୍ ସୁନା ପାଖାପାଖି ୯୦ ହଜାର ରହିବା କାରଣରୁ ମଧ୍ୟବିତ୍ତ ପରିବାରକୁ ଭାରି ବାଧୁଛି । ଗରିବଙ୍କ କଥା ତ ନକହିବା ଭଲ । ବାହାଘରରେ ସୁନା କିଣିବା ଜୀବନଯାକର ସଞ୍ଚିତ ପୁଞ୍ଜି ଲଗାଇବା କରିବା ଭଳି ହେଉଛି । ଖାସ୍ ଏଥିପାଇଁ ବିବାହ, ଜନ୍ମଦିନ ଆଦିରେ ସମ୍ପର୍କୀୟଙ୍କୁ ସୁନା ଗହଣା ଉପହାର ଦେବାକୁ ପଛାଉଛନ୍ତି ଲୋକେ ।
ସଠିକ୍ ଦାମ୍ରେ କେମିତି କିଣିବେ ସୁନା...
ସୁନାର ଦାମ୍ ବୃଦ୍ଧି ଓ ହ୍ରାସ ଲାଗି ରହିଥାଏ । ନିୟମିତ ସୁନାର ଦାମ୍ ଚେକ୍ କରନ୍ତୁ ଯାହାଦ୍ୱାରା ଆପଣ ସୁନାର ଦାମ୍ ହ୍ରାସ ବେଳେ ଗହଣା କିଣିପାରିବେ । ସୁନା କିଣିବା ବେଳେ ହଲ୍ମାର୍କ ଦେଖି ସୁନା କିଣନ୍ତୁ । ସୁନା କିଣିବା ବେଳେ ମେକିଂ ଚାର୍ଜ ଉପରେ ଧ୍ୟାନ ଦିଅନ୍ତୁ ।
କେମିତି ଜାଣିବେ ସୁନାର ଶୁଦ୍ଧତା ? ଜାଣନ୍ତୁ...
ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ। ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)