ଅଭିଳାଷା କୋଟଓ୍ବାଲ ଓ ବିନାଲ ୱିଲିୟମଙ୍କ ବିବାହ ନିମନ୍ତ୍ରଣ ପତ୍ରରେ ଥିବା ଏକତାର ବାର୍ତ୍ତା ପାଇଁ ଏହାକୁ ସୋସିଆଲ ମିଡ଼ିଆ ୟୁଜର ବେଶ୍ ପସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଯୁବତୀ ଜଣକ 'ଭାରତ ଯୋଡ ଯାତ୍ରା' ଦ୍ୱାରା ଅନୁପ୍ରାଣିତ ହୋଇ ନିଜ ବିବାହକୁ ଏମିତି ନାମକରଣ କରିଛନ୍ତି ।
ବାନ୍ଧନବାହାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି ପ୍ରଭୂଦତ୍ତ ସାହୁ । ପିଲାଙ୍କୁ ପଢ଼ାଉଥିଲେ ମଧ୍ୟ ତାଙ୍କୁ ତିନି ମାସ ଧରି ଟଙ୍କାଟିଏ ବି ଦରମା ମିଳିନି । ଏଥିପାଇଁ ସେ ଛୁଟି ନେଇ ଜମିରେ ମଜୁରୀ ଲାଗିଛନ୍ତି ।
ଜୀବିତା ବୃଦ୍ଧାଙ୍କୁ ମୃତ ଦର୍ଶାଇ ସରପଞ୍ଚ ଓ ପିଇଓ ବାର୍ଦ୍ଧକ୍ୟ ଭତ୍ତା ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି । ଫଳରେ ଦୁଇ ମାସ ହେଲା ବୃଦ୍ଧାଙ୍କ ଭତ୍ତା ଟଙ୍କା ବନ୍ଦ ହୋଇଯାଇଛି ।
ଖରାଦିନେ ଝରଣା ପାଣି ଶୁଖିଗଲେ ସ୍ଥିତି ସଂଗୀନ ହୋଇଯାଏ । ପଞ୍ଚାୟତଠାରୁ ବ୍ଲକ ପର୍ଯ୍ୟନ୍ତ ବାରମ୍ବାର ଅଭିଯୋଗ ପରେ ବି ଫଳ ଶୂନ୍ । ବର୍ଷ ବର୍ଷ ଧରି ପାଣି ଠୋପେ ପାଇଁ ଲୋକେ ଦହଗଞ୍ଜ ହେଉଛନ୍ତି ।
ବିଧାନସଭାରେ ଏକ ତାରକା ପ୍ରଶ୍ନର ଉତ୍ତରରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ୨୦୧୯ ରୁ ଆଜିଯାଏଁ ଓଜନ ମାପରେ ଠକେଇ କରି ଧରା ପଡିଛନ୍ତି ୪୦ ଜଣ ବ୍ୟବସାୟୀ । ଏହି ବ୍ୟବସାୟୀଙ୍କ ଠାରୁ ଜରିମାନା ବାବଦକୁ ୫ ଲକ୍ଷ ୪୫ ହଜାର ୫୦୦ ଟଙ୍କା...
ଜଙ୍ଗଲ ଜମି ସହ ଶିଳ୍ପ ନାଁରେ ରାଜ୍ୟ ସରକାରଙ୍କୁ ଚୂନ ଲଗାଇ ଅଧିଗ୍ରହଣ ହୋଇଛି କୋଟି କୋଟି ଟଙ୍କାର ମୂଲ୍ୟବାନ ଜମି । କେଳେଙ୍କାରୀ ବେଧଡ଼କ୍ ଚାଲିଥିଲେ ମଧ୍ୟ ଆଖି ବନ୍ଦ କରିଦେଇଥିଲେ ପୂର୍ବ ବିଜେଡି ସରକାର । ଅଚ୍ୟୁତ ସାମନ୍ତ ନିଜ ସଂସ୍ଥା ନାଁରେ ଇଡକୋଠୁ ୨୦୧୨...
ଦୁଇ ଦୁଇ ଥର ଠକାମିର ଶିକାର ହେବା ପରେ ଯାଇ ସମ୍ପୃକ୍ତ ମହିଳାଙ୍କର ବୁଦ୍ଧି ଉଦୟ ହୋଇଛି । ଆଉ ଅନ୍ୟମାନଙ୍କୁ ସତର୍କ କରାଇବା ଉଦ୍ଦେଶ୍ୟରେ ସେ ଏହି କଥା ପ୍ରକାଶ କରିବା ପରେ ଏମିତି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।
ମହାଶିବରାତ୍ରିରେ କ'ଣ ଦାନ କଲେ ମିଳିବ ଶୁଭ ଫଳ ?
ପଣସ ବିକ୍ରୟକରି ଭଲ ଦୁଇ ପଇସା କମାଉଛନ୍ତି ନିୟମଗିରି ବାସିନ୍ଦା । ପ୍ରତିଦିନ ସ୍ଥାନୀୟ ଅଞ୍ଚଳରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ପଠାଉଛନ୍ତି ଟନ୍ ଟନ୍ ପଣସ କଠା । କେଜି ପ୍ରତି ୩୦ରୁ ୪୫ ଟଙ୍କାରେ ପଣସ ବିକ୍ରୟକରି ଭଲ ରୋଜଗାର କରୁଛନ୍ତି ଚାଷୀ । ସ୍ଥାନୀୟ...
ଛାତ୍ରୀ ଜଣକ କହିଛନ୍ତି ତାଙ୍କୁ ଭୀଷଣ ଜ୍ୱର ହୋଇଥିବା ସତ୍ତ୍ୱେ ତାଙ୍କୁ ବିଦା କରାଯାଇଥିଲା । ଛାତ୍ରୀ ଜଣକ ଆହୁରି କହିଛନ୍ତି ଆମେ ଅଧା ରାସ୍ତାରୁ କେମିତି ଫେରିବୁ ? ଆପଣ ଜାଣିଛନ୍ତି ନେପାଳ କେଉଁଠି ?
ବିଚାର ବ୍ୟବସ୍ଥାରେ ସଂସ୍କାର ପାଇଁ ଆବଶ୍ୟକତା ଅନୁଯାୟୀ ନଗଣ୍ୟ ସଂଖ୍ୟାରେ ଥିବା ବିଚାରପତି ମାନଙ୍କ ନିଯୁକ୍ତି, ଜିଲ୍ଲା କୋର୍ଟଠୁ ନେଇ ହାଇକୋର୍ଟ ପର୍ଯ୍ୟନ୍ତ ଭିତ୍ତିଭୂମିର ବିକାଶ ଏବଂ ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଖାଲିଥିବା ସମସ୍ତ ପଦକୁ ଯଥାଶୀଘ୍ର ପୂରଣ କରାଯିବା ଦରକାର ।
ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଉଥିବା ନୂଆ ନୂଆ ଭିଡ଼ିଓ କିଟ୍ କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତାକୁ ନେଇ ପ୍ରଶ୍ନ ଉଠାଉଛି । କିଟ୍ କ୍ୟାମ୍ପସ-୬, କୁଇନ୍ସ ହଷ୍ଟେଲର ୧୮ ନମ୍ବର ରୁମରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଜାଣିବା ପରେ କର୍ମଚାରୀମାନେ କବାଟ ଭାଙ୍ଗି ପଶିବାର ଭିଡିଓ ଭାଇରାଲ ହୋଇଛି ।...
୨୪ ଘଣ୍ଟା ପାଇଁ ୩ ଜିଲ୍ଲାକୁ ଅରେଞ୍ଜ ଏବଂ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ଆସନ୍ତାକାଲି ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଏବଂ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ଯୁବ କଂଗ୍ରେସ ସଭାପତି ରଂଜିତ ପାତ୍ର କହିଛନ୍ତି କିଟ୍ରେ ଶିକ୍ଷା ନା ରେ ଟଙ୍କା ଲୁଟିବା ସହ ଛାତ୍ର ଛାତ୍ରୀଙ୍କୁ ଅତ୍ୟାଚାର କରାଯାଉଛି । କିଟ୍ ଯୋଗୁଁ ଏବେ ବିଶ୍ୱ ରେ ନିନ୍ଦିତ ହେଲାଣି ଓଡିଶା । ଗତ କିଛି ବର୍ଷରେ କିଟ୍ରେ ୧୦ ରୁ ୧୫ ଜଣ...
ବିଧାୟକ ଅମର ନାୟକ କହିଛନ୍ତି ଲକ୍ଷପତି ଦିଦି ସହାୟିକା ଯୋଜନା କରିଛନ୍ତି ସରକାର । ସରକାର ସୁଭଦ୍ରା ପରି ସବୁଠାରୁ ବଡ଼ ଯୋଜନା ମଧ୍ୟ କରିଛନ୍ତି । ସୁଭଦ୍ରା ଯୋଜନା ମାଧ୍ୟମରେ କୋଟିଏ ମହିଳାଙ୍କ ପାଖରେ ଋଣ ନୁହେଁ ସହାୟତା ପହଞ୍ଚିଛି ।
ଲୋଭ ହେଲା କାଳ । ରାତାରାତି କୋଟିପତି ହେବାର ନିଶା ଲୋକଙ୍କୁ ସର୍ବସ୍ୱାନ୍ତ କରିଦେଇଛି । ସମ୍ବଲପୁର ଜିଲ୍ଲାରେ ଅଧିକ ସୁଧ ଲୋଭରେ ଠକେଇର ଶିକାର ହୋଇଛନ୍ତି ଶତାଧିକ ଲୋକେ ।
ବିଜେପି ଏହି ମାମଲାରେ କଂଗ୍ରେସ ଏବଂ ଆମେରିକୀୟ ବିଲିୟନେୟାର ଭାରତ ବିରୋଧୀ ଜର୍ଜ ସୋରସ୍ଙ୍କୁ ଦାୟୀ କରିଛି । ଆମେରିକା ଏବେ ନେଇଥିବା ନିଷ୍ପତ୍ତି ପାଇଁ ଭାରତର ନିର୍ବାଚନ ପ୍ରକ୍ରିୟାରେ ବାହ୍ୟ ହସ୍ତକ୍ଷେପ ବନ୍ଦ ହେବ ବୋଲି ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି ।
ପାଠ ପଢ଼ିବା ପାଇଁ ବିଦେଶରୁ ଆସିଥିବା ପିଲାଙ୍କୁ ଧମକଚମକ ଏବଂ ସିକ୍ୟୁରିଟି ଗାର୍ଡଙ୍କ ନିସ୍ତୁକ ମାଡ଼ର ଭିଡିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ନେପାଳ ପ୍ରଧାନମନ୍ତ୍ରୀଙ୍କ ଉଦ୍ବେଗ ପରେ ଛେପ ଢୋକିଛନ୍ତି କିଟ୍ କର୍ତ୍ତୃପକ୍ଷ । ପିଲାଙ୍କୁ ଜୋର୍ କରି ବିଦା କରିସାରିବା ପରେ ସେମାନଙ୍କୁ...
ରାଜଧାନୀ ଉପକଣ୍ଠରେ ମଝିରାତିରେ ଏନକାଉଣ୍ଟର। ପ୍ରଥମଥର ପାଇଁ କମିଶନରେଟ୍ ପୋଲିସ୍ ଗୁଳିରେ ଘାଇଲା ଆନ୍ତଃରାଜ୍ୟ ଆପାର୍ଟମେଣ୍ଟ ଲୁଟେରା । ଏହି ଆନ୍ତଃରାଜ୍ୟ ଗ୍ୟାଙ୍ଗର ରାଜ୍ୟ ଭିତରେ କାହା ସହ ଲିଙ୍କ୍ ଅଛି, ସେ ନେଇ ଖୋଳତାଡ଼ ଚାଲିଛି ।
ମୁଖ୍ୟମନ୍ତ୍ରୀ ଲିଖିତ ଉତ୍ତରରେ କହିଛନ୍ତି ରାଜ୍ୟରେ ୨୦୨୩ ମସିହାରେ ୧,୯୯,୯୫୪ ଟି ଧର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଥିଲା । ୨୦୨୪ ମସିହାରେ ୨,୧୪,୧୧୩ ଗୋଟି ଧାର୍ତ୍ତବ୍ୟ ଅପରାଧ ପଞ୍ଜିକୃତ ହୋଇଛି ।