Advertisment

Odisha BJP: ୧୩ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

ରାଜ୍ୟରେ ନିଜର ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ପାଇଁ ଭାରତୀୟ ଜନତା ପାର୍ଟିର ଓଡ଼ିଶା ଶାଖା ବିଭିନ୍ନ ଜିଲ୍ଲାରେ ସଭାପତିଙ୍କ ନାମ ଘୋଷଣା କରିଛି । ବିଜେପି ଆଜି ୧୩ଟି ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଛି ।

author-image
Deviprasad Jena
ଅଦ୍ୟତନ ହୋଇଛି
Odisha BJP

Odisha BJP

ରାଜ୍ୟରେ ନିଜର ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବା ପାଇଁ ଭାରତୀୟ ଜନତା ପାର୍ଟି ର ଓଡ଼ିଶା ଶାଖା ବିଭିନ୍ନ ଜିଲ୍ଲାରେ ସଭାପତିଙ୍କ ନାମ ଘୋଷଣା କରିଛି । ପୂର୍ବରୁ କିଛି ଜିଲ୍ଲାରେ ସଭାପତିଙ୍କ ନାମ ଘୋଷଣା କରାଯାଇଥିଲା । ବିଜେପି ଆଜି ଆଉ ୧୩ଟି ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କରିଛି ।

Advertisment

ଅନୁଗୁଳ ପାଇଁ ଯଯାତି କେଶରୀ ପଟ୍ଟନାୟକ, ଭଦ୍ରକ ପାଇଁ ଭଗବାନ ପଣ୍ଡା, ଭୁବନେଶ୍ୱର ପାଇଁ ନିରଞ୍ଜନ ମିଶ୍ର,  ଝାରସୁଗୁଡ଼ା ପାଇଁ ରଘୁନନ୍ଦନ ପଣ୍ଡା,କନ୍ଧମାଳ ପାଇଁ ପଣ୍ଡିତ କୁମାର ବିସ୍‌ମାଝୀ, ଖୋର୍ଦ୍ଧା ପାଇଁ ବିଶ୍ବରଞ୍ଜନ ବଡ଼ଜେନା, କୋରାପୁଟ ପାଇଁ ଶିବ ମୁଦୁଲି, ନୟାଗଡ଼ ପାଇଁ ତାପସ ରଞ୍ଜନ ମାର୍ଥା , ଗଜପତି ପାଇଁ ନବକିଶୋର ଶବର ଓ ଯାଜପୁର ପାଇଁ ଦେବଯାନୀ ପ୍ରଧାନଙ୍କୁ ସଭାପତି ଭାବେ ନାମ ଘୋଷଣା କରାଯାଇଛି । 

ବିଜେପି ପୂର୍ବରୁ ଗଞ୍ଜାମ, ବାଲାଙ୍ଗୀର, ପୁରୀ,ସୁନ୍ଦରଗଡ଼, ଢେଙ୍କାନାଳ,କେନ୍ଦ୍ରାପଡ଼ା,ବାଲେଶ୍ୱର , କଟକ ନଗର ,କଳାହାଣ୍ଡି,ମୟୂରଭଞ୍ଜ,ଦେବଗଡ଼ରେ ଜିଲ୍ଲା ସଭାପତି ଘୋଷଣା କରିଥିଲା ।ସୂଚନାଯୋଗ୍ୟ, ଗତ ୧୩ ତାରିଖରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଓଡ଼ିଶା ବିଜେପିର କୋର କମିଟି ବୈଠକ ହୋଇଥିଲା । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା,ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୂଘ, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ।

Advertisment

ସେହିପରି ଏଥିରେ ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ କୋର କମିଟିର ଅନ୍ୟ ସମସ୍ତ ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ଅପରପକ୍ଷେ ସଭାପତିଙ୍କ ନାଁ ଘୋଷଣା ପରେ ଫିଟିଛି ରାଜ୍ୟ ସଭାପତି ର୍ନିବାଚନ ପାଇଁ ବାଟ ।

ଡବଲ ଇଞ୍ଜିନ ସରକାରର ଉପଲବ୍ଧି ଗ୍ରାଉଣ୍ଡରେ ପହଞ୍ଚାଇବା ଏବଂ ସଂଗଠନ ଓ ସରକାର ମଧ୍ୟରେ ସମନ୍ଵୟ ରକ୍ଷା କରି ଦଳକୁ ଆଗକୁ ବଢ଼ାଇବା ସହିତ ପଞ୍ଚାୟତ ଦଖଲ ନୂଆ ସଭାପତିମାନଙ୍କ ଗୁରୁ ଦାୟିତ୍ବ ହେବ ବୋଲି ବିଜେପି କହିଛି ।

ଅଧିକ ପଢ଼ନ୍ତୁ: ବିଜେପିର ମେଗା ପ୍ଲାନ୍ ; କେନ୍ଦ୍ର ଏବଂ ରାଜ୍ୟ ବଜେଟକୁ ନେଇ ଲୋକଙ୍କ ପାଖକୁ ଯିବେ ମନ୍ତ୍ରୀ ଏବଂ ବିଧାୟକ

Odisha BJP Odisha Poitics BJP Strategy
Advertisment
Advertisment