• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ରାଜ୍ୟର ଗୁଣାତ୍ମକ ଶିକ୍ଷାର ବିପର୍ଯ୍ୟସ୍ତ ସ୍ଥିତି । ନବୀନ ଶାସନ ବେଳେ କେମିତି ଥିଲା ଶିକ୍ଷାର ମାନ । ବିଧାନସଭାରୁ ଆସିଲା ସାଙ୍ଘାତିକ ତଥ୍ୟ । ଅଷ୍ଟମ ଶ୍ରେଣୀ ପିଲା କରି ପାରୁନାହାନ୍ତି ଫେଡ଼ାଣ ହରଣ । ଆଉ ତାର ସଂଖ୍ୟା ବି ଅଧାରୁ ଅଧିକ । କିନ୍ତୁ କାହିଁକି ଏମିତି ସ୍ଥିତି ତାକୁ ନେଇ ତେଜିଛି ରାଜନୀତି ।

ଗଣଶିକ୍ଷା ମନ୍ତ୍ରୀ ଏଥିପାଇଁ ପୂର୍ବ ସରକାରଙ୍କୁ ଦାୟୀ କରିଥିବା ବେଳେ ବିଜେଡି କହିଛି ଦୋଷ ନ ଲଦି ସୁଧାର ଆଣନ୍ତୁ । ବିଧାନସଭାରୁ ଆସିଥିବା ଏମିତି ଚଞ୍ଚଲ୍ୟକର ତଥ୍ୟକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି । ଏହି ତଥ୍ୟ ଅନୁଯାୟୀ ଅଷ୍ଟମ ଶ୍ରେଣୀରେ ପଢୁଥିବା ରାଜ୍ୟରେ ୩୧.୫ ପ୍ରତିଶତ ପିଲା ଫେଡାଣ ଜାଣିନଥିବା ବେଳେ ୫୪.୨ ପ୍ରତିଶତ ପିଲା ହରଣ ଜାଣିନାହାନ୍ତି ।

ସବୁଠୁ ଚିନ୍ତାଜନକ କଥା ହେଲା ୨୦୧୪ ରେ ଫେଡ଼ାଣ ଜାଣି ନଥିବା ପିଲାଙ୍କ ସଂଖ୍ୟା ୩୬.୬ ପ୍ରତିଶତ ଥିବା ବେଳେ ୨୦୨୪ରେ ଏହା କମି ୩୦.୫ ପ୍ରତିଶତରେ ପହଞ୍ଚିଛି । ସେହିଭଳି ୨୦୧୪ ରେ ୬୨.୧ ପ୍ରତିଶତ ପିଲା ହରଣ ଜାଣି ନଥିବା ବେଳେ ୨୦୨୪ରେ ତାହା କମି ୫୪.୨ ପ୍ରତିଶତରେ ପହଞ୍ଚିଛି । ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନର ଲିଖିତ ଭାବେ

ଏହି ଉତ୍ତର ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଆଉ ତଥ୍ୟ ସାମ୍ନାକୁ ଆସିବା ପରେ ତେଜିଛି ରାଜନୀତି । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଏମିତି ସ୍ଥିତି ପାଇଁ ପୂର୍ବ ସରକାର ଦାୟୀ । ନୂଆ ସରକାର ପଦକ୍ଷେପ ନେଉଛନ୍ତି । ବିଜେଡି କଟାକ୍ଷ କରି କହିଛି, ଦୋଷ ନ ଲଦି ସୁଧାର ଆଣନ୍ତୁ । କଂଗ୍ରେସ ଏଭଳି ସ୍ଥିତି ପାଇଁ ଉଭୟ ବିଜେପି ବିଜେଡି ଉପରେ ଦୋଷ ଦେଇଛି ।

ଅଧିକ ପଢନ୍ତୁ: ଅନଲାଇନ୍‌ରେ ମଗାଇଥିଲେ ଲାପଟପ୍ ଆସିଲା ମାର୍ବଲ ପଥର ଖଣ୍ଡ

ବିଧାନସଭାରୁ ଆସିଥିବା ତଥ୍ୟ ଗ୍ରାଉଣ୍ଡରୁ ଆସିଥିବା ଚିତ୍ର ସହ ବିଲୁକଲ୍ ସମାନ । ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ବିନା ସହଯୋଗରେ ମାଲକାନଗିରି ଏମଭି-୪୫ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅନେକ ପିଲା ନିର୍ଭୁଲ ହରଣ-ଗୁଣନ କରିବାକୁ ସମର୍ଥ ନୁହନ୍ତି । ହେଲେ କାହିଁକି ଏଭଳି ସ୍ଥିତି । ତା'ର ଉତ୍ତର ରହିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ପଡ଼ାଲଗୁଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ । କାରଣ ଏଠି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ୧୭୧ ଜଣ ଛାତ୍ରଛାତ୍ରୀଙ୍କୁ ପଢ଼ାଇବାକୁ ଅଛନ୍ତି ମାତ୍ର ଜଣେ ଗଣିତ ଶିକ୍ଷକ ।

ତେଣୁ ପିଲା ପଢ଼ିବେ କେମିତି, ବଢ଼ିବେ କେମିତି? ଶିକ୍ଷାର ଉନ୍ନତି ପାଇଁ ନବୀନ ସରକାର ଅମଳରେ 'ଫାଇଫ୍ ଟି'ର ଡେଙ୍ଗୁରା ପିଟାଯାଇ ପାଣି ଭଳି ଅର୍ଥ ଖର୍ଚ୍ଚ ହୋଇଥିଲା । ଏଥିପାଇଁ ପୂର୍ବ ସରକାର ୩ ହଜାର କୋଟି ଖର୍ଚ୍ଚ କରିଥିଲେ । କିନ୍ତୁ କେବଳ ଭିତ୍ତିଭୂମିରେ ଖର୍ଚ୍ଚ କରି ଶିକ୍ଷକ ଏବଂ ଗୁଣାତ୍ମକ ଶିକ୍ଷାରେ ଅଭାବ ଯୋଗୁଁ ଏମିତି ସ୍ଥିତି ହୋଇଥିବା କୁହାଯାଉଛି । ଯଦିଓ ନୂଆ ସରକାର ନିଯୁକ୍ତି ସହ ନିପୁଣ ଓଡିଶା ଯୋଜନା ହାତକୁ ନେଉଛନ୍ତି କିନ୍ତୁ ତାହା କେତେ ସଫଳ ହେଉଛି ତା ଉପରେ ନଜର ।

 ଅଧିକ ପଢନ୍ତୁ: ଭକ୍ତ ଦାସଙ୍କ ବଡ଼ ନିଷ୍ପତ୍ତି, ସବୁ ନେତାଙ୍କ ଉପରୁ ବହିଷ୍କାର ଓ ନିଲମ୍ବନ ପ୍ରତ୍ୟାହାର

 

  • Reported by:
  • JITENDRA BEURA , JAGDISH DAS , Naba Ghana Bishoi

OTV is now on Whatsapp

Join and get latest news update delivered to you via whatsapp

Join Now