Advertisment

Yogasana: PCOD-PCOS ସମସ୍ୟା ପାଇଁ ୩ ପ୍ରଭାବଶାଳୀ ଯୋଗାସନ

କିଛି ଯୋଗ ଆସନ ଅଛି ଯାହା PCOD କିମ୍ବା PCOS ସମସ୍ୟାରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ। PCOD ଏବଂ PCOSର ଲକ୍ଷଣଗୁଡ଼ିକୁ କମାଇବା ପାଇଁ ଆସନ୍ତୁ କିଛି ପ୍ରଭାବଶାଳୀ ଯୋଗାସନ ବିଷୟରେ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Yoga asanas for pcod pcos and hormonal imbalance

Yoga asanas for pcod pcos and hormonal imbalance

ପିସିଓଏସ୍(PCOS) ଏବଂ ପିସିଓଡି(PCOD) ହେଉଛି ମହିଳାଙ୍କ ଡିମ୍ବାଶୟ ସହିତ ଜଡିତ ଏକ ସ୍ଥିତି। ଆଜିକାଲି ମହିଳାମାନଙ୍କ ମଧ୍ୟରେ PCOD କିମ୍ବା PCOS ଏକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ପାଲଟିଯାଇଛି। ଏହି ଅବସ୍ଥାରେ, ହର୍‌ମୋନ୍‌ ଅସନ୍ତୁଳନ ହେତୁ ଋତୁସ୍ରାବ ଅନିୟମିତ ହୋଇଯାଏ।

Advertisment

ଓଜନ ବୃଦ୍ଧି, ମୁହଁରେ ରୁମ ହେବା ଆଦି PCOS କିମ୍ବା PCODର ଲକ୍ଷଣ। ଏହା ପ୍ରଜନନ କ୍ଷମତା ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଓଜନ ହ୍ରାସ, ସୁସ୍ଥ ଖାଦ୍ୟ, ନିୟମିତ ବ୍ୟାୟାମ ଏବଂ ଚାପ ପରିଚାଳନା ଭଳି ଜୀବନଶୈଳୀରେ ପରିବର୍ତ୍ତନ କରିଦେଲେ ଏହି ସମସ୍ୟାରୁ ମୁକ୍ତି ମିଳେ।

ଯୋଗ ଏକ ପ୍ରାକୃତିକ ଏବଂ ପ୍ରଭାବଶାଳୀ ଉପଚାର ଯାହା ହର୍‌ମୋନ୍‌ ସନ୍ତୁଳନ ବୃଦ୍ଧି କରିବାରେ ସାହାଯ୍ୟ କରେ। ଯୋଗ ଅଭ୍ୟାସ ଚାପ ହ୍ରାସକରେ ଏବଂ ଶାରୀରିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ। କିଛି ଯୋଗ ଆସନ ଅଛି ଯାହା PCOD କିମ୍ବା PCOS ସମସ୍ୟାରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ।

Advertisment

PCOD ଏବଂ PCOSର ଲକ୍ଷଣଗୁଡ଼ିକୁ କମାଇବା ପାଇଁ ଆସନ୍ତୁ କିଛି ପ୍ରଭାବଶାଳୀ ଯୋଗାସନ ବିଷୟରେ ଜାଣିବା।

ଅଧିକ ପଢ଼ନ୍ତୁ: ଯୋଗ କରିବାକୁ ଇଛା, କିନ୍ତୁ ବେଡ୍ ଛାଡି ହେଉନି; ବିଛଣାରେ କରନ୍ତୁ ଏହି ଆସନ

ବଦ୍ଧକୋଣାସନ:

ବଦ୍ଧକୋଣାସନ ପେଲ୍‌ଭିସ୍ ଅଞ୍ଚଳରେ ରକ୍ତ ପ୍ରବାହକୁ ଉନ୍ନତ କରେ ଯାହା ପ୍ରଜନନ ସ୍ୱାସ୍ଥ୍ୟ ପାଇଁ ଭଲ। ଏହି ଆସନ ଅଭ୍ୟାସ କରିବା ଦ୍ୱାରା ଡିମ୍ବାଶୟର କାର୍ଯ୍ୟକଳାପ ବୃଦ୍ଧି ପାଏ ଏବଂ ଅନିୟମିତ ଋତୁସ୍ରାବ ଠିକ୍ କରିବାରେ ସାହାଯ୍ୟ କରେ।

ବଦ୍ଧକୋଣାସନ ଅଭ୍ୟାସ କରିବା ପାଇଁ, ଭୂମିରେ ବସି ଦୁଇ ପାଦକୁ ଏକାଠି ଯୋଡ଼ନ୍ତୁ ଏବଂ ଆଣ୍ଠୁକୁ ବାହାରକୁ ଖୋଲି ରଖନ୍ତୁ। ଏହାପରେ ପିଠିକୁ ସିଧା ରଖି ପାଦକୁ ଧରି ଧୀରେ ଧୀରେ ଶରୀରକୁ ତଳକୁ ନିଅନ୍ତୁ।

ଭୁଜଙ୍ଗାସନ:

ଭୁଜଙ୍ଗାସନ ଅଭ୍ୟାସ ଋତୁସ୍ରାବ ଅନିୟମିତତା, ପ୍ରଜନନ କ୍ଷମତା ବୃଦ୍ଧି ଏବଂ ମହିଳାମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଯେପରିକି PCOS ଏବଂ PCOD ରେ ଲାଭଦାୟକ ହୋଇପାରେ। ଏହି ଆସନ ପ୍ରଜନନ ଅଙ୍ଗଗୁଡ଼ିକୁ ସକ୍ରିୟ କରେ ଏବଂ ପିଠି ଓ ପେଟର ମାଂସପେଶୀକୁ ଶକ୍ତିଶାଳୀ କରେ।

ଏହାକୁ ଅଭ୍ୟାସ କରିବା ପାଇଁ, ପେଟ ମାଡ଼ି ଶୋଇପଡ଼ନ୍ତୁ ଏବଂ ହାତର ପାପୁଲିକୁ କାନ୍ଧ ପାଖରେ ରଖନ୍ତୁ। ଧୀରେ ଧୀରେ ମୁଣ୍ଡ ଏବଂ ଛାତିକୁ ଉପରକୁ ଉଠାନ୍ତୁ ଏବଂ ପିଠିକୁ ପଛକୁ ବଙ୍କା କରନ୍ତୁ। କିଛି ସେକେଣ୍ଡ ପାଇଁ ଏହି ଆସନରେ ରୁହନ୍ତୁ ଏବଂ ତା'ପରେ ଧୀରେ ଧୀରେ ମୂଳ ସ୍ଥିତିକୁ ଫେରି ଆସନ୍ତୁ।

ସେତୁବନ୍ଧାସନ:

ସେତୁବନ୍ଧାସନ ଅଭ୍ୟାସ କରିବାକୁ, ପିଠି ପଟିଆ ଶୋଇ ଆଣ୍ଠୁକୁ ଭାଙ୍ଗନ୍ତୁ। ପାଦକୁ ଅଣ୍ଟା ପାଖରେ ରଖି, ଧୀରେ ଧୀରେ ଅଣ୍ଟାକୁ ଉପରକୁ ଉଠାନ୍ତୁ ଏବଂ ହାତକୁ ଭୂମିରେ ରଖି ଶରୀରକୁ ସପୋର୍ଟ କରନ୍ତୁ। ଏହି ଆସନର ନିୟମିତ ଅଭ୍ୟାସ ହର୍‌ମୋନ୍‌ ଗ୍ରନ୍ଥିକୁ ସକ୍ରିୟ କରେ, ଥାଇରଏଡ୍ ଏବଂ ଡିମ୍ବାଶୟର କାର୍ଯ୍ୟକାରିତାକୁ ଉନ୍ନତ କରେ ଏବଂ ଚାପ ହ୍ରାସ କରେ।

ଅଧିକ ପଢ଼ନ୍ତୁ: କରନ୍ତୁ ଏହି ୫ ଆସନ; ଯେତେ ଗରମ ହେଲେ ବି କିଛି ଫରକ ପଡିବନି

Yogasana Yoga Asanas Yoga Yoga Tips
Advertisment
Advertisment