ଦୁର୍ଘଟଣା ପରେ ଛିଣ୍ଡି ପଡ଼ିଥିଲା ଓଭରହେଡ୍ ଇଲେକ୍ଟ୍ରିକ୍ ଲାଇନ୍
ମୃତ୍ୟୁ ସଂଖ୍ୟା ୨୮୮ ନେଇ ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ
ଦୁର୍ଘଟଣାସ୍ଥଳରେ CBI ପହଞ୍ଚି ଖୋଲତାଡ଼ ଆରମ୍ଭ କରିଛି । ଦିଲ୍ଲୀରୁ ଏକ ୧୦ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
କଟକ SCBରେ ଆହତଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
‘ଶେଷ ଥର ପାଇଁ ହେଲେ ବି ଥରୁଟିଏ ତାକୁ କୋଳେଇ ଧରି ମନଭରି କାନ୍ଦିବାକୁ ଚାହେଁ ।’
ଏତେ ବଡ଼ ଟ୍ରାଜେଡି କେମିତି ହେଲା, ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ତଦନ୍ତକାରୀ ସଂସ୍ଥା
୨୪ ବର୍ଷର ପୁଅ ବଞ୍ଚିଥିବ ବୋଲି ଆଉ ତାଙ୍କର ଆଶା ନାହିଁ । ହେଲେ ବି ଏ ହସ୍ପିଟାଲରୁ ସେ ହସ୍ପିଟାଲକୁ ସେ ଦଉଡ଼ୁଛନ୍ତି । କେଉଁଠି ନା କେଉଁଠି ତ ସନ୍ଧାନ ମିଳିଯିବ । ଜୀବନ୍ତ ହେଉ କି ମୃତ ପୁଅକୁ ଧରି ନିଜ ରାଜ୍ୟକୁ ଫେରିବାକୁ ଚାହୁଁଛନ୍ତି । ହେଲେ ତା’ର କିଛି ଖୋଜଖବର ନାହିଁ ।
ପ୍ରାଣ ବିକଳରେ ଟ୍ରେନ୍ରୁ ଓହ୍ଲାଇଗଲେ ଯାତ୍ରୀ
କିଏ ଜାଣିଥିଲା ସମୟ ଏମିତି ପ୍ରତିଶୋଧ ନେବ ! ଆଉ ହାତରେ ନିଜ ଲୋକର ଫଟୋ ଧରି ଶବର ଫଟୋ ସହ ମେଳ କରାଇବାକୁ ପଡ଼ିବ.. ହାୟ ! ଏମିତି ଦୁଃଖ କାହାରିକୁ ନମିଳୁ.. ଶହ ଶହ ଶବର ତାଲିକା ଆଉ ଫଟୋ ଭିତରୁ ଆପଣାର ଲୋକଟିକୁ ଖୋଜିବା ବେଳେ ସେ ହୃଦୟ ଯେମିତି ଫାଟି ପଡ଼ୁଥିବ..
୧୯୬୪ ମସିହା, ଡିସେମ୍ବର ୧୫...ଦକ୍ଷିଣ ଆଣ୍ଡାମାନରେ ଭୟଙ୍କର ଝଡ଼ ତୋଫାନ ନେଇ ପାଣିପାଗ ବିଭାଗ ଚେତାବନୀ ଦେଇଥିଲା। ଏହାପରେ ହଠାତ୍ ବଦଳି ଯାଇଥିଲା ପାଣିପାଗ। ଆକାଶରେ ଘୋଟି ଆସିଥିଲା କଳା ବାଦଲ । ଝଡ଼ ତୋଫାନ ସହ ଆରମ୍ଭ ହୋଇଯାଇଥିଲା ପ୍ରବଳ ବର୍ଷା।
ଝିଅ ଅପରେସନ୍ ଲାଗି ଚେନ୍ନାଇ ଯାଉଥିଲୁ । ହଠାତ୍ ବାଲେଶ୍ୱର ପାଖରେ ଟ୍ରାକ୍ରୁ ଖସିଲା ଟ୍ରେନ୍ । ଆଖି ଖୋଲି ଦେଖିଲା ବେଳକୁ ଥିଲା କୁଢକୁଢ ଶବ
କାଳରାତିର କଳାକାହାଣୀ କହିଲେ ଦୁର୍ଘଟଣାରୁ ବଞ୍ଚିଥିବା ପରିବାର । ଖଡ଼ଗପୁରରେ ବଗି ଚେଞ୍ଜ କରିନଥିଲେ ମରିଯାଇଥାଆନ୍ତୁ । ବଞ୍ଚାଇ ଦେଲେ ଭଗବାନ...
ବାଲେଶ୍ୱର ବାହାନଗା ଟ୍ରେନ୍ ଟ୍ରାଜେଡିକୁ ନେଇ ଖୋର୍ଦ୍ଧା ଡିଆରଏମ୍ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଯଦି କେହି ଫିଜିକାଲି ଟାମ୍ପରିଂ ନ କରିବ, ତା’ହେଲେ ସିଗ୍ନାଲରେ ଗଡ଼ବଡ଼ ହେବନି। ଟେକ୍ନିକାଲି ଏହା ସମ୍ଭବ ନୁହେଁ।
ଆଜି ଆହତଙ୍କ ଅବସ୍ଥା ବୁଝିବା ପାଇଁ କଟକ ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀା ଓଡ଼ିଶାରେ ଚିକିତ୍ସିତ ହେଉଥିବା ନିଜ ରାଜ୍ୟର ଆହତଙ୍କ ସମ୍ପର୍କରେ ପଚାରି ବୁଝିବୋ
ଟ୍ରେନ୍ ଦୁର୍ଘଟଣା ପରେ ରେଳ ବିଭାଗ ସଚେତନ ହୋଇଛି। ଏବେ ସାରା ଦେଶରେ ସୁରକ୍ଷା ଡ୍ରାଇଭ୍ ଅଭିଯାନ ଚଳାଇବାକୁ ପ୍ରସ୍ତୁତ ହେଉଛି। ରେଳବାଇ ମଧ୍ୟ ଏ ସମ୍ପର୍କରେ ଏକ ନିର୍ଦ୍ଦେଶ ଜାରି କରିଛି।
ଠିକ୍ ରାତି ୧୨ଟାରେ ଅପ୍ ଲାଇନରେ ଆଉ ଏକ ଟ୍ରେନ୍ ଗଡ଼ିବା ପରେ ମୁଣ୍ଡିଆ ମାରିବା ସହ ଉପସ୍ଥିତ ରେଳ ଅଧିକାରୀ, କର୍ମଚାରୀ ଓ ଶ୍ରମିକଙ୍କୁ ଧନ୍ୟବାଦ ଜଣାଇଥିଲେ ରେଳମନ୍ତ୍ରୀ।
ଦୁର୍ଘଟଣା ପରେ ରେକର୍ଡ ହେଲା କରମଣ୍ତଳ ଲୋକୋ ପାଇଲଟ୍ଙ୍କ ପ୍ରାଥମିକ ବୟାନ । ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ଟ୍ରେନ୍ ଡ୍ରାଇଭର ଗୁଣନିଧି ମହାନ୍ତିଙ୍କ ପ୍ରାଥମିକ ବୟାନ ରେକର୍ଡ କରାଯାଇଛି । ଦୁର୍ଘଟଣା ପରେ ପ୍ରଥମ ଥର ଲାଗି ତାଙ୍କୁ ପଚରାଉଚରା କରାଯାଇଛି । ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଦ.ପୂ ରେଲୱେ CPRO ଆଦିତ୍ୟ ଚୌଧୁରୀ ସୂଚନା ଦେଇଛନ୍ତି ।
୫୧ ଘଣ୍ଟାର ନନଷ୍ଟପ୍ ଅପରେସନ ପରେ ବାହାନଗା ଦୁର୍ଘଟଣା ସ୍ପଟ ଟ୍ରାକରେ ପୁଣି ଗଡ଼ିଲା ଟ୍ରେନ୍ । କାଲି ରାତି ୧୨ଟାରେ ଗାଡ଼ି ଚଳାଚଳ ସ୍ବାଭାବିକ ପରେ ଶ୍ରମିକ, କର୍ମଚାରୀ ଓ ଅଧିକାରୀଙ୍କୁ ରେଳମନ୍ତ୍ରୀଙ୍କ ପ୍ରଶଂସା
ସବୁ ସାରିଦେଲା କରମଣ୍ଡଳ । କାହା କୋଳରୁ ପିଲା ଛଡାଇ ନେଲା ତ ଆଉ କାହା ମଥାରୁ ସିନ୍ଦୂର ପୋଛିଦେଲା । ଚାହୁଁଚାହୁଁ ଉଜୁଡିଗଲା ସଂସାର
କାନ୍ଥରୁ ଶୁଭ ବିବାହର ରଙ୍ଗ ଲିଭିନି ହେଲେ ସିନ୍ଥିରୁ ସିନ୍ଦୂର ଲିଭି ଯାଇଛି... ମାତ୍ର ଦିନ ୪ଟା ପରେ ସ୍ୱାମୀଙ୍କ ସହ ମିଶି ପ୍ରଥମ ବିବାହ ବାର୍ଷିକୀ ପାଳିଥାଆନ୍ତେ, ହେଲେ ଦଇବ ସହିଲାନି..
କରମଣ୍ଡଳ କୋଳରେ ଛକିଥିଲା କାଳ, ହେଲେ ପ୍ରାଣ ଛଡ଼ାଇ ଆଣିଲା ସୌଭାଗ୍ୟ । କେମିତି ଛାତିଥରା ଟ୍ରାଜେଡିରୁ ବର୍ତ୍ତିଗଲେ, ବଖାଣିଲେ ପାଟନାର ପରିବାର ଓ ପଟ୍ଟାମୁଣ୍ଡାଇର ଯୁବତୀ । ସିଟ୍ ବଦଳିବାରୁ ବଞ୍ଚିଗଲେ ବ୍ରହ୍ମପୁରର ଏଜିକେଲଙ୍କ ସହ ପତ୍ନୀ ଓ ପୁଅ
ଭୟଙ୍କର କରମଣ୍ଡଳ ଦୁର୍ଘଟଣା ପଛରେ ଅଛି କି ଅପରାଧିକ ଷଡ଼ଯନ୍ତ୍ର? ରେଲୱେ ବୋର୍ଡର ସୁପାରିଶ ପରେ ଉତ୍ତର ଖୋଜିବାକୁ ଆକ୍ସନ ମୋଡରେ ସିବିଆଇ, ତଦନ୍ତ ଆରମ୍ଭ କଲା କେନ୍ଦ୍ରୀୟ ଦୃତଦନ୍ତକାରୀ ସଂସ୍ଥା । ରେଳ ଉପକରଣରେ ଟାମ୍ପରିଂ ଆଶଙ୍କା ଦିଗକୁ ଅଧିକ ଫୋକସ୍
ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ୨ ଲୋକୋ ପାଇଲଟ ଏବେ ଚିକିତ୍ସାଧୀନ ।
ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ବଡ଼ ଚ୍ୟାଲେଞ୍ଜ ମୃତଦେହ ଚିହ୍ନଟ ସହ ସଠିକ୍ ପରିବାରକୁ ହସ୍ତାନ୍ତର । ୨୭୫ ଭିତରୁ ୧୭୦ ଶବ ନେଇସାରିଲେଣି ସଂପର୍କୀୟ । ବାକି ମୃତଦେହ ସଂରକ୍ଷଣ ପାଇଁ ପାରାଦୀପରୁ ଆସିଲା ସ୍ପେଶାଲ କଣ୍ଟେନର
କେମିତି ଦୁର୍ଘଟଣାଗ୍ରସ୍ତ ହେଲା କରମଣ୍ଡଳ? ଲୋମଟାଙ୍କୁରା ବୟାନ ଦେଲେ ମୃତ୍ୟୁମୁଖରୁ ବର୍ତ୍ତିଥିବା ଲୋକୋ ପାଇଲଟ, କହିଲେ ଆମକୁ ମିଳିଥିଲା ଗ୍ରୀନ ସିଗ୍ନାଲ । ନିର୍ଦ୍ଧାରିତ ସ୍ପିଡରେ ଯାଉଥିଲା ଟ୍ରେନ, ଭୁବନେଶ୍ବର ଘରୋଇ ହସ୍ପିଟାଲରେ ୨ ପାଇଲଟଙ୍କ ଚାଲିଛି ଚିକିତ୍ସା