/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686554191.jpg)
Odisha train accident
ବାହାନଗା ଟ୍ରେନ ଦୁର୍ଘଟଣାରେ ୨ ଜଣଙ୍କୁ ସିବିଆଇ ଉଠାଇ ନେଇଥିବା ଚର୍ଚ୍ଚା। ଦୁର୍ଘଟଣାର ତଦନ୍ତ କରୁଥିବା ସିବିଆଇ ଟିମ୍ ରେଲୱେର ୨ କର୍ମଚାରୀଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି । ଜଣେ ଷ୍ଟେସନ ମାଷ୍ଟର ଓ ଜଣେ ଟେକନିସିଆଙ୍କୁ ସିବିଆଇ ଉଠାଇ ନେଇଥିବା ଜଣାପଡିଛି । କୌଣସି ଏକ ଅଜ୍ଞାତ ସ୍ଥାନକୁ ନେଇ ଦୁଇ କର୍ମଚାରୀଙ୍କୁ ପଚରାଉଚରା କରୁଛି ସିବିଆଇ । ତେବେ ଏ ନେଇ ସିବିଆଇ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।
କାହାର ଭୁଲ ପାଇଁ ଟ୍ରେନ ଦୁର୍ଘଟଣା ଘଟିଲା । ନା ଏଥିରେ କିଛି ବୈଷୟିକ ତ୍ରୁଟି ରହିଛି । ଗ୍ରୀନ ସିଗନାଲ ସତ୍ତ୍ୱେ କରମଣ୍ଡଳ ଏକ୍ସପ୍ରେସ କିପରି ମାଲବାହୀ ଗାଡି ଉପରେ ଚଢିଗଲା । ଟ୍ରେନ ଲାଇନଚ୍ୟୁତ କାହିଁକି ହେଲା । ଏ ସମସ୍ତ ଦିଗକୁ ନେଇ ଛାନଭିନ କରୁଛି ସିବିଆଇ ।..
ରେଳ ବିଭାଗ ପକ୍ଷରୁ ସିବିଆଇକୁ ତଦନ୍ତ ଦାୟିତ୍ୱ ମିଳିବା ପରେ ତନାଘନା କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଦୁର୍ଘଟଣାସ୍ଥଳରେ ଫରେନସିକ ଟିମ୍ ସହାୟତାରେ ସିବିଆଇ ପୂର୍ବରୁ ତଦନ୍ତ କରିସାରିଛି । ଟିମ୍ ଭାଗ ଭାଗ ହୋଇ ଦୁର୍ଘଟଣାସ୍ଥଳରେ ଯାଂଚ କରିବା ସହ ବିଭିନ୍ନ ମେସିନ ଏବଂ କାଗଜପତ୍ର ଯାଂଚ କରୁଛି।..
ଗତ ୨ ତାରିଖରେ କୋଲକାତାରୁ ଚେନ୍ନାଇକୁ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ବାହାନଗା ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୨୮୮ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ୧୨ଶହରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)