• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weather Updates

heat wave
ଓଃ କି ଗରମ...ତାତିରେ କଲବଲ ହେଉଛି ସାରା ରାଜ୍ୟ

ଉତ୍ତରରୁ ଉପକୂଳ, ଦକ୍ଷିଣରୁ ପଶ୍ଚିମ ସବୁଠି ଖରା । ଭୁବନେଶ୍ୱର, କଟକ ସମେତ ସାରା ଓଡ଼ିଶାରେ ପ୍ରବଳ ତାତି । ସକାଳ ୯ଟା ପରେ ଘରୁ ବାହାରିବା ମୁସକିଲ୍ ।

Heat Wave
ମୁଣ୍ତଫଟା ଖରାରେ ସିଝୁଛି ଓଡ଼ିଶା; ଝାରସୁଗୁଡ଼ା ତାପମାତ୍ରା ୩୯.୮ ଡିଗ୍ରୀ

ଗ୍ରୀଷ୍ମପ୍ରବାହ ନେଇ ସତର୍କ ରହିବାକୁ ପରାମର୍ଶ ଦେଲେ SRC । ଖରାବେଳେ କାମ ନ କରିବାକୁ ଶ୍ରମିକଙ୍କୁ ପରାମର୍ଶ ଦିଆଯାଇଛି । ଅତି ଆବଶ୍ୟକ ନ ପଡ଼ିଲେ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ।

Weather
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ଆଜି ବି ନାହିଁ ନିସ୍ତାର

ଗ୍ରୀଷ୍ମ ପ୍ରବାହ ସ୍ଥିତିର ସମୀକ୍ଷା କଲା ରାଜସ୍ୱ ବିଭାଗ । ଗ୍ରୀଷ୍ମ ପ୍ରବାହ ସହ ଦାଉ ସାଧୁଛି ଜଳକଷ୍ଟ ।

Weather
ଜଳୁଛି ଓଡ଼ିଶା; ୨୫ ସହର ୪୦ ଡିଗ୍ରୀ ଉପରେ

ସମ୍ବଲପୁର ଓ ଝାରସୁଗୁଡ଼ାରେ ୪୧ ଡିଗ୍ରୀ ପାର୍‌ କଲା ତାପମାତ୍ରା । ଭୁବନେଶ୍ୱର, ଚାନ୍ଦବାଲି ଓ ହୀରାକୁଦରେ ୪୦ ଉପରେ ଆଜି ରହିଥିଲା ପାରଦ । ଗଲା ଦୁଇ ଦିନ ଭଳି ଆଜି ବି ପ୍ରଚଣ୍ଡ ତାତିରେ ସିଝିଛି ସାରା ଓଡ଼ିଶା

Heat Wave
ଅସହ୍ୟ ଗରମରେ ଛଟପଟ ଜନଜୀବନ; ୧୫ ଯାଏଁ କଲବଲ କରିବ ତାତି

ସର୍ବାଧିକ ତାପମାତ୍ରାରେ କାଲି ବିରଳ ରେକର୍ଡ କରିଛି ଝାରସୁଗୁଡ଼ା । ଦେଶ ସହ ଏସିଆର ସର୍ବାଧିକ ଉତ୍ତପ୍ତ ଅଞ୍ଚଳ ପାଲଟିଛି ଝାରସୁଗୁଡା ।

Heat Wave
ଅସହ୍ୟ ତାତି ! ସକାଳୁ ସକାଳୁ ଏତେ ଖରା ଯେ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାହା ମୁଣ୍ଡରେ ଓଦା କପଡା ତ କାହା ମୁଣ୍ଡରେ ଛତା । କଳା ଚଷମା ଓ ରୁମାଲଟିଏ ନବାନ୍ଧିଲେ ଖରାରେ ମୁହଁ କାଢିବା ମୁସ୍କିଲ । ଡହ ଡହ ଖରାରେ କାନ ମୁଣ୍ଡ ଝାଇଁ ମାରିଯାଉଛି । ଝାରସୁଗୁଡାରେ ଦିନ ୧୧ଟା ନହେଉଣୁ କଲବଲ କରିଛି ତାତି । ଆଉ ୨ଟା ବେଳକୁ ପାରଦ ୪୨ ଡିଗ୍ରୀ ପାର୍ । ଝାରସୁଗୁଡା ଭଳି ସମ୍ବଲପୁରରେ ବି ଆକାଶରୁ ସତେ ଯେମିତି ନିଆଁ ବର୍ଷୁଛି । ଅସହ୍ୟ ଗରମରେ ଛଟପଟ ଲୋକେ ଘରୁ ପାଦ କାଢିବାକୁ ଡରିଲେଣି । ତତଲାଗଡ ଟିଟିଲାଗଡରେ ସକାଳ ୧୦ଟାରୁ ରାସ୍ତାଘାଟ ଶୂନଶାନ । ଗୁଳୁଗୁଳି ସାଙ୍ଗକୁ ଝାଞ୍ଜିପବନ ବସେଇ ଉଠେଇ ଦେଉନି । ବାରିପଦାରେ ବି ମୁଣ୍ଡଫଟା ଖରା । ହଠାତ୍ ତାପମାତ୍ରାରେ ବୃଦ୍ଧି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି ।

  • Wednesday, 12 April 2023
  • Odisha
Heat Wave
ଅସହ୍ୟ ତାତି ! ସକାଳୁ ସକାଳୁ ଏତେ ଖରା ଯେ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

୧୬ ତାରିଖରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗରରୁ ବାୟୁପ୍ରବାହ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉତ୍ତର ଉପକୂଳ ସମେତ ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ ଏବଂ କେନ୍ଦୁଝରରେ ବର୍ଷା ସମ୍ଭାବନା ରହିଛି ।

Heat Wave
ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଜଳୁଛି ଓଡ଼ିଶା; ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୨.୪

ଆଜି ଦିନ ୨ଟା ୩୦ ସୁଦ୍ଧା ଝାରସୁଗୁଡାରେ ସର୍ବାଧିକ ୪୨ ଦଶମିକ ୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Odisha reels under intense heat wave, mercury to rise further
ଆସନ୍ତାକାଲି ଯାଏ ୪ ଜିଲ୍ଲାକୁ ସତର୍କ ସୂଚନା

ଆଗାମୀ କିଛି ଦିନ ଧରି ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ଏଭଳି ଗ୍ରୀଷ୍ଣ ପ୍ରବାହ ଜାରି ରହିବ। ଆଜି ସକାଳେ ସାଢ଼େ ୮ଟାରେ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୧ ଡିଗ୍ରୀ ରେକର୍ଡ କରାଯାଇଛି। 

Heat Wave
ରାଜଧାନୀ ସମେତ ୯ଟି ସ୍ଥାନରେ ୪୦ ଡିଗ୍ରୀ ଡେଇଁଗଲା ପାରଦ

ମାଡ଼ି ଆସୁଛି ମୁଣ୍ଡ ଫଟା ଖରା । ୧୩ରୁ ୧୫ ଯାଏଁ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ହିଟ୍ ୱେଭ ୱାର୍ଣ୍ଣିଂ ଜାରି କଲାଣି ପାଣିପାଗ ବିଭାଗ । ଏମିତିକି ୧୫ ତାରିଖରେ ଝାରସୁଗୁଡ଼ାରେ ପାରଦ ୪୪ ଡିଗ୍ରୀ ଡେଇଁବା ଅନୁମାନ କରିଛି ।

Heat Wave
ଡହ ଡହ ଖରାରେ ସିଝୁଛି ଓଡ଼ିଶା; ତାପମାତ୍ରା ଆହୁରି ୪ ଡିଗ୍ରୀ ବଢ଼ିବ

ନିଆଁ ବର୍ଷୁଛି, ମୁଣ୍ଡ କାନ ଝାଇଁ ମାରି ଯାଉଛି । ଅପରାହ୍ନ ସାଢ଼େ ୨ଟା ବେଳକୁ ରାଜଧାନୀରେ ପାରଦ ୪୦ ଡିଗ୍ରୀ ଟପିଗଲା । ଡହ ଡହ ଖରାରେ କଲବଲ ହେଉଛନ୍ତି ଭୁବନେଶ୍ୱରବାସୀ ।

Odisha Weather
ଆଗକୁ ଆସୁଛି ଡହଡହ ତାତି; ୪୦ ଡିଗ୍ରୀ ଟପିଲା ରାଜଧାନୀ ତାପମାତ୍ରା

ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେବ । ଆଗାମୀ ୪ ଦିନ ମଧ୍ୟରେ ଦିନ ତାପମାତ୍ରା ୩ରୁ୪ ଡିଗ୍ରୀ ବୃଦ୍ଧି ସମ୍ଭାବନା ରହିଛି ।

Normal rainfall during monsoon this year
ଏ ବର୍ଷ ସ୍ୱାଭାବିକ ହେବ ମୌସୁମୀ ବର୍ଷା

ଚଳିତ ବର୍ଷ ସ୍ୱାଭାବିକ ହେବ ମୌସୁମୀ ବର୍ଷା। ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Heatwave Conditions Likely To Continue In Next Five Days
ଆହୁରି ୫ ଦିନ ଅଗ୍ନିବର୍ଷା ! ୧୬ ତାରିଖ ଯାଏ ସତର୍କ ରୁହନ୍ତୁ...

ରାଜ୍ୟରେ ଗ୍ରୀଷ୍ଣ ପ୍ରବାହ  ଜାରି ରହିଛି। ଆହୁରି ୫ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Weather
ବୈଶାଖ ନହେଉଣୁ ଏତେ? ଆଗକୁ କେତେ?

ଧୁ ଧୁ ଖରା.. ଅସ୍ତବ୍ୟସ୍ତ ରାଜ୍ୟବାସୀ । କିଛି ଦିନ ଅନ୍ତରାଳରେ ଲୋକଙ୍କୁ ପୁଣି ଅଣନିଶ୍ୱାସୀ କରିଛି ଗ୍ରୀଷ୍ମ ପ୍ରକୋପ । ମାର୍ଚ୍ଚରୁ ଏପ୍ରିଲର ପ୍ରଥମ ସପ୍ତାହ ଯାଏଁ ପଶ୍ଚିମାଝଡ଼ ଏବଂ କାଳ ବୈଶାଖୀ ପ୍ରଭାବରେ ଖରାର ପ୍ରଭାବ ସେତେଟା ଅନୁଭୂତ ହୋଇନଥିଲା । ତେବେ ଆଜି ରାଜ୍ୟର ଅଧିକାଂଶ ଅଞ୍ଚଳରେ ବଦଳିଛି ପାଗର ମିଜାଜ୍ । ରାଜଧାନୀ ଭୁବନେଶ୍ୱରରେ ସକାଳ ସାଢେ ୮ ସୁଦ୍ଧା ପାରା ୩୧ ଡିଗ୍ରୀ ଅତିକ୍ରମ କରିସାରିଥିଲା । ଦିନ ୧୧ଟା ୩୦ ବେଳକୁ ୩୭.୨ ଡିଗ୍ରୀ ଓ ୨ଟା ୩୦ ସୁଦ୍ଧା ୩୯ ଡିଗ୍ରୀ ଛୁଇଁଥିଲା । ତେବେ ଆଜି ରେକର୍ଡ ତାତି ଅନୁଭୂତ ହୋଇଛି ଝାରସୁଗୁଡ଼ା ଓ ବାରିପଦାରେ

Heat Wave
ପ୍ରଚଣ୍ଡ ତାତି ! କଲବଲ ହେଲାଣି ଓଡ଼ିଶା, ଝାରସୁଗୁଡ଼ା-ବାରିପଦାରେ ୪୦ ଡିଗ୍ରୀ

ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଥର ଲାଗି ୪୦ ଡିଗ୍ରୀ ଟପିଲା ପାରା । ଆଜି ଝାରସୁଗୁଡ଼ାରେ ସର୍ବୋଚ୍ଚ ତାପମାତ୍ରା ୪୦.୪ ଡିଗ୍ରୀ ରହିଥିବା ବେଳେ ବାରିପଦାରେ ବି ପାରା ୪୦ ଛୁଇଁଛି । ରାଜଧାନୀ ଭୁବନେଶ୍ୱର ଓ ସମ୍ବଲପୁରରେ ମଧ୍ୟ ଏହା ପାଖାପାଖି ରହିଛି ତାପମାତ୍ରା । ଆସନ୍ତା ୧୬ ତାରିଖ ଯାଏ ଅଗ୍ନିବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ। ପ୍ରଚଣ୍ଡ ଖରାକୁ ଦେଖି ସତର୍କ ରହିବାକୁ କୁହାଯାଇଛି ।

Heat Wave
ପ୍ରଚଣ୍ଡ ତାତି ! କଲବଲ ହେଲାଣି ଓଡ଼ିଶା, ଝାରସୁଗୁଡ଼ା-ବାରିପଦାରେ ୪୦ ଡିଗ୍ରୀ

ଭୁବନେଶ୍ୱର ଓ ସମ୍ବଲପୁରରେ ବି ଅସମ୍ଭାଳ ସ୍ଥିତି । ୧୬ ଯାଏଁ ଅଗ୍ନିବର୍ଷାରୁ ନିସ୍ତାର ନାହିଁ କହିଲା ପାଣିପାଗ ବିଭାଗ ।

Heat Wave
ଓଃ କି ତାତି..ସକାଳ ସାଢ଼େ ୮ଟା ସୁଦ୍ଧା ତାପମାତ୍ରା ୩୧ ଡିଗ୍ରୀ

କିଛି ଦିନ ଧରି କାଳବୈଶାଖୀ ବର୍ଷା ଯୋଗୁଁ ତାତି କମିଥିବା ବେଳେ ଆଜି ପୁଣି ଗରମ ଅନୂଭବ ହେଉଛି ।

Heavy Rainfall
ଏସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା, ଜାଣନ୍ତୁ..

ଆଜି ପାଇଁ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Heavy Rainfall
୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ; ବିଜୁଳି, ଘଡ଼ଘଡ଼ି ସହ ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା

ବିଜୁଳି, ଘଡ଼ଘଡ଼ି ସହ ୪୦ରୁ ୫୦ କି.ମି ବେଗରେ ପବନ ବହିବା ସମ୍ଭାବନା ରହିଛି।

Heat wave condition in odisha from april 11
୧୧ରୁ ରାଜ୍ୟରେ ବଢ଼ିବ ତାତି, ୨ରୁ ୩ ଡିଗ୍ରୀ ଯାଏ ତାପମାତ୍ରା ବଢିବା ସମ୍ଭାବନା...

ଆଉ ୨ରୁ ୩ ଦିନ ପରେ ବଢ଼ିବ ରାଜ୍ୟର ତାତି। ପାଣିପାଗ ବିଭାଗର ସୂଚନା ଅନୁସାରେ, ୨ରୁ ୩ ଡିଗ୍ରୀ ଯାଏ ତାପମାତ୍ରା ବଢିବାର ସମ୍ଭାବନା ରହିଛି।

  • Sunday, 09 April 2023
Weather News
କାଳବୈଶାଖୀ ! ରାଜ୍ୟରେ ଆହୁରି ୩ ଦିନ ବର୍ଷିବ

ଆସନ୍ତା ୩ ଦିନ ଯାଏଁ ରାଜ୍ୟରେ କାଳବୈଶାଖୀ ବର୍ଷାର ପ୍ରଭାବ ରହିବ।

Norwester rain in Odisha
ଆହୁରି ୨ ଦିନ କାଳବୈଶାଖୀ ! ଆଜି ବି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା 

ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଗତକାଲି ରାଜ୍ୟର କିଛି ଜିଲ୍ଲାରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିଲା।

କଟକରେ ବର୍ଷା
ସିଲିଭର ସିଟିରେ କାଳବୈଶାଖୀ କୋପ: ଜଳାର୍ଣ୍ଣବ ରାସ୍ତାଘାଟ, ତଳିଆ ଅଞ୍ଚଳରେ ପାଣି

କଟକ ବାସିନ୍ଦାଙ୍କୁ ବେହାଲ କରିଛି ପଶ୍ଚିମାଝଡ଼ ପ୍ରଭାବରେ ଅଦିନିଆ ବର୍ଷା। ସହରର ଅନେକ ସ୍ଥାନରେ ପ୍ରବଳ ବର୍ଷାରୁ ରାସ୍ତାରେ ପାଣି ଜମିଥିବା ଦେଖିବାକୁ ମିଳିଛି।

Rainfall In Twin City
ଟ୍ୱିନ୍‌ସିଟି ରାସ୍ତାଘାଟରେ ଚାଲୁଛି ପାଣି, ଯାତାୟତ ବାଧାପ୍ରାପ୍ତ

ପ୍ରବଳ ବର୍ଷାରେ ଭିଜିଲା ଟ୍ୱିନ୍‌ସିଟି । ଘଡ଼ଘଡ଼ି ସହ ପ୍ରବଳ ବର୍ଷାରେ ବେହାଲ ରାଜଧାନୀ ।