• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯମୁନା ନଦୀ ବଢୁଥିବାରୁ ରାଜଧାନୀ ଦିଲ୍ଲୀରେ ବନ୍ୟା ସଦୃଶ୍ୟ ପରିସ୍ଥିତି । ଏବେ ବିପଦ ସଂକେତ ଉପରେ ଚାଲୁଛି ଯମୁନା ନଦୀ । ଦିଲ୍ଲୀରେ ଯମୁନା ଜଳସ୍ତର ୨୦୮. ୪୬ ମିଟର ରେକର୍ଡ କରାଯାଇଛି। ବିପଦ ସଂକେତରୁ ୩ ମିଟର ଉପରେ ଚାଲୁଛି ଯମୁନା । ଗତ ୪୫ ବର୍ଷ ମଧ୍ୟରେ ଏହା ସବୁଠାରୁ ଅଧିକ ଜଳସ୍ତର ରେକର୍ଡ ।

ଯମୁନାରେ ଜଳସ୍ତର ବୃଦ୍ଧି ଯୋଗୁଁ ଦିଲ୍ଲୀର ଅନେକ ଅଂଚଳ ଜଳମଗ୍ନ ହୋଇପଡିଛି । ତଳିଆ ଅଂଚଳରେ ପାଣି ଜମିରହିଥିବାରୁ ପ୍ରାୟ ୧୬ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପାଣି ବଢ଼ି ଆସି ସିଭିଲ୍ ଲାଇନ୍ସର ରିଂଗ ରୋଡ୍ ଜଳମଗ୍ନ ହୋଇପଡିଛି । ମଜନୁ କା ଟିଲା, କାଶ୍ମିରୀ ଗେଟ୍, ISBTକୁ ସଂଯୋଗ କରୁଥିବା ରାସ୍ତା ବନ୍ଦ ପଡିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଅଞ୍ଚଳ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବାସଭବନ ଏବଂ ଦିଲ୍ଲୀ ବିଧାନସଭା ଠାରୁ ମାତ୍ର ୫୦୦ ମିଟର ଦୂରରେ ଅବସ୍ଥିତ ।

ଅଧିକ ପଢ଼ନ୍ତୁ: ଉଛୁଳୁଛି ଯମୁନା ନଦୀ, ଦିଲ୍ଲୀରେ ୪୫ ବର୍ଷର ରେକର୍ଡ ଭାଙ୍ଗିଲା ଜଳସ୍ତର

ପାଣି ବଢ଼ୁଥିବାରୁ ଦେଖାଦେଇଛି ନାହିଁ ନଥିବା ଟ୍ରାଫିକ୍ ସମସ୍ୟା । ହଜାର ହଜାର ସଂଖ୍ୟାରେ ଗାଡ଼ି ଘଣ୍ଟା ଘଣ୍ଟା ଅଟକି ରହିଛନ୍ତି । ହରିୟାଣାର ହଥନିକୁଣ୍ଡ ବ୍ୟାରେଜରୁ ଘଣ୍ଟାପ୍ରତି ୧ରୁ ୨ ଲକ୍ଷ କ୍ୟୁସେକ୍ ଜଳ ଛଡାଯାଉଥିବାରୁ ଦିଲ୍ଲୀରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ପରିସ୍ଥିତିର ମୁକାବିଲା ଲାଗି କେନ୍ଦ୍ର ସରକାରଙ୍କ ସହାୟତା ଲୋଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ।...

ସେପଟେ ଯମୁନାରେ ଜଳ ସ୍ତର ବୃଦ୍ଧି ପାଉଥିବାରୁ ଅରବିନ୍ଦ କେଜ୍ରିୱାଲ ଜରୁରୀ ବୈଠକ ଡକାଇଛନ୍ତି । ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ସହିତ ରିଲିଫ୍ କେନ୍ଦ୍ର ଗୁଡିକରେ ସମ୍ଭାବ୍ୟ ସୁବିଧା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭିକେ ସକ୍ସେନା ମଧ୍ୟ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଆଜି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ପକ୍ଷରୁ ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଇଛନ୍ତି ।

ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଘର ଖାଲି କରିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିବେଦନ କରିଛନ୍ତି । ଦିଲ୍ଲୀର ଅନେକ ସ୍ଥାନରେ ବନ୍ୟା ଆଶ୍ରୟସ୍ଥଳୀ ଗଠନ କରାଯାଇଛି । ଆବଶ୍ୟକ ପଡିଲେ ନିକଟସ୍ଥ ବିଦ୍ୟାଳୟ ଗୁଡ଼ିକୁ ବନ୍ୟା ଆଶ୍ରୟସ୍ଥଳୀରେ ପରିଣତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ମନାଲିକୁ ଖିନଭିନ୍ କରିଦେଲା ପ୍ରକୃତିର କରାଳ ରୂପ: ଫସିଛନ୍ତି ହଜାର ହଜାର ପର୍ଯ୍ୟଟକ