• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବର୍ଷାରେ ବେହାଲ୍ ରାଜଧାନୀ ଦିଲ୍ଲୀ । ପ୍ରବଳ ବର୍ଷା ଯୋଗୁଁ ଚାରିଆଡ଼େ ଜଳବନ୍ଦୀ ସ୍ଥିତି। ଦିଲ୍ଳୀର ଅଧିକାଂଶ ଅଂଚଳରେ ବର୍ଷା ଜାରି ରହିଛି । ପ୍ରଗତି ମୈଦାନ ଓ ତିଲକମାର୍ଗ ଅଞ୍ଚଳରେ ବର୍ଷା ଯୋଗୁଁ ଜନଜୀବନ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି। କିଛି ସ୍ଥାନରେ ରାସ୍ତା ଉପରେ ପାଣି ଲହଡ଼ି ଭାଙ୍ଗୁଥିବା ବେଳେ, ଅନେକ ସ୍ଥାନରେ ଲମ୍ବା ଟ୍ରାଫିକ ଜାମ୍ ଦେଖିବାକୁ ମିଳିଛି । ଘଣ୍ଟା ଘଣ୍ଟା ଧରି ଫସି ରହିଥିଲେ ଗାଡି ଚାଳକ । କିଛି ସ୍ଥାନରେ ପ୍ରବଳ ପାଣି ଯୋଗୁ ଗାଡିଗୁଡିକ ବୁଡିବା ଭଳି ସ୍ଥିତିକୁ ଆସିଯାଇଥିଲା । କନଟ ପ୍ଲେସ, ଉତ୍ତର ଦିଲ୍ଲୀ, ମିଣ୍ଟୋ ବ୍ରିଜ୍, ମଜନୁ କା ଟିଲା ଭଳି ଅଂଚଳ ଜଳମଗ୍ନ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀ ପାଇଁ ଅରେଂଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।