Advertisment

ରାଜ୍ୟରେ ଦୁର୍ବଳ ମୌସୁମୀ ପ୍ରବାହ : କମିଛି ବର୍ଷାର ମାତ୍ରା, ବଢୁଛି ତାପମାତ୍ରା

ଉଚ୍ଚ ଆଦ୍ରତା ଯୋଗୁଁ ଗୁଳୁଗୁଳିର ମାତ୍ରା ବଢୁଛି । ରାଜ୍ୟରେ ୩ଦିନ ହେବ ବର୍ଷା କମିଛି, ବଢିଛି ତାତି ।

author-image
Prangyan Parimita
ଅଦ୍ୟତନ ହୋଇଛି
Weak monsoon

Weak monsoon

ଦୁର୍ବଳ ମୌସୁମୀ ପ୍ରବାହ ହେତୁ ରାଜ୍ୟରେ ବର୍ଷାର ମାତ୍ରା କମିଛି। ଫଳରେ ତାପମାତ୍ରା ସାମାନ୍ୟ ବଢିଛି, ଉଚ୍ଚ ଆଦ୍ରତାର ଉପସ୍ଥିତି ଯୋଗୁଁ ଗୁଳୁଗୁଳି ଅନୁଭୂତ ହେଉଛି। ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଆଦ୍ରତା ଦିନ ୧୧ ଟା ୩୦ ସୁଦ୍ଧା ୭୦ ପ୍ରତିଶତରୁ ଅଧିକ ରହୁଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି ।

Advertisment

ପୂର୍ବ-ପଶ୍ଚିମ ନିମ୍ନ-ଚାପ ରେଖା ପଞ୍ଜାବରୁ ମଣିପୁର ଯାଏଁ ଲମ୍ବିଥିବା ବେଳେ, ଏହାର ଅବସ୍ଥାନ ପୂର୍ବ ଭାଗରେ ହିମାଳୟ ପାଦଦେଶ ନିକଟରେ ରହିଛି । ଏହି ନିମ୍ନ ଚାପ ରେଖା ଓଡିଶା ଠାରୁ ଯଥେଷ୍ଟ ଉତ୍ତରରେ ରହିଛି। ତେଣୁ ରାଜ୍ୟରେ ଗତ ୩ ଦିନ ଧରି ବର୍ଷା କମିବା ସହ ମୌସୁମୀ ପ୍ରବାହ ଦୁର୍ବଳ ରହିଛି ।

ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା

ଭୁବନେଶ୍ୱର: ୩୬.୬ ଡ଼ିଗ୍ରୀ

ଚାନ୍ଦବାଲି: ୩୬ ଡ଼ିଗ୍ରୀ

ସମ୍ବଲପୁର: ୩୫ ଡ଼ିଗ୍ରୀ

ହୀରାକୁଦ: ୩୪.୪ ଡ଼ିଗ୍ରୀ

ଝାରସୁଗୁଡା: ୩୪.୪ ଡ଼ିଗ୍ରୀ

ପୁରୀ: ୩୩.୬ ଡ଼ିଗ୍ରୀ

ପାରାଦ୍ୱୀପ: ୩୨.୮ ଡ଼ିଗ୍ରୀ

ଗୋପାଳପୁର: ୩୨.୮ ଡ଼ିଗ୍ରୀ

ବାଲେଶ୍ୱର: ୩୨.୬ ଡ଼ିଗ୍ରୀ

ସେପଟେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଆଗାମୀ ୩ ଘଣ୍ଟା ପାଇଁ ୱାର୍ଣ୍ଣିଂ ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Advertisment
Mansoon Heat Wave Humidity
Advertisment
Advertisment