Advertisment

ରାଜ୍ୟରେ ଏବେ ସୁଦ୍ଧା ବର୍ଷା ଅଭାବ

ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Odisha Monsoon Update

Rain

ରାଜ୍ୟରେ ବ୍ରେକ୍ ଫେଜରେ ରହିଛି ମୌସୁମୀ ବର୍ଷା । ଆଜି ଯାଏଁ ସ୍ୱାଭାବିକ ବର୍ଷା ତୁଳନାରେ ପାଖାପାଖି ୯୦ ପ୍ରତିଶତ କମ ରହିଛି ବର୍ଷାର ପରିମାଣ । ଚଳିତ ବର୍ଷ ୧ ଜୁନ୍‌ରୁ ୩ ଜୁଲାଇ ମଧ୍ୟରେ ରାଜ୍ୟରେ ୧୬୮.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୨୯% କମ ।

Advertisment

ଆଜି ରାଜ୍ୟର ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତୋଟି ଜିଲ୍ଲାରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ଆଜି ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସୁନ୍ଦରଗଡ, କେନ୍ଦୁଝର, ମୟୂରଭଂଜ, ଯାଜପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ସେହିପରି ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ମାଲକାନଗିରି, କୋରାପୁଟ, ରାୟଗଡ଼ା ସହ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

Advertisment

ଅନ୍ୟପଟେ ଦେଖିବାକୁ ଗଲେ ଆଷାଢ଼ ମାସରେ ଦୁର୍ବଳ ହୋଇଛି ମୌସୁମୀ । ଗତ କିଛି ଦିନ ହେଲା ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି । ହେଲେ ଏହାରି ଭିତରେ ପୁଣି ଥରେ ବର୍ଷା ହେବା ସମ୍ଭାବନା ରହିଛି ।

Weather Update Rainfall Odisha Rainfall Odisha Monsoon
Advertisment
Advertisment