Advertisment

ପାଗରେ ପରିବର୍ତ୍ତନ: ରାଜଧାନୀରେ ମୂଷଳ ଧାରାରେ ବର୍ଷା

ଆଜିର ବର୍ଷା ରାଜଧାନୀବାସିଙ୍କୁ ପ୍ରଚଣ୍ଡ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ଦେଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
Heavy rainfall in bhubaneswar

Heavy rainfall in bhubaneswar

ପାଗରେ ପରିବର୍ତ୍ତନ। ଉପକୂଳ ଓଡ଼ିଶାରେ ଆଜି ସକାଳୁ ଲାଗି ରହିଛି ବର୍ଷା। ରାଜଧାନୀ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଝିପି ଝିପି ବର୍ଷା ଲାଗି ରହିଥିଲା। ତେବେ ପରେ କିଛି ଅଞ୍ଚଳରେ ଭଲ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। ମଧ୍ୟାନ୍ନ ସୁଦ୍ଧା ରାଜଧାନୀ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା କାରଣରୁ ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ଏପଟେ ଆଜିର ବର୍ଷା ରାଜଧାନୀବାସିଙ୍କୁ ପ୍ରଚଣ୍ଡ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ଦେଇଛି।

Advertisment

ସେପଟେ ଆଜି ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୁବନେଶ୍ବର ପାଇଁ ବର୍ଷା ସତର୍କତା ଜାରି ହୋଇଛି। ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କ କରାଇଛି ପାଣିପାଗ ବିଭାଗ। ଯଥା ସମ୍ଭବ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି। 

Advertisment

ତଥ୍ୟ କହୁଛି ଜୁନ୍ ପହିଲାରୁ ଏପର୍ଯ୍ୟନ୍ତ ସାରା ରାଜ୍ୟରେ ସ୍ବାଭାବିକ ଠାରୁ 27 ପ୍ରତିଶତ କମ ବୃଷ୍ଟିପାତ ହୋଇଛି। 304.2 ମିଲିମିଟର ଜାଗାରେ ହୋଇଛି ମାତ୍ର 222.7 ମିଲିମିଟର ବର୍ଷା। କଳାହାଣ୍ଡି ଜିଲ୍ଲା ସ୍ଥିତି ସବୁଠୁ ବେଶି ଖରାପ। ଏଠି ଭୀଷଣ ନିଅଣ୍ଟିଆ ଅର୍ଥାତ 66 ପ୍ରତିଶତରୁ କମ୍ ବୃଷ୍ଟିପାତ ହୋଇଛି। ସେହିପରି 13 ଜିଲ୍ଲା ବୌଦ୍ଧ, ସୁବର୍ଣ୍ଣପୁର, ଜଗତସିଂହପୁର, ଯାଜପୁର, ବଲାଙ୍ଗିର, କଟକ, କନ୍ଧମାଳ, ଗଂଜାମ, ରାୟଗଡ଼ା, ପୁରୀ, ନବରଙ୍ଗପୁର, କେନ୍ଦ୍ରାପଡ଼ା ଓ ମୟୂରଭଂଜ ଜିଲ୍ଲାରେ ଅତି ନିଅଣ୍ଟିଆ ସ୍ଥିତି ଅର୍ଥାତ୍ ସ୍ବାଭାବିକ ଠାରୁ ୫୫ରୁ ୪୫% ପ୍ରତିଶତ କମ୍ ବୃଷ୍ଟିପାତ ହୋଇଛି। 

Heavy Rainfall Alert
Advertisment
Advertisment