• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହୁ ହୁ ହୋଇ ବଢୁଛି ଦିଲ୍ଲୀରେ ଜମୁନାର ପାଣି । ଚଳିତବର୍ଷ ରେକର୍ଡ ଭାଙ୍ଗିଛି ଜମୁନା(Yamuna river)ର ଜଳସ୍ତର । ଗତକାଲି ସବୁଠାରୁ ଅଧିକ ଜଳସ୍ତର ୨୦୮. ୦୮ ମିଟର ରେକର୍ଡ କରାଯାଇଛି । ଗତ ୪୫ ବର୍ଷ ମଧ୍ୟରେ ଏହା ସବୁଠାରୁ ଅଧିକ ଜଳସ୍ତର । ପୂର୍ବରୁ ୧୯୭୮ ମସିହାରେ ସବୁଠାରୁ ଅଧିକ ଜଳସ୍ତର ୨୦୭.୪୯ ମିଟର ରେକର୍ଡ କରାଯାଇଥିଲା । ଯମୁନାରେ ଜଳସ୍ତର ବୃଦ୍ଧି ଯୋଗୁଁ ଦିଲ୍ଲୀର ଅନେକ ଅଂଚଳ ଜଳମଗ୍ନ ହୋଇପଡ଼ିଛି ।

ଆଇଟିଓ ଅଂଚଳରେ ପାଣି ଜମି ରହିଥଇବାରୁ ଇଷ୍ଟ ଦିଲ୍ଲୀ ଓ ସେଣ୍ଟ୍ରାଲ ଦିଲ୍ଲୀ ମଧ୍ୟରେ ଯାତାୟତ ପ୍ରଭାବିତ ହୋଇଛି । ଆଜି ସକାଳୁ ଯମୁନା ନଦୀର ଜଳସ୍ତର ଆହୁରି ଅଧିକ ବଢିବା ଆଶଙ୍କା କରାଯାଉଛି । ସକାଳ ୮ଟାରୁ ୧୦ଟା ମଧ୍ୟରେ ଜଳସ୍ତର ସବୁଠାରୁ ଅଧିକ ରହବ ବୋଲି ଜାତୀୟ ଜଳ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ହରିଆଣାର ହଥନିକୁଣ୍ଡ ବ୍ୟାରେଜରୁ ଜଳସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହଙ୍କୁ ଚିଠି ଲେଖିଥିଲେ ।

ଅଧିକ ପଢ଼ନ୍ତୁ: ମନାଲିକୁ ଖିନଭିନ୍ କରିଦେଲା ପ୍ରକୃତିର କରାଳ ରୂପ: ଫସିଛନ୍ତି ହଜାର ହଜାର ପର୍ଯ୍ୟଟକ

ସେପଟେ ପ୍ରବଳ ବର୍ଷା ପରେ ହିମାଚଳ ପ୍ରଦେଶରେ ଏବେବି ସ୍ଥିତି ଭୟଙ୍କର ରହିଛି । ରାଜ୍ୟର ଏବେ ବନ୍ୟା ସ୍ଥିତି ସୃଷ୍ଟିହୋଇଛି । ଅନେକ ସ୍ଥାନରେ ଭୂସ୍ଖଳନର ପ୍ରଭାବ ଏବେ ବି ଦେଖିବାକୁ ମିଳିଛି । ବଡ଼ ବଡ଼ ପଥର ଅତଡ଼ା ଧସିବା ଫଳରେ ରାସ୍ତା ବନ୍ଦ ହୋଇ ଯାତାୟତ ବ୍ୟବସ୍ଥାକୁ ଠପ କରିଦେଇଛି । ଏହା ଫଳରେ ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡିକରେ ବହୁପର୍ଯ୍ୟଟକ ମାନେ ଫସି ରହିଛନ୍ତି । ଅ

ନେକ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ରେଡ ଆଲର୍ଟ ଜାରି କରାଯାଇଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନୁସାରେ, ପ୍ରବଳ ବର୍ଷା ସହିତ ବନ୍ୟା, ଭୂସ୍ଖଳନ ଯୋଗୁ ହିମାଚଳ ପ୍ରଦେଶରେ ୭୬୧ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି କ୍ଷତିଗ୍ରସ୍ତ ହୋଇଛି।