• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weather Updates

Rain Alert
Weather Update: ଆଜିଠୁ ବର୍ଷାରେ ଭିଜିବ ଓଡ଼ିଶା; ଫସଲ ଅମଳ ନେଇ ଚିନ୍ତାରେ ଚାଷୀ

ଆସନ୍ତା ୪ ଦିନ ବର୍ଷା ସମ୍ଭାବନା ରହିଛି। ଆଜି ଦକ୍ଷିଣ ଓଡ଼ିଶାରେ ବର୍ଷା ହେବା ସମ୍ଭାବନା ଥିବା ବେଳେ ୧୯ ରୁ ୨୧ ଯାଏ ଉପକୂଳ ଓଡ଼ିଶାରେ ବର୍ଷା ହେବା ନେଇ ପୁର୍ବାନୁମାନ କରିଛି ପାଣିପାଗ ବିଭାଗ।

Odisha Cold Wave
Odisha Cold Wave: ଶୀତରେ ଥରୁଛି ସାରା ଓଡ଼ିଶା, ଆସୁଛି ବର୍ଷା, ଚିନ୍ତାରେ ଚାଷୀ...

ରାଜ୍ୟରେ ଗଲା କିଛି ଦିନ ହେବ ଅନୁଭୂତ ହେଉଛି ଅସହ୍ୟ ଜାଡ। କଳାହାଣ୍ଡିରୁ କଟକ, କନ୍ଧମାଳରୁ କେନ୍ଦୁଝର। ହଠାତ୍ ମାଡି ଆସିଥିବା ଥଣ୍ଡାରେ ଥରୁଛି ସାରା ରାଜ୍ୟ। ୪ ଡିଗ୍ରୀକୁ ଖସି ଆସିଲାଣି ପାରଦ।

Severe Cold
Video: ଶୀତରେ ଥରୁଛି ସାରା ଓଡ଼ିଶା

ସଞ୍ଜ ନଉଁ ନଉଁ ଖସି ଖସି ଆସୁଛି ପାରଦ, ଆଉ ରାତିରେ ମାଡି ଆସୁଛି ଅସମ୍ଭାଳ ଜାଡ । ଲାଞ୍ଜିଗଡ, ଏମ୍. ରାମପୁର, କାଟକୁରା, ଡୁମେରପଦର, ସିରିମସ୍କା, କର୍ଲାଘାଟ ଓ ଅଡରି ଅଂଚଳରେ ଅସହ୍ୟ ହେଲାଣି ଶୀତ । ରାତି ତ ରାତି, ଦିନ ବେଳା ବି ଦେହ ଥରିଉଠୁଛି ।

Severe Cold
Severe Cold: ଶୀତରେ ଥରୁଛି ସାରା ଓଡ଼ିଶା, କାଲିଠୁ ୩ଦିନ ଯାଏଁ ପୁଣି ବର୍ଷା ସମ୍ଭାବନା !

ସଞ୍ଜ ନଉଁ ନଉଁ ଖସି ଖସି ଆସୁଛି ପାରଦ, ଆଉ ରାତିରେ ମାଡି ଆସୁଛି ଅସମ୍ଭାଳ ଜାଡ । ଲାଞ୍ଜିଗଡ, ଏମ୍. ରାମପୁର, କାଟକୁରା, ଡୁମେରପଦର, ସିରିମସ୍କା, କର୍ଲାଘାଟ ଓ ଅଡରି ଅଂଚଳରେ ଅସହ୍ୟ ହେଲାଣି ଶୀତ । ରାତି ତ ରାତି, ଦିନ ବେଳା ବି ଦେହ ଥରିଉଠୁଛି ।

Cold Wave In Odisha
Cold Wave In Odisha: ଆଉ ୨୪ ଘଣ୍ଟା ଥରାଇବ!! ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆଉ ୨୪ ଘଣ୍ଟା ଥରାଇବ । ଶୀତ ନେଇ ୨୪ ଘଣ୍ଟା ପାଇଁ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ।

ବଢ଼ୁଛି ବରଫ ବନ୍ୟାର ଭୟ
Melting Glaciers: ବଦଳୁଛି ଜଳବାୟୁ; ପୃଥିବୀ ପ୍ରତି ବଢୁଛି ବରଫବନ୍ୟାର ବିପଦ

ଏବେ ପୃଥିବୀ ପାଇଁ ଏକ ବଡ ବିପଦ ସାଜିଛି  ଗ୍ଲାସିକାଲ ଲେକ ଆଉଟବର୍ଷ୍ଟ ଫ୍ଲଡ ବା GLOF  । ଯେତେବେଳେ ଗ୍ଲାସିୟର ହ୍ରଦ ହଠାତ ଏହାର ପାଣି ବନ୍ୟାଜଳ ପରି ଛାଡେ ସେତେବେଳେ ଏହାକୁ ଗ୍ଲଫ କୁହାଯାଇଥାଏ ।  ପୂର୍ବ ଗ୍ରୀନଲାଣ୍ଡରେ ଏପରି ଏକ ହିମହ୍ରଦ ବା ଗ୍ଲାସିୟର ତରଳି ଭୟଙ୍କର ବନ୍ୟା ପରିସ୍ଥିତି ସଷ୍ଟି କରିଛି । ଯାହା ବିଶ୍ୱର ଭୟଙ୍କର ବନ୍ୟା ମଧ୍ୟରୁ ଗୋଟିଏ ବୋଲି କୁହାଯାଇ ପାରିବ ।

Captivating Beauty of Koraput
Captivating Beauty of Koraput:  ଶୀତୁଆ ସକାଳରେ ହସୁଛି ପାହାଡ଼; ମନରୋମ ଦୃଶ୍ୟକୁ ଉପଭୋଗ କରୁଛନ୍ତି ପ୍ରକୃତି ପ୍ରେମୀ

କାଶ୍ମୀରର ଭ୍ରମ ସୃଷ୍ଟି କରୁଛି କୋରାପୁଟ । ପହିଲି ଶୀତର ସ୍ପର୍ଶରେ ପ୍ରକୃତିର ସୌନ୍ଦର୍ଯ୍ୟ ଯେମିତି ଦ୍ୱିଗୁଣିତ କରିଦେଉଛି ।  ସୁନ୍ଦର ପାହାଡ ସାଙ୍ଗକୁ ସକାଳର ଘନ କୁହୁଡିର ଚାଦର କୋରାପୁଟର ସୌନ୍ଦର୍ଯ୍ୟକୁ ଯେମିତି ଆହୁରି ବଢ଼ାଇ ଦେଉଛି । 

Severe Cold In State
Severe Cold In State: ଥରୁଛି ମୟୁରଭଞ୍ଜ!! ବରଫରେ ପରିଣତ ହେଲା କାକର ବିନ୍ଦୁ

ମୟୁରଭଞ୍ଜ ଶିମିଳିପାଳରେ ତିନି ଡିଗ୍ରୀ କୁ ଖସିଲା ତାପମାତ୍ରା । ଚଳିତ ବର୍ଷ ଶିମିଳିପାଳ ଥଣ୍ଡା ହେବାର ସମସ୍ତ ରେକର୍ଡ ଭାଙ୍ଗିଛି ।

Temperature Drop
Temperature Drop: ଖସୁଛି ପାରଦ, ବଢୁଛି ଶୀତ! ୯ ଡିଗ୍ରୀକୁ ଖସିଲା ତାପମାତ୍ରା

ଅଧିକାଂଶ ସହରରେ ପାରଦ ୧୫ ଡିଗ୍ରୀ ସେଲସିୟସ୍ ତଳକୁ ଖସିବା ସମ୍ଭାବନା ରହିଛି । ଏଥିସହ ଆସନ୍ତା ୨ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରହିବ କୁହୁଡ଼ିର ପ୍ରଭାବ ।

Weather Update
Weather Update: ଡିସେମ୍ବର ଅଧା ହେଲାଣି, ରାଜ୍ୟରେ ଧିରେ ଧିରେ ବଢ଼ୁଛି ଶୀତ

ଯଦିଓ ବିଳମ୍ବ ହେଲାଣି ତଥାପି ଧୀରେଧୀରେ ବଢୁଛି ଶୀତ । ରାଜ୍ୟରେ ଶୁଖିଲା ପାଗ ସହ ତାପମାତ୍ରା କମିଛି ।

Weather Update
Weather Update: ଟ୍ବିନ୍ ସିଟି ସହ ବିଭିନ୍ନ ଜିଲ୍ଲାରେ ଝିପିଝିପି ବର୍ଷା; ଚିନ୍ତାରେ ଚାଷୀ...

ଆଜି ସକାଳୁ ଟ୍ବିନ୍ ସିଟି ସହ ବିଭିନ୍ନ ଜିଲ୍ଲାରେ କୋହଲା ପାଗ ଦେଖିବାକୁ ମିଳିଛି। ଖୋର୍ଦ୍ଧା, କଟକ, ଢେଙ୍କାନାଳ, ପୁରୀ, ଯାଜପୁରରେ କୋହଲା ପାଗ ଦେଖିବାକୁ ମିଳିଛି। 

Winter
Warmer Winter: ଲୁଚକାଳି ଖେଳୁଛି ଶୀତ; ଡିସେମ୍ୱରରେ ବି ଦେଖାନାହିଁ

କିଛି ଦିନର ଶୀତ ପରେ ରାଜ୍ୟରୁ ଶୀତ ଉଭାନ। କମ୍ୱଳ ଘୋଡ଼ାଇ ହେବା ସମୟରେ ଫ୍ୟାନ ଦରକାର ପଡୁଛି। ତେବେ ଆଜିଠାରୁ ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଫଳରେ ଶୀତ ସାମାନ୍ୟ କମିପାରେ।

Weather
Weather Update: ସକାଳୁ ସକାଳୁ ବର୍ଷାରେ ଭିଜିଲା ରାଜଧାନୀ; ଦକ୍ଷିଣ ଓଡ଼ିଶାର ୧୧ ଜିଲ୍ଲାକୁ ୱାର୍ଣ୍ଣିଂ

ଆଜି ଦକ୍ଷିଣ ଓଡ଼ିଶାର ୧୧ ଜିଲ୍ଲାକୁ ସତର୍କତା ଜାରି ହୋଇଛି। ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, ଗଜପତି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି।

Winter Intensifies in Odisha
Winter Intensifies in Odisha: ଖସିବ ପାରଦ, ବଢ଼ିବ ଜାଡ଼ ! କମିବ ରାତି ତାପମାତ୍ରା

ଆସନ୍ତା ଦୁଇଦିନ ମଧ୍ୟରେ ଜଗତ୍‌ସିଂହପୁର, କଳାହାଣ୍ତି, ସୁନ୍ଦରଗଡ଼, କନ୍ଧମାଳ, ଯାଜପୁର ଆଦି ସ୍ଥାନରେ ତାପମାତ୍ରା କମିବା ସହ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି ।

Lightening Death
Lightning Death: ଆକାଶରୁ ଖସୁଛି ମୃତ୍ୟୁ! ଯମ ଦୂତ ସାଜିଛି ବଜ୍ରପାତ! ଘଡ଼ଘଡ଼ି ପଡ଼ି ଗଲାଣି ୧୦୫୭ ଜୀବନ

ଯମ ଦୂତ ସାଜିଛି ବଜ୍ରପାତ! ଅକାଳରେ ନେଉଛି ଜୀବନ । ବିଗତ ୩ ବର୍ଷରେ ବ୍ରଜପାତ ନେଲାଣି ୧୦୫୭ ପ୍ରାଣ ।

Rainfall In Several Places
Rainfall In Several Places: ମାଡ଼ି ଆସୁଛି ବର୍ଷା; କ୍ଷେତରେ ପଡ଼ିଛି ଧାନ, ଚିନ୍ତାରେ ଚାଷୀକୁଳ

୨୪ ଘଣ୍ଟାରେ ଦକ୍ଷିଣ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ବର୍ଷା । ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ

Cyclone Fengal
Cyclone Fengal: ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ଫେଞ୍ଜଲ’; ଲଗାଣ ବର୍ଷାରେ ବେହାଲ୍ ଚେନ୍ନାଇ

ସ୍ଥଳଭାଗ ଅତିକ୍ରମ କରିଛି ବାତ୍ୟା ‘ଫେଞ୍ଜଲ’। ଗତକାଲି ରାତି ପ୍ରାୟ ୮ଟାରୁ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇ ରାତି ପ୍ରାୟ ୨ଟା ପର୍ଯ୍ୟନ୍ତ ଚାଲିଥିଲା ।

ATM
Cyclone Fengal: ବର୍ଷା ପାଣି ପଶି ଚାର୍ଜ ହୋଇଗଲା ATM; ଯୁବକ ମୃତ, ପାଣିରେ ଭାସୁଛି ମୃତଦେହ

ATMକୁ ଟଙ୍କା ଉଠାଇବାକୁ ଯାଇଥିବା ବେଳେ ଇଲେକଟ୍ରିକ୍ କରେଣ୍ଟ ଲାଗି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଆଉ ମୃତଦେହ ATM ବାହାରେ ଥିବା ପାଣିରେ ବୁଡି ରହିଛି। ଏହି ଘଟଣାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।

Cyclone Fengal
Cyclone Fengal: ଲ୍ୟାଣ୍ଡଫଲ୍ କରିବ ବାତ୍ୟା !! ପବନ ବେଗ ଘଣ୍ଟାପ୍ରତି ୭୦-୯୦ କିମି ରହିବ

ଏତିକିବେଳେ ପବନର ଘଣ୍ଟାପ୍ରତି ବେଗ ୭୦ରୁ ୮୦ କିମି ରହିପାରେ । ସ୍ଥଳ ବିଶେଷରେ ଏହା ବଢି ୯୦ କିମି ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଓଡ଼ିଶା ଉପରେ ଏହି ବାତ୍ୟାର ସିଧାସଳଖ ପ୍ରଭାବ ପଡ଼ିନଥିଲେ ମଧ୍ୟ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ହୋଇପାରେ ।

Weather Update
Cyclone Fengal: ବଳ ଗୋଟାଉଛି ଫେଙ୍ଗଲ, ଉପକୂଳରେ ଆରମ୍ଭ ହେଲାଣ ବର୍ଷା..!

ଆସନ୍ତାକାଲି ସକାଳ ସୁଦ୍ଧା ସ୍ଥଳଭାଗ ଛୁଇଁବା ସମ୍ଭାବନା। ପ୍ରଭାବରେ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ।

Cyclone Fengal
Cyclone Fengal: ଉପକୂଳ ମୁହାଁ ବାତ୍ୟା ‘ପେଙ୍ଗଲ’;୨୯ ତାରିଖରେ ଛୁଇଁବ ସ୍ଥଳଭାଗ !

ଆଜି ବଙ୍ଗୋପସାଗରରେ ବାତ୍ୟାର ରୂପ ନେବ ଗଭୀର ଅବପାତ । ସମ୍ଭାବ୍ୟ ବାତ୍ୟାର ନାଁ ପେଙ୍ଗାଲ । ତାମିଲନାଡ଼ୁ ଉପକୂଳ ମୁହାଁ ହେବ ବାତ୍ୟା । ଉତ୍ତର ଉତ୍ତରପଶ୍ଚିମ ଦିଗରେ ଗତିକରିବ ବାତ୍ୟା ।

Cyclone Alert
Cyclone Alert: ପୁଣି ବାତ୍ୟା!! ବଙ୍ଗୋପସାଗରରେ ଆଗକୁ ବଢୁଛି ଗଭୀର ଅବପାତ

ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେଉଛି ।

Weather Update
Odisha Weather Forecast: ଡରାଇଲାଣି ଲଘୁଚାପ!! ନେଇପାରେ ବାତ୍ୟାର ରୂପ ..

ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Heavy Rainfall
Weather Updates: ପାଣିପାଗକୁ ନେଇ ଆସିଲା ବଡ଼ ସୂଚନା; ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ !

ପାଣିପାଗକୁ ନେଇ ଆସିଲା ବଡ଼ ସୂଚନା । ବଙ୍ଗୋପସାଗରରେ ଆସୁଛି ମାଡ଼ି ଆସୁଛି ଆଉ ଏକ ଲଘୁଚାପ । ୨୩ ସୁଦ୍ଧା ଲଘୁଚାପ ନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ । 

Year 2024 Is On Track To Be Warmest Year On Record
Year 2024 Is On Track To Be Warmest Year On Record: ଉତ୍ତପ୍ତ ହେଉଛି ପୃଥିବୀ, ରେକର୍ଡ ଭାଙ୍ଗୁଛି ତାତି; ଚିନ୍ତା ବଢ଼ାଇଲା ଚଳିତ ବର୍ଷର ବିଶ୍ବ ତାପମାତ୍ରା 

ପୁଣି ଚିନ୍ତା ବଢ଼ାଇଲା ଚଳିତ ବର୍ଷର ବିଶ୍ବ ତାପମାତ୍ରା । ୨୦୨୩କୁ ଟପି ସର୍ବକାଳୀନ ରେକର୍ଡ ଭାଙ୍ଗିବ ୨୦୨୪ର ତାତି । ବିଶ୍ବ ପାଣିପାଗ ସଂଗଠନର ରିପୋର୍ଟ ପରେ ଜାତିସଂଘ ଉଦବେଗ ପ୍ରକାଶ କରିଛି।