Advertisment

Weather Updates: ଆଜିଠୁ ବଦଳିବ ପାଗ, କମିବ ବର୍ଷା ବଢ଼ିବ କୁହୁଡି; ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ...

ତେବେ କାଲିଠାରୁ ପାଗରେ ପରିବର୍ତ୍ତନ ଆସିବ। କାଲିଠୁ ବର୍ଷା ସଂପୂର୍ଣ୍ଣ କମିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ଦୁଇ ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖାଦେବ।

author-image
Sujit kumar Swain
Weather Updates:

Weather Updates:

କମିବ ବର୍ଷା ବଢ଼ିବ କୁହୁଡି। ରାଜ୍ୟରେ ଆଜିଠୁ ବର୍ଷାର ପରିମାଣ ସାମାନ୍ୟ କମିବାକୁ ଥିବା ବେଳେ କାଲିଠୁ ସଂପୂର୍ଣ୍ଣ ବର୍ଷା କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।ଆଜି ବିଶେଷ କରି ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ।

Advertisment

ତେବେ କାଲିଠାରୁ ପାଗରେ ପରିବର୍ତ୍ତନ ଆସିବ। କାଲିଠୁ ବର୍ଷା ସଂପୂର୍ଣ୍ଣ କମିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେହିପରି ଦୁଇ ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡି ଦେଖାଦେବ। ଘନ କୁହୁଡ଼ି ନେଇ ଆଜି ପାଇଁ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସୁନ୍ଦରଗଡ଼, ସମ୍ବଲପୁର, ବଲାଙ୍ଗିର, ଝାରସୁଗୁଡ଼ା, ନୂଆପଡ଼ା, ବରଗଡ଼, କେନ୍ଦୁଝର ଏବଂ ମୟୂରଭଂଜ ଜିଲ୍ଲାର କିଛି ଅଞ୍ଚଳରେ ଘନ କୁହୁଡ଼ି ସମ୍ଭାବନା ରହିଛି।

ଅଧିକ ପଢ଼ନ୍ତୁ: ମାଟିରେ ଲୋଟୁଛି ଦାନାପାଣି, ଲଗାଣ ବର୍ଷାରେ ବର୍ବାଦ ହେଲାଣି ବର୍ଷକର ଆହାର

Advertisment

ଦୁନିଆକୁ ଦାନା ଯୋଗାଉଥିବା ରାଜ୍ୟର ଚାଷୀକୂଳ ଏବର୍ଷ ଆଉ ଉଧେଇପାରିବେ କି ନାହିଁ ଆଶଙ୍କା । କାରଣ ଅମଳବେଳକୁ ତୁହାକୁ ତୁହା ବର୍ଷା, ଉଜାଡ଼ି ଚାଲିଛି ସୁନାର ଫସଲକୁ । ଗତ ସପ୍ତାହରେ ୨/୩ ଦିନଧରି ଘାଣ୍ଟିବା ପରେ ୨ ଦିନର ବ୍ୟବଧାନ ପରେ ଲେଉଟାଣି ବର୍ଷା ବଳକା ଫସଲକୁ ମାଟିରେ ମିଶାଇଛି । ଧାନବିଲରୁ ଧାନମଣ୍ଡି, ପରିବା କ୍ଷେତରୁ ପରିବା ହାଟ । ସବୁଠି ଏବେ ଫସଲହାନୀର ଆତଙ୍କ ଭିତରେ ଆହୁରି ୨୪ ଘଣ୍ଟାର ବର୍ଷା ପୂର୍ବାନୁମାନ, ଚାଷୀ କଲିଜାକୁ ଥରାଇ ଦେଇଛି ।

ଅଦିନିଆ ଲଘୁଚାପ ବର୍ଷାରେ ଗତ ସପ୍ତାହରେ ଯେତିକି ଫସଲ ଉଜୁଡ଼ିଥିଲା, ଏବେ ଦୋହରା ବର୍ଷା ଚଷା ପୁଅକୁ ଦେଇଛି ଡବଲ୍ ଝଟକା । ଦୋହଲାଇ ଦେଇଛି ଆର୍ଥିକ ଉତ୍ସକୁ । ଆଉ କୋହକୁ ଚାପିପାରୁନି ଚାଷୀ, ଲୁହ ବି ଝରୁନି ଶୁଖିଲା ଆଖିରୁ। କେବଳ ବିକଳ ହେଉଛି ମନ ଆଉ ପ୍ରାଣ । ବତୁରିଯାଇଥିବା ଧାନ କଳେଇର ଗଦା ମଝିରେ ଜୀବନ ଧାରଣ ଚିନ୍ତାରେ ବିଳିବିଳଉଛି ।

ପୁରୀ ଜିଲ୍ଲା କଣାସ ବ୍ଲକ ବକୁ ପଞ୍ଚାୟତ ସୋଢ଼ରପୁର ଗାଁର ଦେବରାଜ ନାଥ । ଧାର କରଜ କରି ଧାନ ଚାଷ କରିଥିଲେ । ଅମଳ କରି କ୍ଷେତରୁ ଖଳାକୁ ଆଣିଥିଲେ । ୨ ଦିନ ତଳେ ବର୍ଷା ଦାଉରୁ ଅମଳ ଫସଲକୁ ସୁରକ୍ଷା ଦେଉ ଦେଉ ଏବେ ଲେଉଟାଣି ବର୍ଷା ଭାଙ୍ଗିଦେଇଛି ଦେବରାଜଙ୍କ ଅଣ୍ଟାକୁ । ଏ ବୟସରେ ଏବେ ଚିନ୍ତା ଘାରିଛି, କେମିତି ୠଣ ଶୁଝିବେ, କେମିତି ପରିବାରକୁ ଦି’ମୁଠା ଦାନା ଦେବେ ।

ଅଧିକ ପଢ଼ନ୍ତୁ: ରାଜ୍ୟରେ ଆହୁରି ୨୪ ଘଣ୍ଟା ଲାଗି ରହିବ ବର୍ଷା, ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

Odisha Weather IMD Winter Fog Rainfall Weather Updates
Advertisment
Advertisment