ଅଖ ବୁଲୁଛି... କଞ୍ଚା ମାଟିରୁ ତିଆରି ହେଉଛି ସୁନ୍ଦର ସୁନ୍ଦର ଘରକରଣା ଜିନିଷ । କଞ୍ଚା ମାଟିରୁ ଦୀପ, ମାଟିହାଣ୍ଡି, ଗରା, କଳସ, ପାଣି ବୋତଲ ଭଳି କେତେ କଣ ସାମଗ୍ରୀ ... ଅତି ଯତ୍ନର ସହ ଚାଲିଛି ମାଟି ପାତ୍ର ଗଢା... ଏ ହେଉଛନ୍ତି ଗଞ୍ଜାମ ଜିଲ୍ଲା ସୋରଡ଼ା କୁମ୍ଭାର ସାହିର ସୁଦୁରୁ ବେହେରା.... ମାଟି କାଦୁଅରୁ ସୁନ୍ଦର ସୁନ୍ଦର ପାତ୍ର ସହ ଘର କରଣା ସାମଗ୍ରୀ ବି ନିର୍ମାଣ କରୁଛନ୍ତି ।
ସୁଭଦ୍ରା ରାଲି ଆୟୋଜନ କଲେ ବୋଲି ବାଲେଶ୍ୱରରେ ଅଙ୍ଗନୱାଡି କର୍ମୀଙ୍କୁ ଗଛରେ ବାନ୍ଧି ବାଡେଇଲେ । ଭୁବନେଶ୍ୱରରେ 'ମୋ ସେବା' କେନ୍ଦ୍ର ପରିଚାଳକ ବିଜେଡି ସମର୍ଥିତ ହୋଇଥିବାରୁ ବାହାନା ବାଜି କରି ସାଧାରଣ ମହିଳାଙ୍କୁ ଯୋଜନାରୁ ବଞ୍ଚିତ କରୁଥିବା ଅଭିଯୋଗ ହୋଇଛି ।
ଉଦଘାଟନ ଦିନ ମାଲକାନଗିରି ବିମାନବନ୍ଦରକୁ ନେଇ ଯାହା ଆଶଙ୍କା କରାଯାଉଥିଲା, ତାହା ସତ ପ୍ରମାଣିତ ହୋଇଛି । ମାଲକାନଗିରିରେ ବାସ୍ତବରେ କ’ଣ ଉଦଘାଟନ ହୋଇଥିଲା, ଏୟାରପୋର୍ଟ ନା ଏୟାରଷ୍ଟ୍ରିପ୍ ?
'କଂଗ୍ରେସ୍ ସହ ହାତ ମିଳେଇବା, ରାଜ୍ୟରେ ସରକାର କରିବା' । ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଦଳୀୟ ସଭାରେ ଏଭଳି ବକ୍ତବ୍ୟ ପରେ ରାଜ୍ୟ ରାଜନୀତିରେ ବଢ଼ିଛି ଚର୍ଚ୍ଚା ।
ପ୍ରବାସୀ ଓଡ଼ିଆଙ୍କୁ ଘାରିଛି ରାସନକାର୍ଡ କେୱାଇସି ଅପଡେଟ୍ ଚିନ୍ତା । ରାଜ୍ୟ ବାହାରେ ପେଟପାଟଣା ପାଇଁ ଖଟୁଥିବା ଲୋକେ ଛୁଟି ନେଇ ଖର୍ଚ୍ଚାନ୍ତ ହୋଇ ଗାଁକୁ ଆସିବା ସମ୍ଭବ ହେଉ ନଥିବା ବେଳେ କିଛି ଡିଲର ସେମାନଙ୍କ ପାଖେ ପହଞ୍ଚି ଶୋଷଣ କରିବା ଆରମ୍ଭ କଲେଣି ।
କେତେବାଟ ଆଗେଇଲା ଭରତପୁର ଥାନା କାଣ୍ଡର ତଦନ୍ତ? ଏଭଳି ସମ୍ବେଦନଶୀଳ ଘଟଣାରେ କେବଳ ପୋଲିସ ଅଧିକାରୀଙ୍କ ନିଲମ୍ବନରେ କାର୍ଯ୍ୟାନୁଷ୍ଠାନ ଅଟକିଯିବ, ନା ଆଗକୁ ବଢ଼ିବ ?
କାହିଁକି ଏକପାଖିଆ ଭାଇରାଲ କରାଯାଉଛି ପୀଡ଼ିତାଙ୍କ ଭିଡ଼ିଓ ? କୁଆଡ଼େ ଗଲା ପୀଡ଼ିତା ସୁଟ୍ କରିଥିବା ଥାନା ପରିସରର ଭିଡ଼ିଓ ? ପୀଡ଼ିତାଙ୍କ ଚରିତ୍ର ସଂହାର ସହ ବଦନାମ୍ ପାଇଁ କରାଯାଉଛି କି ଭାଇରାଲ୍ ?
ବାରମ୍ବାର ବିଏମ୍ସି ଅଫିସକୁ ଦୌଡି ନିରାଶ ହେବା ପରେ ଶେଷରେ ଅଫିସ୍ ଚାମ୍ବର ଭିତରେ ପରିସ୍ରା କରି ପ୍ରତିବାଦ ଜଣାଇଛନ୍ତି ୪୫ ନମ୍ବର ୱାର୍ଡର ଶବର ସାହି ବାସିନ୍ଦା ।
ନବୀନ ସରକାର ଉପରେ ଲଗାଇଥିବା ଚାର୍ଜସିଟ୍ ଉପରେ ଆକ୍ସନ କେବେ ? ଶହେ ଦିନର ମୋହନ ସରକାରରେ ପୂରା ହୋଇଛି ବହୁ ପ୍ରତିଶ୍ରୁତି।୧୦୦ ଦିନର ଉପଲବ୍ଧି ଜାଣିଲେ ଲୋକେ, ଏବେ ଆକ୍ସନକୁ ଅପେକ୍ଷା।
ଭରତପୁର ଥାନା ଘଟଣା ଏବେ ରାଜନୀତିର ମୁଖ୍ୟ ମୁଦ୍ଦା। ରାଜ୍ୟଠୁ ଆରମ୍ଭ କରି ଜାତୀୟ ସ୍ତରଯାଏ ସବୁଠି ଏହି ଘଟଣାକୁ ନେଇ ଚର୍ଚ୍ଚା।
ଆନ୍ଧ୍ରପ୍ରଦେଶ ତିରୁପତି ତିରୁମାଳା ଭେଙ୍କଟେଶ୍ୱର ମନ୍ଦିରରେ ପ୍ରସ୍ତୁତ ପବିତ୍ର ଲଡୁ ପ୍ରସାଦରେ ପଶୁ ଚର୍ବିର ଘିଅ । ରାଜ୍ୟରେ ବର୍ତ୍ତମାନ କ୍ଷମତାରେ ଥିବା ଟିଡିପି ନେତୃତ୍ୱାଧୀନ ସରକାର ଏଭଳି ସାଙ୍ଘାତିକ ଅଭିଯୋଗ ଆଣିବା ପରେ ଏବେ ସାରା ଦେଶରେ ଏ ବିବାଦକୁ ନେଇ ଚର୍ଚ୍ଚା ।
ସରକାରଙ୍କୁ ଘେରିଲେ ବିରୋଧୀ ବିଜେଡି ଓ କଂଗ୍ରେସ । ବିଚାର ବିଭାଗୀୟ ତଦନ୍ତ ଦାବି କଲେ ନବୀନ । କଂଗ୍ରେସ କହିଲା ଭରତପୁର କାଣ୍ଡ ପାଇଁ ବିଶ୍ବ ଦରବାରରେ ଲଜ୍ଜିତ ହୋଇଛି ରାଜ୍ୟ ।
ଭରତପୁର ଥାନା କଳଙ୍କିତ ଘଟଣାରେ ପୀଡ଼ିତାଙ୍କ ସଂଗୀନ ଆରୋପ । ଏଣେ ଖାପଖାଉନି ଭୁବନେଶ୍ବର ଡିସିପିଙ୍କ ପୁରୁଣା ବୟାନ । ସାମ୍ନାକୁ ଆସିଲା ଭରତପୁର ଥାନାର ଆଉ ଏକ ମିଛ ପ୍ରମାଣ ।
ଫରେଷ୍ଟର୍ ସଞ୍ଜୟ ନାୟକ ଖାଲି ଜୀବନ ହାରିନାହାଁନ୍ତି, ବରଂ ବର୍ଷ ବର୍ଷର ଚାରା ଘୋଟାଲାର ମହାଖୁଲାସା କରିଛନ୍ତି ସୁଇସାଇଡ୍ ନୋଟରେ। ଚାରା ରୋପଣ ନାଁରେ କେମିତି ଧଳାହାତୀଙ୍କ ପକେଟ୍ ଗରମ ହୁଏ, ତା’ର ଇଙ୍ଗିତ ବି କରିଛନ୍ତି ସଞ୍ଜୟ।
କାକଟପୁର ବେଡି ଜଗନ୍ନାଥ ମନ୍ଦିର । ଏହି ମନ୍ଦିର ପଛରେ ରହିଛି ଅନେକ କାହାଣୀ । କିଆ ଫୁଲ ଓ ନାଗ ସାପକୁ ନେଇ ରହିଛି କଥା...
ପାଦରେ ବଳ ନାହିଁ... ହେଲେ ହାତ ଠାରି ଡାକିଛି କାଳିଆ ସାଆଁନ୍ତ । ଚାଲିବାକୁ ଶକ୍ତି ନାହିଁ... ହେଲେ ଜଗା ଲଗେଇ ଦେଇଛି ଭାବର ଡୋରୀ । ଏଇ ବାଡ଼ି ଖଣ୍ଡକ ଯୁବତୀଙ୍କ ପାଇଁ ସାଜିଛି ସାହାରା... ଧୀରେ ଧୀରେ ବଡ଼ଦାଣ୍ଡ ଅତିକ୍ରମ କରି ସିଂହ ଦ୍ୱାର ଦେଇ ଚଢ଼ି ଚାଲିଛନ୍ତି ୨୨ ପାହାଚ ।
ଏ ଶୁଖିଲା ଆଖି ଦୁଇଟି ପରିବାରକୁ ଖୋଜୁଛି । ବୃଢ଼ା ବାପାଟା ପରାଲିସିସ୍ରେ ଆକ୍ରାନ୍ତ । ବୟସ ୮୦ ଟପିଲାଣି । ଏ ବୃଦ୍ଧ ଦମ୍ପତିଙ୍କ ସବୁ ଥାଇ ମଧ୍ୟ ଆଜି ଏମାନେ ବେସାହାରା । ଦୁଇ ପୁଅ ଓ ବୋହୂ ଶିକ୍ଷିତ... ନାତିନାତୁଣୀ ବି ଅଛନ୍ତି ।
ଆଜିକୁ ଦୀର୍ଘ ୧୫ ଦିନ ଧରି ଭବାନୀପାଟଣା, ବଲାଙ୍ଗିର, ବରଗଡ଼ ଓ ଶେଷରେ ଗତକାଲି ଭୁବନେଶ୍ୱର ଏମ୍ସ ଆସିବା ପରେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ରୁକାସାନା।
ମୋହନ ସରକାରର ୧୦୦ ଦିନ ପୂର୍ତ୍ତି ଅବସରରେ ଆଜି ପୁରୀରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପରେ ଆସନ୍ତାକାଲିଠୁ ଜିଲ୍ଲାସ୍ତରରେ ମଧ୍ୟ ଦଳ ଏହି ଉତ୍ସବ ପାଳନ କରିବ।
ଅପରପକ୍ଷେ ଗତକାଲି ନିର୍ଦ୍ଦେଶ ପରେ ଆଜି ତଳ କୋର୍ଟଙ୍କ ସର୍ତ୍ତରେ ତାଙ୍କୁ ଜାମିନ ମିଳିଛି।
ଉପାନ୍ତ ମାଲକାନଗିରିରୁ କଟକ SCB ଓ କ୍ୟାପିଟାଲ୍ ହସପିଟାଲରେ ସ୍ଥିତି ପରଖିଛନ୍ତି ଆମ ପ୍ରତିନିଧି।
ବଢ଼ିପାଣିରେ ଅଧିକାଂଶ ନଳକୂଅ ବୁଡ଼ିଯାଇଥିବାରୁ, ଜଳ ଘେରରେ ଥାଇବି ଦେଖାଦେଇଛି ଜଳ ସଂକଟ।
ଭୋକ ବିକଳରେ ହାତୀ ମାଂସ ଖାଇବ ଜିମ୍ବାୱେ । ଜଙ୍ଗଲରୁ ୨ଶହଟି ହାତୀ ଶିକାର କରି ସେମାନଙ୍କ ମାଂସକୁ କ୍ଷୁଧାର୍ଥଙ୍କ ମଧ୍ୟରେ ବାଣ୍ଟିବ । ବିଭିନ୍ନ ଦକ୍ଷିଣ ଆଫ୍ରିକୀୟ ଦେଶରେ ମରୁଡ଼ି ଓ ଖାଦ୍ୟାଭାବ ଗମ୍ଭୀର ରୂପ ଧାରଣ କରିଥିବା ବେଳେ, ପୂର୍ବରୁ ନାମ୍ବିଆ ବି ୭ଶହରୁ ଅଧିକ ବନ୍ୟଜନ୍ତୁ ମାରି ଖାଇବାକୁ ନିଷ୍ପତ୍ତି ନେଇଛି ।..
ବାଲେଶ୍ବର ବନ୍ୟାସ୍ଥିତି ଗମ୍ଭୀର। ପାଣି ଘେରରେ ବାଲିଆପାଳ, ଭୋଗରାଇ, ବସ୍ତା, ଜଳେଶ୍ବର ଓ ସଦର ବ୍ଲକର ଶହ ଶହ ଗାଁ, ଲୋକଙ୍କ ଜୀବନ ଦୁର୍ବିଃସହ ହୋଇ ପଡିଛି। ପୂର୍ଣ୍ଣମୀ ପାଇଁ ପାଣି ଛାଡୁନଥିବାରୁ ବଢ଼ିଛି ବିପନ୍ନଙ୍କ ସମସ୍ୟା।
ଦେଶରେ ଦୁଇଟି ପର୍ଯ୍ୟାୟରେ ହେଉ ନିର୍ବାଚନ। ପ୍ରଥମେ ଏକକାଳୀନ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଏବଂ ତାର ଶହେ ଦିନ ଭିତରେ ସମସ୍ତ ପୌରାଞ୍ଚଳ ଏବଂ ପଂଚାୟତ ନିର୍ବାଚନ କରାଯାଉ।