• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

School Students Cross River
ଭାସିଯିବନି ତ ଭବିଷ୍ୟତ ?

ଭରା ନଈରେ ପାର୍‌ ହେଉଛି ଏ କୁନି କୁନି ଭବିଷ୍ୟତ । ଆଉ ଜୀବନ ଧାରାର ମାଧ୍ୟମ ପାଲଟିଛି ଏଇ ଖଣ୍ଡକ ଦଉଡ଼ି । କେତେବେଳେ ଯେ ଛିଡ଼ିଯିବ କାହାକୁ ଜଣାନାହିଁ । ହେଲେ ସେହି ଦଉଡ଼ିକୁ ଧୀରେ ଧୀରେ ଭିଡି ନଦୀ ପାର୍‌ ହେଉଛନ୍ତି ଏଠାକାର ଲୋକେ ।

  • Monday, 11 November 2024
Death of BSF Soldier
ଲୁହ ଦେଇଗଲେ ଚକ୍ରଧର

ଯବାନ ହୋଇ ଦେଶ ସେବା କରିବାକୁ ଯାଇଥିଲେ । ହେଲେ ଫେରିଲା ମୃତଦେହ । ମିଳିଲାନି ଗାର୍ଡ ଅଫ୍‌ ଅର୍ନର । ଚକ୍ରଧରଙ୍କ ମୃତ୍ୟୁକୁ ନେଇ ଲାଗି ରହିଛି ସସ୍‌ପେନ୍ସ । ସେ ସହିଦ ହେଲେ ନା ଆତ୍ମହତ୍ୟା କଲେ ତା’ ଆଜି ରହସ୍ୟ ଘେରରେ ।

  • Monday, 11 November 2024
Iskcon Controversy
ଛଳନା କଲା ଇସ୍କନ

ଛଳନା କଲା ଇସ୍କନ। ରଥଯାତ୍ରାରୁ ଓହରିବାର ପ୍ରତିଶ୍ରୁତି ପରେ ବି ଆମେରିକାର ହ୍ୟୁଷ୍ଟନରେ ଗଡ଼ାଇଲା ନନ୍ଦିଘୋଷ ସଦୃଶ ରଥ। ଯାହାକୁ ନେଇ ରାଜ୍ୟରେ ଭୀଷଣ ପ୍ରତିକ୍ରିୟା ପ୍ରକାଶ ପାଇଛି। ଜଗନ୍ନାଥପ୍ରେମୀ ଓ ସେବାୟତ ଇସ୍କନର ଏଭଳି ଛଳନାର ତୀବ୍ର ନିନ୍ଦା କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

  • Sunday, 10 November 2024
Suspicion Grows in Love Jihad Case
ଲଭ୍ ଜିହାଦ୍ ମାମଲାରେ ବଢୁଛି ନାନା ଶଙ୍କା

ପ୍ରେମ ନାଁରେ ଧର୍ମ ପରିବର୍ତ୍ତନ ବା ଲଭ୍ ଜିହାଦ୍ ଉଦ୍ୟମ ମାମଲାର ଯେତିକି ଖୋଳତାଡ଼ ହେଉଛି, ଅଭିଯୁକ୍ତର କାର୍ଯ୍ୟକଳାପ ଓ ଗତିବିଧିକୁ ନେଇ ବଢୁଛି ନାନା ଆଶଙ୍କା। ଆତଙ୍କୀ ସଂଗଠନଠୁ ସାଇବର୍ ଅପରାଧ ଯାଏଁ, ଅଭିଯୁକ୍ତ ମହମ୍ମଦ ସମୀର ମନସୁରର ସଂପୃକ୍ତିକୁ ଏଡ଼ାଇ ପାରୁନି କମିଶନରେଟ୍ ପୋଲିସ।

  • Sunday, 10 November 2024
Women To Offer Millet to Goddess Lakshmi
‘ମାଣବସା ଗୁରୁବାରରେ ଲାଗିହେଉ ମାଣ୍ଡିଆ ଭୋଗ’

ମାର୍ଗଶିର ମାସ ମାଣବସା ଗୁରୁବାରରେ ମାଆ ଲକ୍ଷ୍ମୀଙ୍କୁ ଲାଗି ହେଉ ମାଣ୍ଡିଆ ଭୋଗ। ମାଣ୍ଡିଆ ପ୍ରସାଦ ଅର୍ପଣ କରି ସମସ୍ତଙ୍କୁ ପରଷିବା ପାଇଁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ମାଣ୍ଡିଆ ଦିବସ ଅବସରରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ। ମାଣ୍ଡିଆ ଭଳି ପୁଷ୍ଟିଶସ୍ୟକୁ ଖାଇବା ଥାଳିକୁ ଫେରାଇ ଆଣିବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଛି ଏହି ସମ୍ମିଳନୀ।..

  • Sunday, 10 November 2024
Satakoshia Tiger Reserve
ସାତକୋଶିଆ କୋର୍ ଏରିଆରେ OTV

୧୭ ବର୍ଷ ତଳେ ସାତକୋଶିଆରେ ଥିଲେ ୧୫ ମହାବଳ। ଘୋଷଣା ହୋଇଥିଲା ବ୍ୟାଘ୍ର ଅଭୟାରଣ୍ୟ। ହେଲେ ଧୀରେ ଧୀରେ ବାଘଶୂନ୍ୟ ହୋଇଥିଲା ସାତକୋଶିଆ। ୨୦୧୮ରେ ମଧ୍ୟପ୍ରଦେଶରୁ ମହାବଳ ମହାବୀର ଓ ବାଘୁଣୀ ସୁନ୍ଦରୀକୁ ଆଣି ଅଭୟାରଣ୍ୟରେ ବାଘବଂଶ ବୃଦ୍ଧି ଯୋଜନା ବି ଫେଲ୍ ମାରିଲା। ଏବେ ସେହି ତ୍ରୁଟି ସୁଧାରି ଟାଇଗର୍ ରିକଭରି ପ୍ଲାନ ଜରିଆରେ ବ୍ୟାଘ୍ର ଅଭୟାରଣ୍ୟ ପୂର୍ବ ଗୌରବ ଫେରାଇ ଆଣିବାକୁ ଯୋଜନା କରୁଛି ବନ ବିଭାଗ। ସେଥିପାଇଁ ସାତକୋଶିଆ ଅଭୟାରଣ୍ୟ କୋର୍ ଏରିଆରେ କିଭଳି ଚାଲିଛି ପ୍ରସ୍ତୁତି, ଦେଖନ୍ତୁ ଓଟିଭିର ଗ୍ରାଉଣ୍ଡ ରିପୋର୍ଟ।…

  • Sunday, 10 November 2024
Food Supply Secretary
ହଠାତ୍ ବଦଳିଲେ ଖାଦ୍ୟ ଯୋଗାଣ ସଚିବ। ହେଲେ କାହିଁକି?

ହଠାତ୍ ବଦଳିଲେ ଖାଦ୍ୟ ଯୋଗାଣ ସଚିବ। ହେଲେ କାହିଁକି? କନ୍ଧମାଳ ଆମ୍ବ ଟାକୁଆ ମୃତ୍ୟୁ ଏହା ପଛର କାରଣ କି? ବିଜେଡିର ସିଧାସଳଖ ଅଭିଯୋଗ ହେଲା ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ସଚିବଙ୍କୁ ବଦଳା ଯାଇଛି। ଜବାବରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି ତାଙ୍କ ସମୟରେ ଅଫିସର ରାଜୁତିର ବିରାମ ଲାଗିଛି। ଦକ୍ଷ ଅଧିକାରୀଙ୍କୁ ନେଇ କାମ ହେବ।…

  • Sunday, 10 November 2024
small cow
ଦେଶର ସବୁଠୁ କୁନି ଗାଈ, ଦାମ୍‌ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଏହି ବିରଳ ପ୍ରଜାତିର ଗାଈମାନେ ଆନ୍ଧ୍ର ପ୍ରଦେଶରେ ଦେଖାଯାଆନ୍ତି । ଏମାନେ ଧଳା, କସରା ଓ କଳାରଙ୍ଗର ହୋଇଥା’ନ୍ତି । ପୁଙ୍ଗନୁର ଦେଖିବାକୁ ଖୁବ୍‌ ସୁନ୍ଦର ଏବଂ ସାଧାରଣ ମଧ୍ୟ । ଏମାନଙ୍କର ୧୦ରୁ ୧୫ ସେଣ୍ଟିମିଟର ଶିଙ୍ଗ ରହିଥାଏ ।

  • Sunday, 10 November 2024
Khola Katha
ମୁଁ ଦେଖା କରିବାର ସୁଯୋଗ ପାଇନି

‘୫ ବର୍ଷରେ ବ୍ୟକ୍ତିଗତ ଭାବେ ଥରେ ନବୀନଙ୍କୁ ଦେଖା କରିଛି । ଦଳ ସମ୍ପର୍କରେ ଯାହା କହିବାକୁ ହେଲେ ପାଣ୍ଡିଆନଙ୍କୁ କହୁଥିଲି ।’

  • Sunday, 10 November 2024
 Bamboo Craft
ହସୁଛି କାରିଗରୀ...ହେଉନି ବିକ୍ରି

ବାଉଁଶରୁ ତିଆରି ହେଉଛି ଭଳିକି ଭଳି ଜିନିଷ । ସୁନ୍ଦର ସୁନ୍ଦର ଫୁଲଦାନୀ, ପେନ ଷ୍ଚାଣ୍ଡ, ମନି ପର୍ସ ଓ ଲ୍ୟାମ୍ପ ଭଳି ଅନେକ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ମହିଳା । ୮ ବର୍ଷ ତଳେ ସୋନପୁରର ଏକ ସଂସ୍ଥା ଏହି ମହିଳାମାନଙ୍କୁ ବାଉଁଶ କାରିଗରୀ ଉପରେ ତାଲିମ ଦେଇଥିଲେ ।

  • Sunday, 10 November 2024
ଅଧା ରହିଗଲା ଶବଦାହ
ଶ୍ମଶାନରେ ଶବ ଦାହ ଝମେଲା

ଭୁବନେଶ୍ବର ସତ୍ୟନଗର ମଶାଣିରେ ଢେର ସମୟ ଧରି ଚାଲିଥିଲା ଏ ପାଲା । ବଡ଼ କଥା ହେଲା- ଅନ୍ତିମ ସଂସ୍କାର ଅଧାରୁ ଯାହାଙ୍କ ଦରପୋଡ଼ା ଶବକୁ ପୋଲିସ୍ ଜବତ କରିଛି- ସେ ହେଲେ ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ପତ୍ନୀ ଅଶ୍ରୁକଣା ପ୍ରଧାନ, ବୟସ ୭୬ ।

  • Saturday, 09 November 2024
ବରଖାସ୍ତ ପରେ ବି ଚେୟାର ଛାଡୁନାହାନ୍ତି ମହିଳା କମିଶନ ଅଧ୍ୟକ୍ଷା
୧୮ ଦିନ ପରେ ବି ଗାଦି ଛା଼ଡୁନାହାନ୍ତି ମହିଳା କମିଶନ ଅଧ୍ୟକ୍ଷା

ପଦବୀରୁ ହଟାଯିବାର ୧୮ ଦିନ ପରେ ଚେୟାର ଛାଡୁନାହାନ୍ତି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା।

  • Saturday, 09 November 2024
Boudh to Get Train Service Soon
ବୌଦ୍ଧ ଦେଖିବ ରେଳ ଆଲୁଅ

ନୟାଗଡ଼ ଡେଇଁଲେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଆହୁରି ଆକର୍ଷଣୀୟ ହେବ ରେଳ ଯାତ୍ରା। କାରଣ ଦଶପଲ୍ଲାରୁ ବୌଦ୍ଧ ପର୍ଯ୍ୟନ୍ତ ୭ଟି ଟନେଲ ଦେଇ ଯିବ ଟ୍ରେନ।

  • Saturday, 09 November 2024
Attack On Woman RTI Activist
ଗାଁ ଦାଣ୍ଡରେ ବୋହୂକୁ ଟଣାଓଟରା, ମାରଧର୍ !

ସୂଚନା ଅଧିକାର ବଳରେ ତଥ୍ୟ ମାଗିବାରୁ, ଗାଁ ଦାଣ୍ଡରେ ଲୋଟିଲା ମହିଳାଙ୍କ ସମ୍ମାନ, ଇଜ୍ଜତ। କଙ୍ଗାରୁ କୋର୍ଟ ବସାଇ କରାଗଲା ଆକ୍ରମଣ ଓ ଅପଦସ୍ଥ ।

  • Saturday, 09 November 2024
୨୪ରେ ମିଳିବ ‘ସୁଭଦ୍ରା’ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା
୨୪ରେ ମିଳିବ ‘ସୁଭଦ୍ରା’ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା

ଲଣ୍ଡନରୁ ଫେରୁ ଫେରୁ ସୁଭଦ୍ରାକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ବଡ଼ ଘୋଷଣା । ଆସନ୍ତା ୨୪ ତାରିଖରେ ମିଳିବ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ।

  • Saturday, 09 November 2024
Elderly Woman
ଭତ୍ତା ନବାକୁ ଆସି ଆଉ ଫେରିଲେନି ବୃଦ୍ଧା !

କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ଭତ୍ତା ପାଇଁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ପେନସନ ଟଙ୍କା ଉଠାଇବାକୁ ଆସି ଫେରିବା ବେଳେ ବାଟରେ ମୃତ୍ୟୁ ହୋଇଥିବା କହିଛନ୍ତି ମୃତକଙ୍କ ଭାଇ ।

  • Saturday, 09 November 2024
Donald Trump
ଟାର୍ଗେଟରେ କମଲା

ଡୋନାଲ୍ଡ ଟ୍ରମ୍ପଙ୍କ ଏକ ମଜାଦାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ଟେଲିଭିଜନ ଆଗରେ ବସି ପ୍ରତିଦ୍ୱନ୍ଦ୍ୱୀ କମଲା ହାରିସଙ୍କ ଭାଷଣ ଶୁଣୁଛନ୍ତି। ତାପରେ କଣ ହେଉଛି ଦେଖନ୍ତୁ ।

  • Saturday, 09 November 2024
Train Service
ବୌଦ୍ଧ ଜିଲ୍ଲାବାସୀଙ୍କୁ ମିଳିବ ରେଳସେବା

ଆଉ ମାତ୍ର କିଛି ମାସର ଅପେକ୍ଷା। ବୌଦ୍ଧକୁ ଗଡିବ ରେଳଗାଡି। ସରିଲା ରେଳପଥ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ପ୍ରକ୍ରିୟା। ଆଉ ୧୧୦ ସ୍ପିଡ଼ରେ ହୋଇଛି ପାସେଞ୍ଜର ଟ୍ରେନର ସ୍ପିଡ ଟ୍ରାଏଲ ରନ। ଯାହାକୁ ନେଇ ଏବେ ବୌଦ୍ଧବାସୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଷ୍ଟେସନ ରେ ପ୍ରଥମ ଟ୍ରେନ ଦେଖିବା ପାଇଁ ଲାଗିଥିଲା ଲୋକଙ୍କ ଭିଡ଼।

  • Saturday, 09 November 2024
ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦରଙ୍କ ସିଙ୍ଗଡ଼ା ବାଟବଣା
ସୁରକ୍ଷାକର୍ମୀଙ୍କ ପେଟକୁ କେମିତି ଗଲା CMଙ୍କ ସିଙ୍ଗଡ଼ା ?

ସୁଖୁଙ୍କ ସିଙ୍ଗଡ଼ା ଖୋଜିବାକୁ ହେଲା ରିତିମତ୍ ସିଆଇଡି ତଦନ୍ତ । ସତରେ କଣ ହିମାଚଳ ସମୋସା ବିବାଦ ପଛରେ-କୁଛ୍ ତୋ ଗଡ଼ବଡ଼ ହୈ !

  • Friday, 08 November 2024
Cuttack
ସିଲଭର୍ ସିଟିରେ ସୈତାନୀ କାଣ୍ଡ

ଶେଷରେ ପୀଡ଼ିତାଙ୍କ ଏତଲା ପରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିବାବେଳେ ନାବାଳକ କାଫେ ମାଲିକକୁ ଧରି ପଚରାଉଚରା କରୁଛି।

  • Friday, 08 November 2024
Love Jihad
ଫ୍ରି-ଫାୟାର ଗେମ ଖେଳୁ ଖେଳୁ କାଶ୍ମୀର ଯୁବକ ସାଙ୍ଗେ ପ୍ରେମ

ପୋଲିସ ଯୁବକଙ୍କୁ ଅଟକ ରଖି ତନାଘନା ଚଳାଇଥିବାବେଳେ ପୀଡ଼ିତା କହିଛନ୍ତି ମୋତେ ନ୍ୟାୟ ମିଳୁ।

  • Friday, 08 November 2024
 ନୂଆବର୍ଷ ପୂର୍ବରୁ ଜଗନ୍ନାଥ ଧାମରୁ ଅନ୍ୟ ଧାମକୁ ଗଡ଼ିବ ବସ୍
ନୂଆବର୍ଷ ପୂର୍ବରୁ ଜଗନ୍ନାଥ ଧାମରୁ ଦେଶର ଅନ୍ୟ ତିନିଧାମକୁ ଗଡ଼ିବ ସୁପର ପ୍ରିମିୟମ ଲଗ୍‌ଜୁରୀ ବସ୍

ଆସନ୍ତା ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ପୁରୀରୁ ଅଯୋଧ୍ୟା ଏବଂ ତିରୁପତିକୁ ବସସେବାର ଶୁଭାରମ୍ଭ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ।

  • Friday, 08 November 2024
ସୁଶାନ୍ତ ବେହେରାଙ୍କ ଡାଇରେକ୍ଟ ଆଟାକକୁ ନେଇ ବିଜେଡିରେ କମ୍ପନ
BJD ବିପର୍ଯ୍ୟୟ ପାଇଁ ନବୀନ ଦାୟୀ

ଖାଲି ସେତିକି ନୁହେଁ, ଦଳ ନିର୍ବାଚନ ପୂର୍ବରୁ ଭୁଲ୍ ବାଟରେ ପରିଚାଳିତ ହେଉଥିଲା ବୋଲି କହି ବିଜେଡି କ୍ୟାମ୍ପରେ କମ୍ପନ ସୃଷ୍ଟି କରିଛନ୍ତି ସୁଶାନ୍ତ।

  • Friday, 08 November 2024
 Donald Trump's Return as US President?
ଆମେରିକାର ପୁଟିନ !

୪ ବର୍ଷ ପରେ ପୁଣିଥରେ ଆମେରିକାର ରାଷ୍ଟ୍ରପତି ଆସନରେ ବସିବେ ଡୋନାଲ୍ଡ ଟ୍ରମ୍ପ। ଏବେ ସବୁ ଭାରତୀୟଙ୍କ ମନରେ ଗୋଟିଏ ପ୍ରଶ୍ନ। ଭାରତ ପ୍ରତି କିପରି ରହିବ ଟ୍ରମ୍ପଙ୍କ ଆଭିମୁଖ୍ୟ? କ’ଣ ଏହା ଭାରତ ପାଇଁ ଶୁଭଙ୍କର ହେବ ? ଦେଖନ୍ତୁ ଏହି ରିପୋର୍ଟ ।

  • Friday, 08 November 2024
Maa Shyama Kali puja
ଜମୁଛି କାଳୀପୂଜା...କମ୍ପୁଛି ସହର

କାଳୀପୂଜା ପାଇଁ ଦୁଲୁକୁଛି ଯାଜପୁରର ବ୍ୟାସନଗର। ଧୁମଧାମରେ ପାଳିତ ହୋଇଛି ମା’ ଶ୍ୟାମାକାଳୀଙ୍କ ପୂଜା ଉତ୍ସ। ମଣ୍ଡପ ଶୋଭାକୁ ଦ୍ୱିଗୁଣିତ କରିଛି ସୁଉଚ୍ଚ ତୋରଣ। କେଉଁଠି ଗୁମ୍ଫା ଭିତରେ ମା’ ପୂଜା ପାଉଛନ୍ତି ତ କେଉଁଠି ତିଆରି ହୋଇଛି ହରିଦ୍ବାର ମନ୍ଦିରର ଢାଞ୍ଚା ।

  • Friday, 08 November 2024