ନିର୍ବାଚନ ବିପର୍ଯ୍ୟୟ ଓ ବିଜେଡିରେ ଦଳୀୟ କନ୍ଦଳ ବଢ଼ିବା ପରେ କମାଣ ପୁଣି ଧରିଲେ ନବୀନ।ନୂଆ ରଣନୀତି ଆପଣାଇ ଗଣେଶ ପୂଜାରୁ ଲୋକଙ୍କ ପାଖକୁ ଯିବାକୁ ଆରମ୍ଭ କରିଛନ୍ତି।ଯାହାକୁ ଦଳୀୟ ନେତା ପ୍ରଚାର ପ୍ରସାର କରି ବାର୍ତ୍ତା ଦେବାକୁ ଚାହୁଁଛନ୍ତି, ନବୀନଙ୍କ ଲୋକପ୍ରିୟତା ଏବେ ବି ବଜାୟ ରହିଛି। ସେପଟେ ବିଜେପି କହିଛି ପରାଜୟ ପରେ ନବୀନଙ୍କର ଲୋକଙ୍କ କଥା ମନେପଡିବା ଦୁର୍ଭାଗ୍ୟଜନକ।…
ଚାଷୀଙ୍କୁ ରାଜ୍ୟ ସରକାରଙ୍କ ନୂଆଁଖାଇ ଭେଟି। ଆସିଲା ସିଏମ୍ କିଷାନ୍। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ସମ୍ବଲପୁରରେ ଏହି ଯୋଜନାର ଶୁଭାରମ୍ଭ କରି ପ୍ରଥମ କିସ୍ତି ବାବଦ 925 କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ଏଥିସହ ସିଏମ୍ ଓ ପିଏମ୍ କିଷାନରେ ନୂଆ ହିତାଧିକାରୀଙ୍କ ନାମ ପଞ୍ଜିକରଣ ପାଇଁ ସିଏମ୍ କିଷାନ୍ ପୋର୍ଟାଲର ବି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ।...
ପ୍ରକୃତିର ତାଣ୍ଡବରେ ଛଟପଟ ହେଉଛି ଚାଇନା । କରାଳ ରୂପରେ ଛାରଖାର ହେଉଛି ସବୁକିଛି । ବାତ୍ୟା ‘ୟାଗୀ’ ଏବେ ଚାଇନାରେ ତାଣ୍ଡବ ରଚୁଛି । ଘଣ୍ଟା ପ୍ରତି ୨୩୪ କିଲୋମିଟରରେ ପବନ ବହିବା ସହ ସବୁ କିଛି ଚୁରମାର କରୁଛି ।
ନୂଆଖାଇ ଉପଲକ୍ଷେ ଶୁଣନ୍ତୁ କଣ୍ଠଶିଳ୍ପୀ ସୁନିଲ ମହାନନ୍ଦଙ୍କ ଠାରୁ ଏହି ସୁନ୍ଦର ଗୀତ, ଆମେ ସମ୍ୱଲପୁରିଆ
ଚାଷୀଙ୍କ ପେଟକୁ ଲାତ ମାରୁଛି ସିମେଣ୍ଟ କମ୍ପାନୀ । ଧୀରେ ଧୀରେ ଛଡ଼ାଇ ନେଉଛି ବେଉସା । ଚାଷ କରି ଗରିବ ଚାଷୀଟିଏ ନିଜର ପରିବାର ପ୍ରତିପୋଷଣ କରୁଥିଲା । ହେଲେ ସେ ଆଜି ମୁଣ୍ଡରେ ହାତ ଦେଇ ବସିଛି ।
ବିଦ୍ୟାର ଆଧାର ହେଉଛନ୍ତି ଗଣପତି ତଥା ଗଜାନନ । ସେଇଥି ପାଇଁ ତ ଏ କୁନିକୁନି ପିଲାମାନଙ୍କର ଏହି ପ୍ରୟାସ । ସ୍କୁଲର ଛାତ୍ରଛାତ୍ରୀ ମାନେ ସଂଗୃହିତ କରିଛନ୍ତି ଭିନ୍ନ ଭିନ୍ନ ପ୍ରକାରର ଗଣେଶ ମୂର୍ତ୍ତି ।
ବଡ଼ ବଡ଼ ପସରାରେ ସଜା ଯାଇଛି ଭଳିକି ଭଳି ସୁସ୍ୱାଦୁ ଖାଦ୍ୟ । ଗୋଟିଏ କି ଦୁଇଟି ନୁହେଁ ଏହିଭଳି ରହିଛି ୫୬ ଭୋଗ । ଆପଣ ନିଶ୍ଚୟ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ୫୬ ଭୋଗ ଲାଗି ହେବା କଥା ଜାଣିଥିବେ । ହେଲେ ଗୋ’ ମାତାଙ୍କ ନିକଟରେ ୫୬ ଭୋଗ ଲାଗି ହେବା କଥା ହୁଏ ତ କେବେ ଶୁଣିନଥିବେ ।
ଛିଡୁଛି ବିଜେଡି, ବଢୁଛି ବିଜେପି। ସୁଜିତ କୁମାର ଶଙ୍ଖ ଛାଡ଼ି ପଦ୍ମ ଧରିବା ପରେ ଏହି ଚର୍ଚ୍ଚା ବଢିଛି। ବିଜେଡିର ଆଉ କିଛି ସାଂସଦ ଏବେ ସେଇ ଲାଇନରେ ଥିବା ଆଲୋଚନା ହେଉଥିବା ବେଳେ ରାଜନୈତିକ ବୟାନବାଜି ବି ଜୋର୍ ଧରିଛି।
ବିକ୍ରି ହେଉଛି ସରକାରୀ ଚାକିରି! ରାଜ୍ୟରେ ଗ୍ରୁପ୍-ସି ପଦବି ପାଇଁ ପ୍ରାର୍ଥୀ ବାଛୁଥିବା ଓଡ଼ିଶା ଅଧସ୍ଥନ କର୍ମଚାରୀ ଆୟୋଗ ବା ଓ-ଟ୍ରିପିଲ୍ ଏସ୍ ସି ନାଁରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।
ବିରାଜିଲେ ବିଘ୍ନବିନାଶକ। ଅଗ୍ରପୂଜ୍ୟଙ୍କ ଆବାହନ ପାଇଁ ସବୁଠି ଉତ୍ସାହ, ସବୁଠି ଉଦ୍ଦୀପନା।
କଳାହାଣ୍ଡିରେ ବ୍ୟାପକ ଦୁର୍ନୀତି କାରବାର ଚାଲିଥିବା ନେଇ ସୁଜିତ କୁମାରଙ୍କ ବିସ୍ଫୋରକ ବୟାନ ପରେ ଏବେ ଜିଲ୍ଲା ରାଜନୀତିରେ ବଡ଼ ଧରଣର ହଲଚଲ୍ ।
ଆଉ ବେଶି ଦିନ ନୁହେଁ, ଖୁବଶୀଘ୍ର ମହିଳାଙ୍କ ଆକାଉଣ୍ଟଙ୍କୁ ଯିବ ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଟଙ୍କା । ତାପୂର୍ବରୁ ଆଜିଠୁ ରାଜ୍ୟରେ ଗଡ଼ିଛି ସଚେତନତା ରଥ ।
ଦିନେ ଧୂଳି ଧୂସର ହୋଇ, କଳା ଧୂଆଁ ଆକାଶ ତଳେସୁନେଲି ଭବିଷ୍ୟତକୁ ଜଳାଞ୍ଜଳି ଦେଉଥିଲେ ଏହି ପିଲାମାନେ। ସିଲଟ ଖଡ଼ିର ଅର୍ଥ ମଧ୍ୟ ଜାଣି ନଥିଲେ। ଇଟା ଭାଟିରେ ସତେ ଯେମିତି ପୋଡି ହୋଇଯାଉଥିଲା ସେମାନଙ୍କ ଭବିଷ୍ୟତ। ହେଲେ ଦେବଦୂତ ସାଜିଲେ ଗାନ୍ଧିବାଦୀ।
କାହ୍ନାକୁ ଝୁରି ଝୁରି ଯାଶୋଦା ମା ଆଖିରୁ ଶୁଖୁନଥିଲା ଲୁହ। ନ ଖାଇ ନ ପିଇ ତାରି ଫଟୋକୁ ଦେଖି ଦିନ କାଟୁଥିଲା ସେ। ମା ମନ ପରା, ଜନ୍ମ ନଦେଲେ କ’ଣ ହେବ ୬ବର୍ଷ ହେଲା ଲାଳନ ପାଳନ କରିଥିଲା। କିନ୍ତୁ କାହ୍ନାକୁ ମା କୋଳରୁ ଛଡାଇ ନେଇଥିଲା ପ୍ରଶାସନ। ହେଲେ ମା’ର ଭଲପାଇବା ଆଗରେ ଭାଙ୍ଗିଗଲା ସବୁ ପ୍ରତିବନ୍ଧକ ।
ବିଜେଡି ସରକାର ଗଲା ପରେ ଖୋଲୁଛି ଫାଇଭ୍ ଟି ସ୍କୁଲ ରୁପାନ୍ତୀକରଣ ପୋଲ୍। କେଉଁଠି ୫୦ ଲକ୍ଷ ଟଙ୍କାରେ ରଙ୍ଗ ମାରି ଚକ ଚକିଆ କରି ଦେଇଛନ୍ତି ହେଲେ ସ୍କୁଲରୁ ପାଣି ଗଳୁଛି ତ, କେଉଁଠି ପୁରା ଟଙ୍କା ନେଇ ଫେରାର ଠିକାଦାର।
ଛିଡୁଛି ଭରସା, ତୁଟୁଛି ଆଶା। ଅତିଷ୍ଠ ହୋଇ ଦଳ ଛାଡୁଛନ୍ତି ବିଜେଡି ରାଜ୍ୟସଭା ସାଂସଦ। ସାଂସଦ ମମତା ମହାନ୍ତ ଦଳ ଛାଡି ବିଜେପିରୁ ରାଜ୍ୟସଭା ଯିବାପରେ ଏବେ ବିଜେଡିକୁ ଲାଗିଛି ସୁଜିତ ଝଟକା।
ସରକାରଙ୍କ ସ୍କାନରକୁ ଆସିବା ପରେ, ଛାନିଆ ବାଂଲାଦେଶୀ ଅନୁପ୍ରବେଶକାରୀ। ବେଆଇନ ଭାବେ ଓଡ଼ିଶା ମାଟିରେ ରହୁଥିବା ବାଂଲାଦେଶୀ ନାଗରିକଙ୍କୁ ଚିହ୍ନଟ ପାଇଁ ମୋହନ ମାଝୀ ସରକାର ନିର୍ଦ୍ଦେଶ ଦେବା ପରେ ଗ୍ରାଉଣ୍ଡରେ ଦେଖାଦେଇଛି ତତ୍ପରତା।
ବିଜେପିରେ ମିଶୁ ମିଶୁ ବିଜେଡି ବିରୋଧରେ ସୁଜିତ୍ କୁମାରଙ୍କ ବିଷୋଦଗାର୍ । କହିଛନ୍ତି ବିଜେଡି ସରକାରରେ ଜମି, ଛତୁଆ, ପଥର ଖଣି ଓ ଟେଣ୍ଡର ଫିକ୍ସିଂରେ ହଜାର ହଜାର କୋଟିର ଦୁର୍ନୀତି ଚାଲିଥିଲା ।
ରେଭେନ୍ସା ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ମଶାଲ ଶୋଭାଯାତ୍ରା ଓ ଗଣ୍ଡଗୋଳ ଘଟଣାରେ ମାଲଗୋଦାମ ପୋଲିସ ବିଧାୟକ ବ୍ୟୋମକେଶଙ୍କ ସମେତ ତିନି ବିଜେଡି ନେତାଙ୍କ ନାଁରେ ମାମଲା ରୁଜୁ କରିଛି।
ସମସ୍ତଙ୍କୁ ଏକଜୁଟ୍ ରହିବାକୁ ମନ୍ତ୍ର ଦିଆଯାଇଛି। ଚର୍ଚ୍ଚା ହେଉଛି ଏସବୁ ଜନପ୍ରତିନିଧିଙ୍କୁ ନେଇ ପୁରୀରେ ଶପଥ ପାଠ କରାଯାଇଛି।
ଜାଣି ଆଶ୍ଚର୍ଯ୍ୟ ହେବେ ଦୄଷ୍ଟିଶକ୍ତି ନଥାଇ ବି ପିଲାଙ୍କୁ ଦେଖାଉଛନ୍ତି ଶିକ୍ଷାର ଆଲୋକ । କେତେବେଳେ ଗପ ଓ କାହାଣୀ ଶୁଣାଇ ତ ଆଉ କେତେବେଳେ ଗୀତ ଗାଇ ପିଲାଙ୍କୁ ବୁଝାଇ ଦେଉଛନ୍ତି ଜଟିଳ ପାଠ ।
ସୁଭଦ୍ରା ଫର୍ମ ଦାଖଲ ପୂର୍ବରୁ ଆଧାର ସଂଶୋଧନ ପାଇଁ ଅଧିକାଂଶ ସ୍ଥାନରେ ଠେଲାପେଲା, ଟଣାଓଟରା ସ୍ଥିତି। ଲମ୍ବା ଲାଇନ୍ ଡାକ ଘର ଡେଇଁ ରାସ୍ତା ଉପରକୁ ଚାଲିଆସୁଛି। କିଛି ସ୍ଥାନରେ ତ ଅନିଦ୍ରା ରହି ଅପେକ୍ଷା କରୁଛନ୍ତି ପୁରା ପରିବାର। ଲାଇନ୍ର ଆଗରେ ରହିବାକୁ ସତେ ଯେମିତି ଚାଲୁଛି ପ୍ରତିଯୋଗିତା।
ରେଭେନ୍ସା ନାଁ ପରିବର୍ତ୍ତନ କରା ନଯିବା ଦାବିରେ ବିଶ୍ୱବିଦ୍ୟାଳୟ ପରିସରରେ ମଶାଲ ଶୋଭାଯାତ୍ରା ଏବଂ କ୍ୟାମ୍ପସରେ ଅଣଛାତ୍ର ପ୍ରବେଶର ଅଭିଯୋଗକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ।
ମାତ୍ର କେଇଟା ସେକେଣ୍ଡ । ଚାହୁଁ ଚାହୁଁ ଲୁଟ୍ ହୋଇଗଲା ୫ ଲକ୍ଷ ଟଙ୍କା । ଗଣେ ବୃଦ୍ଧ ଦମ୍ପତିଙ୍କ ଠାରୁ ୫ ଲକ୍ଷ ଟଙ୍କାର ଗହଣା ଲୁଟି ଚମ୍ପଟ ମାରିଲା ଲୁଟେରା । ଅତି ସାଧାରଣ ଭାବେ ଜଣେ ଯୁବକ ମହିଳାଙ୍କ ନିକଟରୁ ଲୁଟ୍ କରୁଛନ୍ତି ।
ଇଏ ଭିନ୍ନକ୍ଷମ ନୁହଁନ୍ତି... କି ୟାଙ୍କର ମାନସିକ ଅବସ୍ଥା ଅସ୍ଥିର ବି ନୁହେଁ । ଜାଣିଶୁଣି ଏମିତି ରାଜରାସ୍ତାରେ ଗଡ଼ୁଛନ୍ତି... ଆଉ ପେନ୍ଥା ପେନ୍ଥା କାଗଜ ଗୁଡ଼େଇ ହୋଇଛନ୍ତି । କାରଣ ଏ ହେଉଛି ତାଙ୍କର ଅଭିଯୋଗ ଜଣାଇବାର ଭିନ୍ନ ତରିକା... ଆଉ ନ୍ୟାୟ ପାଇବାକୁ ତାଙ୍କର ପ୍ରତିବାଦ ।