ଏହି ବିଜୟ ସହ ଜମ୍ମୁ-କାଶ୍ମୀରର ମୁଖ୍ୟମନ୍ତ୍ରୀ ଚେହେରା ବି ଏକପ୍ରକାର ସ୍ପଷ୍ଟ । ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା ଘୋଷଣା କରିଛନ୍ତି, ତାଙ୍କ ପୁଅ ଓମାର୍ ଅବଦୁଲ୍ଲା ବନିବେ ନେକ୍ସଟ ସିଏମ୍ ।
ଆସନ୍ତାକାଲି ଖାତାକୁ ଆସିବ ସୁଭଦ୍ରା ଟଙ୍କା । ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୩୫ ଲକ୍ଷ ହିତାଧିକାରୀ ପାଇବେ ପ୍ରଥମ କିସ୍ତି ।
ହରିୟାଣାରେ ବିଜେପି, ଜାମ୍ମୁ-କାଶ୍ମୀରରେ କଂଗ୍ରେସ-ଏନସି ମେଣ୍ଟ। ଏକଜିଟ୍ ପୋଲ୍ ଆକଳନର ସଂପୂର୍ଣ୍ଣ ବିପରୀତ ଆସିଛି ଏକଜାଟ୍ ପୋଲ ଗଣତିର ଫଳ। ସବୁଠୁ ଆଶ୍ଚର୍ଯ୍ୟଜନକ ଫଳ ଆସିଛି ହରିୟାଣାରେ।
ଶ୍ରୀକ୍ଷେତ୍ରରେ ସାଧାରଣ ଭକ୍ତଙ୍କ ସୁବିଧା ଲାଗି ପୁରୀକୁ ଆସିଥିଲା ୩୫ଟି ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ବସ୍ । ହେଲେ ଆଜିକୁ ପ୍ରାୟ ୧୦ ମାସ ହେବ ଏ ଦାମୀ ଇ-ବସ୍ ଗୁଡ଼ିକ ବ୍ୟବହାର ନ ହୋଇ ପଡ଼ି ରହିଛି ।
ଓଟିଭି ଖୋଲାକଥାରେ ବିଜେପି ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର । ୧୦୦ ଦିନର ମୋହନ ସରକାରଙ୍କୁ ନେଇ କ’ଣ କହୁଛନ୍ତି ଶୁଣନ୍ତୁ...
ଚାଲିଥିଲା ରାମାୟଣ। ମଞ୍ଚ ଉପରେ ଛିଡା ହୋଇ ଡାଇଲଗ କହୁଥିଲେ 'ରାମ'। ହେଲେ ଘଟିଗଲା ଅଘଟଣ। ନିମିଷକ ମଧ୍ୟରେ ଆଧ୍ୟାତ୍ମିକ ପରିବେଶରେ ଖେଳିଗଲା ଶୋକର କଳା ବାଦଲ ।
ସନ୍ଦେହ ଭାଙ୍ଗି ଦେଇଛି ସଂସାର । ପର ସ୍ତ୍ରୀ ସହ ସ୍ୱାମୀଙ୍କ ସମ୍ପର୍କ ଭାଙ୍ଗି ଦେଇଛି ସବୁ କିଛି । ଅଲଗା ରହୁଛନ୍ତି ପତି-ପତ୍ନୀ । ଆଶାର ଆଲୋକ ମାଞ୍ଚରେ ମିଶିବ କି ଉଭୟଙ୍କ ମନ ?...
ଖାଲି ବୟାନ ଦେଇନାହାନ୍ତି, ବିଜେଡି ଓ କଂଗ୍ରେସ କିପରି ମିଳିତ ଭାବେ ଅଛନ୍ତି ତାର ତଥ୍ୟ ଭିତ୍ତିକ ପ୍ରମାଣ ବି ରଖିଛନ୍ତି।
ଦେଶକୁ ବାମପନ୍ଥୀ ଉଗ୍ରବାଦରୁ ମୁକ୍ତ କରିବାକୁ ଏବେ ଅନ୍ତିମ ପ୍ରହାରର ଆବଶ୍ୟକତା ରହିଛି ।
ଜଏନ୍ କରିପାରିଲେନି ନବରଙ୍ଗପୁର ଝରିଗାଁ ବ୍ଲକ୍ ଏକାମ୍ବ-ଏ ସ୍କୁଲର ନବନିଯୁକ୍ତ କନିଷ୍ଠ ଶିକ୍ଷୟିତ୍ରୀ ।
OSSSC ପରିଚାଳିତ RI, ARI, ଅମିନ, SFS, ICDS ସୁପରଭାଇଜର ପରୀକ୍ଷାରେ କ୍ରମାଗତ ବିଭ୍ରାଟକୁ ନେଇ ରାଜ୍ୟବ୍ୟାପି ଅସନ୍ତୋଷ ଝାଡ଼ିଛନ୍ତି।
ପ୍ରଧାନମନ୍ତ୍ରୀ ଆବାସ ନାଁରେ ଘୋଟାଲା। ଗରିବଙ୍କ ଟଙ୍କା ଖାଇଗଲେ ସରକାରୀ ବାବୁ ।
କୁହାଯାଏ କନ୍ଧ ଦମ୍ପତି ଦ୍ଵାରା ଲାଳନପାଳନ ହୋଇଥିଲେ ନନ୍ଦପୁର ରାଜା। ଫଳତଃ ରାଜବଂଶରେ ଜନ୍ମିତ ସମସ୍ତ ଛୁଆଙ୍କ ନାଭି ଓ ଅନ୍ତନାଡ଼ି ନାଭିକୁଣ୍ଡରେ ଦେବୀଙ୍କୁ ସମର୍ପିତ କରି ଭବିଷ୍ୟ କାମନା କରାଯାଉଥିଲା। ଯାହା ବତ୍ରିଶ ସିଂହାସନର ଗର୍ଭଗୃହରେ ବିରାଜମାନ।
ନିଜ ପରିବାର ଛାଡି ପର ସ୍ତ୍ରୀ ପ୍ରେମରେ ପଡିଛନ୍ତି ସ୍ୱାମୀ। ପଚାରିବାରୁ ଲୁଚାଛନ୍ତି ବୟସ ।
ପର୍ଯ୍ୟଟନ ଶିଳ୍ପ ଭୁଶୁଡ଼ିଯିବା ପରେ ଭାରତ ଶରଣରେ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ। ୪ ଦିନିଆ ଭାରତ ଗସ୍ତରେ ଆସି ଆଜି ପ୍ରଥମ ଦିନରେ ନୂଆଦିଲ୍ଲୀରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଭେଟିଛନ୍ତି ମୁଇଜୁ। ଅକ୍ଟୋବର ୧୦ ପର୍ଯ୍ୟନ୍ତ ସେ ଭାରତରେ ରହିବେ ।
୨ ଗାଡ଼ି ମୁହାଁମୁହିଁ ଧକ୍କା ପରେ ୨ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। କଣ୍ଟେନର ଓ ଟ୍ରକ୍ ସହ ୨ ଜଣ ଜଳିଯାଇଥିବା ସୂଚନା ମିଳିଛି। ତେବେ କଣ୍ଟେନରର ଖଲାସୀ ଜଣକ ଗୁରୁତର ଥିବା କୁହାଯାଉଛି।
କେବେ ଚାଷୀଙ୍କ ଚିନ୍ତା ହରିବ ଚିନ୍ତାଗୁଡ଼ା ପ୍ରକଳ୍ପ ? କେବେ ବାସ୍ତବତାର ରୂପ ନେବ ବହୁ ପ୍ରତୀକ୍ଷିତ ପ୍ରକଳ୍ପ ? ଓଡ଼ିଶାର ପାଣି ନେଇ ମାଲେମାଲ୍ ହେଉଛି ଆନ୍ଧ୍ର ପ୍ରଦେଶ ! ହେଲେ ଚିନ୍ତାଗୁଡ଼ା ବ୍ୟାରେଜ ପାଇଁ ପଡ଼ିପାରୁନି ମୂଳଦୁଆ ।
ଯନ୍ତ୍ରାଂଶରେ ଲାଗି ଯାଇଛି ଜଙ୍କ । ଆଉ ଚାଲିବା ଅବସ୍ଥାରେ ନାହିଁ ମେସିନ । ୧୦ ବର୍ଷ ଧରି ବନ୍ଦ ପଡ଼ିଛି ବଲାଙ୍ଗିର ବିଜୟାନନ୍ଦ ଚିନିକଳ । ଦିନେ ବଲାଙ୍ଗିର, ନୂଆପଡ଼ା ଓ ସୋନପୁରର ୮ରୁ ୯ ହଜାର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ପାଲଟିଥିବା ଚିନିକଳର ଏବେ ଭାଙ୍ଗିଯାଇଛି ମେରୁଦଣ୍ଡ ।
ଏଠି ସେଠି... କେଉଁଠି ବି ନାହିଁ । ଉଚ୍ଚ ଜାଗାରେ ମିଳୁନି, କି ଫାଙ୍କା ସ୍ଥାନରେ ବି ଆସୁନି । ଖୋଜି ଖୋଜି ନୟାନ୍ତ ହେଲେଣି, ହେଲେ ଯେତେ ଖୋଜିଲେ ବି ମିଳୁନି।
ପତ୍ନୀ ବିୟୋଗକୁ ୪ ବର୍ଷ ହେଲାଣି କିନ୍ତୁ ଏବେ ବି ସେ ପାଖରେ ଅଛନ୍ତି । ପାଖରେ ବସିଛନ୍ତି, କଥା କହିଲେ ଶୁଣୁଛନ୍ତି ଆଉ ସମସ୍ତଙ୍କୁ ଦେଖୁଛନ୍ତି ମଧ୍ୟ। ଶୁଣିବାକୁ ଟିକିଏ ଅଜବ ଲାଗିଲେ ବି ସତ ଘଟଣା। ବ୍ରହ୍ମପୁରର ଜଣେ ବ୍ୟବସାୟୀ ପ୍ରଶାନ୍ତ ନାୟକ ପତ୍ନୀ କିରଣଙ୍କ ସ୍ମୃତିରେ ତିଆରିଛନ୍ତି ଷ୍ଟାଚ୍ୟୁ ।
ଇଣ୍ଡିମେଣ୍ଟ ଆଡ଼କୁ ଢଳୁଛି କି ବିଜେଡି ? ହରିୟାଣା,ଜମ୍ମୁ-କାଶ୍ମୀର ଏକଜିଟ୍ ପୋଲ ପରେ ପରେ ବଢ଼ିଲା ଚର୍ଚ୍ଚା । କଂଗ୍ରେସ ଓ ରାହୁଲଙ୍କୁ ବିଜେଡି ନେତାଙ୍କ ଭୁରି ଭୁରି ପ୍ରଶଂସା ପରେ ଚର୍ଚ୍ଚା । ଦେବାଶିଷ କହିଲେ, ନିଷ୍ପତ୍ତି ନେବ ଦଳ । ବିଜେପି କହିଲା, କିଛି ପ୍ରଭାବ ପଡ଼ିବନି ।
ହଷ୍ଟେଲରୁ ବିଦା ହେବାକୁ ଯାଉଛନ୍ତି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୪ ଛାତ୍ର । ପିଜି ଦ୍ୱିତୀୟ ବର୍ଷର ଏହି ୪ ଛାତ୍ରଙ୍କ ସମେତ ମୋଟ ୧୭ ଜଣଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ।
ଦଶହରା ଭିଡ଼ ବେଳେ ବସ୍ ମାଲିକ ସଂଘର ଆନ୍ଦୋଳନ ତୟାରୀ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବସ୍ ନ ଚଳାଇବାକୁ ନିଷ୍ପତ୍ତି । କାଲିଠୁ ୧୪ ଜିଲ୍ଲାରେ ୨୪ ଘଣ୍ଟିଆ ବସ୍ ସେବା ବନ୍ଦ ଚେତାବନୀ ।
ମନ୍ଦିରକୁ ପୂଜକ ହେଇ ଆସୁଥିଲେ । ଯେଉଁ ଠାକୁରଙ୍କୁ ପୂଜା କରୁଥିଲେ, ତାଙ୍କୁ ଲୁଟୁଥିଲେ । ଦିଅଁ ଖାଇ ଖଟୁଲି ଖାଇଲା ଭଳି । ପୂରା ମନ୍ଦିରରେ କଳକନା ବୁଲେଇ ଫେରାର ମାରୁଥିଲେ । ରାମକୃଷ୍ଣ, ହନୁମାନ, ବଡ଼ବଡ଼ ଅଷ୍ଟଧାତୁ ନିର୍ମିତ ନାଗ ଭଳି ବହୁ ପ୍ରାଚୀନ ମୂର୍ତ୍ତି ସହ ତ୍ରିଶୁଳ, ଘଣ୍ଟ-ଘଣ୍ଟା, ଠାକୁରଙ୍କ ବିମାନ, ଦୁର୍ଲଭ ସୁନା ଅଳଙ୍କାର ଏମିତିକି ଠାକୁରଙ୍କ ଜାବତୀୟ ବାସନ-କୁସନ। କିଛି ବି ଛାଡୁନଥିଲେ। କିଛି ବି ରଖେଇ ଦେଉ ନଥିଲେ ମନ୍ଦିର ଲୁଟେରା ତିନିଭାଇ ଗ୍ୟାଙ୍ଗ୍। ଉଭୟ କମିଶନରେଟ ପୋଲିସ୍ ଓ ଜଗତସିଂହପୁର କବଜାରେ ଥିବା ସେହି କରିତକର୍ମା ତିନିଭାଇ ବରଦା, ଅନ୍ନଦା, ସାରଦା।
ଗ୍ରାମବାସୀଙ୍କ ସୁରକ୍ଷାରେ ବିଦେଶୀ ଅତିଥି। ଆମେ କହୁଛୁ ଏହି ବିଦେଶୀ ପକ୍ଷୀଙ୍କ କଥା। ଅନେକ ବର୍ଷ ହେବ ଏମାନେ ଗ୍ରାମରେ ୪/୫ ମାସ ଅତିଥି ହୋଇ ରୁହନ୍ତି। ଅଣ୍ଡା ଦେଇ, ଛୁଆ ବଡ ହେଲାପରେ ନିଜ ଦେଶକୁ ଚାଲିଯାଆନ୍ତି। ଦେଖନ୍ତୁ ଏହି ଭିଡିଓ ।