ପୁଅ ଟଙ୍କା ଦେଲାନି ବୋଲି ବୋହୂକୁ ତ ବାପ ଜାଳି ମାରିଦେଲା, ପୁଅକୁ ବି ଠେଲିଦେଲା ନିଆଁର ଆଁକୁ । କଟକ ଗୋଡ଼ିସାହି ଅଂଚଳରେ ନିଜ ପୁଅ-ବୋହୂକୁ ବାପାର ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ ଘଟଣାରେ ଚାଲିଗଲା ବୋହୂ ସସ୍ମିତାଙ୍କ ଜୀବନ । ପୁଅ ମୃତ୍ୟୁ ସହ ଲଢ଼େଇ କରୁଛି ହସପିଟାଲ୍ ବେଡରେ ।
ଟ୍ରାଫିକ୍ ନିୟମ ଉଲ୍ଂଘନ ଅଭିଯୋଗରେ ଇ-ଚାଲାଣ କଟିଥିବା ଗାଡ଼ି ମାଲିକଙ୍କୁ ମିଳିପାରେ ଆଶ୍ୱସ୍ତି ।
ଭିତରେ ନବୀନ, ବାହାରେ ମୋଦି । ପ୍ରଧାନମନ୍ତ୍ରୀଙ୍କ ୨୪ମିନିଟର ଭାଷଣ, ସାମ୍ନାରେ ହଜାର ହଜାର ଜନତା, କର୍ମୀ ଓ ନେତା। ତା ପୁଣି ନବୀନ ନିବାସରୁ ହାତେ ଦୂରରେ। ଗତକାଲି ନବୀନ ନିବାସ ସମ୍ମୁଖରେ ହୋଇଥିବା ମୋଦିଙ୍କ ଜନସଭାକୁ ନେଇ ଏବେ ସବୁଠି ଚର୍ଚ୍ଚା ।
ଭୁବନେଶ୍ବରରେ ଚାଲିଥିବା ପୋଲିସ୍ ମହାନିର୍ଦ୍ଦେଶକଙ୍କ ମହାମେଳିର ଦ୍ବିତୀୟ ଦିନରେ ସୁରକ୍ଷା ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ମାନସ ମନ୍ଥନ। ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଶାହ ଓ NSA ଅଜିତ ଡୋଭାଲଙ୍କ ଉପସ୍ଥିତିରେ ପ୍ରେଜେଣ୍ଟେସନ୍ ଦେଇଛନ୍ତି ବିଭିନ୍ନ ୱାର୍କିଂ ଗ୍ରୁପ୍। ତଟ ସୁରକ୍ଷାରୁ ନେଇ ସାଇବର୍ ସିକ୍ୟୁରିଟି, ମାଓବାଦରୁ ଆତଙ୍କବାଦ ସମସ୍ୟା ଯାଏଁ ପ୍ରତିଟି ପ୍ରସଙ୍ଗରେ ହୋଇଛି ବିସ୍ତୃତ ଆଲୋଚନା ।
ବଜାରରେ ପୁଣି ଆଳୁ ଅମୂଲ ମୂଲ । ଗୋଦାମରେ ବି ଆଉ ଷ୍ଟକ୍ ନାହିଁ । ମାତ୍ର ୩ ମାସ ନଯାଉଣୁ ପୁଣି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ବାହାରିଛି ପୁରୁଣା ରୋଗ । ଓଡ଼ିଶାକୁ ଆଳୁ ଗାଡ଼ି ପ୍ରବେଶ ଉପରେ ଲଗାଇଛନ୍ତି କଟକଣା ।
ପୂରା କାଜୁଆଲ୍ ଆଉ ଜଲି ମୁଡ୍ । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏମିତି ଢଙ୍ଗରେ ବିଧାୟକ, ମନ୍ତ୍ରୀ ଏବଂ ସାଂସଦମାନଙ୍କ ଗତ ସଂଧ୍ୟାରେ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରାୟ ୨ ଘଣ୍ଟା ଆଲୋଚନାରେ ନିଜ ରାଜନୈତିକ ଜୀବନଯାତ୍ରା ବିଷୟରେ କହିଲେ, ରୋଚକ ଘଟଣା କ୍ରମ ଉଦାହରଣ ଦେଲେ ।
ପୁରୀରେ ନୌସେନା ଦିବସ ପାଳନ କାଉଣ୍ଟଡାଉନ୍ । ଏଥିପାଇଁ ଜୋରସୋରରେ ଚାଲିଛି ଅଭ୍ୟାସ । ନୌସେନାର ଫାଇଟର ଜେଟ୍ ଓ ହେଲିକପ୍ଟର ରଣକୌଶଳ ଦେଖାଉଥିବା ବେଳେ ପହଞ୍ଚିଲାଣି ଓ୍ବାର ସିପ୍ । ପର୍ଯ୍ୟଟନର ସହରରେ ଏବେ ଯୁଦ୍ଧର ଭ୍ରମ। ବାହ୍ୟ ଶତ୍ରୁ ଆକ୍ରମଣର ମୁକାବିଲା କରିବାକୁ କେତେ ସଜାଗ ଭାରତୀୟ ନୌସେନା ସେନେଇ ପ୍ରଦର୍ଶିତ ହେବ ଦୁଃସାହସିକ ରଣକୌଶଳ ।
ଭୁବନେଶ୍ବରରେ ଆରମ୍ଭ ହୋଇଛି ପୋଲିସ୍ ଡିଜି ସମ୍ମିଳନୀ । ଲୋକସେବା ଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଏହି ସର୍ବଭାରତୀୟ ସମ୍ମିଳନୀର ଉଦ୍ଘାଟନ କରିଛନ୍ତି । ପ୍ରଥମଥର ପାଇଁ ରାଜ୍ୟରେ ଆୟୋଜିତ ଏ ଗୁରୁତ୍ବପୂର୍ଣ୍ଣ ସମ୍ମିଳନୀରେ ତିନିଦିନ ଧରି ଦେଶ ସୁରକ୍ଷା ସଂପର୍କିତ ବିଭିନ୍ନ ପ୍ରସଙ୍ଗରେ ମାନସମନ୍ଥନ ଚାଲିବ ।
କେନ୍ଦ୍ରରେ ମୋଦି, ଓଡ଼ିଶାରେ ବିଜେପି । ୨୪ ନିର୍ବାଚନରେ ଡବଲ ଇଞ୍ଜିନ୍ ସରକାର ଆସିବା ପରେ ଆଜି ପ୍ରଥମ ଥର ପାଇଁ ରାଜ୍ୟ ବିଜେପି ଅଫିସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳୀୟ ପଦାଧିକାରୀଙ୍କୁ ନେଇ ଚାଲିଛି ରୁଦ୍ଧଦ୍ବାର ପାଠଶାଳା । ନିର୍ବାଚନ ପ୍ରତିଶ୍ରୁତିର କାର୍ଯ୍ୟକାରିତାଠୁ ରାଜ୍ୟ ବିକାଶର ରୋଡ୍ ମ୍ୟାପ ଯାଏଁ ଚାଲିଛି ଆଲୋଚନା ।...
ରାଜଧାନୀରେ ୫ ଏକରର ସରକାରୀ ଲିଜ୍ ଜାଗାରେ ମୁଣ୍ଡ ଟେକୁଥିବା ବିଶାଳ ଆପାର୍ଟମେଣ୍ଟ ଅର୍ବାନ ମାଜେଷ୍ଟିକକୁ ବଡ଼ ଝଟକା । ବେଆଇନ ଭାବେ ଲିଜ୍ ଜମିର କିସମ ପରିବର୍ତ୍ତନ କରାଯାଇଥିବା ଦର୍ଶାଇ ନିର୍ମାଣ କାମ ବନ୍ଦ ରଖିବାକୁ କଡ଼ା ନିର୍ଦ୍ଦେଶ ଦେଇଛି BMC ।
ଖାଲି ଦେଶର ନୁହେଁ, ପୂରା ବିଶ୍ବର ନକ୍ସାରେ ଆଗକୁ ଆସିବ ଓଡ଼ିଶା । ଓଡ଼ିଶାର ଗୌରବକୁ ଦିଆଯାଉଛି ପ୍ରାଥମିକତା। ରାଜ୍ୟରେ ଡବଲ୍ ଇଞ୍ଜିନ୍ ସରକାର ଆସିବା ପରେ, ବିକାଶକୁ ମିଳିଛି ଗତି । ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ବିଶାଳ ସମାବେଶକୁ ସମ୍ବୋଧିତ କରି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଭାଇ-ଭଉଣୀ ସଂପର୍କ ପ୍ରସଙ୍ଗ ଉଠାଇ ପୂର୍ବତନ ସିଏମ୍ ନବୀନ ପଟ୍ଟନାୟକଙ୍କୁ ନିଶାନା କରିଛନ୍ତି ଯୋଗାଣ ମନ୍ତ୍ରୀ ।
ବଡ଼ କଥା ହେଲା ଏଣିକି ଅନଲାଇନରେ ଆବେଦନ କରି, ନିଜେ ନିଜର ସର୍ଭେ କରି ପାରିବେ ଆଶାୟୀ।
ଜନ ପ୍ରତିନିଧିମାନେ କେତେ ଜିଲ୍ଲା ଗସ୍ତ କରିଛନ୍ତି, ଆଉ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ ସଂପର୍କରେ ବି ପଚାରି ବୁଝିବେ । ତେଣୁ ନେତା ମନ୍ତ୍ରୀଙ୍କ ଏବେ ଛାତି ଧଡଧଡ଼ ।
ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସହ ସୀମା ସୁରକ୍ଷା, ସାଇବର ଅପରାଧ ଓ ନିଶା କାରବାର ଭଳି ପ୍ରମୁଖ ପ୍ରସଙ୍ଗରେ ତିନି ଦିନ ଧରି ହେବ ଆଲୋଚନା ।
ସମସ୍ୟା ସମାଧାନ ହୋଇଗଲେ ଚତୁର୍ଥ ଦଫାରେ ଟଙ୍କା ମିଳିଯିବ।
ରାଜ୍ୟରେ ଧରା ପଡ଼ିଛନ୍ତି ଲକ୍ଷେ ୭୭ ହଜାରରୁ ଅଧିକ ଭୂତ ରାସନକାର୍ଡ ହିତାଧିକାରୀ। ଆସେମ୍ଲିରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଏ ଉତ୍ତର ସମସ୍ତଙ୍କୁ ତାଜୁବ କରିଛି।
ରାଜଧାନୀରେ ହଇଚଇ ! ୪୦ ହଜାର ଟଙ୍କାରେ ପିଲା ବିକ୍ରି ! ୪ ବର୍ଷର ଅବୋଧ କନ୍ୟାଶିଶୁକୁ ଅନ୍ୟ ହାତରେ ଟେକିଦେଲେ ବାପା ଓ ସାବତ ମାଆ । ସଭ୍ୟ ସମାଜକୁ ଲଜ୍ଜିତ କଲା ଭଳି ଏ ଘଟଣା ଘଟିଛି ଖୋଦ୍ ଭୁବନେଶ୍ବର ବଡଗଡ଼ ଥାନା ଅଞ୍ଚଳରେ ।
ଆସୁଛନ୍ତି ମୋଦି । ଓଡ଼ିଶାରେ କାଟିବେ ତିନି ଦିନ । ନିର୍ବାଚନୀ ପ୍ରତିଶ୍ରୁତି ସହ ସରକାରୀ ଯୋଜନାର କରିବେ ସମୀକ୍ଷା । ଏହା ସହ ବିଜେପି ସାଂସଦ ଓ ବିଧାୟକଙ୍କ ରିପୋର୍ଟ କାର୍ଡ ବି ପରଖିବେ ।
ନଭେମ୍ବର ୨୭। ପାଣ୍ଡିଆନ ଦମ୍ପତିଙ୍କ ପାଇଁ ସଂଯୋଗ ନା ଦୁର୍ଯୋଗ ? ନଭେମ୍ବର ୨୭, ୨୦୨୩ରେ ଆଇଏଏସ୍ ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେଇଥିଲେ ଭି. କାର୍ତ୍ତିକେୟନ ପାଣ୍ଡିଆନ ।
ଡିସେମ୍ବର ୪ରେ ପାଳନ ହେବ ନୌସେନା ଦିବସ। ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
SCBରେ ୯ ଏକମୋ ମେସିନ ସତ୍ତ୍ବେ କାହିଁକି ନଗଣ୍ୟ ସଫଳତା ହାର ?
ଓଟିଭିରେ ଖବର ସାରଣ ପରେ ମାଲକାନଗିରି ବଣ୍ଡା ଘାଟି ଯାଇ ସରକାରୀ ଅଧିକାରୀ, ହିତାଧିକାରୀଙ୍କ ସମସ୍ୟା ବୁଝିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।
ଯୋଗାଣ ଅଧିକାରୀ କହିଛନ୍ତି ମେସିନ୍ ଯାହା ଦେଖାଉଛି ତାହା ଠିକ୍, ସବୁ ଗାଇଡ୍ ଲାଇନ୍ ଅନୁଯାୟୀ ଚାଲିଛି ।
ସାଧାରଣ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଶେଷ ଥର ପାଇଁ ଆଖି ପୂରେଇ ଦେଖି ନେବାକୁ, ଗତକାଲି ଜରୁରୀ ଦିଲ୍ଲୀ ଗସ୍ତ ବାତିଲ କରିବାକୁ ପଛାଇନଥିଲେ ମୋହନ । କେନ୍ଦୁଝରରେ ପହଞ୍ଚିଯାଇ କହିଥିଲେ- ନିରୁଭାଇ ଚିର ବିଦାୟ ।