ପ୍ରାୟ ଦୁଇଘଣ୍ଟା ଯାଏଁ ବନ୍ଦ ହୋଇଯାଇଥିଲା ହାର୍ଟ ବିଟ୍ । ହୃତପିଣ୍ଡ ଜମାରୁ କାମ କରୁ ନଥିଲା । ଘର ଲୋକ ବି ଆଶା ଛାଡ଼ି ଦେଇଥିଲେ । ହେଲେ ଚିକିତ୍ସା ବିଜ୍ଞାନର ଚମତ୍କାରିତାରୁ ଜଣେ ୨୪ ବର୍ଷୀୟ ରୋଗୀ ପାଇଛନ୍ତି ନୂଆ ଜୀବନ । ଆଉ ଏଭଳି ଅସମ୍ଭବ ସମ୍ଭବ ହୋଇଛି ଭୁବନେଶ୍ୱର ଏମ୍ସରେ । ୧୨୦ ମିନିଟ୍ ଧରି ହାର୍ଟବିଟ୍ ବନ୍ଦ ! ତଥାପି ବଞ୍ଚିଗଲା ଜୀବନ । ଚିକିତ୍ସା ବିଜ୍ଞାନର ଚମତ୍କାରିତା, ପୁନର୍ଜନ୍ମ ପାଇଲେ ଶୁଭକାନ୍ତ । ବିଶ୍ୱାସ ନହେଲେ ବି ଏ ଚମତ୍କାର ଘଟିଛି ଭୁବନେଶ୍ୱର ଏମ୍ସରେ । ନୟାଗଡ଼ ଓଡ଼ପଲା ଗାଁର ୨୪ ବର୍ଷୀୟ ଶୁଭକାନ୍ତ ସାହୁ । ସେପ୍ଟେମ୍ବର ୩୦ ତାରିଖ ରାତିରେ ହଠାତ୍ ଦୁର୍ବଳ ଅନୁଭବ କରିଥିଲେ ଶୁଭକାନ୍ତ । ଘର ଲୋକ ପ୍ରଥମେ ତାଙ୍କୁ ସ୍ଥାନୀୟ ରଣପୁର ମେଡିକାଲକୁ ନେଇ ଯାଇଥିଲେ ।
Published By: Satyendu Shekher Mishra
Last updated: 18 November 2024, 10:02 PM IST
ଢେମସା ନାଚୁଥିବା ମ୍ୟାଡମ ଜଣକ ହେଉଛନ୍ତି ଭବାନୀପାଟଣାର ଉପ-ଜିଲ୍ଲାପାଳ ମମତା ଦାସ । ଜଣେ ଦକ୍ଷ ପ୍ରଶାସିକା ହେବା ସହ ମ୍ୟାଡମ ଲୋକନୃତ୍ୟ ଢେମସାରେ ମଧ୍ୟ ଖୁବ ମାହିର ।