ଆଜିଠୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍ ମନା। ସେବାୟତମାନେ ଶ୍ରୀମନ୍ଦିର ସିଂହଦ୍ୱାର ଓ ଦକ୍ଷଣ ଦ୍ୱାର ନିକଟରେ ଥିବା ଦୁଇଟି କେନ୍ଦ୍ରରେ ମୋବାଇଲ ଜିମା ଦେଇ ମନ୍ଦିରକୁ ପ୍ରବେଶ କରିବେ।
ଗୁରୁତ୍ୱ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆଇନଜୀବୀଙ୍କ ଅନୁରୋଧ
କାର୍ତ୍ତିକ ପୂର୍ଣ୍ଣମୀରେ ମିଳିବ ତ ଶ୍ରୀଜିଉଙ୍କ ସୁନାବେଶ ସାନିଧ୍ୟ ? ରତ୍ନ ସିଂହାସନରେ ରାଜରାଜେଶ୍ୱର ବେଶ ଦର୍ଶନରୁ ନିରାଶ ହେବେନି ତ ଭକ୍ତ ? ସମୟ ଯେତିକି ପାଖୋଉଛି, ଦ୍ୱନ୍ଦ୍ୱ ସେତିକି ବଢୁଛି ।
ପୁରୀ ଶ୍ରୀମନ୍ଦିର ପରିସରରେ ମହିଳା ଶ୍ରଦ୍ଧାଳୁଙ୍କୁ ପୋଲିସ୍ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଣ୍ଟିଦ୍ୱାର ନିକଟରେ ପୋଲିସ ମାଡ଼ ମାରିଥିବା ଅଭିଯୋଗ ଶ୍ରଦ୍ଧାଳୁ ଜଣକ ଅଭିଯୋଗ କରିଛନ୍ତି।
ଆଜିଠୁ ଆରମ୍ଭ ପବିତ୍ର ପଞ୍ଚୁକ ବ୍ରତ। ଏ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହେଉଥିବା ବେଳେ, ଶ୍ରୀଜିଉଙ୍କ ଦର୍ଶନ ଲାଗି ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଆଜି ଏକାଦଶୀ ତିଥିରେ ଶ୍ରୀଜିଉଙ୍କ ଲକ୍ଷ୍ମୀ ନାରାୟଣ ବେଶ ହୋଇଛି।
ଗତ ୨୩ ତାରିଖରେ ବଡ଼ଦେଉଳରୁ ପଥର ଖସିଥିଲା । ଜଗମୋହନ ବାହାରପଟ ଚର୍ଚ୍ଚା ଘର ଉପରୁ ପଥର ଖସିଛି । ଏ ବିଷୟରେ ASIକୁ ଅବଗତ କରାଯାଇଛି ।
ପୁରୀ ଶ୍ରୀମନ୍ଦିର ଚର୍ଚ୍ଚା ଘରୁ ଖସିଲା ପଥର। ଜଗମୋହନ ବାହାର ପାର୍ଶ୍ୱ ମାଜଣା ମଣ୍ଡପ ପାଖ ଚର୍ଚ୍ଚା ଘରୁ ପଥର ଖସିଥିବା ଜଣାପଡ଼ିଛି।
ଧର୍ମମାସ କାର୍ତ୍ତିକରେ ଅବଢ଼ା ରେଟ୍ ହୋଇଛି ଆକାଶଛୁଆଁ । ଦର ଶୁଣି ଭକ୍ତଙ୍କ ମୁଣ୍ଡକାନ ଝାଇଁ ମାରି ଯାଉଛି । ୧୫୦ରୁ ୧୭୦ ଟଙ୍କାରେ ମିଳୁଥିବା ଅନ୍ନ, ଡାଲି ଓ ତରକାରୀରେ ପେଟ ପୁରୁନି ।
ପୂର୍ବ ଓ ଦକ୍ଷିଣ ପୂର୍ବ ଦିଗରେ ଏହି ଫାଟ ଯାହା ନାଟମଣ୍ଡପରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି ।
ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ସଂପର୍କିତ ମାମଲା । ଜବାବ ଦାଖଲ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ।
କାର୍ତ୍ତିକ ମାସରେ ହବିଷ କରିବାକୁ ପୁରୀ ଆସିଥିବା ଜଣେ ହବିଷ୍ୟାଳିଙ୍କୁ ଶ୍ରୀମନ୍ଦିରରେ ଜଣେ ସେବାୟତ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।
ପୁରୀରେ ନାବାଳକଙ୍କୁ ଯୌନ ନିର୍ଯାତନା ଅଭିଯୋଗ। ଆଉ କେହି ନୁହେଁ, ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ସହଯୋଗୀ ତଥା ଯାତ୍ରୀ ଗୁମାସ୍ତା ଏପରି ନିର୍ଯାତନା ଦେଇଥିବା ଅଭିଯୋଗ ଆସିଛି।
ଅଧା ପ୍ରକଳ୍ପର ଡିପିଆର ସଂଶୋଧନ ନିର୍ଦ୍ଦେଶ । ନିୟନ୍ତ୍ରିତ ଅଞ୍ଚଳରେ ହେବ ଅନନ୍ତ ବାସୁଦେବ ରୋଷଘର ।
ଶ୍ରୀମନ୍ଦିର ଚାରିପାଖରେ ମଧ୍ୟରେ ପୁଣି ହେବ ନିର୍ମାଣ କାର୍ଯ୍ୟ। ଏହି ନିର୍ମାଣ ଲାଗି ଏନଏମ୍ଏର ସ୍ପଷ୍ଟ ନିର୍ଦ୍ଦେଶ ଆସିଛି । ଶ୍ରୀମନ୍ଦିରଠାରୁ ଶହେ ମିଟର ଦୂରରେ ଏହି ନିର୍ମାଣକାର୍ଯ୍ୟ ହେବ। ଏଠାରେ ନିର୍ମାଣ କରାଯିବ ଶ୍ରୀ ଜଗନ୍ନାଥ ଅଭ୍ୟର୍ଥନା କକ୍ଷ। ତେବେ ପ୍ରଶ୍ନ ଉଠୁଛି କେଉଁଠି ନିର୍ମାଣ ହେବ ଏହି ରିସେପ୍ସନ ସେଣ୍ଟର ? ପୂର୍ବରୁ ଉଚ୍ଛେଦ ହୋଇଥିବା ୭୫ ମିଟର ବାଦ୍ ଆଉ କେଉଁ ସ୍ଥାନରେ ଅଧିକ ୨୫ ମିଟର ଭଙ୍ଗାଯାଇ ଏହାର ନିର୍ମାଣ ହେବ ?
ଆସନ୍ତା ୨୭ରେ ଏନେଇ ହୋଇପାରେ ଆଲୋଚନା । ଶ୍ରୀମନ୍ଦିର ପରିଚାଳନା ବୈଠକରେ ଆଲୋଚନା ସମ୍ଭାବନା ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅଧିକ ସଶକ୍ତ କରିବା ଲାଗି ପ୍ରସ୍ତୁତ ବ୍ଲୁ-ପ୍ରିଣ୍ଟକୁ କାର୍ଯ୍ୟକାରୀ କରିବାକୁ ପୁରୀ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି ।
ରତ୍ନଭଣ୍ଡାରର କଣ୍ଟ୍ରୋଲ ଏଏସ୍ଆଇ ପାଖରେ ନାହିଁ । ଶ୍ରୀମନ୍ଦିର ପ୍ରଶାସନ ଆବେଦନ କଲେ ହେବ ରତ୍ନଭଣ୍ଡାର ମରାମତି ।
ଏଏସ୍ଆଇକୁ ଦୋଷ ଦେଲେ ସେବାୟତ ଓ ଭକ୍ତ । ଏତେ ଗୁରୁତର ଘଟଣା ନୁହଁ କହିଲେ ଏଏସ୍ଆଇ ଅଧିକାରୀ । ଆଗକୁ ପୁଣି ଏମିତି ପ୍ଲାଷ୍ଟର ଖଣ୍ଡ ଖସିବନି ତ ?
ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମନ୍ତ୍ରୀ
ସୁପ୍ରିମକୋର୍ଟଙ୍କ ରାୟ ପରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା
ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ହାଇକୋର୍ଟରେ ମାମଲା ଚାଲୁଥିବା ବେଳେ ସୁପ୍ରିମକୋର୍ଟ କାହିଁକି ଗଲେ ଆବେଦନକାରୀ: ଷଡ଼ଯନ୍ତ୍ରର ଗନ୍ଧ ବାରିଲେ ଅପରାଜିତା
ମାମଲା ହାଇକୋର୍ଟରେ ଥିବା ବେଳେ ସୁପ୍ରିମକୋର୍ଟ ଯିବା କିଛି କାରଣ ନଥିଲା । ଏନେଇ କିଛି ସ୍ପଷ୍ଟତା ଆସିନି, ଏସବୁର ସ୍ପଷ୍ଟ କରାଯିବା ଦରକାର ବୋଲି ସେ କହିଛନ୍ତି ।
ଶ୍ରୀମନ୍ଦିର ଚତୁର୍ପାଶ୍ୱରେ ହେଉଥିବା ନିର୍ମାଣକୁ ବିରୋଧ କରି ଅର୍ଦ୍ଧେନ୍ଦୁ ଦାସ ଓ ସୁମନ୍ତ ଘଡେଇଙ୍କ ଦ୍ୱାରା ଦାଖଲ ଅଲଗା ଅଲଗା ଦୁଇଟି ସ୍ୱତନ୍ତ୍ର ଲିଭ୍ ପିଟିସନ୍ ଉପରେ ଶୁଣାଣି ହୋଇଥିଲା ।