ଖୁବଶୀଘ୍ର ବିଧାନସଭା କମିଟି ପୁରୀ ଗସ୍ତ କରିବ । ତାପୂର୍ବରୁ ଯିଏ ଯିଏ ପୁରୀ ବୁଲି ଆସିବା କଥା ଆସନ୍ତୁ ବୋଲି କହିଥିଲେ ବାଚସ୍ପତି ।
ଆଜିସିନା ଚୁଲି ଭାଙ୍ଗିଦେଲା, ଯଦି ଜଣେ ଆତଙ୍କବାଦୀ ପଶି ମନ୍ଦିରରେ କିଛି କ୍ଷତି ଘଟାଇ ଥାଆନ୍ତା? ତେବେ ଏଥି ପାଇଁ ପ୍ରଶାସନ ନା ଆଉ କିଏ ଦାୟୀ ହୋଇଥାଆନ୍ତା? ଓଡ଼ିଆର ପ୍ରାଣକର୍ତ୍ତାକୁ ଏତେ ହତାଦାର କାହିଁକି?
ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ଘଟଣା ପରେ ରୋଷଘରର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଘଟଣା ପରେ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବା ସହ ରୋଷଘରେ ସିସିଟିଭି ଲଗା ଯାଇପାରେ ବୋଲି ସୂଚନା ମିଳିଛି।
ଶ୍ରୀମନ୍ଦିର ରୋଷ ଘର ଚୁଲି ଭଙ୍ଗାଯିବା ଘଟଣାରେ ପୋଲିସ୍ ଜଣେ ସନ୍ଦିଗ୍ଧକୁ ଅଟକ ରଖି ପଚରାଉଚରା ପରେ ପୁରା ଘଟଣାର ଏବେ ପର୍ଦ୍ଦାଫାଶ ହୋଇଛି । ପ୍ରେସ୍ମିଟ୍ରେ ସୂଚନା ଦେଇ ପୁରୀ ଏସ୍ପି କହିଛନ୍ତି, ‘ଶ୍ରୀମନ୍ଦିରରେ କାଣ୍ଡ ଭିଆଇଥିବା ନେଇ ବ୍ୟକ୍ତି ଜଣକ ସ୍ୱୀକାର କରିଛନ୍ତି।
ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗାଯିବା ଘଟଣାରେ ପୁରୀ ପୋଲିସ ଜଣେ ସନ୍ଦିଗ୍ଧକୁ ଅଟକ ରଖିଛି। ସିସିଟିଭି ଫୁଟେଜ୍ ଆଧାରରେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇ ଅଟକ ରଖାଯାଇଛି। ପୁରୀର ଏକ ଗୁପ୍ତ ସ୍ଥାନରେ ସନ୍ଦିଗ୍ଧକୁ ରଖାଯାଇ ପଚାରଉଚରା କରାଯାଇଛି।
ସବୁଠୁ ବଡ଼ କଥା ହେଉଛି କେଉଁ ଦୁର୍ବୃତ୍ତ ଏ କାମ କଲେ, ୟା ପଛରେ ଉଦ୍ଦେଶ୍ୟ କଣ? ତ୍ରିସ୍ତରୀୟ ସୁରକ୍ଷା ବଳୟ ଭେଦି ଦୁର୍ବୃତ୍ତ ରୋଷଶାଳା ଭିତରକୁ ଗଲେ କେମିତି?
ବଡ଼ ଦେଉଳର ରୋଷଘରେ ପଶି କାଳିଆ ଠାକୁରର ଚୁଲି ଭଙ୍ଗା ଯିବା ପରେ ଏ ପ୍ରଶ୍ନ ସବୁ ଜଗନ୍ନାଥପ୍ରେମୀଙ୍କର, ପ୍ରତି ଓଡ଼ିଆଙ୍କର। ଆଜି ଜଗାର ଚୁଲି ତାଡ଼ି ଦେବା ଭଳି ଦୁଃସାହସ ହେଲା, ଆଉ କାଲି।
ପୁରୀ ଶ୍ରୀମନ୍ଦିର ପାଇଁ ଶ୍ରୀମନ୍ଦିର ପ୍ରଶାସନ ସାନି ଗାଇଡଲାଇନ୍ ଜାରି କରିଛି। ଆଜି ଠାରୁ ସକାଳ ସାଢ଼େ ୫ଟାରୁ ରାତି ସାଢ଼େ ୯ଟା ଯାଏ ଶ୍ରୀମନ୍ଦିର ଖୋଲା ରହିବ।
ନୂଆ ବର୍ଷରେ ଜଗା ଦର୍ଶନ ବନ୍ଦ : କରୋନା ସଂକ୍ରମଣ ପାଇଁ ଏଥର ବି ଶ୍ରୀମନ୍ଦିର ବନ୍ଦ ରଖିବାକୁ ପ୍ରଶାସନ ନେଲ ନିଷ୍ପତ୍ତି
ଦେବ ଦୀପାବଳି ପାଇଁ ପୁରୀରେ ବ୍ୟାପକ ଆୟୋଜନ । ଦେବ ଦୀପାବଳିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଦେବା ପରମ୍ପରା ରହିଛି । ବଡ଼ଦାଣ୍ଡରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ଓଡ଼ିଶା ଇଣ୍ଟରନାସନାଲ ସେଣ୍ଟର ପକ୍ଷରୁ ୧ ଲକ୍ଷ ଦୀପ ଜଳାଯିବ ।
ଦୀପ ପ୍ରଜ୍ୱଳନରେ ଆଲୋକିତ ହେଉଛି ଶ୍ରୀମନ୍ଦିର। ପ୍ରକଳ୍ପ ନିର୍ମାଣ ଆରମ୍ଭ ପୂର୍ବରୁ ଚାଲିଛି ତିନିଦିନିଆ ମହାଯଜ୍ଞ । ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ବେଦପାଠ କମ୍ପୁଛି ପରିବେଶ । ଯଜ୍ଞରେ ଆସନ୍ତାକାଲି ପୂର୍ବାହ୍ନରେ ପୂର୍ଣ୍ଣାହୁତି କରାଯିବାର କାର୍ଯ୍ୟକ୍ରମ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅୟମାରମ୍ଭ । ପ୍ରକଳ୍ପ ନିର୍ମାଣ ଆରମ୍ଭ ପୂର୍ବରୁ ଚାଲିଛି ତିନିଦିନିଆ ମହାଯଜ୍ଞ। ଶ୍ରୋତ୍ରୀୟ ବ୍ରାହ୍ମଣଙ୍କ ବେଦପାଠରେ କମ୍ପୁଛି ପରିବେଶ। ଯଜ୍ଞରେ ଆସନ୍ତାକାଲି ପୂର୍ବାହ୍ନରେ ପୂର୍ଣ୍ଣାହୁତି କରାଯିବାର କାର୍ଯ୍ୟକ୍ରମ।
ଆଜି ଧର୍ମ ମାସର ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା । କୋଭିଡ କଟକଣା ସତ୍ତ୍ୱେ ପୁରୁଣା ପରମ୍ପରାକୁ ମନେପକାଇ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଣ କରିଛନ୍ତି ଶ୍ରଦ୍ଧାଳୁ । ଏ ସଂପର୍କରେ ପୁରୀରୁ ଅଧିକ ଆଲୋଚନା କରିଛିନ୍ତି ପୁରୀ ବ୍ୟୁରୋ ଚିଫ୍ ପ୍ରଦୀପ ମହାନ୍ତି ...।
ଦୁଇ ଦିନ ଜଗା ଦର୍ଶନ ବନ୍ଦ। ଆଜି ଓ ଆସନ୍ତାକାଲି ଶ୍ରଦ୍ଧାଳୁଙ୍କ ପାଇଁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଆଜି ଶ୍ରୀମନ୍ଦିରରେ ସାନିଟାଇଜ୍ ହେବାକୁ ଥିବାବେଳେ କାଲି ବଡ଼ ଏକାଦଶୀ ପଡ଼ୁଛି।
ଆଜି ଓ ଆସନ୍ତାକାଲି ଶ୍ରଦ୍ଧାଳୁଙ୍କ ପାଇଁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଏହି ୨ ଦିନ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ। ଭିଡ଼ ଆଶଙ୍କାରେ ମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ଶ୍ରୀମନ୍ଦିରର କେବଳ ପଶ୍ଚିମ ଦ୍ୱାର ନୁହେଁ, ସମସ୍ତ ୪ ଦ୍ୱାର ପୁରୀବାସୀଙ୍କ ପ୍ରବେଶ ଲାଗି ଖୋଲା ରଖିବା ଲାଗି ଦାବି। ଏବେ ଦର୍ଶନ ବ୍ୟବସ୍ଥା ଚାଲୁ ରହିଥିଲେ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ। କେବଳ ପଶ୍ଚିମ ଦ୍ୱାର ଦେଇ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ନଭେମ୍ବର ୧ ତାରିଖରୁ ଚାଲୁ ରହିଛି।
ଆଜିଠୁ ଧର୍ମ ମାସ କାର୍ତ୍ତିକ ଆରମ୍ଭ ହୋଇଛି। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ରାଧା ଦାମୋଦର ବେଶ ଦର୍ଶନ ସହ କାର୍ତ୍ତିକ ବ୍ରତ ପାଳନ ପାଇଁ ହଜାର ହଜାର ହବିଷ୍ୟାଳି ଶ୍ରୀକ୍ଷେତ୍ରକୁ ଆସିଥାନ୍ତି। କିନ୍ତୁ କରୋନା ପାଇଁ ସରକାର କଟକଣା ଜାରି କରିଥିବାରୁ ଏଥର ସେତେଟା ଭିଡ଼ ନାହିଁ।
ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି.. ରାଧା ଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜି.. ଏହି ବେଶ ଅତ୍ୟନ୍ତ ସୁନ୍ଦର ଓ ଆକର୍ଷଣୀୟ ..
ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ହେଉଛି ସୁନିଆଁ ପର୍ବ। ଆଜିଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆରମ୍ଭ ହୋଇଛି ୧୪୨୯ ସାଲ ୬୪ ଅଙ୍କର ପ୍ରବେଶ। ଏହି ଅବସରରେ ଆଜି ପୁରୀ ଗଜପତିଙ୍କ ଶ୍ରୀନଅରରେ ପାଳିତ ହେଉଛି ସୁନିଆଁ ଉତ୍ସବ।
ଆଜି ଶ୍ରୀମନ୍ଦିର ବନ୍ଦ। ଆଜି ବିଶ୍ୱକର୍ମା ପୂଜା ଏବଂ ବଡ଼ ଏକାଦଶୀ ଥିବାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ହେବା ଆଶଙ୍କାରେ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ଆଜି ବିଶ୍ୱକର୍ମା ପୂଜା ସହ ବାମନ ଜନ୍ମ, ପାର୍ଶ୍ୱ ପରିବର୍ତ୍ତନ ବା ବଡ଼ ଏକାଦଶୀ, ସଂକ୍ରାନ୍ତି ମଧ୍ୟ ପଡ଼ିଛି।
ଆଜିଠାରୁ ତିନିଦିନ ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ । ଆଜି ଗଣେଶ ପୂଜା ଥିବାରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଛି । ପୂର୍ବ ଏସ୍ଓପି ଅନୁଯାୟୀ ଶନିବାର ଓ ରବିବାର ବି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ।
ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ। ଆଜି ଏବଂ ଆସନ୍ତାକାଲି ୨ ଦିନ ଧରି ସେବକ ପରିବାରକୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଇଛି।ସେମାନେ ଯେକୌଣସି ଦ୍ୱାର ଦେଇ ପରିଚୟପତ୍ର କିମ୍ବା ବୀମା କାର୍ଡ ଦେଖାଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ।
ପୁରୀ : ଖୋଲିଲା ଶ୍ରୀମନ୍ଦିର ଜଗମୋହନ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଦୀର୍ଘ ଦୁଇ ବର୍ଷ ଦୁଇ ମାସ ପରେ ଆଜିଠୁ ଭିତର କାଠ ପାଖରୁ ଦିଅଁ ଦର୍ଶନ ସୁଯୋଗ ପାଇଛନ୍ତି ଭକ୍ତ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସକାଳ ଧୂପ ପରେ ଆଜି ଭକ୍ତଙ୍କୁ ଜଗମୋହନକୁ ଛଡ଼ାଯାଇଥିଲା। ହେଲେ ଆରମ୍ଭରୁ ନୀତିରେ ବିଳମ୍ବ ପାଇଁ ସକାଳ ଧୂପ ସରୁ ସରୁ ୫ ଘଣ୍ଟା ବିଳମ୍ବ ହୋଇ ପ୍ରାୟ ସାଢ଼େ ୪ଟା ବାଜିଗଲା। ତା ପରେ ଆଜି ଅମାବାସ୍ୟା ଥିବାରୁ […]
ଏମାନେ ସେବାୟତ । ସେହି ବଳିଆର ଭୁଜଙ୍କ ସେବା ପାଇଁ ଏମାନଙ୍କର ଏହି ଭୁଜ । ସବୁଥର ରଥ ଉପରେ ବସନ୍ତି, ଏଥର କିନ୍ତୁ ଦଉଡ଼ି ଧରି ରଥ ଟାଣୁଛନ୍ତି। କହିଛନ୍ତି, ଏହା ଆମ ପାଇଁ ଅପୂର୍ବ ସୁଯୋଗ। ତେଣୁ ଛୋଟ ପିଲାଙ୍କୁ ବି ଡାକିଆଣିଛୁ। ଦେଖନ୍ତୁ କେମିତି ରଥ ଟାଣୁଛନ୍ତି ବାହୁବଳି ସେବାୟତ।
ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ରାତି ପାହିଲେ ରତ୍ନ ସିଂହାସନ ଛାଡ଼ି ଜନ୍ମବେଦୀ ଅଭିମୁଖେ ବାହାରିବେ କାଳିଆ ସାଆନ୍ତ । କରୋନା କାଳରେ ଲଗାତର ଦ୍ୱିତୀୟ ବର୍ଷ ପାଇଁ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଗଡ଼ିବ ବିଶ୍ୱନିୟନ୍ତାଙ୍କ ବିଶ୍ୱ ରଥ । ଏଥିପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି ।