/odishatv-khabar/media/post_attachments/uploadimage/library/16_9/16_9_0/s_1674788100.jpg)
Rituals Delayed In Puri Srimandir
ଶ୍ରୀମନ୍ଦିରରେ ନୀତି ଅହେତୁକ ବିଳମ୍ବ। ା ଗତକାଲିର ନୀତି ଆଜି ସମାପନ ହୋଇଛି। ଶ୍ରୀମନ୍ଦିର ପହୁଡ଼ ଆଜି ସକାଳେ ହୋଇଛି। ଅର୍ଥାତ୍ ସ୍ୱାଭାବିକ ଦିନରେ ପହୁଡ଼ ରାତିରେ ହୋଇଥାଏ। କିନ୍ତୁ ଗତକାଲି ସରସ୍ୱତୀ ପୂଜା ଓ ଚାଚେରୀ ବେଶ ବିଳମ୍ବିତ ହେବା ଯୋଗୁ ଗତକାଲିର ପହୁଡ଼ ଆଜି ସକାଳ ୫ଟା ୫ ମିନିଟ୍ରେ ହୋଇଛି।
Advertisment
ପହୁଡ଼ ବିଳମ୍ବିତ ହେବା ଯୋଗୁ ଆଜିର ଦ୍ୱାରଫିଟା ବି ଡେରିରେ ହୋଇଛି। ମଙ୍ଗଳ ଆଳତି ମଧ୍ୟ ବିଳମ୍ବରେ କରାଯାଇଛି। ଆଜି ସକାଳ ୭ଟାରେ ସିଂହଦ୍ୱାର ଖୋଲିଥିଲା। ଏହାପରେ ଶ୍ରୀମନ୍ଦିରକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ହୋଇଛି। ନୀତିରେ ବିଳମ୍ବ ଯୋଗୁ ଏହାର ପ୍ରଭାବ ସିଧାସଳଖ ଭକ୍ତଙ୍କ ଦର୍ଶନ ଉପରେ ପଡ଼ିଛି।
ଅଧିକ ପଢ଼ନ୍ତୁ: ମନ୍ଦିର ଦର୍ଶନରେ ବାରମ୍ବାର ଦଳାଚକଟା ପରିସ୍ଥିତି କାହିଁକି ?
ଆଜି ବି ଶ୍ରୀଜିଉଙ୍କ ନୀତି ବିଳମ୍ବିତ ହେବା ନେଇ ଆଶଙ୍କା କରାଯାଉଛି। ପ୍ରଶ୍ନ ଉଠୁଛି, ଯଦି ନୀତି ବିଳମ୍ବ ହେଲା ତାହା ହେଲେ କ’ଣ ପାଇଁ ଭୋର ୫ଟାରେ ମହାପ୍ରଭୁଙ୍କ ପହୁଡ଼ ନୀତି କରାଗଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)