Advertisment

ଶ୍ରୀମନ୍ଦିରରେ ହବିଷ୍ୟାଳିଙ୍କୁ ମାଡ଼ ମାରିବା ସହ ଦୁର୍ବ୍ୟବହାର ଅଭିଯୋଗ

କାର୍ତ୍ତିକ ମାସରେ ହବିଷ କରିବାକୁ ପୁରୀ ଆସିଥିବା ଜଣେ ହବିଷ୍ୟାଳିଙ୍କୁ ଶ୍ରୀମନ୍ଦିରରେ ଜଣେ ସେବାୟତ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Puri Srimandir Habisiyali

Habisiyali allegedly thrashed by servitor in Puri Srimandir

ଶ୍ରୀମନ୍ଦିରରେ ହବିଷ୍ୟାଳିଙ୍କୁ ଜଣେ ସେବାୟତ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଛି। କାର୍ତ୍ତିକ ମାସରେ ହବିଷ କରିବାକୁ ପୁରୀ ଆସିଥିବା ବ୍ରହ୍ମଗିରି ଅଞ୍ଚଳର କୁମାରୀ ନାୟକ ଏହି ଅଭିଯୋଗ ଆଣିଛନ୍ତି।

Advertisment

ସେ କହିଛନ୍ତି, ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ଜଣେ ମାଗଣା ଖାଇବାକୁ ଆସିଛ ବୋଲି କହିଥିଲେ। ଏହାପରେ ମୋ ଗାଲକୁ ଚାପୁଡ଼ା ମାରିବା ସହ ଧକ୍କା ମାରିଥିଲେ। ତଳେ ପଡ଼ିଯିବାରୁ ବେକରେ ଗୋଡ଼ ପକାଇ ଦେଇଥିବା କୁମାରୀ ଅଭିଯୋଗ କରିଛନ୍ତି। ଫଳରେ ବାମ କାନ ଓ ବେକରେ ଆଘାତ ଲାଗିଥିବା କୁମାରୀ କହିଛନ୍ତି। 

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିରରେ ନାବାଳକଙ୍କୁ ଯୌନ ନିର୍ଯାତନା

ଘଟଣାକୁ ନେଇ ଖବର ଲେଖାଯିବା ସୁଦ୍ଧା ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ କିମ୍ବା ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ଆଉ ଜଣେ ହବିଷ୍ୟାଳି ମଧ୍ୟ ଅଭିଯୋଗ କରିଛନ୍ତି, ତାଙ୍କୁ ମଧ୍ୟ ଜଣେ ସେବାୟତ ଦୁର୍ବ୍ୟବହାର କରିଥିଲେ। ଏନେଇ ମଧ୍ୟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖବର ଲେଖାଯିବା ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ସେପଟେ ଘଟଣାକୁ ନେଇ ଅନ୍ୟ ହବିଷ୍ୟାଳି କହିଛନ୍ତି ଯେ, ‘ଆମକୁ ଭୟ ଲାଗୁଛି। ଆଜି ତାଙ୍କୁ ମାଡ଼ ମାରିଲେ, ଦୁର୍ବ୍ୟବହାର କଲେ, ହୁଏତ କାଲି ସକାଳେ ଆମ ସହ ଏହି ଘଟଣା ଘଟିପାରେ। ଏମିତି ହେଲେ ଆମେ କେମିତି ଦେଉଳକୁ ଯିବୁ ? ’

କାର୍ତ୍ତିକ ମାସରେ ହବିଷ କରିବାକୁ ଆସିଥିବା ଭକ୍ତଙ୍କୁ ଶ୍ରୀମନ୍ଦିରରେ ଏପରି ଦୁର୍ବ୍ୟବହାର କରାଯିବା କଥାକୁ ବାକି ଶ୍ରଦ୍ଧାଳୁମାନେ ନାପସନ୍ଦ କରିଛନ୍ତି।

Srimandir Puri Srimandir Habisiyali
Advertisment
Advertisment