Advertisment

ବଡ଼ଦେଉଳରୁ ଖସିଲା ପଥର

ପୁରୀ ଶ୍ରୀମନ୍ଦିର ଚର୍ଚ୍ଚା ଘରୁ ଖସିଲା ପଥର। ଜଗମୋହନ ବାହାର ପାର୍ଶ୍ୱ ମାଜଣା ମଣ୍ଡପ ପାଖ ଚର୍ଚ୍ଚା ଘରୁ ପଥର ଖସିଥିବା ଜଣାପଡ଼ିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Stone Falls Off From Puri Srimandir

Stone Falls Off From Puri Srimandir

ପୁରୀ ଶ୍ରୀମନ୍ଦିର ଚର୍ଚ୍ଚା ଘରୁ ଖସିଲା ପଥର। ଜେଟିପି ବସୁଥିବା ଚର୍ଚ୍ଚା ଘର ସାମ୍ନା ନାଟମଣ୍ଡପ-ଜଗମୋହନ ଜଏଣ୍ଟ ସ୍ଥଳର ଏକ ଚାଳିରୁ ପଥର ଖଣ୍ଡ ଖସିଛି।  ଏକ ଚାଳିରୁ ପଥର ଖଣ୍ଡ ଖସିଛି। ଅନ୍ୟପକ୍ଷେ, ଶ୍ରୀମନ୍ଦିରରୁ ପଥର ଖସିବା ଘଟଣାକୁ ଉନ୍ନୟନ ପ୍ରଶାସକ ଅଜୟ ଜେନା ସ୍ୱୀକାର କରିଛନ୍ତି। ସେ ସୂଚନା ଦେଇଛନ୍ତି ଯେ, ଗତ ୨୩ ତାରିଖରେ ବଡ଼ଦେଉଳରୁ ପଥର ଖସିଥିଲା। ଜଗମୋହନ ବାହାରପଟ ଚର୍ଚ୍ଚା ଘର ଉପରୁ ପଥର ଖସିଛି। ଆମେ ଏ ବିଷୟରେ ASIକୁ ଅବଗତ କରିସାରିଛୁ।

Advertisment

 ସେପଟେ ଶ୍ରୀମନ୍ଦିରରୁ ବାରମ୍ବାର ପଥର ଖସିବା ଘଟଣାକୁ ନେଇ ସେବାୟତ ଓ ଭକ୍ତଙ୍କ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସୂଚନାଥାଉ କି, କିଛି ମାସ ପୂର୍ବେ ଶ୍ରୀମନ୍ଦିର ଗର୍ଭଗୃହରେ ପ୍ରାୟ ଦେଢ କିଲୋଗ୍ରାମ ଓଜନର ଏକ କେମିକାଲ ଯୁକ୍ତ ପ୍ଳାଷ୍ଟର ଖସିଥିବା ନେଇ ଖବର ସାମ୍ନାକୁ ଆସିଥିଲା। ପ୍ଳାଷ୍ଟରଟିକୁ ବଡ଼ଠାକୁର ବଳଭଦ୍ରଙ୍କ ପଛପଟ ପରିକ୍ରମାରୁ ଠାବ କରାଯାଇଥିଲା।

ସୂଚନା ଅନୁସାରେ, ଏହାକୁ ଠାବ କରାଯିବା ସହ ଗାରଦରେ ଜିମା ଦିଆଯାଇଥିଲା। ତେବେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଆଘାତ ଲାଗି ନଥିଲା। ଏହା ପଥର ନୁହଁ ଚୂନ ପଥର ବା ପ୍ଳାଷ୍ଟର ହୋଇଥାଇପାରେ ବୋଲି  ଅନୁମାନ କରାଯାଉଥିଲା।

Advertisment

ମହାପ୍ରଭୁ ଶ୍ରୀଗୁଣ୍ଡିଚା ଯାତ୍ରା କରିବା ପରେ ASI ଓ ବିଶେଷଜ୍ଞ ଟିମ୍ ଦ୍ୱାରା ଗର୍ଭଗୃହ ଯାଞ୍ଚ ହେବା ସହ ମରାମତି କରାଯାଇଥିଲା। ତେବେ ରତ୍ନବେଦୀରେ ଯେଉଁ ମରାମତି କାର୍ଯ୍ୟ କରାଯାଇଥିଲା ହୁଏତ ସେଥିପାଇଁ ଚୂନପଥର ଖସିଥାଇ ପାରେ ବୋଲି ଆଶଙ୍କା କରାଯାଉଥିଲା।

Srimandir
Advertisment
Advertisment