• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଥର ଯିବେ କୁଆଡ଼େ ! ହାଇକୋର୍ଟ ମାଗିଲେଣି ଜବାବ ! ପ୍ରଶାସନ ଉତ୍ତର ଦେବାକୁ ଏବେ ବାଧ୍ୟ ହେବ ! ଏଭଳି ଆଲୋଚନା ଏବେ ସାଧାରଣରେ ତଥା ବୁଦ୍ଧିଜୀବୀ ମହଲରେ ଜୋରଦାର ଚାଲିଛି । କାରଣ ସରକାରଙ୍କୁ ହାଇକୋର୍ଟ ମାଗିଛନ୍ତି ଜବାବ । ଯେଉଁ ରତ୍ନ ଭଣ୍ଡାର ଖୋଲିବା ପାଇଁ ଦୀର୍ଘ ଦିନ ଧରି ବିଭନ୍ନ ମହଲ ଦାବି କରି ଆସୁଥିଲେ, ଏବେ ତାଙ୍କ କଥାକୁ ଦୋହରାଇଛନ୍ତି ହାଇକୋର୍ଟ

Also Read

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ସଂପର୍କିତ ଏକ ମାମଲାରେ ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ଜବାବ ଦାଖଲ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କେବେ ଠାରୁ ଓ କାହିଁକି ଖୋଲାଯାଉନି ରତ୍ନଭଣ୍ଡାର ? ସେ ସମ୍ପର୍କରେ ଜବାବ ଦାଖଲ ପାଇଁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରୀ ୫ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସେପଟେ ଜଗମୋହନ ଏବଂ ନାଟ ମଣ୍ଡପ ମାମଲାରେ ହାଇକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି ଆମିକସକ୍ୟୁରୀ । ଆବଶ୍ୟକ ମରାମତି କାର୍ଯ୍ୟ ହୋଇନଥିବା ଏଥିରେ ସେ ଉଲ୍ଲେଖ କରିଛନ୍ତି । ୨୦୨୩ ମାର୍ଚ୍ଚ ୩୧ ସୁଦ୍ଧା କାମ ସାରିବାକୁ ASI କହିଥିଲେ ।

ରତ୍ନଭଣ୍ଡାରର କଣ୍ଟ୍ରୋଲ ଏଏସ୍ଆଇ ପାଖରେ ନାହିଁ । ଯଦି ଶ୍ରୀମନ୍ଦିର ପ୍ରଶାସନ ଆବେଦନ କରିବ ରତ୍ନଭଣ୍ଡାର ମରାମତି କରାଯିବ ବୋଲି ପୂର୍ବରୁ ଏଏସଆଇ ପକ୍ଷରୁ କୁହାଯାଇଥିଲା । କିଛି ଦିନ ପୂର୍ବରୁ ପୁରୀ ଶ୍ରୀମନ୍ଦିରରେ କେମିକାଲ ଯୁକ୍ତ ପ୍ଳାଷ୍ଟର ଖସିଥିବା ସୂଚନା ମିଳିଥିଲା । ଗର୍ଭଗୃହରେ ପ୍ରାୟ ଦେଢ କିଲୋଗ୍ରାମ ଓଜନର ଏକ କେମିକାଲ ଯୁକ୍ତ ପ୍ଳାଷ୍ଟର ଖସିଥିବା ଜଣାପଡ଼ିଥିଲା । ପ୍ଳାଷ୍ଟରଟିକୁ ବଡ଼ଠାକୁର ବଳଭଦ୍ରଙ୍କ ପଛପଟ ପରିକ୍ରମାରୁ ଠାବ କରାଯାଇଥିଲା । ପ୍ଲାଷ୍ଟରଖଣ୍ଡକୁ ଠାବ କରିବା ସହ ଗାରଦରେ ଜିମା ଦିଆଯାଇଥିଲା ।