• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ରାଜ୍ୟବାସୀଙ୍କୁ ଧୋକା । ଆଶା ଆଶାରେ ରହିଗଲା । ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ଆଶା ସଞ୍ଚାର ହୋଇଥିବା ବେଳେ ଏହା ପୁଣି ଥରେ ଭାଙ୍ଗିଯାଇଛି । ନିରାଶ ହୋଇଛନ୍ତି କୋଟି କୋଟି ଓଡ଼ଆ । ଆଉ କୋଟି କୋଟି ଜଗନ୍ନାଥ ପ୍ରେମୀ ।

ସୂଚନାଯୋଗ୍ୟ, ଗୁରୁତ୍ୱପୂର୍ଣ୍ଣ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଜି ରତ୍ନଭଣ୍ଡାର ପ୍ରସଙ୍ଗ ଉଠିଲା, ହେଲେ ପ୍ରସଙ୍ଗକୁ ନେଇ ମୁହଁ ଖୋଳିଲେନି ମୁଖ୍ୟ ପ୍ରଶାସକ । ପ୍ରସଙ୍ଗକୁ ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ଉପସ୍ଥାପନ କରିଥିବା ବେଳେ ବୈଠକରେ ଏହାକୁ ଏଡାଇଯାଇଥିଲେ ଗଜପତି ମହାରାଜ । ସେପଟେ ପରିଚାଳନା କମିଟି ଏଜେଣ୍ଡାରେ ନଥିବାରୁ ଆଲୋଚନା ହେଲାନି ବୋଲି ସଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ।

ବୈଠକରେ ୬ ଅଗଷ୍ଟ ୨୦୨୨ର ବିବରଣୀ ଦୃଢ଼ିକରଣ କରାଯାଇଛି । ସେପଟେ ନୀତି ସବ୍ କମିଟି ବୈଠକ ନିଷ୍ପତି ଅନୁଯାୟୀ କାର୍ତ୍ତିକ ନୀତି ନିର୍ଘଣ୍ଟଙ୍କୁ ପରିଚାଳନା କମିଟି ଗ୍ରହଣ କରିଥିବା ଜଣାପଡ଼ିଛି । ଅନ୍ୟପଟେ ORSEC ମାଧ୍ୟମରେ ଜଗନ୍ନାଥ ଜମିର ସ୍ଥିତାବସ୍ଥା ଜଣାଇବା ପ୍ରସ୍ତାବକୁ ଗୃହୀତ କରାଯାଇଛି । ସେହିଭଳି ଆଦର୍ଶ ଗୁରୁକୂଳ ସୋସାଇଟି ରେଜିଷ୍ଟ୍ରସନ ଲାଗି ର୍ବିଲା ସହ MOU ପାଇଁ ପରବର୍ତ୍ତୀ ବୈଠକରେ ନିଷ୍ପତ୍ତି ନିଆଯିବ । ସେବକ ବାସଗୃହ ପ୍ରୋଜେକ୍ଟ ଉପରେ ଆଲୋଚନା ଏବଂ ହରଚଣ୍ଡୀ ସାହିରେ ୩ ଏକର ଜମି ଉପରେ ହେବ ସେବକ ବାସଗୃହ ବୋଲି ସୂଚନା ମିଳିଛି ।

 

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ନେଇ ଆଲୋଚନା ହେବାର ଥିଲା । ଶ୍ରୀମନ୍ଦିର ଐତିହ୍ୟ କିର୍ତ୍ତିରାଜିର ସୁରକ୍ଷା ଓ ସଂରକ୍ଷଣ ପାଇଁ କେଉଁ କେଉଁ କାର୍ଯ୍ୟ କରାଯାଇଛି ଏବଂ କେଉଁ ମରାମତି ବାକି ଅଛି, ପୂର୍ବରୁ ତାର ଟିକିନିଖି ଅନୁଧ୍ୟାନ କରିଥିଲେ ଆମିକସ୍‌କ୍ୟୁରି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏ ସଂପର୍କିତ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହି ପ୍ରସଙ୍ଗରେ ଆମିକସ୍‌କ୍ୟୁରି ଏନ୍.କେ ମହାନ୍ତି କହିଥିଲେ ଯେ, ବୈଠକରେ ନାଟମଣ୍ଡପ ଭିତର, ରୋଷଘର ଓ ଜଗମୋହନ ବାହାରର ମରାମତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ନାଟମଣ୍ଡପର ଦୁଇଟି ପକେଟରେ ଫାଟ ସୃଷ୍ଟି ହୋଇଥିବା କୁହାଯାଇଥିଲା । ସେସବୁ ସ୍ଥାନକୁ ସୁରକ୍ଷିତ ରଖିବା ପାଇଁ ମରାମତି କରାଯିବ । ଅନ୍ୟପକ୍ଷରେ ରୋଷଘରର ଚଟାଣ କାମ ସହ ଜଗମୋହନର ମରାମତି ପାଇଁ ତିନିମାସ ମଧ୍ୟରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରି ଆଲୋଚନା ପରେ ପଦକ୍ଷେପ ନିଆଯିବ ବୋଲି କହିଥିଲେ କୋର୍ କମିଟି ଅଧ୍ୟକ୍ଷ ଏନ୍ ସି ପାଲ୍ । ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ, ASI ସୁପରିଟେଣ୍ଡେଣ୍ଟ୍ ଓ ମୁଖ୍ୟଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।