• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Puri

Shakta Gundicha
ଶାକ୍ତ ଗୁଣ୍ଡିଚା ବା ଗୁପ୍ତ ଗୁଣ୍ଡିଚା କ’ଣ? ଜାଣନ୍ତୁ ଏହାକୁ କେଉଁଠି ପାଳନ କରାଯାଏ ?

ଶାରଦୀୟ ଉତ୍ସବ ବେଳେ ଜଗନ୍ନାଥଙ୍କ ସହ ମା’ ଦୁର୍ଗା ପୂଜିତ ହୁଅନ୍ତି। ହେଲେ ଆପଣ ଜାଣନ୍ତି କି ବଡ଼ ଦେଉଳରେ କେଉଁଠି ଅଛି ଦୁର୍ଗାମାଧବ ମନ୍ଦିର ?

Sri Mandir
ଡହ ଡହ ଖରାରେ ଛଟପଟ ଜଗା ଭକ୍ତ

ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପରଠୁ ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣା ସିନା ଥମିଲା, ହେଲେ ଡହ ଡହ ଖରାରେ ମନ୍ଦିରକୁ ଯାଆ-ଆସ କିନ୍ତୁ ଯମ ଯନ୍ତ୍ରଣା ଦେଉଛି ।

Sri Mandir
ଓଃ...କି ଅବସ୍ଥା! ଡହ ଡହ ଖରାରେ ଛଟପଟ ଜଗା ଭକ୍ତ, ପାଦ ଯନ୍ତ୍ରଣାରେ ହେଲେ କଲବଲ

ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପରଠୁ ଭକ୍ତଙ୍କ ବ୍ୟାରିକେଡ୍ ଯନ୍ତ୍ରଣା ସିନା ଥମିଲା, ହେଲେ ଡହ ଡହ ଖରାରେ ମନ୍ଦିରକୁ ଯାଆ-ଆସ କିନ୍ତୁ ଯମ ଯନ୍ତ୍ରଣା ଦେଉଛି ।

Mahaprasad
ତିରୁପତି ପରେ ପୁରୀରେ ତତ୍ପରତା .. ଯାଞ୍ଚ ହେବ ଅବଢ଼ାର ମାନ

ତିରୁପତି ବାଲାଜୀ ମନ୍ଦିର ଲଡୁ ବିବାଦ ପରେ ପୁରୀ ଜଗନ୍ନାଥ ମନ୍ଦିରକୁ ନେଇ ଯତ୍ନବାନ ରାଜ୍ୟ ସରକାର । ଶ୍ରୀମନ୍ଦିର ରୋଷ ଘରକୁ ଯାଉଥିବା ଘିଅ ସହ ଅନ୍ୟ ସାମଗ୍ରୀ ଓ ସେଠୁ ବାହାରୁଥିବା ଅବଢ଼ାର ମାନ ଯାଞ୍ଚ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ ।

 Actions Against Cooking in Iron Wok in Puri
ଲୁହା କଡ଼େଇରେ ରୋଷେଇ: କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ମୁଖ୍ୟ ପ୍ରଶାସକ

ଶ୍ରୀମନ୍ଦିରରେ ଲୁହା କଡ଼େଇରେ ରୋଷେଇ ହେବା ପ୍ରସଙ୍ଗ । କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ନିର୍ଦ୍ଦେଶ' । ଲୁହା କଡ଼େଇ ଜବତ ସହ ୭ ଦିନରେ କାର୍ଯ୍ୟକାରିତା ରିପୋର୍ଟ ଦେବାକୁ ସୁଆର ମହାସୁଆର, ରୋଷପାଇକ ନିଯୋଗ, ରୋଷ ଅମିନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Nandotsav
ଶ୍ରୀମନ୍ଦିରରେ ଆଜି ପାଳିତ ହେବ ନନ୍ଦୋତ୍ସବ ନୀତି

ଶ୍ରୀମନ୍ଦିରରେ ଆଜି ପାଳିତ ହେବ ନନ୍ଦୋତ୍ସବ ନୀତି । ସନ୍ଧ୍ୟାଆଳତୀ ସରିବା ପରେ ମହାଜନ ସେବାୟତମାନେ ରାମକୃଷ୍ଣ ଓ ଦକ୍ଷିଣ ଘରୁ ମଦନମୋହନଙ୍କୁ ଜଗମୋହନ ଦୋଳିରେ ବିଜେ କରାଇବେ ।

Ratna Bhandar
ଭଣ୍ଡାର ଘରକୁ ଲାଗି ରହିଛି କି ଆହୁରି ଗୁପ୍ତ କୋଠରୀ ଓ ସୁଡ଼ଙ୍ଗ ?

ଭଣ୍ଡାର ଘର ମରାମତି କାମ ଆରମ୍ଭ ହେବ ବୋଲି କହିଛନ୍ତି ତଦାରଖ କମିଟି ମୁଖ୍ୟ ଜଷ୍ଟିସ ବିଶ୍ୱନାଥ ରଥ ।

ratna bhandar
ଖୁବଶୀଘ୍ର ହେବ ରତ୍ନଭଣ୍ଡାର ମରାମତି, ସ୍ଥିତି ଯାଞ୍ଚ ପରେ ASI ମରାମତି ଆରମ୍ଭ କରିବ

ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି କରାଯିବ କହିଲେ ଆଇନ ମନ୍ତ୍ରୀ । ଖୁବଶୀଘ୍ର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପରେ ASI ମରାମତି ଆରମ୍ଭ କରିବ ଏବଂ ତା ପରେ ଗଣତି ମଣତି କରାଯିବ ବୋଲି କହିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

abhada
ଶ୍ରୀମନ୍ଦିରରେ ଶ୍ରୀଜିଉ; ଆଜି ବାହାରିବ ନୀଳାଚଳ ଅବଢା

ଆଜି ବାହାରିବ ନୀଳାଚଳ ଅବଢା, ଶ୍ରୀଜିଉଙ୍କ ଠାରେ ଲାଗି ପରେ ଅପରାହ୍ନରେ ବାହାରିବ ମହାପ୍ରସାଦ..

Odisha BJP Executive
ବିଜେପିର ୨ ଦିନିଆ କାର୍ଯ୍ୟକାରିଣୀ ବୈଠକ, ଆଜି ଦ୍ୱିତୀୟ ଦିନ

ଆଜି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନ । ଗତକାଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ କର୍ମୀଙ୍କୁ ମନ୍ତ୍ର ଦେଇଥିଲେ।

 jp nadda
ଓଡ଼ିଶାର ସେବା ପାଇଁ ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କୁ ପ୍ରଣାମ: ନଡ୍ଡା

ପଦାଧିକାରୀ ବୈଠକ ପରେ ପୁରୀରେ ଆରମ୍ଭ ହୋଇଛି ବିଜେପିର କାର୍ଯ୍ୟକାରିଣୀ ବୈଠକ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ କ୍ଷେତ୍ରୀୟ ପ୍ରଭାରୀ, ରାଜ୍ୟ ପ୍ରଭାରୀଙ୍କ ସମେତ ବିଜେପିର ସମସ୍ତ ପଦାଧିକାରୀ ଉପସ୍ଥିତ ଅଛନ୍ତି ।

Puri Jagannath Dham
ଗଣତନ୍ତ୍ରର ଜନ୍ମ ଶ୍ରୀକ୍ଷେତ୍ରରେ ହୋଇଛି: ସମ୍ବିତ ପାତ୍ର

ଗଣତନ୍ତ୍ର ପୁରୀରେ ହିଁ ହୋଇଛି । ଲୋକସଭାରେ ନିଜ ପ୍ରଥମ ଅଭିଭାଷଣରେ ଏପରି କିଛି କହିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର। 

Debasnan Purnima
ଦେବସ୍ନାନ ପୂର୍ଣ୍ଣିମାରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ୬୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ

ଦେବସ୍ନାନ ପୂର୍ଣ୍ଣିମା ଦିନ ଭିଡ଼ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରିବେ ଓ ଅନ୍ୟ ୩ଟି ଦ୍ୱାର ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ ।

Srimandir Rituals
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ବିଳମ୍ବ, ଏଯାଏଁ ହୋଇନି ମଙ୍ଗଳ ଆଳତି

ନୀତି ବିଳମ୍ବ ଯୋଗୁଁ ମଙ୍ଗଳ ଆଳତି ମଧ୍ୟ ସମ୍ପନ୍ନ ହୋଇନି । ଏକାଦଶୀରେ ନୀତି ସମାପନ ବଦଳରେ ଦ୍ବାଦଶୀରେ ଆରମ୍ଭ । ସେବକଙ୍କ ମଧ୍ୟରେ ବିବାଦରୁ ଗତକାଲି ରାତିରେ ଶ୍ରୀଜିଉଙ୍କ ଦିଅଁ ବିବାହ ନୀତି ବିଳମ୍ବ ହୋଇଥିଲା ।

Puri Srimandir
 ଶ୍ରୀମନ୍ଦିରରେ ଅସମ୍ଭବ ଭିଡ଼; ଗରମ ଓ ଗୁଳୁଗୁଳି ସତ୍ତ୍ବେ ଭକ୍ତଙ୍କ ଛୁଟୁଛି ସୁଅ...

ଚାରିଦ୍ବାର ଫିଟିବା ପରେ, ଭକ୍ତଙ୍କ ଭିଡ଼ରେ ଫାଟିପଡ଼ୁଛି ଶ୍ରୀମନ୍ଦିର। ଏପଟେ ରଜଛୁଟି ଓ ରବିବାର। ରାଜ୍ୟ ଓ ରାଜ୍ୟ ବାହାରୁ ଆସୁଛନ୍ତି ହଜାର ହଜାର ଲୋକ। 

Srimandir
ଖୋଲିବ ଶ୍ରୀମନ୍ଦିର ଚାରିଦ୍ବାର

ଖୋଲିବ ଶ୍ରୀମନ୍ଦିର ଚାରି ଦ୍ବାର । ଦୂର ହେବ ଭକ୍ତଙ୍କ ଦର୍ଶନ ଦୁର୍ଦ୍ଦଶା । ବୁଧବାର ରାଜ୍ୟରେ ବିଜେପି ସରକାରର ଶପଥ ଗ୍ରହଣ ସହ ଆରମ୍ଭ ହୋଇଯିବ କାଉଣ୍ଟଡାଉନ୍ ।

Puri Firecracker Mishap
ଅକାଳରେ ଲିଭିଗଲା ଚାରି ଜଣଙ୍କ ଜୀବନ ଦୀପ

ମାଆର ବୁକୁ ଫଟା କାନ୍ଦରେ ଭିଜିଯାଇଛି ଖଣ୍ଡିଆବନ୍ଧ ତେଲିସାହି ଅଞ୍ଚଳ । ଅକାଳରେ ଲିଭିଗଲା ଗୋଟିଏ ପରିବାରର ଚାରି ଚାରି ଜଣଙ୍କ ଜୀବନ ଦୀପ....କିଏ ବା ଧୈର୍ଯ୍ୟ ଧରିବ... ଘରେ କାନ୍ଦ ବୋବାଳି ପଡିଛି । ମୃତକଙ୍କ ମାଆ ଆଖିରୁ ଲୁହ ଶୁଖୁନି । ଦୁଇ ପତ୍ନୀଙ୍କ କଥା ନକହିଲେ ଭଲ... କାନ୍ଦିକାନ୍ଦି ଘଡିକି ଘଡି ବେହୋସ ହୋଇଯାଉଛନ୍ତି ।

Puri Fire Tragedy
ପୁରୀ ବାଣ ଟ୍ରାଜେଡି ମୃତ୍ୟୁସଂଖ୍ୟାରେ ଲାଗୁନି ବ୍ରେକ୍, ୪ ଦିନରେ ଗଲାଣି ୧୩ ଜୀବନ

ବାଣ ବିସ୍ଫୋରଣ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନକୁ ନେଇ ପୁରୀବାସୀ ସ୍ଥାନୀୟ ପ୍ରଶାସନ ଓ ପୋଲିସର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି। SRC ଆସନ୍ତା ୫ ତାରିଖରେ ପୁରୀରେ ଏହାର ସ୍ୱତନ୍ତ୍ର ତଦନ୍ତ କରିବେ।

Fire breaks out
ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ

ଆଜି ସକାଳେ ନାକଚଣା ଦ୍ୱାର ନିକଟରେ ଥିବା ଅଳିଆ ଗଦାରେ ନିଆଁ ଲାଗିଯାଇଥିଲା । ଚାହୁଁଚାହୁଁ ଶୀଘ୍ର ନିଆଁ ଚାରିଆଡେ ବ୍ୟାପି ଯାଇଥିଲା ।

Firecracker explosion
ପୁରୀରେ ବାଣ ଟ୍ରାଜେଡି: ଦାୟୀ କିଏ ?

ମହାପ୍ରଭୁଙ୍କ ଚାପଖେଳ ବେଳେ ବାଣ ବିସ୍ଫୋରଣ । ୩ ଜଣଙ୍କ ମୃତ୍ୟୁ, ଜୀବନ ସହ ସଂଘର୍ଷ କରୁଛନ୍ତି ଅନେକ । ବାଣଫୁଟା ପାଇଁ କିଏ ଦେଇଥିଲା ଅନୁମତି ?

Odia Asmita
ପରିକ୍ରମା ପ୍ରକଳ୍ପରେ ଓଡ଼ିଆ ଅସ୍ମିତାକୁ ହୋଇଛି ବଜ୍ର ପ୍ରହାର ! ବୁଲଡୋଜର୍ ମାଡ଼ରେ ନିଶ୍ଚିହ୍ନ ବହୁ ପୁରାତନ ଐତିହ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ବେଳେ ଜଗନ୍ନାଥ ମନ୍ଦିର ଚାରିପାଖେ ଥିବା ପ୍ରାୟ ୨୦ଟି ପୁରାତନ ମଠର ହଜି ଯାଇଛି ସତ୍ତା ।

Attack on Congress Candidate
ପୁରୀ କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ଆକ୍ରମଣ, ମୁଣ୍ଡ ଓ ମୁହଁରେ ଲାଗିଛି ଆଘାତ

ଏହି ଆକ୍ରମଣରେ ଉମାବଲ୍ଲଭଙ୍କ ମୁଣ୍ଡ ଫାଟିଥିବା ବେଳେ ମୁହଁରେ ବି ଆଘାତ ଲାଗିଛି।

Monkey
ମା’ କୋଳକୁ ଫେରିଲା ପାତିଛୁଆ

ମା’ ମାଙ୍କଡ଼ର କଲିଜାର ଟୁକୁଡାକୁ କେହି ଗୋଟାଏ ନେଇ ଯାଇଛି । ସେଇଥିପାଇଁ ସେ ମୋବାଇଲ ଅଣ୍ଡାଳୁଛି। ସ୍କ୍ରଲ୍ କରି ନିଜ ଛୁଆକୁ ଖୋଜୁଛି । ମା’ ମନ ବୁଝୁନି ତାର...

Puri Srimandir
ଜଗାକୁ ଦେଖିବାକୁ ଯାଇ ସିଝୁଛି ପାଦ

ସିଂହଦ୍ୱାର ପଟେ ତ ଏସି ଟନେଲ୍, ହେଲେ ପ୍ରଶାସନ କାହିଁକି ପାଶୋରି ଗଲା ଉତ୍ତର ଦ୍ୱାର ସମସ୍ୟାର କଥା ? ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଭକ୍ତ କଲବଲ । ପେଭର ରୋଡର ତାତିରେ ପୋଡ଼ି ଯାଉଛି ଖାଲି ପାଦ ।

defunct cold storage
‘ଶୀତଳ ଭଣ୍ଡାର ନାହିଁ ତ ନୋଟାରେ ପଡିବ ଭୋଟ’

ଭୁତ କୋଠି ପାଲଟିଲାଣି ପୁରୀ ଜିଲ୍ଲାରେ ନିର୍ମିତ ଶୀତଳ ଭଣ୍ଡାର.... ସେଠାରେ ଥିବା ଯନ୍ତ୍ରପାତି ଅଚଳ ହେବା ସହିତ ଅନେକ ସେଥିରୁ ଚୋରି ହେଇଗଲାଣି l କେଉଁଠି ଘର ର ଛାତ ନାହିଁ ତ ଆଉ କେଉଁଠି ଛାତ ଝଡି ପଡ଼ିଲାଣି, ସବୁ ଆଡେ ଏବେ ଜଙ୍ଗଲୀ ପରିବେଶ l