/odishatv-khabar/media/post_attachments/uploadimage/library/16_9/16_9_0/Srimandira_1663826131.jpg)
Srimandira
ଶ୍ରୀମନ୍ଦିର ପ୍ରଶାସନିକ କୋଠା ନିର୍ମାଣ ଉପରେ ଏନଏମଏ ଦେଇଥିବା ସୁପାରିସକୁ ବିରୋଧ କରିଛି ଶ୍ରୀମନ୍ଦିର । ଏନେଇ ରାଜ୍ୟ ସଂସ୍କୃତି ବିଭାଗକୁ ଚିଠି ଲେଖିଛି ଶ୍ରୀମନ୍ଦିର ପ୍ରଶାସନ । ଏନଏମଏ ପକ୍ଷରୁ ପ୍ରଶାସନିକ କୋଠାର ଉଚ୍ଚତା ୭.୫୦ ମିଟର ଭିତରେ ରଖିବାକୁ କୁହାଯାଇଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଛି ଶ୍ରୀମନ୍ଦିର ପ୍ରଶାସନ ।
ଗତ ସେମ୍ବେର ୯ ତାରିଖରେ ଅନୁଷ୍ଠିତ ବୈଠକରେ ଏନଏମଏ ଶ୍ରୀମନ୍ଦିର ପ୍ରକଳ୍ପ ଉପରେ ଅନେକ ସୁପାରିସ କରିଥିଲା । ଏଥିରେ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟକୁ ନିଷିଦ୍ଧାଞ୍ଚଳ ବଦଳରେ ନିୟନ୍ତ୍ରିତ ଅଂଚଳକୁ ସ୍ଥାନାନ୍ତର ସହ ଉଚ୍ଚତା ୭ମିଟର ୫୦ ସେମି ଭତରେ ରଖିବାକୁ କୁହାଯାଇଥିଲା ।
ପୂର୍ବରୁ ଏନଏମଏ ପକ୍ଷରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପ୍ରଶାସନିକ କୋଠା ନିର୍ମାଣ ସହ ଉଚ୍ଚତା ୧୨.୧୯ ମିଟର ରଖିବାକୁ କୁହାଯାଇଥିଲା । ଗ୍ରାଉଣ୍ଡ ଫ୍ଲୋର ସହ ଆଉ ଦୁଇଟି କୋଠା କରିବାକୁ ଅନୁମତି ରହିଥିଲା । କିନ୍ତୁ ଏବେ ଦୁଇ ମହଲା କୋଠା କରିବାକୁ କୁହାଯାଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି।
ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟର ତିନି ମହଲା କୋଠା କରିବାର ଆବଶ୍ୟକତା ରହିଛି ସେହି ଅନୁସାରେ ସଂଶୋଧିତ ଡିପିଆର ପଠାଯିବା ସହ ତିନି ମହଲା କୋଠା ପାଇଁ ଅନୁମତି ପାଇଁ ଲେଖାଯାଇଥିବା ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)