• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Odisha

Jayanarayan Mishra
ବିଧାନସଭା ବିବରଣୀରୁ ‘ମେଣ୍ଟାଲ ଡିଜ୍ ଅର୍ଡର’ ବାଦ୍

ବିରୋଧୀ ଦଳ ନେତାଙ୍କ ପ୍ରତି ବିଜେଡି ବିଧାୟକ ଅରୁଣ ସାହୁ ଏହି ମନ୍ତବ୍ୟ ଦେଇଥିଲେ। ଅରୁଣ ସାହୁଙ୍କ ଏହି ମନ୍ତବ୍ୟ ପରେ ଗୃହ କମ୍ପିଥିଲା। ଏହା ସହ ଏହି ମନ୍ତବ୍ୟକୁ ବିବରଣୀରୁ ବାଦ୍ ଦେବାକୁ ଦାବି ହୋଇଥିଲା।

School Land
ବାପାଙ୍କ ଜମିରେ ଠିଆ ହୋଇଛି ସରକାରୀ ସ୍କୁଲ, ଭୂମିହୀନ ହୋଇ ଅନ୍ୟଜଣଙ୍କ ଚାଷ ଜମିରେ ରହୁଛି ପୁଅ

ମଣ୍ଡାକିଆରେ ତାଙ୍କ ବାପାଙ୍କ ଜମିରେ ସ୍କୁଲ ତିଆରି ହୋଇଛି । ସରକାରୀ ନଥିପତ୍ରରେ ବାପା ଜୟଦେବ ନାୟକଙ୍କ ନାଁ ରହିଛି । ତା’ର ଖଜଣା ନିଜେ ଦେଉଛନ୍ତି ରବୀନ୍ଦ୍ର । କିନ୍ତୁ ନିଜେ ଅସହାୟ ଭାବେ ରହୁଛନ୍ତି ।

Khalikot MLA Husband
ସୁନୀଲ ନାହାକ ହତ୍ୟା ଘଟଣା: ଖଲ୍ଲିକୋଟ ବିଧାୟିକାଙ୍କ ସ୍ୱାମୀଙ୍କ ନାଁରେ ଥାନାରେ ଏତଲା

ସୁନୀଲ ନାହାକ ହତ୍ୟା ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ତେବେ ବର୍ତ୍ତମାନ ଖଲ୍ଲିକୋଟ ବିଧାୟିକାଙ୍କ ସ୍ୱାମୀଙ୍କ ସମେତ ୪ ଜଣଙ୍କ ନାଁରେ ଏତଲା ଦାୟର ହୋଇଛି । ଅନ୍ୟପକ୍ଷରେ ଏହି ଅଭିଯୋଗ ନେଇ ଦୈତାରୀ ବେହେରାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Narsingh Mishra
'ବିରୋଧୀ ବିରୋଧ କରିବେ, କିନ୍ତୁ ସରକାର ଗୃହ ଚଳାଇବା କଥା': ନରସିଂହ ମିଶ୍ର

ବିରୋଧୀ ବିରୋଧ କରିବେ କିନ୍ତୁ ସରକାର ଗୃହ ଚଳାଇବା କଥା । ଗୃହ ନ ଚାଲିବା ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ । ଗୃହ ବନ୍ଦ ହେବାରୁ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠି ପାରିଲାନି । ସରକାର ଭୟଭୀତ ହୋଇ ରହିଛନ୍ତି।

Jayanarayan Mishra
‘ମୋତେ ମାରିଦେବେ, ମୁଁ ଅସୁରକ୍ଷିତ; ସେଦିନ ସର୍କିଟ୍‌ ହାଉସ୍‌ରେ ଥିଲେ ମୋତେ ମାରି ଦେଇଥାନ୍ତେ’

ନିଜକୁ ଅସୁରକ୍ଷିତ ବୋଲି କହିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ନିଜକୁ ଗୃହ ଓ ଗୃହ ବାହାରେ ଅସୁରକ୍ଷିତ ମନେ କରୁଥିବା କହିଲେ । ଆଜି ମୋର ସମ୍ବଲପୁର ଘର ଆଗରେ ବିକ୍ଷୋଭ କରାଯାଉଛି ।

Chief Justice
ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ୱ

ଆସନ୍ତା ୪ରେ ଅବସର ଗ୍ରହଣ କରିବେ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର। ଜଷ୍ଟିସ୍ ତାଳପତ୍ରଙ୍କ ସ୍ଥାନରେ ମୁଖ୍ୟ ବିଚାରପତି ଦାୟିତ୍ୱରେ ରହିବେ ଜଷ୍ଟିସ୍ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ।

DJ
ପାବର୍ଣ ଋତୁରେ ଛାତିଥରା ଡିଜେକୁ ନେଇ ଉଦବେଗ୍, ହୋଇପାରେ ହାର୍ଟ ଆଟାକ୍ କିମ୍ବା ବ୍ରେନ୍ ଷ୍ଟ୍ରୋକ୍

ଜଣେ ସାଧାରଣ ବ୍ୟକ୍ତି ପାଇଁ ୮୫ ଡେସିବଲରୁ ଅଧିକ ତୀବ୍ରତାର ଶବ୍ଦ କ୍ଷତିକାରକ ହେଉଥିବା ବେଳେ, ଡିଜେ ସାଉଣ୍ଡର ମାତ୍ରା ୧୦୦ରୁ ୧୨୦ ଡେସିବଲ । ଏତେ ତୀବ୍ର ଶବ୍ଦରେ କାନ ପରଦା ଫାଟିଯିବାର ଆଶଙ୍କା ରହିଛି। କାନର ସ୍ନାୟୁ ବା ନର୍ଭ୍ ମସ୍ତିଷ୍କ ଓ ହୃତପିଣ୍ଡ ସହ ସଂଯୁକ୍ତ ହୋଇଥିବାରୁ, ଏହା ବ୍ରେନ୍ ଷ୍ଟ୍ରୋକ୍ ଓ ହାର୍ଟ ଆଟାକ୍ ବି ଆଣିପାରେ।

Ganjam Murder
ଗଞ୍ଜାମରେ ଉପୁଜିବନି ତ ପଶ୍ଚିମବଙ୍ଗ ସ୍ଥିତି ? ମାସେ ଭିତରେ ଗଡ଼ିଲାଣି ତିନି ତିନିଟି ମୁଣ୍ଡ

୨୪ ଘଣ୍ଟା ଭିତରେ ଗଞ୍ଜାମ ଜିଲ୍ଲାରେ ଇଏ ଦ୍ବିତୀୟ ପଲିଟିକାଲ୍ ମର୍ଡର। ଗତରାତିରେ କୋଦଳା ଥାନା ଦାନପୁର ଗାଁ ମଝିରେ ବି ହୋଇଥିଲା ଆଉ ଏକ ଜଘନ୍ୟ ହତ୍ୟାକାଣ୍ଡ। ସେଠାକୁ ଗଣେଶ ଭସାଣ ଭୋଜି ଖାଇବାକୁ ଯାଇଥିବା ବେଳେ, ଆସ୍କା ବ୍ଲକ୍ ଅଧ୍ୟକ୍ଷାଙ୍କ ଦେଢ଼ଶୁର ସୁନୀଲ ନାହାକଙ୍କୁ ପଥର କିମ୍ବା ଶାବଳରେ ଛେଚି ହତ୍ୟା କରିଥିଲେ ଦୁର୍ବୃତ୍ତ।

Cuttack Fire
ପାର୍ବଣ ଭିଡ଼ ଆଗରୁ କଟକରେ ଭୟଙ୍କର ଅଗ୍ନିକାଣ୍ଡ, ନାକେଦମ କଲା ଚୌଧୁରୀ ବଜାରର ନିଆଁ

ଆଗକୁ ପାର୍ବଣ ପାଇଁ ସୋରୁମରେ ଭରା ମାଲ ରଖିଥିଲେ ମାଲିକ। ସୋ ରୁମର ପ୍ରଥମ ଓ ଦ୍ବିତୀୟ ମହଲାରେ ଶାଢୀ ଓ ଡ୍ରେସ୍ ମ୍ୟାଟେରିଆଲ ଥିବା ବେଳେ ତୃତୀୟ ମହଲା କପଡ଼ା ଓ ଅନ୍ୟାନ୍ୟ ସାମଗ୍ରୀ ଭରି ରହିଥିଲା। ଆଉ ଏପଟେ ବିଜୁଳି ବେଗରେ ନିଆଁ ଲାଗିବାରୁ ସାମଗ୍ରୀ ଉଦ୍ଧାର କରିବାକୁ ଉପାୟ ନଥିଲା।

Ratna Bhandar
ରତ୍ନଭଣ୍ଡାର ପ୍ରସଙ୍ଗରେ ହାଇକୋର୍ଟଙ୍କ ବଡ଼ ରାୟ, ଖୁବ୍‌ଶୀଘ୍ର ଗଠନ ହୋଇପାରେ ଉଚ୍ଚସ୍ତରୀୟ କମିଟି

ରତ୍ନଭଣ୍ଡାରର ଦୁର୍ବଳ ସ୍ଥିତି ଓ ଅଳଙ୍କାର ସୁରକ୍ଷା ନେଇ ଏଏସଆଇ ଓ ଶ୍ରୀମନ୍ଦିର ସେବାୟତ ଏବଂ ଭକ୍ତ ସମସ୍ତେ ଚିନ୍ତା ପ୍ରକଟ କରିଆସୁଛନ୍ତି। ୨୦୧୮ ଏପ୍ରିଲ ମାସରେ ଶେଷ ଥର ପାଇଁ ରତ୍ନଭଣ୍ଡାର ଅନୁଧ୍ୟାନ ପାଇଁ ୧୭ ଜଣିଆ ହାଇଲେବଲ୍ ଟିମ୍ ଯାଇ ଭିତର ଭଣ୍ଡାର ଚାବି ନଥିବାରୁ ବାହାର ଭଣ୍ଡାରରୁ ଉପରଠାଉରିଆ ଅନୁଧ୍ୟାନ ସାରି ଫେରି ଆସିଥିଲା।

Naveen Patnaik
ବଦଳିଲେଣି, ମୌକା ଦେଖି ବିରୋଧୀଙ୍କୁ ବି ଧୋଇଲେଣି...ନବୀନଙ୍କ ବଦଳୁଥିବା ଆଭିମୁଖ୍ୟକୁ ନେଇ ଚର୍ଚ୍ଚା...

ରାଜ୍ୟ ରାଜନୀତିକୁ ପୁଣି ଫେରିଛି ୧୨ ବର୍ଷ ତଳର ଡାଲି ଦୁର୍ନୀତି ପ୍ରସଙ୍ଗ। ସେତେବେଳେ ଡାଲି ଦୁର୍ନୀତିରେ ଛନ୍ଦି ହୋଇ ମନ୍ତ୍ରୀ ପଦରୁ ବିଦା ହୋଇଥିଲେ ତତ୍କାଳୀନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରମିଳା ମଲ୍ଲିକ। ଏବେ ସେ ବାଚସ୍ପତି। ତେଣୁ ସାଙ୍କେତିକ ଭାବେ ବାଚସ୍ପଚିଙ୍କ ଉପରକୁ ଡାଲି ଫିଙ୍ଗି ପୂର୍ବ ଘଟଣାକୁ ତାଜା କରିବାର ଉଦ୍ୟମ କରିଛନ୍ତି ବିରୋଧୀ।

Sushmita Minj
ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ୍ ମୃତ୍ୟୁ ମାମଲା, ପ୍ରଶାସନିକ ଅଧିକାରୀଙ୍କ ସଂପୃକ୍ତି ନେଇ ଅଭିଯୋଗ ଆଣିଲେ ଜର୍ଜ ତିର୍କୀ

ସୁସ୍ମିତାଙ୍କ ଭାଇ ସିବିଆଇ ତଦନ୍ତ ଦାବି କରିଆସୁଥିଲେ । ମାତ୍ର ଡିଏସପି ପାହ୍ୟାର ଅଫିସରଙ୍କୁ ତଦନ୍ତ ଦାୟିତ୍ୱ ଦେଇଥିବାରୁ ଘଟଣାର ସତ୍ୟାସତ୍ୟ ସାମନାକୁ ଆସିବନି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ସେପଟେ ଆସନ୍ତା ୬ ତାରିଖରେ ଜିଲ୍ଲାପାଳ ଅଫିସ ଘେରିବାକୁ ଚେତାବନୀ ଦେଇଛନ୍ତି ଆଦିବାସୀ ନେତା ଆଲବର୍ଟ କିଣ୍ଡୋ।

DJ Music
ପାର୍ବଣ ବେଳେ ଅସହ୍ୟ ହେଉଛି ଡିଜେ ସାଉଣ୍ଡ୍; ୧୫ରୁ ଅଧିକ ଅସୁସ୍ଥ

ରାତି ଅଧରେ ବିକଟାଳିଆ ଶବ୍ଦ, ଉତୁପାତିଆ ନାଚ । ଡିଜେ ବ୍ୟାଣ୍ଡର ଶଦ୍ଦର ତୀବ୍ରତା ଏତେ ଅଧିକ ଯେ, କାନ ବନ୍ଦ କରି ଶୁଣିଲେ ବି ପରଦା ଫାଟିଯିବାର ଭୟ । ଆଉ ତାରି ଭିତରେ ବେତାଳିଆ ନୃତ୍ୟରେ ବିଭୋର ଯୁବଗୋଷ୍ଠୀ ।

Rourkela Murder
ରାଉରକେଲାରେ ନବମ ଶ୍ରେଣୀ ଛାତ୍ରଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ, ବ୍ଲୁ ଟୁଥ୍ ଇଅର ଫୋନ୍ ପାଇଁ ହତ୍ୟାକାଣ୍ଡ

ଏହି ହତ୍ୟାକାଣ୍ଡ ଯୋଜନାବଦ୍ଧ ନଥିଲା । ହଠାତ ରାଗରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି । ଆଜି ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ କରିଥିଲେ ।

arka keshari deo
ଶଙ୍ଖ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ବିଜେଡି ସାଂସଦ

ମଦନପୁର ରାମପୁର ରାଜପରିବାରର ତନ୍ମୟ ପ୍ରତାପ ସିଂହଦେଓ ଓ କୁମାର ସାହେବଙ୍କ ବୋହୂ ତଥା ସେରାମିକ୍‌ ଆର୍ଟିଷ୍ଟ ପୃଥ୍ବୀରାଜ ସିଂହଦେଓଙ୍କ ପତ୍ନୀ ସଂଯୁକ୍ତା ଦେବୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

Pratap Jena
ମାହାଙ୍ଗା ଡବଲ ମର୍ଡର ମାମଲା, ପ୍ରତାପ ଜେନାଙ୍କ ବିରୋଧରେ ବିକ୍ଷୋଭ ବେଳେ ଲୋକଙ୍କ ଉପରେ ଆକ୍ରମଣ

ଆଜି ନ୍ୟାୟ ପାଇଁ ସଂଘର୍ଷ ନାମକ ଏକ ସଂଗଠନର ସଭ୍ୟ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରିବାକୁ ଆସିଥିବା ବେଳେ ସେମାନଙ୍କ ସହିତ ପ୍ରତାପଙ୍କ ସମର୍ଥକଙ୍କ ଗଣ୍ଡଗୋଳ ହୋଇଛି । ଏପରିକି ପ୍ରତାପଙ୍କ ସମର୍ଥକ ଆକ୍ରମଣ କରିଥିବା ଅପରପକ୍ଷ ଅଭିଯୋଗ କରିଛନ୍ତି । ଗଣ୍ଡଗୋଳରେ ୨ ଜଣ ଆହତ ହୋଇଛନ୍ତି ।

Assistant Collector
ରାଉରକେଲା ସହକାରୀ ଜିଲ୍ଲାପାଳଙ୍କ ମୃତ୍ୟୁର ପ୍ରତିବାଦ, ସିବିଆଇ ତଦନ୍ତ ଦାବିରେ ଆଦିବାସୀ ମହିଳାଙ୍କ ଆନ୍ଦୋଳନ

ଗତକାଲି ଜିଲ୍ଲା କଂଗ୍ରେସ, ଆଇଜି ଅଫିସ ଘେରାଉ କରିଥିଲା। ପୋଲିସ କାହିଁକି କିଛି ଠୋସ୍ ପଦକ୍ଷେପ ନେଉନାହିଁ ବୋଲି ପ୍ରଶ୍ନ କରିଥିଲା କଂଗ୍ରେସ। ସୂଚନା ଅନୁସାରେ ଗତ ୧୯ ତାରିଖରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ପାଖରେ ଥିବା ଏକ ପାର୍କର ପୋଖରୀରୁ ସୁସ୍ମିତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

Pratap Jena
ମାହାଙ୍ଗା ଡବଲ୍‌ ମର୍ଡର: ପ୍ରତାପ କହିଲେ, ’ମୋ ଠୁ ହାରିଥିବା ପ୍ରାର୍ଥୀ ଫସାଇବାକୁ ଉଦ୍ୟମ କରୁଛନ୍ତି’

ଏହି ଘଟଣାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିଲେ ପ୍ରତାପ। ଏହା ବିରୋଧୀ ଦଳଙ୍କ ରାଜନୈତିକ ଷଡ଼ଯନ୍ତ୍ର । ‘ମୋ ଠାରୁ ପରାଜିତ ବିରୋଧୀ ବିଜେପି ପ୍ରାର୍ଥୀ ଏହା କରିଛନ୍ତି ।

Teacher Protest
ସ୍କୁଲକୁ ଯାଉନାହାନ୍ତି ଶିକ୍ଷକ ! ଶ୍ରେଣୀରେ ବିଧାୟକ ପଢ଼ାଇଲେ ପାଠ...

ଅପରପକ୍ଷେ ଶିକ୍ଷକଙ୍କ ସପକ୍ଷରେ ଅଭିଭାବକ ସଂଘ ବାହାରି ଦାବି ପୂରଣ ନହେଲେ ସେମାନେ ବି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Road Problem
‘ଭୋଟ୍‌ ବେଳେ ଆମ ପାଖକୁ ଧାଉଁଛନ୍ତି, ପରେ ଭୁଲି ଯାଉଛନ୍ତି’

ଆମ୍ବୁଲାନ୍ସ କି ଦମକଳ..ଫୋନ୍‌ କରି ଗାଁ ନା କହିଲା ମାତ୍ରେ ଆସିବାକୁ ଅରାଜି ହେଉଛନ୍ତି । ଯଦି ଆସୁଛନ୍ତି ଫେରିବା କଷ୍ଟକର । ରାସ୍ତା ତ ନୁହେଁ ବିଲଠୁ ହୀନ । ଭୋଟ୍‌ ବେଳେ ଆସୁଛନ୍ତି, ନିର୍ବାଚନ ପରେ ମୁହଁ ମୋଡୁଛନ୍ତି

NCRB Report
ଓଡ଼ିଶାରେ ଆତ୍ମହତ୍ୟା ହାର ଉଦବେଗଜନକ : ଦେଶରେ ୧୨ ପ୍ରତିଶତ,ରାଜ୍ୟରେ ୧୨.୩ ପ୍ରତିଶତ

ଓଡ଼ିଶାରେ ଉଦବେଗଜନକ ଭାବେ ବଢ଼ିଚାଲିଛି ଆତ୍ମହତ୍ୟା ହାର। ସାରା ଦେଶରେ ଏହା ୧୨ ପ୍ରତିଶତ ଥିବାବେଳେ ଜାତୀୟ ହାରକୁ ଟପି ଓଡିଶାରେ ରହିଛି ୧୨.୩ ପ୍ରତିଶତ। ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ଆତ୍ମହତ୍ୟା ହାର ବୃଦ୍ଧି ପାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ବେକ୍ଷଣ ଅନୁସାରେ ସାରା ବିଶ୍ୱରେ ପ୍ରତିବର୍ଷ ଦଶଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି । ଅର୍ଥାତ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା କରି ପ୍ରାଣ ହରାଉଥିବାବେଳେ ପ୍ରତି ୩ ସେକେଣ୍ଡରେ ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ।

international year of millets 2023
'ଦ ମ୍ୟାଜିକ୍‌ ଅଫ୍‌ ମିଲେଟ୍‌'..ଜାଣନ୍ତୁ କ'ଣ ରହିଛି ଏହାର ଉପକାରିତା ?

ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ଆଜିର ସମାଜରେ ବିଦ୍ୟାର୍ଥୀଙ୍କ ପାଇଁ ସୁଷମ ଖାଦ୍ୟର ମହତ୍ୱ ଉପରେ ଆଲୋକପାତ କରିଥିଲେ । ବିଶିଷ୍ଟ ଖ୍ୟାତନାମା ମାଷ୍ଟର ସେଫ୍‌ ବିଶ୍ୱଜିତ୍‌ ମହାରଥୀ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶତାଧିକ ଅଭିଭାବକଙ୍କୁ ମାଣ୍ଡିଆ, ବାଜରା, ଯଅ, ଛତୁ ଆଦିର ଉପକାରିତାକୁ ଦର୍ଶାଇଥିଲେ ।

World Suicide Prevention Day
ବିଶ୍ୱ ପାଳୁଛି ଆତ୍ମହତ୍ୟା ନିବାରଣ ଦିବସ; ମାନସିକ ଅବଶାଦକୁ କେମିତି କରିବେ ନିୟନ୍ତ୍ରଣ ?

ଅବସାଦ, ହତାଶ ଆଉ ନିରାଶ । ସାଜିଛି ଶୀତଳ ମୃତ୍ୟୁର ସୌଦାଗର । କେତେବେଳେ ଭେଣ୍ଡିଆ ପୁଅକୁ ଟାଣି ନେଉଛି ମରଣର କୋଳକୁ, ତ’ ଆଉ କେବେ ଅନାଥ କରିଦେଉଛି ପରିବାରକୁ । ଚରମ ନିଷ୍ପତ୍ତି ନେଇ ଜୀବନ ହାରିବାକୁ ପଛାଉନି ମଣିଷ ।

Orissa High Court
‘ଆମ ଓଡ଼ିଶା ନବୀନ ଓଡ଼ିଶା’କୁ ଅଦାଲତି ଝଟକା ! ଯୋଜନାର କାର୍ଯ୍ୟକାରିତାକୁ ନେଇ ଉଠିଲା ପ୍ରଶ୍ନ..

ଆମ ଓଡିଶା ନବୀନ ଓଡିଶା ଯୋଜନାକୁ ଅଦାଲତି ଛାଟ । ଯୋଜନାର କାର୍ଯ୍ୟକାରିତାରେ ପଞ୍ଚାୟତର ସ୍ୱାର୍ଥ ଏବଂ ଗ୍ରାମସଭାକୁ ଉପେକ୍ଷା କରାଯାଉଥିବା ଅଭିଯୋଗ ଉପରେ ସରକାରଙ୍କୁ ରିପୋର୍ଟ ତଲବ୍ କରିଛନ୍ତି ହାଇକୋର୍ଟ । ଏଥିସହ ଯେଉଁ ଢଙ୍ଗରେ ଯୋଜନା କାର୍ଯ୍ୟକାରୀ ହେଉଛି ତାହା ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ପରିପନ୍ଥୀ ବୋଲି କୋର୍ଟ ମତ ଦେଇଛନ୍ତି । ଯାହାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।

ଫଳକ ମାରି ହରିଲୁଟ୍‌ : ମୁକ୍ତା ଯୋଜନା ପୂରା ଫେଲ୍‌
ଫଳକ ମାରି ହରିଲୁଟ୍‌ : ମୁକ୍ତା ଯୋଜନା ପୂରା ଫେଲ୍‌

ଫଳକ ମାରି ହରିଲୁଟ୍‌ : ମୁକ୍ତା ଯୋଜନା ପୂରା ଫେଲ୍‌